ଖବର ଆଜିର ତାରିଖ:୧୭/୦୮/୨୫, ରବିବାର
୧-ଭୁବନେଶ୍ଵର:ଦୁର୍ଘଟଣା ହ୍ରାସ ଲାଗି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲାରେ ମୁତୟନ ହେବେ ୫୦୦ ଟ୍ରାଫିକ ଓ୍ବାର୍ଡେନ।
୨-ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶିତ, ପାସ୍ ହାର ରହିଛି ୫୬.୨୩ ପ୍ରତିଶତ।
୩-ସମ୍ବଲପୁର:ଆସନ୍ତା ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ।
୪-ଭୁବନେଶ୍ୱର-ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , ସେପ୍ଟେମ୍ବର ୧ରୁ ଆମ ବିମାନ ସେବା ଯୋଜନା।
୫-ଭୁବନେଶ୍ୱର:୧୨ଟି ନୂତନ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି ,୭ଟି ଜିଲ୍ଲାର ୧୨ଟି ଅଞ୍ଚଳକୁ ଏନଏସି କରିବାକୁ ସରକାରଙ୍କର ନିଷ୍ପତ୍ତି।
୬-ଆୟୁଷ୍ମାନ୍ ବଢ଼ାଉଛି ସମସ୍ୟା ; ଆସ୍ୟୁରାନ୍ସ ଓ ଇନ୍ସ୍ୟୁରାନ୍ସ ଭିତରେ ଛନ୍ଦି ହୋଇପଡିଛନ୍ତି ଲୋକେ।
୭-ସମ୍ବଲପୁରରେ ସାର କଳାବଜାର ବୃଦ୍ଧି, ଚାଷୀ ତାତିବାରୁ ଗୋଦାମ ସିଲ କଲା ପ୍ରଶାସନ।
୮-ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର,୧୮ ଓ ୧୯ ତାରିଖରେ କେତେକ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା।
୯-ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବା ବେଳେ ଯୁବକକୁ ମାଡି ବସିଲା ପୁଲିସ,ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ମନ୍ଦିରର କିଛି ଅଂଶ ଉପରକୁ ଚଢିଯାଇଥିଲେ।
୧୦-ଫୁଲବାଣୀ:ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ,ପୂର୍ବତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ନାୟକଙ୍କୁ ୪ ବର୍ଷ ଜେଲ।
୧୧-କଟକ:ବାଜିଲା ପାର୍ବଣର ସାହାନାଇ, ପୂଜା କମିଟି ପକ୍ଷରୁ ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ ପ୍ରକ୍ରିୟା ଆରମ୍ଭ।
୧୨-ଭୁବନେଶ୍ୱର:ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ, ୨୨୭ ଗାଡ଼ିର ଫିଟନେସ ପ୍ରମାଣପତ୍ର ରଦ୍ଦ।
୧୩-ଭୁବନେଶ୍ୱର:ଗାନ୍ଧୀ ମାର୍ଗରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି, ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
୧୪-ରଣପୁର ଗଡ଼:ଅବକାରୀ ଥାନା ହାଜତରେ ଅଭିଯୁକ୍ତଙ୍କୁ ନିର୍ଯାତନା ଅଭିଯୋଗ, କୋର୍ଟରେ ମାମଲା ରୁଜ୍ଜୁ।
୧୫-ଗୁଣପୁର:ବେଆଇନ ଘରୋଇ କ୍ଲିନିକ ଲକ୍ଷ୍ମଣ ଲାବଣ୍ୟ ମାତୃ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରକୁ ସିଲା କଲା ପ୍ରଶାସନ।
୧୬-କୁଲି ବକ୍ସ ଅଫିସ୍: ୨ ଦିନରେ ୨୦୦ କୋଟି! ରଜନୀକାନ୍ତଙ୍କ ୫୦ ବର୍ଷର କ୍ୟାରିଅରରେ ଏହା କେବେ ଘଟିନଥିଲା।
୧୭-ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ୫ ବର୍ଷରେ ଏକ କୋଟି ଯୁବଗୋଷ୍ଠୀଙ୍କୁ ମିଳିବ ଚାକିରି।
୧୮-ନୂଆ ଦିଲ୍ଲୀ:BCCI ଲାଗୁ କଲା ଆହତ ବଦଳ, ଗୁରୁତର ଆହତ ଖେଳାଳିଙ୍କ ବଦଳ ଖେଳିବେ ମ୍ୟାଚ୍।
୧୯-ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩୪୪କୁ ବୃଦ୍ଧି, ଉଦ୍ଧାରକାର୍ଯ୍ୟରେ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଯୋଗୁ ୫ ମୃତ।
୨୦-ଦୋମୁହାଁ ଆମେରିକା, ଭାରତ ଉପରେ ଟାରିଫ୍ ଲଗାଇ ରୁଷ ସହ ବଢାଉଛି ବାଣିଜ୍ୟ; ପୁଟିନ୍ ଖୋଲିଲେ ଟ୍ରମ୍ପଙ୍କ ମୁଖା।
Comments
Post a Comment