ଖବର ଆଜିର ତାରିଖ:୩୦/୦୮/୨୫, ଶନିବାର



୧-କଟକ:ଜାତୀୟ କ୍ରୀଡ଼ା ଦିବସ, ବିଜୁପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ, ଭାରତକୁ ବିଶ୍ୱ କ୍ରୀଡ଼ାର ବତିଘର କରିବାକୁ ରାଜ୍ୟପାଳଙ୍କ ଆହ୍ବାନ।ଅନିମେଷ,ରାଖାଲ, ସାତ୍ତ୍ୱିକ,ବିଜୟ, ସୁଷମା ଓ ବିମଳ ପୁରସ୍କୃତ।

୨-ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ସେପ୍ଟେମ୍ବର ୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

୩-ଭୁବନେଶ୍ୱର:ପାର୍ବଣ ଋତୁରେ ଦେଶରେ ଚାଲିବ ୧୫୦ ପୂଜା ସ୍ବତନ୍ତ୍ର ଟ୍ରେନ୍।

୪-ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର, ଅଗଷ୍ଟ ୩୧ରେ ନୂଆ ଏନଏସି ଓ ମହାନଗର ନିଗମ ଘୋଷଣା ।

୫-କଟକ ରେଳ ଷ୍ଟେସନରେ ଭୁଶୁଡ଼ିବା ଘଟଣାରେ ତଦନ୍ତ ଆରମ୍ଭ; ୨ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍‌, ୭ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ।

୬-କଟକ:ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ।

୭-କେନ୍ଦ୍ରାପଡ଼ା:କୋଚିଳା ଗ୍ରାମରେ ତଳି ରୋଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ବିବାଦର ସମାଧାନ ପାଇଁ ପୁଲିସର ଉଦ୍ୟମ ଜାରି।

୮-ଆଳି:ପାଞ୍ଚ ଦିନ ପରେ ବି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମିନାହିଁ, ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ।

୯-ଦିଗପହଣ୍ଡି:ବାଇକ୍‌କୁ ଚାପିଦେଲା ଟାଟା ଏସିଇ, ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ।

୧୦-ଓକିଲାତି ଲାଇସେନ୍ସ ଥିଲେ ଅନ୍ୟ ବୃତ୍ତି ମନା,ଅନ୍ୟ ବୃତ୍ତି ଥିଲେ ରୁଜ୍ଜୁ ହେବ ଫୈ।ଜଦାରୀ ମାମଲା।

୧୧-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ଷ୍ଟିଲ ଏମଡି, ଓଡ଼ିଶାରେ ନୂତନ ଶିଳ୍ପ ପାଇଁ ହେଲା ଆଲୋଚନା।

୧୨-୩ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ହୋଇପାରେ ଆଲୋଚନା।

୧୩-କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବାୟୁସେନା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ,ସମସ୍ତ ପ୍ରକାର ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ଫି ରିହାତି ପ୍ରଦାନ ସହିତ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ ଉଭୟେ।

୧୪-ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ବଦଳିଲା ଠିକଣା, ଜେଲ୍ ରୋଡ୍ ଛକ ପରିବର୍ତ୍ତେ ମେଳଣ ପଡ଼ିଆରେ ହେବ ପୂଜା।

୧୫-ଏଥର ଡ୍ରୋନ ଜଗିବ ପାର୍ବଣ ଭିଡ, ପୂଜା ଉପରେ ନଜର ରଖିବ ସିସିଟିଭି ଓ ଡ୍ରୋନ।

୧୬-ପାଟନା:ବିଦେଶୀ ସନ୍ଦେହରେ ୩ ଲକ୍ଷ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ନାଗରିକତା ପ୍ରମାଣ ଦେଇ ନ ପାରିଲେ କଟିବ ଭୋଟର ଲିଷ୍ଟରୁ ନାଁ।

୧୭-ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ: ଧ୍ରୁବ-ତନିଷା, ଚିରାଗ-ସାତ୍ତ୍ବିକ କ୍ବାର୍ଟରଫାଇନାଲରେ, ବିଶ୍ବର ୨ନଂ ଖେଳାଳିଙ୍କୁ ହରାଇ କ୍ବାର୍ଟରରେ ସିନ୍ଧୁ।

୧୮-ହକି ଏସିଆ କପ୍ ଭାରତର ବିଜୟ ଅଭିଯାନ: ହରମନପ୍ରୀତଙ୍କ ହ୍ୟାଟ୍ରିକ୍, ପ୍ରଥମ ମୁକାବିଲାରେ ଚୀନ ଚିତପଟାଙ୍ଗ।

୧୯-ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ।

୨୦-ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ; ବିହାର ସରକାରଙ୍କ ବଡ ଘୋଷଣା।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)