ଖବର ଆଜିର ତାରିଖ:୦୧/୦୯/୨୫, ସୋମବାର



୧-ଆରମ୍ଭ ହୋଇଛି ପାର୍ବଣ ରୁତୁ, ଦେବୀଙ୍କ ଆଗମନ ପୂର୍ବରୁ ଧରାପୃଷ୍ଠରେ ବିଛାଇ ହୋଇଗଲାଣି କାଶତଣ୍ଡୀର ଚାଦର।

୨-ଭୁବନେଶ୍ୱର: କଳାବଜାର,ନକଲି ସାର ବିକ୍ରୀ ଉପରେ ଚଢ଼ାଉ।୬୨ ସାର ଡିଲରଙ୍କ ଲାଇସେନ୍ସ ବାତିଲ।

୩-ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ୭ ନୂଆ ମ୍ୟୁନିସପାଲିଟି, ୧୬ ନୂଆ NAC ହେଲା ଘୋଷଣା।

୪-ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା : ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।

୫-ଆରମ୍ଭ ହେବ ନୂଆ ସେବା, ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଆମ ବସ୍ ଟିକେଟ୍।

୬-ଖଣ୍ଡଗିରି: ଗଣେଶ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ,୩ ମହିଳାଙ୍କ ସମେତ ୫ ଆହତ।

୭-କିଟ୍:ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ, ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ।

୮-ଭଞ୍ଜନଗର:ବାଘ ଛାଲ ଚାଲାଣ ପାଇଁ ଚାଲିଥିଲା ପୂଜା, ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କଲା ବନବିଭାଗ।

୯-ଏସସି ଏସଟି ୱେଲଫେୟାର କମିଟି ଅଧ୍ୟକ୍ଷ ଫଗନ ସିଂହ କୁଲସ୍ତେଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ।

୧୦-ପ୍ରତି ଶହେ ଜଣରେ ୩୦ ଜଣଙ୍କ ଠାରେ କିଡନି ଷ୍ଟୋନ୍ ସମସ୍ୟା ; ମସଲା ଯୁକ୍ତ ଖାଦ୍ୟ ହେଉଛି କାଳ।

୧୧-ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ। କଟକ ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ତାଙ୍କୁ ଭର୍ତ୍ତି କରାଯାଇଛି।

୧୨-ଆଜିଠାରୁ ଅପରେସନ ପ୍ରହାର ଆରମ୍ଭ, ନିଶା ମାଫିଆ ଓ ନିଶା କାରବାର କରୁଥିବା ବେପାରୀଙ୍କୁ ମିଳିବ ମୁଁହତୋଡ୍ ଜବାବ୍।

୧୩-ଭୁବନେଶ୍ୱର: ଫୁଡ୍ ଡେଲିଭରୀ ବୟର ସନ୍ଦେହ ଜନକ ମୃତ୍ୟୁ, ରେଳ ଲାଇନ୍ ରୁ ମିଳିଲା ମୃତ ଦେହ।

୧୪-ରାଜନଗର: ପଶ୍ଚିମବଙ୍ଗ ଯୁବକଙ୍କଠାରୁ ବନ୍ଧୁକ ଜବତ ଘଟଣା, ଉପକୂଳ ସୁରକ୍ଷା ଚିନ୍ତା ବଢ଼ିଲା।

୧୫-ପାଠ ପଢ଼ିଛନ୍ତି ଏମବିଏ, ହେଲେ ଡାଏରୀ ଫାର୍ମ କରି ଲାଭବାନ ହେଉଛନ୍ତି ନବରଙ୍ଗପୁରର ଇରଫାନ।ପ୍ରତିଦିନ ଉତ୍ପାଦନ ହେଉଛି ୫୦୦ ଲିଟର କ୍ଷୀର । 

୧୬-୧୨୫ ତମ ମନ୍ କି ବାତ୍ ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ।

୧୭-ନୂଆ ଦିଲ୍ଲୀ: ଚଳିତବର୍ଷ ଏଡୁକେଟ୍ ଗାର୍ଲସ NGOକୁ ମିଳିବ ମ୍ଯାଗସେସେ ପୁରସ୍କାର।

୧୮-ପୁରୁଷ ହକି ଏସିଆ କପ: ରୋମାଞ୍ଚକର ମ୍ୟାଚ୍‌ରେ ଜାପାନକୁ ୩-୨ ଗୋଲ୍‌ରେ ପରାସ୍ତ କଲା ଟିମ୍ ଇଣ୍ଡିଆ।

୧୯-ବିହାର ଭୋଟର ଲିଷ୍ଟକୁ ନେଇ କଂଗ୍ରେସର ବଡ଼ ଅଭିଯୋଗ, କହିଲା-୮୯ ଲକ୍ଷ ଆପତିକୁ ଖାରଜ କରିଛନ୍ତି EC।

୨୦-ଏକାଠି ନଜର ଆସିଲେ ପୁଟିନ, ଜିନପିଙ୍ଗ , ପିଏମ୍ ମୋଦି ଓ ଶହବାଜ ସରିଫ୍। ଆମେରିକା ସମେତ ଅନ୍ୟ ଶକ୍ତିଶାଳୀ ଦେଶ ଗୁଡ଼ିକୁ ଦୃଢ ବାର୍ତ୍ତା ଦେବାରେ କାମ କରିବ ଏହା। 


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024