ଖବର ଆଜିର ତାରିଖ:୦୧/୦୯/୨୫, ସୋମବାର
୧-ଆରମ୍ଭ ହୋଇଛି ପାର୍ବଣ ରୁତୁ, ଦେବୀଙ୍କ ଆଗମନ ପୂର୍ବରୁ ଧରାପୃଷ୍ଠରେ ବିଛାଇ ହୋଇଗଲାଣି କାଶତଣ୍ଡୀର ଚାଦର। ୨-ଭୁବନେଶ୍ୱର: କଳାବଜାର,ନକଲି ସାର ବିକ୍ରୀ ଉପରେ ଚଢ଼ାଉ।୬୨ ସାର ଡିଲରଙ୍କ ଲାଇସେନ୍ସ ବାତିଲ। ୩-ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ୭ ନୂଆ ମ୍ୟୁନିସପାଲିଟି, ୧୬ ନୂଆ NAC ହେଲା ଘୋଷଣା। ୪-ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା : ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ୫-ଆରମ୍ଭ ହେବ ନୂଆ ସେବା, ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଆମ ବସ୍ ଟିକେଟ୍। ୬-ଖଣ୍ଡଗିରି: ଗଣେଶ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ,୩ ମହିଳାଙ୍କ ସମେତ ୫ ଆହତ। ୭-କିଟ୍:ଇଣ୍ଡିଆ ଏଗେନ୍ଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ, ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ। ୮-ଭଞ୍ଜନଗର:ବାଘ ଛାଲ ଚାଲାଣ ପାଇଁ ଚାଲିଥିଲା ପୂଜା, ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କଲା ବନବିଭାଗ। ୯-ଏସସି ଏସଟି ୱେଲଫେୟାର କମିଟି ଅଧ୍ୟକ୍ଷ ଫଗନ ସିଂହ କୁଲସ୍ତେଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ । ୧୦-ପ୍ରତି ଶହେ ଜଣରେ ୩୦ ଜଣଙ୍କ ଠାରେ କିଡନି ଷ୍ଟୋନ୍ ସମସ୍ୟା ; ମସଲା ଯୁକ୍ତ ଖାଦ୍ୟ ହେଉଛି କାଳ। ୧୧-ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ। କଟକ ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ତାଙ...