ଖବର ଆଜିର ତାରିଖ:୧୪/୦୮/୨୫, ଗୁରୁବାର



୧-ଭୁବନେଶ୍ୱର:୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା,ଆଉ ୭ ଜିଲ୍ଲାରେ ବିଗୁଡିଛି ସ୍ଥିତି,ଏବେ ଚାଷକୁ ଡବଲ ଲଘୁଚାପ ଭରସା।

୨-ବିଭିନ୍ନ ଦାବି ନେଇ ଆସନ୍ତା ୧୬ରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି।

୩-ଭୁବନେଶ୍ୱର : MLA ଲ୍ୟାଡ଼ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ।

୪-ଭୁବନେଶ୍ୱର:ITI ଉନ୍ନତି କରଣ କର୍ମଶାଳା,ଅପଗ୍ରେଡ୍ ହେବ ୧ ହଜାର ITI।ହବ୍ ଆଣ୍ଡ ସ୍ପୋକ୍ ମଡେଲରେ କାମ ହେବ।

୫-ଶେଷ ହେଲା କ୍ୟାବିନେଟ୍‌ ବୈଠକ,୬ ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର।ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ଅଛି,ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

୬-ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀର ଫିଟୁଛି ଗୁମର ; କଟକରୁ ଚୋରି, ନୟାଗଡ଼ରେ ଡିଲ୍, ରାୟଗଡ଼ାରେ ଚାଲିଲା ବେପାର।

୭-ଆତ୍ମହତ୍ୟା ପ୍ରବଣତାକୁ ରୋକିବାକୁ ପଦକ୍ଷେପ;ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ୍ କ୍ୟାମ୍ପେନ୍ କରିବ ଉଚ୍ଚ ଶିକ୍ଷା ବିଭାଗ।

୮-ଆଳି,ସାନମଙ୍ଗ ଗାଁ:ଦାଦାଙ୍କ ଶୁଦ୍ଧିକ୍ରିୟାରେ ଚାଲିଗଲା ପୁତୁରା ଜୀବନ; ଦଶାହକ୍ରିୟା ସରିବା ପରେ ପୋଖରୀରେ ଗାଧେଇବା ବେଳେ ବୁଡ଼ି ଯାଇ ମୃତ।

୯-ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା: କାମ ନକଲେ ଦରମା ବନ୍ଦ।

୧୦-ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ,ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡା କୁଞ୍ଜବିହାରୀ ରାଉତ।

୧୧-'ବିଶ୍ୱ ଅଙ୍ଗଦାନ ଦିବସ'ରେ ୨୪ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ପ୍ରୋତ୍ସାହନ ରାଶି ଦେଲେ ସରକାର।

୧୨-ରାଜନଗର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ଆଉ ୪ ଜଣଙ୍କୁ ବାନ୍ଧିଲା ପୁଲିସ।

୧୩-ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁରୀରୁ ରାଜସ୍ଥାନକୁ ଗଡ଼ିବ ଟ୍ରେନ, ମହୋଦଧି ସହ ଯୋଡି ହେବ ମରୁଭୂମି।

୧୪-ମହାକାଳପଡ଼ାରେ ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ଜାଲ୍‌ କରି ଚାଉଳ ଖାଇଗଲେ ଖେଳ ଶିକ୍ଷକ।

୧୫-ପର୍ଯ୍ୟଟକଙ୍କ ପାଇଁ ଖୁସିଖବର; ଚଳିତବର୍ଷ ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍‌,ଡିସେମ୍ବର ୧୩ରେ କୋଣାର୍କରେ ଏହାର ଆରମ୍ଭ ହେବ। 

୧୬-ପିପିଲି:ପୁଣି ଅଘଟଣ, ଦୀପ ନିଆଁରେ ଜଳିଗଲେ ମହିଳା; ଅବସ୍ଥା ସଙ୍କଟାପନ୍ନ,ଭୁବନେଶ୍ଵର ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି।

୧୭-ପଞ୍ଚାୟତକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଯୋଜନା ; ବଢ଼ିବ ସଂଖ୍ୟା, କମିବ ପରିସୀମା।

୧୮-କଟକ:ଗଣେଶ ପୂଜା ପାଇଁ ମାଟି ଆଣିବାକୁ ଯାଇଥିଲେ କାଠଯୋଡ଼ି, ନଦୀରେ ବୁଡି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ।

୧୯-କେନ୍ଦୁଝର:ଧରଣୀଧର ବିଶ୍ବବିଦ୍ୟାଳୟରରେ ପୁଣି ଜଣେ ଛାତ୍ରୀ ଜୀବନ ହାରିବା ଅଭିଯୋଗ, ଘଟଣା ସ୍ଥଳରେ କେନ୍ଦୁଝର ପୋଲିସର ତଦନ୍ତ ଜାରି।

୨୦-ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘ ମହାସଭାରେ ଭାଷଣ ଦେବେ ପିଏମ ମୋଦୀ, ସେହି ଦିନ ଟ୍ରମ୍ପ ବି କରିବେ ସମ୍ବୋଧିତ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024