ଖବର ଆଜିର ତାରିଖ:୦୮/୦୮/୨୫, ଶୁକ୍ରବାର



୧-ଭୁବନେଶ୍ୱର: ବ୍ୟାପକ ହେବ 'ଆସ ସ୍କୁଲ ଯିବା' ଅଭିଯାନ, ଆସନ୍ତା ୧୬ ତାରିଖରେ ଏକ ସ୍ବତନ୍ତ୍ର ଅଭିଭାବକ -ଶିକ୍ଷକ ବୈଠକ ଅନୁଷ୍ଠିତ ହେବ ସାରା ରାଜ୍ୟରେ।

୨-ଭୁବନେଶ୍ୱର:+୨ ଦୁଇ ସ୍ପଟ୍ ନାମଲେଖା ମେଧା ତାଲିକା ପ୍ରକାଶ,୨୫,୪୩୪ ଜଣ ମନୋନୀତ।

୩-କଟକ: ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ,୧୦ ଗାଡ଼ି ଜବତ୍,୧୯୫ ଗାଡ଼ିକୁ ଜୋରିମାନା।

୪-କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ସ୍ଥାନାନ୍ତର ହେବ ନାହିଁ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ।

୫-ରାଜଧାନୀ ଭୁବନେଶ୍ଵରରେ ଟ୍ରାଫିକ ଅଣାୟତ,ସବୁଠି ଭିଡ଼, ସହରବାସୀ ହନ୍ତସନ୍ତ।

୬-ଭୁବନେଶ୍ୱର:ଖୁଵଶୀଘ୍ର ପୂରଣ ହେବ ୨୨ହଜାର ୮୯୬ ଗ୍ରୁପ ସି ପଦବୀ, ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ।

୭-ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି।

୮-ଏଫ ଏମ ଛାତ୍ରୀ ଘଟଣା : କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ।

୯-ଖୋର୍ଦ୍ଧା:ଓସ୍ତପୁର ଏବଂ କୋଟପଲ୍ଲା ଗାଁ -ଗାଁରେ ସୀମା ବିବାଦ: ଦୋକାନ ଭଙ୍ଗାରୁଜା, ଧାରା ୧୬୩ ଲାଗୁ, ସ୍କୁଲ ବନ୍ଦ।

୧୦-ଝାରସୁଗୁଡ଼ା:ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲା, ରାଜ୍ୟ ବାହାରର ୪ ଅଭିଯୁକ୍ତ ଗିରଫ।

୧୧-ରାଜଧାନୀର ସାମପୁରେ ଡେଲିଭରି ବୟର ଉନ୍ମତ କାଣ୍ଡ; ବିଳମ୍ବ କଥା କହିବାରୁ ମହିଳାଙ୍କୁ ହାଣିଦେଲା ଅଭିଯୁକ୍ତ।

୧୨-ସୁନ୍ଦରଗଡ଼ ଜଙ୍ଗଲରେ ବୁଲୁଛି ବାଘ, ସତର୍କ କଲା ବନ ବିଭାଗ- କେହି ଜଙ୍ଗଲକୁ ଯାଆନ୍ତୁ ନାହିଁ।

୧୩-ଢେଙ୍କାନାଳ:ଭୁବନ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସାହିତ୍ୟ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।

୧୪-ପାରାଦୀପ,କୋଠିଆ ସାହି:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବା ଚାପାରେ ଚାଲିଗଲା ବାପା-ଝିଅଙ୍କ ଜୀବନ।

୧୫-ଆଉ ଆମେରିକା ଯିବନି ଓଡ଼ିଶା ଚିଙ୍ଗୁଡ଼ି, ଟ୍ରମ୍ପଙ୍କ ୫୦% ଟାରିଫ ପରେ ବନ୍ଦ ହେବାକୁ ଯାଉଛି ଚିଙ୍ଗୁଡ଼ି ରପ୍ତାନୀ।

୧୬-ନୁଆ ଦିଲ୍ଲୀ:ସୁପ୍ରିମକୋର୍ଟରେ ହତାଶ ହେଲେ ଜଷ୍ଟିସ ବର୍ମା, ତାଙ୍କ ଆବେଦନ ଖାରଜ।

୧୭-ଉଧମପୁର: ବସନ୍ତଗଡ଼-କାଣ୍ଡଭା ରାସ୍ତାରେ ଘାଇକୁ ଏକ ଯବାନଙ୍କ ଗାଡି ଖସି ପଡିଥିବା ବେଳେ ୩ CRPF ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି।

୧୮-ଟ୍ରମ୍ପଙ୍କୁ ଘେରିବାକୁ ପ୍ରସ୍ତୁତି; ଟାରିଫ୍ ଧମକ ଭିତରେ ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍‌, ଆମେରିକା ବିରୁଦ୍ଧରେ ହେବ ବଡ଼ ରଣନୀତି।

୧୯-କାନାଡାରେ କପିଲ ଶର୍ମାଙ୍କ କାଫେରେ ପୁଣି ଥରେ ଗୁଳିକାଣ୍ଡ, ଗ୍ୟାଙ୍ଗ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ଧମକ।

୨୦-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କଲେ ବ୍ରାଜିଲ୍ ରାଷ୍ଟ୍ରପତି, ଟ୍ରମ୍ପଙ୍କ ଟାରିଫ୍ ଧମକ ଭିତରେ କଥା ହେଲେ ବ୍ରିକ୍ସର ଦୁଇ ରାଷ୍ଟ୍ର ନେତା।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)