ଖବର ଆଜିର ତାରିଖ:୧୮/୦୮/୨୫, ସୋମବାର



୧-ଖଇରପୁଟ,ଆମ୍ଲିବେଡ଼ା ଗାଁ:ସ୍ବାଭିମାନ ଅଞ୍ଚଳ ଛାତ୍ରୀ ପ୍ରଥମ ଆଦିମ ଡିଡାୟୀ ଯୁବତୀ ଚମ୍ପା ରାସପେଦା ହେବେ ଡାକ୍ତର, ନିଟ୍ ରେ ଉତ୍ତୀର୍ଣ୍ଣ, ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ,ବାପା ଲାଛମୁ ରାସପେଦା ଜଣେ ଗରିବ ଚାଷୀ।

୨-ଏଣିକି ଚାଷୀ ପଞ୍ଜୀକରଣ ପାଇଁ ଆଉ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର।ନିଜସ୍ବ ଘୋଷଣାନାମାରେ ହୋଇପାରିବ ଚାଷୀଙ୍କ ନାମ ପଞ୍ଜୀକରଣ।

୩-ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ବଳଙ୍ଗା ପୀଡ଼ିତାଙ୍କ ବୟାନ,ତିନି ଯୁବକ ନିଆଁ ଲଗାଇଥିବା ବୟାନରୁ ସ୍ପଷ୍ଟ, ପୁରୀ ଏସ୍‌ପି କହିଲେ ଘଟଣାର ହେବ ତଦନ୍ତ।

୪-ବଳଙ୍ଗା ପୀଡିତା ଘଟଣାରେ ଅଭିଯୁକ୍ତକୁ ଖସାଇ ଦେବାକୁ ଉଦ୍ୟମ ଚାଲିଛି: ବିଜେଡି

୫-ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ,ଘରୋଇ ହସ୍ପିଟାଲରେ ଭର୍ତ୍ତି,ତାଙ୍କ ଅବସ୍ଥା ସ୍ଥିର ଥିବା ସୂଚନା।

୬-ଆଳି:ପଟ୍ଟାମୁଣ୍ଡାଇ ଆଳି ବ୍ଲକ୍‌ ଏକମାଣିଆ ଗାଁର ୭୦ରୁ ଊର୍ଦ୍ଧ୍ବ ମଇଁଷି ମୃତ, ନଦୀରେ ଭାସୁଛି ୭୦ରୁ ଊର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ, ମଇଁଷି ପାଳି ପେଟ ପୋଷୁଥିବା ୪ଟି ପରିବାର ସର୍ବସ୍ବାନ୍ତ।

୭-ଭୁବନେଶ୍ୱର: ଅପରେସନ 'ଗରୁଡ଼' କୁ ସଫଳତା,୪୦୬ ଅପରାଧୀ ଗିରଫ,୬୩ ବନ୍ଧୁକ,୯୬ ଗୁଳି ଜବତ।

୮-ସମେଇଗଡିଆ ଓ ଚକେଇସିହାଣୀ: ରାସ୍ତାରେ ଖାଲଖମା ଭର୍ତ୍ତି, ହେଉନି ମରାମତି।

୯-ଏ ବର୍ଷ ବଡଗଡ ଗଣେଶ ପୂଜାରେ ମୁଖ୍ୟ ଆକର୍ଷଣ ୬୧ ଫୁଟର ଗଣେଶ ଓ ରୂପା ମୂଷା।

୧୦-କଣ୍ଟାବାଞ୍ଜି,ମହୁଲବାହାଳୀ ଗାଁ:ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।

୧୧-ଭୁବନେଶ୍ୱର:ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୦ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।

୧୨-ପ୍ରଦୂଷଣ ଶୀର୍ଷରେ ଗଙ୍ଗୁଆ ନାଳ, ପାଣିକୁ ଛୁଇଁଲେ ବ୍ୟାପୁଛି ଚର୍ମରୋଗ, ଦୟାନଦୀରେ ମିଶି ଚିଲିକାରେ ପଡିବା ପରେ ପ୍ରଭାବିତ ହେଉଛି ଜୈବବିବିଧତା।

୧୩-୧୨ ନୂଆ NAC ପାଇଁ ଚିଠା ବିଜ୍ଞପ୍ତି ପରେ ବି ଅସନ୍ତୋଷ,ଆଶା ବାନ୍ଧିଥିବା ବଞ୍ଚିତ ସହରରେ ଉଠିଲାଣି ପ୍ରତିବାଦର ସ୍ବର।

୧୪-ଅତି ପ୍ରବଳ ବର୍ଷା ଆଶଙ୍କା, ଆଜି ମାଲକାନଗିରି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ।

୧୫-ଇସ୍କନର ଅଦିନିଆ ରଥଯାତ୍ରା ଓ ଦିଘା ଜଗନ୍ନାଥ ଧାମକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ।

୧୬-ନୂଆ ଦିଲ୍ଲୀ:ଦ୍ଵାରକା ଏକ୍ସପ୍ରେସ ଓ ଅର୍ବାନ ଏକ୍ସଟେନସନ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ।

୧୭-ନୂଆ ଦିଲ୍ଲୀ:ଗ୍ରେଟର ନୋଏଡା କାରଖାନାରେ ଲାପଟପ୍ ଉତ୍ପାଦନ ଆରମ୍ଭ କଲା ସାମସଙ୍ଗ।

୧୮-ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ।ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି।

୧୯-ଅଷ୍ଟମ ଆୟୋଗ ବେତନ ଉପରେ ବଡ ଅପଡେଟ,ଏହାର କାର୍ଯ୍ୟକାରିତା ୨୦୨୮ ପର୍ଯ୍ୟନ୍ତ ଘୁଞ୍ଚିପାରେ,କୋଟି କୋଟି କେନ୍ଦ୍ରୀୟ କର୍ମଚାରୀଙ୍କୁ ଝଟକା।

୨୦-ଚୀନ ସହ କମୁଛି ଦୂରତା, ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)