ଖବର ଆଜିର ତାରିଖ:୧୦/୦୮/୨୫, ରବିବାର


୧-ଚାଷକୁ ବାଧା, ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଆସୁଛି ଦୁଇଟି ଲଘୁଚାପ,୧୨ରୁ ବର୍ଷା ସମ୍ଭାବନା।

୨-ଭୁବନେଶ୍ୱର:ଆଜିଠାରୁ ଖୁଦୁରୁକୁଣୀ ପୂଜା,ମାଟି ପ୍ରତିମାର ଦାମ୍ ରହିଛି ୧୫୦ ଟଙ୍କାରୁ ୫ ହଜାର ଟଙ୍କା।

୩-ରାଖୀ ପୂର୍ଣ୍ଣିମାରେ ଆସିଲା ସୁଭଦ୍ରା ଟଙ୍କା ; ୧ କୋଟି ମହିଳାଙ୍କୁ ମିଳିଲା ତୃତୀୟ କିସ୍ତି ଟଙ୍କା।

୪-ପୁରୀ:ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମୋତ୍ସବ ପାଳିତ, ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସୁଭଦ୍ରା।

୫-କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଅରବିନ୍ଦ ନଗରର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ବାନ୍ଧିଲେ ରାକ୍ଷୀ।

୬-ଭୁବନେଶ୍ୱର:ଅଗଷ୍ଟ ୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି।

୭-ରାଜ୍ୟ ପୋଲିସର ଅପରେସନ୍ ‘ଗରୁଡ଼’ର ପ୍ରଥମ ସପ୍ତାହ, ବନ୍ଧା ହେଲେ ୧୨୯।

୮-ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୯-ପାଲଲହଡ଼ା:ବେଆଇନ୍ ବନ୍ଧୁକ ରଖିବା ଅଭିଯୋଗରେ ୫ ଗିରଫ, ୩ଟି ବନ୍ଧୁକ ଜବତ।

୧୦-ନବରଙ୍ଗପୁରରେ ନର୍ସିଂ ଛାତ୍ରୀଙ୍କ ବିଷ ପିଇବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ 

୧୧-ଲାଞ୍ଚ ନେଉଥିବା ଜଗନ୍ନାଥ ପୁଲିସ ବିରୋଧରେ ଏକାଠିହେଲେ ଶ୍ରଦ୍ଧାଳୁ; ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେଲେ ୫୦ରୁ ଅଧିକ ଭକ୍ତ।

୧୨-ଭୁବନେଶ୍ଵରର ପାତ୍ରପଡ଼ା:ମାମୁଁ ଘରେ ରାକ୍ଷୀ ବାନ୍ଧି ଫେରିବା ବେଳେ ଦୁର୍ଘଟଣା, ଝିଅ ମୃତ, ମା’ ଓ ପୁଅ ଗୁରୁତର।

୧୩-ସମୟ ଗଡୁଛି, ସସପେନ୍ସ ବଢୁଛି: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରୁ ହଟୁନି ପରଦା।

୧୪-ଜଳେଶ୍ଵର:ଜାଲରେ ପଡ଼ିଛି ୨ କୁଇଣ୍ଟାଲ ବିରଳ ଚିଲ ଶଙ୍କର ମାଛ, ଦର ଲଗାଉଛନ୍ତି କୋଲକାତାର କିଛି ବଡ଼ ବ୍ୟବସାୟୀ।

୧୫-ଆଜି କଳିଙ୍ଗରେ ବିଶ୍ଵ ଦୈ।ଡ଼ କୁଦ କଣ୍ଟିନେଣ୍ଟାଲ ଟୁର୍,ଲାଲୁ,ଅନିମେଶ,ଶ୍ରାବଣୀ, ପ୍ରଜ୍ଞାଙ୍କ ଉପରେ ରହିବ ନଜର।

୧୬-ବିରଳ ଫ୍ଲାପସେଲ୍ କଇଁଛ ଶିକାର ଅଭିଯୋଗ, ଜଣଙ୍କୁ ଗିରଫ କଲା ମାଲକାନଗିରି ବନ ବିଭାଗ।

୧୭-ନୂଆ ଦିଲ୍ଲୀ:ଯଦି କେହି ଯାତ୍ରୀ ଏକ ସାଙ୍ଗରେ ଯିବା ଆସିବା ପାଇଁ ଟିକେଟ୍ ବୁକ୍ କରନ୍ତି ତେବେ ତାଙ୍କୁ ୨୦% ରିହାତି ମିଳିବ। 

୧୮-ମୁମ୍ୱାଇ ଏୟାରପୋର୍ଟରେ ନେଟୱର୍କ ବିଫଳ , ଫ୍ଲାଇଟ୍‌ ଅପରେସନ ପ୍ରଭାବିତ ; ଅନେକ ବିମାନର ହେଲା ବିଳମ୍ୱିତ ଉଡ଼ାଣ।

୧୯-ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳ ଜୈତପୁରର ହରି ନଗରରେ ଭୁଶୁଡ଼ିଲା ମନ୍ଦିର କାନ୍ଥ: ୮ ଜଣ ମୃତ।

୨୦-ଅପରେସନ ସିନ୍ଦୂରରେ ୫ ପାକିସ୍ତାନୀ ଯୁଦ୍ଧ ବିମାନ ଖସାଇଛି ଏସ-୪୦୦: ବାୟୁସେନା ମୁଖ୍ୟ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)