ଖବର ଆଜିର ତାରିଖ:୧୩/୦୮/୨୫, ବୁଧବାର



୧-ଭୁବନେଶ୍ୱର:ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ସିଏମ୍‌, ପୋଲିସ ପାଟ୍ରୋଲିଂ କଡ଼ାକଡ଼ି ପାଇଁ ଦେଲେ ନିର୍ଦ୍ଦେଶ।

୨-ଭୁବନେଶ୍ୱର:ଏଣିକି ବ୍ୟବହାର ହେବନି ‘ହରିଜନ’ ଶବ୍ଦ, ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ।

୩-ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ପାଇଁ ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

୪-ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା; ଅଭିଯୁକ୍ତଙ୍କ କେସ୍ ଡାଏରି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ, ଅଗଷ୍ଟ ୧୮ରେ ହେବ ପରବର୍ତ୍ତୀ ଶୁଣାଣି।

୫-ଖଣ୍ଡଗିରି:ଥମିବାର ନାଁ ନେଉନି ଆତ୍ମାହୁତି ମାମଲା,ରାଜଧାନୀର ଏକ ଘରୋଇ କଲେଜ ପରିସରରେ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ; ଏମ୍ସରେ ଚାଲିଛି ଚିକିତ୍ସା।

୬-ଭଦ୍ରକ: ଗାଧୁଆ ଘରୁ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର। ମୃତ ଛାତ୍ରୀଙ୍କ ନାଁ ପୁଷ୍ପାରାଣୀ ମଲ୍ଲିକ। ମୋବାଇଲରୁ ସମସ୍ତ ସୂଚନା ଡିଲିଟ୍,ମିଳିଛି ଫଟୋ, ଖୋଲିବ ମୃତ୍ୟୁ ରହସ୍ୟ।

୭-ଭୁବନେଶ୍ୱର:ପୁଣି ବାବୁଙ୍କୁ ନେଇ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ: କହିଲେ 'କାମ ନକଲେ ନିଅ ବାଧ୍ୟତାମୂଳକ ଅବସର'।

୮-ସାରା ରାଜ୍ୟରେ ଅମଲା ସଂଘର ଆନ୍ଦୋଳନ, ୧୦ ଦଫା ଦାବିରେ ଦୁଇଦିନ ହେଲା ଆନ୍ଦୋଳନ ଆରମ୍ଭ କରିଛନ୍ତି ଅମଲା କର୍ମଚାରୀ

୯-କଟକରେ ଅଘଟଣ, କାଠଯୋଡିରେ ବୁଡି ଦୁଇ ନାବାଳକ ମୃତ,ପୁରୀଘାଟ ଥାନା ପାଖରେ ଗାଧୋଇବାବେଳେ ଘଟିଛି ଏଭଳି ଅଘଟଣ।

୧୦-ଭୁବନେଶ୍ୱର:ଓଡ଼ିଶାରେ ସ୍ଥାପନ ହେବ ୨ ସେମିକଣ୍ଡକ୍ଟର ମାନ୍ୟୁଫାକ୍ଚରିଂ ୟୁନିଟ୍‌।

୧୧-ଗ୍ୟାଙ୍ଗଷ୍ଟାର ବ୍ରଦର୍ସ ସୁଶାନ୍ତ ଓ ସୁଶୀଲଙ୍କ ଜାମିନ ମଞ୍ଜୁର,କିନ୍ତୁ ଉଭୟଙ୍କ ନାଁରେ ଅନ୍ୟ ମାମଲା ରହିଥିବାରୁ ଏବେ ଜେଲରୁ ମୁକୁଳିବେ ନାହିଁ।

୧୨-ଉମରକୋଟ:ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣା, ନବରଙ୍ଗପୁର ଜିଲ୍ଲାର ୩ ଓଡ଼ିଆଙ୍କ ମୃତ୍ୟୁ।

୧୩-ପଦ୍ମପୁର:ଫିରିଙ୍ଗିମାଲ ନାବାଳିକା ପୋଡ଼ି ଘଟଣାରେ ଟ୍ବିଷ୍ଟ୍, ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି ସମ୍ପର୍କୀୟ।

୧୪-କଟକ:ରାହୁଲ ଗାନ୍ଧୀଙ୍କ ପରେ ଓଡ଼ିଶାରେ ଭୋଟ୍ ଚୋରି ଅଭିଯୋଗ ଆଣିଲେ ସୋଫିଆ ଫିର୍ଦ୍ଦୋସ।

୧୫-ବେଙ୍ଗାଳୁରୁ:ଦାନ୍ତ ଡାକ୍ତର ଜ୍ୱାଇଁ ଶାଶୂଙ୍କୁ ୨୦ ଖଣ୍ଡ କଲା, ୫ କିଲୋମିଟର ମଧ୍ୟରେ ଶରୀରର ଅଂଶ ଏଣେତେଣେ ଫିଙ୍ଗିଦେଲା।

୧୬-ICICI ପରେ HDFC ବ୍ୟାଙ୍କ ବି ବଢାଇଲା, ଏଣିକି ଜମା ଖାତାରେ ସର୍ବନିମ୍ନ ବାଲାନ୍ସ ଲିମିଟ୍ ୨୫,୦୦୦ ଟଙ୍କା।

୧୭-ନୂଆ ଦିଲ୍ଲୀ:ଆଧାର ନୁହେଁ ନାଗରିକତ୍ବର ପ୍ରମାଣ ପତ୍ର-ସୁପ୍ରିମକୋର୍ଟ।

୧୮-ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ନେଇ ରେଡ ଆଲର୍ଟ ଜାରି; ୩ ଦିନ ପାଇଁ କେଦାରନାଥ ଯାତ୍ରାକୁ ବନ୍ଦ କଲା ପ୍ରଶାସନ।

୧୯-ନୂଆ ଦିଲ୍ଲୀ:ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ପାଇଁ କମିଟି ଘୋଷଣା କଲେ ବାଚସ୍ପତି।

୨୦-ନୂଆ ଦିଲ୍ଲୀ:ସଂସଦରେ ପାରିତ ହେଲା ନୂଆ ଆୟକର ବିଲ୍-୨୦୨୫।

୨୧-ଆମ ମୁଣ୍ଡ ଖରାପ ହେଲେ ଗୋଟିଏ ପରେ ଗୋଟିଏ ବ୍ରହ୍ମୋସ ଛାଡିଦେବୁ: ପାକିସ୍ତାନକୁ ଖୋଲା ଚେତାବନୀ ଦେଲେ ମିଥୁନ ଚକ୍ରବର୍ତ୍ତୀ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)