ଖବର ଆଜିର ତାରିଖ:୨୮/୦୮/୨୫, ଗୁରୁବାର



୧-ସମ୍ବଲପୁର:ଆଜି ନୂଆଁଖାଇ, ପଶ୍ଚିମ ଓଡ଼ିଶା ଉତ୍ସବମୁଖର।ପୁରା ପରିବାର ହେବେ ଏକାଠି ଆଜି।

୨-କମିବ ସରକାର ଓ ଜନତାଙ୍କ ମଧ୍ୟରେ ଦୂରତା, ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ।ଟୋଲ୍ ଫ୍ରି ନମ୍ବର ୧୪୪୭୧ରେ କଲ୍ କରି ତୁରନ୍ତ ଅଭିଯୋଗ କରିପାରିବେ।

୩-ଅହମଦାବାଦ:ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ବିଦୁସ୍ମିତା।

୪-ଗଣପତିଙ୍କ ଆଗମନରେ ଉତ୍ସବମୁଖର ସାରା ଦେଶ, ମୁମ୍ବାଇର ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସହ ବଲିଉଡ କଳାକାର, ରାଜନେତା ଓ କ୍ରିକେଟର।

୫-ଗଣେଶ ପୂଜା ପୁଷ୍ପାଞ୍ଜଳି ବେଳେ ତେଲକୋଇରେ ଟଳି ପଡିଲେ ଶିକ୍ଷକ, ନିଳଗିରିରେ ପୂଜା ସାରି ନାଚୁଥିବା ବେଳେ ଛାତ୍ର ମୃତ।

୬-ଆସନ୍ତା ୩୦ରୁ ଭିତରକନିକାରେ ହେବ ପକ୍ଷୀ ଗଣନା, ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ।

୭-ଭୁବନେଶ୍ୱର:ରାଜଧାନୀରେ ୩୦୦ କିଲର ରାସ୍ତା, ଅଧିକାଂଶ ମୁଖ୍ୟ ରାସ୍ତାରେ ନିର୍ଘାତ ଘାଇ।

୮-ଘରୁ ମିଳିଲା ଦେଢ଼ ଲକ୍ଷ ଟଙ୍କା,୨ ଶହ ଗ୍ରାମ ସୁନା, ଜେଲ୍ ଗଲେ GST ଆସିଷ୍ଟାଣ୍ଟ କମିସନର ସବିତା ବାରିକ୍।

୯-ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ନୋଳିଆ ନୂଆଗାଁ ସ୍ଥିତ ଉନ୍ନତ ଉଚ୍ଚ ବିଦ୍ୟାଳୟ:ନୂଆ ପୋଷାକ ପିନ୍ଧି ହାତରେ ଭୋଗ ଧରି ଆସିଥିଲେ ସ୍କୁଲ, ବିବାଦରୁ ହୋଇପାରିଲାନି ଗଣେଶ ପୂଜା, ଫେରିଲେ ଛାତ୍ରଛାତ୍ରୀ।

୧୦-ଘଟଗାଁ ମା ତାରିଣୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟୟ ହେବ ୨୧୫ କୋଟି ଟଙ୍କା।

୧୧-ସିଏମ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ କେଭିଙ୍କ ଚେତାବନୀ, ଓଡ଼ିଶା ମଣ୍ଡିରେ ଛତିଶଗଡ଼ ଧାନ ବିକିଲେ ଜେଲ ଦଣ୍ଡ।

୧୨-ପୁଣି ଶ୍ରୀମନ୍ଦିର ଭିତରେ ପଶିଲା ହିଡେନ୍ କ୍ୟାମେରା, ସୁଟିଂ କରୁଥିବା ସମୟରେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଲେ ଯୁବକ।

୧୩-ନବରଙ୍ଗପୁର:ମୂର୍ତ୍ତି କାରିଗରଙ୍କ ଠାରୁ ଦୁର୍ବୁତ୍ତ ଲୁଟିନେଲେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଉମରକୋଟ ଥାନରେ ହୋଇଛି ଅଭିଯୋଗ।

୧୪-ଭୁବନେଶ୍ୱର: ଆକ୍ସନ ମୋଡରେ ମହିଳା ଆୟୋଗ,୧୫ ଦିନରେ ହେଲାଣି ୧୦୦ ମାମଲାର ସମାଧାନ।

୧୫-କଟକ ରେଲୱେ ଷ୍ଟେସନ ପ୍ଲାଟଫର୍ମ ୧ରେ ଖସିପଡ଼ିଲା ଛାତ; ଟ୍ରେନ ଚଳାଚଳ ବାଧାପ୍ରାପ୍ତ।

୧୬-ଉପରାଷ୍ଟ୍ରପତି ନିର୍ବାଚନ: ବିଗୁଡୁଛି ବିଜେପିର ଖେଳ, ବି.ସୁଦର୍ଶନ ରେଡ୍ଡୀଙ୍କ ପ୍ରତି ବଢୁଛି ସମର୍ଥନ।

୧୭-ବସ୍ତରରେ ବନ୍ୟାର ତାଣ୍ଡବ: ପୋଲ ପାର୍ ହେଉଥିବା ବେଳେ କାର ସହ ଭାସିଗଲେ ତାମିଲନାଡୁର ଏକ ପରିବାର; ୪ ଜଣ ମୃତ।

୧୮-ଜମ୍ମୁର ବୈଷ୍ଣୋଦେବୀ ଭୂସ୍ଖଳନରେ ୩୬ ମୃତ, ବନ୍ୟାରେ ଭୟଙ୍କର ସ୍ଥିତି, ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ।

୧୯-ଚେନ୍ନାଇ:IPLରୁ ଅବସର ନେଲେ ଅଶ୍ବନୀ,୧୬ ବର୍ଷର କ୍ୟାରିୟର, ନେଇଛନ୍ତି ୧୮୭ଟି ଓ୍ବିକେଟ୍।

୨୦-ଇତିହାସ ରଚିଲା ସ୍ପେସଏକ୍ସର ଷ୍ଟାରସିପ; ଦଶମ ପରୀକ୍ଷଣ ଉଡ଼ାଣ ସଫଳ, ଟେକ୍ସାସରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମେଗା ରକେଟ୍ କଲା ଉତକ୍ଷେପଣ।

୨୧-ଆମେରିକାର କ୍ୟାଥୋଲିକ୍ ସ୍କୁଲରେ ଗୁଳି ମାଡ଼, ସୁଟର୍ ସମେତ ୩ ମୃତ, ୨୦ରୁ ଅଧିକ ଆହତ।

୨୨-ଟ୍ରମ୍ପଙ୍କ ଟାରିଫକୁ ଭାରତର ଜବାବ, କପଡ଼ା ରପ୍ତାନି ପାଇଁ ୪୦ ଦେଶରେ ଚାଲିବ ଖାସ୍ କାର୍ଯ୍ୟକ୍ରମ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024