ଖବର ଆଜିର ତାରିଖ:୧୨/୦୮/୨୫, ମଙ୍ଗଳବାର



୧-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୮୮ ପ୍ରତିଶତ ଅଭିଯୋଗର ହୋଇଛି ସମାଧାନ,ପ୍ରାୟ ୧୦,୮୦୭ଟି ଅଭିଯୋଗର ସମାଧାନ ହୋଇଥିବାବେଳେ ବାକି ଅଭିଯୋଗ ଗୁଡ଼ିକ ପ୍ରକ୍ରିୟା ମଧ୍ୟରେ ରହିଛି।

୨-ବଡ଼ବିଲରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ମୃତ, ସ୍ତ୍ରୀ ଆଗରେ ଚାଲିଗଲା ସ୍ଵାମୀ ଓ ଝିଅର ଜୀବନ।

୩-ଭୁବନେଶ୍ୱର:ଅଭିଯୋଗ ଶୁଣାଣୀ ବେଳେ ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ; ତାଗିଦ୍ କରି କହିଲେ, ମୁଁ ରହିଛି ନ୍ୟାୟ ଦେବାକୁ...

୪-ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ, ଆରମ୍ଭ ହେଲା ଅଭ୍ୟାସ ପ୍ୟାରେଡ୍, ମାଷ୍ଟରକ୍ଯାଣ୍ଟିନ ଠାରୁ ପିଏମଜି ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି।

୫-ବରଗଡ଼: ଅଷ୍ଟମ ଶ୍ରେଣୀ ଛାତ୍ରୀର ଆତ୍ମାହୁତି,ଘର ପଛ ପଡ଼ିଆରେ ପେଟ୍ରୋଲ ଢ଼ାଳି ଜଳି ଗଲେ।ଦୁଇ ଅଟକ, ପାରିବାରିକ କଳହରୁ ଆତ୍ମହତ୍ୟା ସଂନ୍ଦେହ।

୬-ଓଏଏସ ସ୍ତରରେ ଅଦଳବଦଳ; ସୁଜାତା ମେଶ୍ରା ହେଲେ ଉଚ୍ଚଶିକ୍ଷା ବିଭାଗ ସ୍ଵତନ୍ତ୍ର ସଚିବ।

୭-କନ୍ଧମାଳ:ଅନିର୍ଦ୍ଦିଷ୍ଟକାଳ ସମୂହ ଛୁଟିରେ ଗଲେ କନ୍ଧମାଳର ୨୬୮ ରାଜସ୍ୱ ଅମଲା।

୮-ପାତ୍ରପଡ଼ା V2 ସମ୍ମୁଖରେ ଥାର୍ ଦୁର୍ଘଟଣା ଘଟଣା : ମୃତକଙ୍କ ପରିବାରକୁ ୮ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୯-ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ।

୧୦-ଆସୁଛନ୍ତି ଶ୍ରୀକୃଷ୍ଣ, ଶୁକ୍ରବାର ଦିନ ଜନ୍ମାଷ୍ଟମୀ,ସଜେଇ ହେଲାଣି ହାଟ ବଜାର, ଇସ୍କନରେ ଭୋର ଚାରିଟାରେ ମଙ୍ଗଳ ଆଳତି।

୧୧-ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଲେ ଶୋଭନା ମହାନ୍ତି; ଶିଶୁ ସୁରକ୍ଷା ଅଧିକାର ଆୟୋଗ ଭାବେ ବବିତା ପାତ୍ର ଆଜିଠୁ ରହିଲେ ଦାୟିତ୍ୱରେ।

୧୨-ନୂଆ ଦିଲ୍ଲୀ:ବଢୁଛି ଜଳାନ୍ତକ ରୋଗ, ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର।

୧୩-ପାରାଦୀପ:ଅନଲାଇନ ପ୍ରେମର କରୁଣ ପରିଣତି, ପ୍ରେମିକାଙ୍କ ବେକ କାଟିଦେଲା ବୟଫ୍ରେଣ୍ଡ।ଯୁବକ ଜଣଙ୍କ କୁଜଙ୍ଗ ଥାନାରେ ଅଟକ।

୧୪-ନୂଆ ଦିଲ୍ଲୀ : ଲୋକସଭାରେ ଜାତୀୟ କ୍ରୀଡ଼ା ବିଲ୍ ପାରିତ, ଜାତୀୟ ଡୋପ୍ ନିରୋଧି ବିଲ୍ ମଧ୍ୟ ପାରିତ।

୧୫-ଏୟାର ଇଣ୍ଡିଆର ୨୬ଟି ବୋଇଂ ୭୮୭-୮ ବିମାନକୁ ଅପଗ୍ରେଡ କରିବା ପାଇଁ ଦିଲ୍ଲୀରୁ ୱାଶିଂଟନ ଡିସିକୁ ଯାଉଥିବା ଉଡ଼ାଣ ସେବା ଆସନ୍ତା ୧ ସେପ୍ଟେମ୍ବରରୁ ବନ୍ଦ କରିବାକୁ ନିଷ୍ପତ୍ତି ।

୧୬-ନୂଆ ଦିଲ୍ଲୀ:ନିର୍ବାଚନ ନିୟମ ପାଳନ କରିନଥିବା ୪୭୬ ରାଜନୈତିକ ଦଳ ଉପରେ ହେବ ଆକ୍ସନ, ତାଲିକାରୁ ପଡ଼ିବେ ବାଦ।

୧୭-ପ୍ରବଳ ବର୍ଷା ଯୋଗୁଁ ତିନି ଦିନ ପାଇଁ କେଦାରନାଥ ଯାତ୍ରା ବାତିଲ୍‌ , ଯାତ୍ରୀଙ୍କୁ ମାର୍ଗଦର୍ଶିକା ଜାରି, ହାଇ ଆଲର୍ଟରେ ପ୍ରଶାସନ।

୧୮-ରାହୁଲଙ୍କୁ ସମର୍ଥନରେ ଇଣ୍ଡି ମେଣ୍ଟ: ଭୋଟ ଚୋରି ଅଭିଯୋଗରେ ବିରୋଧୀଙ୍କ ଶୋଭାଯାତ୍ରା।

୧୯-ଲୋକ ସଭାରେ ପାରିତ ହେଲା ନୂଆ ଆୟକର ବିଲ୍‌ ୨୦୨୫।ଏଥିରେ ୩୨ଟି ବଡ଼ ପରିବର୍ତ୍ତନ ଏବଂ ଅନେକ ଛୋଟ ପରିବର୍ତ୍ତନ କରାଯାଇଛି।

୨୦-ଭାରତ ସୀମା ପାଖରେ ୫ ହଜାର କିମି ଲମ୍ବ ଜିନଜିଆଙ୍ଗ-ତିବ୍ଦତ ରେଳ ସଂଯୋଗ ନିର୍ମାଣ କରିବ ଚୀନ୍: ରିପୋର୍ଟ


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024