ଖବର ଆଜିର ତାରିଖ:୨୭/୦୮/୨୫, ବୁଧବାର
୧-ଭୁବନେଶ୍ୱର:ଆଜି ବିରାଜିବେ ଗଜାନନ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,କେବଳ ଆବାହନକୁ ଅପେକ୍ଷା।
୨-ନୂଆଁଖାଇ ଉପଲେକ୍ଷେ ୨୯ ତାରିଖ ଛୁଟି ଘୋଷଣା; ସେପ୍ଟେମ୍ବର ୧୩ ତାରିଖ ଛୁଟିକୁ ବାତିଲ୍ କଲେ ରାଜ୍ୟ ସରକାର।
୩-ଆଜି ମିଳିବ ସିଏମ କିଷାନ ଟଙ୍କା, ପ୍ରତ୍ୟେକ ଚାଷୀଙ୍କ ଆକଉଣ୍ଟକୁ ଯିବ ୨୦୦୦ ଟଙ୍କା।
୪-ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ; ଏଣିକି ମୁଖ୍ୟମନ୍ତ୍ରୀ ଓ ଅଧିକାରୀ ଶୁଣିବେ ଲୋକଙ୍କ ସମସ୍ୟା।
୫-ନବୀନ ଘୋଷଣା କଲେ ବିଜେଡ଼ିର ନୂଆ ଟିମ୍, ୪ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ବ।ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ । ସେହିପରି ଚିନ୍ମୟ ସାହୁ ବିଜୁ ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।
୬-ନାମ ଅଲଗା କାମ ସମାନ,୫ଟି ଓ ମୋ ସରକାର ବ୍ୟବସ୍ଥାର ନକଲ 'ଆମ ଶାସନ': ବିଜେଡି।
୭-ଓଡ଼ିଶାରେ କଂଗ୍ରେସର ସମ୍ଭାବନା ଅଧିକ ରହିଛି ବୋଲି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି।
୮-ରାଜଧାନୀରୁ ଧରାପଡ଼ିଲା ସାଇବର ଠକ। ସର୍ବେଶ୍ଵର ପାତ୍ର, ମ୍ୟୁଲ୍ ସିମ୍ କାର୍ଡ ମାଧ୍ୟମରେ କରୁଥିଲା ସାଇବର ଫ୍ରଡ୍।
୯-ଜଣେ ବେକରୀ ଫାର୍ମ ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ରାଜ୍ୟ କର ବିଭାଗ ଅତିରିକ୍ତ କମିସନର ସରିତା ବାରିକ
୧୦-ଏଥର ଜନତାଙ୍କ ପାଖକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍; ସରକାରୀ ସୁବିଧା ଲୋକଙ୍କୁ ମିଳୁଛି କି ନାହିଁ, ମତାମତ ନେବେ ମୋହନ ସରକାର।
୧୧-ଭୋଗରାଇ:ଅନ୍ୟ ଧର୍ମର ଜଣେ ଯୁବକଙ୍କ ଦ୍ବାରା ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା ଦେଲେ ପୀଡ଼ିତା।
୧୨-ଭୁବନେଶ୍ୱର:ଡିସେମ୍ବର ୩୧ ସୁଦ୍ଧା ପ୍ରଶାସନିକ ସୀମା ନିର୍ଦ୍ଧାରଣ ନିର୍ଦ୍ଦେଶ, ପଞ୍ଚାୟତ, ବ୍ଲକ୍,NAC, ଜିଲ୍ଲା ପୁନର୍ଗଠନ ଆଶା ସଞ୍ଚାର।
୧୩-ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ୧୦ ଜଣ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ CAG ଗିରିଶ ମୁର୍ମୁ।
୧୪-ବଲାଙ୍ଗୀର:ଅପରେସନ ‘ଗରୁଡ଼’ ପରେ ଏବେ ‘ଗଜ’, ଆଉ ଖସିପରିବେ ନାହିଁ ଗଞ୍ଜେଇ ମଫିଆ।ଗଞ୍ଜେଇ ଫ୍ରି ଓଡ଼ିଶା ଲକ୍ଷ୍ୟ ରଖିଛନ୍ତି ସରକାର ।
୧୫-ଓଡ଼ିଶାରେ NCERT ଢାଞ୍ଚାରେ ଲାଗୁ ହେବ ନୂଆ ପାଠ୍ୟପୁସ୍ତକ, ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୫୫ଟି ବହି ବଦଳାଇବାକୁ ନିଷ୍ପତ୍ତି।
୧୬-ଭୁବନେଶ୍ୱର:କିଟ୍ ଓ କିସ୍ ପରିଦର୍ଶନ କଲେ କ୍ୟୁବା ରାଷ୍ଟ୍ରଦୂତ ଓ ଗ୍ରୀସ୍ ରାଷ୍ଟ୍ରଦୂତ।
୧୭-ନୁଆ ଦିଲ୍ଲୀ:ଭ୍ରମାତ୍ମକ ବିଜ୍ଞାପନ ପାଇଁ ଶାହରୁଖ ଓ ଦୀପିକାଙ୍କ ବିରୋଧରେ ଏତଲା ରୁଜ୍ଜୁ।
୧୮-ଅହମ୍ମଦାବାଦ:ଭାରତରେ ନିର୍ମିତ ପ୍ରଥମ ବ୍ୟାଟେରୀ ଇଲେକ୍ଟ୍ରିକ୍ କାର ଇ-ଭିଟାରାକୁ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ।
୧୯-ବୈଷ୍ଣୋ ଦେବୀ ମାର୍ଗରେ ବଡ଼ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ, ୧୪ ଆହତ।ଭୂସ୍ଖଳନ ଯୋଗୁଁ ବୈଷ୍ଣୋ ଦେବୀ ଯାତ୍ରାକୁ ବନ୍ଦ କରାଯାଇଛି ।
୨୦-ଭାରତ ଦେଖାଇଲା ବଡ଼ ହୃଦୟ , ଆଲର୍ଟ ହେଲା ପାକିସ୍ତାନ, ତାୱି ନଦୀ ବନ୍ୟା ପୂର୍ବରୁ ଦେଢ ଲକ୍ଷ ଲୋକଙ୍କୁ କଲା ସୁରକ୍ଷିତ ସ୍ଥାନାନ୍ତର।
୨୧-ଟାରିଫ୍ ଭିତରେ ଟ୍ରମ୍ପଙ୍କ ଫୋନ୍ କଲ୍କୁ ମୋଦୀଙ୍କ ପ୍ରତ୍ୟାଖାନ; ୪ ଥର କଲ୍ ଆସିବା ପରେ ବି କଥା ହେଉନାହାନ୍ତି ପ୍ରଧାନମନ୍ତ୍ରୀ।
Comments
Post a Comment