ଖବର ଆଜିର ତାରିଖ:୨୩/୦୮/୨୫, ଶନିବାର
୧-ଭୁବନେଶ୍ୱର:ଆଜିଠାରୁ ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ସେପ୍ଟେମ୍ବର ୩ ଯାଏଁ ଚାଲିବ,ଖାଲି ପଡ଼ିଛି ୯୯ ହଜାର ସିଟ୍।
୨-ଭୁବନେଶ୍ୱର:ପାର୍ବଣ ଋତୁରେ ବେଆଇନ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।
୩-ଗ୍ରାମ୍ଯ ଉନ୍ନୟନ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ,୫ ବର୍ଷରେ ୩୦ ହଜାର କିମି ରାସ୍ତା, ତିଆରି ହେବ ୫୦୦ ସେତୁ।
୪-ଆଇନ୍ ହେଲା ଅନଲାଇନ୍ ଗେମିଂ ବିଲ୍; ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ନିୟମ ଭାଙ୍ଗିଲେ ୫ ବର୍ଷ ଜେଲ୍ ଦଣ୍ଡ।
୫-ବାଲିକୁଦା: ଅନଲାଇନ୍ ଆପରେ ସୁଭଦ୍ରା ଟଙ୍କା ଲଗାଇ ୩ ହଜାର ମହିଳା ସର୍ବସ୍ବାନ୍ତ।ଏହି ବ୍ଲକ୍ ରେ କୋଡ଼ିଏ କୋଟି ଟଙ୍କା ଠକେଇ ଅଭିଯୋଗ।
୬-ବିଡାନାସୀ ମୌଜାଠାରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
୭-ଛାତ୍ରୀ ଆତ୍ମହତ୍ୟା ବଢୁଛି, ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ କଲେ ରାଜ୍ୟ ମାନବିକ ଅଧିକାର ଆୟୋଗ।
୮-ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଜଳଭଣ୍ଡାର।
୯-ନବୀନ ନିବାସରେ ପ୍ରେମ ପଟ୍ଟନାୟକ; ସାନଭାଇର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆସିଛନ୍ତି ବଡ଼ଭାଇ।
୧୦-୨୦୨୩ ଓସିଏସ୍ ଲିଖିତ ପରୀକ୍ଷା ଫଳ ପ୍ରକାଶ,ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ।
୧୧-ଆସୁଛି ଯୋଡା ଲଘୁଚାପ, ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି।
୧୨-ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ଘୋଷଣା, ସରକାରୀ ବସ୍ରେ ମାଗଣା ସ୍କୁଲ୍ ଯାଇପାରିବେ ଛାତ୍ରଛାତ୍ରୀ।
୧୩-ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ, ବାଧ୍ୟତାମୂଳକ ଇଂରାଜୀରେ ରହିବ ‘ପରିବେଶ ଶିକ୍ଷା’ ୟୁନିଟ୍, MIL ବିଷୟରେ ଅନ୍ତର୍ଭୁକ୍ତ ହେଲା ‘ମୂଲ୍ୟବୋଧ ଶିକ୍ଷା’ ୟୁନିଟ୍, ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ।
୧୪-ଆଠଗଡ: ଆଠଗଡ ବନାଞ୍ଚଳକୁ ପ୍ରାୟ ୮ ମାସ ବ୍ୟବଧାନ ପରେ ଚନ୍ଦକା ଅଞ୍ଚଳରୁ ପୁଣି ଫେରିଛନ୍ତି ୨୩ଟିକିଆ ହାତୀପଲ।
୧୫-ଗରିବ, ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, କମିବ GST,କମିବ ଦରଦାମ୍ ...ଶସ୍ତା ହେବ ଅତ୍ୟାବଶକୀୟ ସାମଗ୍ରୀ !
୧୬-ନଖରା ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜକୁ ଛାଟ, ୨୯ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବ କ୍ଷତିପୂରଣ।
୧୭-ରାଜ୍ୟରେ ଜୋର ଧରିଲା ଏନ୍ଏସି ଦାବି : ଯାଜପୁର ଚଣ୍ଡିଖୋଲରେ ବିକ୍ଷୋଭ, ଖୋର୍ଦ୍ଧା ବେଗୁନିଆରେ ବନ୍ଦ ଡାକରା।
୧୮-ରାଜଧାନୀ ରାଜରାସ୍ତାରେ ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା, କଟିଲା ୧୦ ହଜାର ଟଙ୍କାର ଚାଲାଣ।
୧୯-ନିମ୍ନମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ : କଣ୍ଟ୍ରାକ୍ଟର ନେବେ ପ୍ରଶିକ୍ଷଣ।
୨୦-କଟକ:CDMO ଅଫିସ ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ, ଅବସର ପୂର୍ବରୁ ପଡିଗଲେ ସ୍କାନରରେ।
୨୧-ମହିଳା ଏସିଆ କପ୍ ହକି ପାଇଁ ଭାରତୀୟ ଦଳ ଘୋଷିତ, ସଲିମା ଅଧିନାୟିକା, ଓଡ଼ିଶାରୁ କେବଳ ସୁନେଲିତା।
୨୨-ଗାଜାରେ ଦୁର୍ଭିକ୍ଷ ଘୋଷଣା କଲା ଜାତିସଂଘ,ଭୋକରେ ସଢ଼ୁଛନ୍ତି ୫ଲକ୍ଷ ଲୋକ।
Comments
Post a Comment