ଖବର ଆଜିର ତାରିଖ:୧୬/୦୮/୨୫, ଶନିବାର



୧-ଆକ୍ସନ ମୋଡ଼ରେ STF; 'ନିଶା' ରୋକିବାକୁ ବଡ଼ ରେଡ୍।ବିଭିନ୍ନ ଖଟି, ଦୋକାନ, ବସ୍ତିରେ ମୁତୟନ ହୋଇଛନ୍ତି ସାଦା ପୋଷାକଧାରୀ ପୁଲିସ।

୨-ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ, ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ।

୩-ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ।

୪-ଖୁବ୍ ଶୀଘ୍ର ଓଡ଼ିଶା ହେବ ଫାର୍ମା ହବ୍ , ଅଢେଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ।୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇବାକୁ ସରକାରଙ୍କର ନିଷ୍ପତ୍ତି।

୫-ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା,୧୫ଜଣ ସାକ୍ଷୀଙ୍କ ବୟାନ୍ ଅନୁସାରେ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ।

୬-ରାଉରକେଲା ହନୁମାନ ବାଟିକା ସାମନାରେ ଭୟଙ୍କର ସିରିଜ୍ ଦୁର୍ଘଟଣା।ଲୋକଙ୍କ ଉପରେ ମାଡ଼ିଗଲା ହାଇୱା ,ସ୍କୁଟିରେ ଯାଉଥିବା ଯୁବକ-ଯୁବତୀଙ୍କୁ ୫୦ ମିଟର ଯାଏ ଘୋଷାଡ଼ି ନେଲା।

୭-ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀକୁ ନେଇ ସାରା ଦେଶରେ ଉତ୍ସାହ : ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ।

୮-ଭୁବନେଶ୍ୱର:ମେଗା ପାଇପ୍‌ ଜଳଯୋଗାଣରେ ଅବହେଳା ପାଇଁ ଜବାବ ତଲବ । ୩ଜଣ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି ଆରଡବ୍ଲୁଏସସ ବିଭାଗୀୟ ଅଧିକାରୀ ।

୯-ଅସ୍ତରଙ୍ଗ ଥାନା ଆଇଆଇସି ରାଜେଶ ବଳିଆରସିଂଙ୍କୁ ସସପେଣ୍ଡ, ବିରୋଧରେ ଥିଲା ଦୁର୍ନୀତି ଅଭିଯୋଗ।

୧୦-ସମ୍ବଲପୁର:ଭିସୁଟର ଦୁଇ ଅଧ୍ୟାପକ ନିଲମ୍ବିତ, ନାଁରେ ଥିଲା ଅସଦାଚରଣ ଓ ନିର୍ଯାତନା ଅଭିଯୋଗ।

୧୧-ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର : ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ନିଖୋଜ।

୧୨-ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ଗଠନ ହେବ ଆଉ ୨୧ଟି ନୂଆ ଏନଏସି।

୧୩-ଓଡ଼ିଶା ପାଇଁ ୩୫ ଜଣିଆ ତାଲିକା ଘୋଷଣା କଲା ଏଆଇସିସି । ସଂଗଠନ ସୃଜନ ଅଭିଯାନ ଜରିଆରେ ବଛାଯିବ ଜିଲ୍ଲା ସଭାପତି

୧୪-ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଦେଉଥିବା ‘ସ୍ତ୍ରୀ ଶକ୍ତି’ ଯୋଜନା ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ।

୧୫-ସ୍ୱାସ୍ଥ୍ୟ ବୀମା, ଦୈନନ୍ଦିନ ସାମଗ୍ରୀ ହେବ ଶସ୍ତା,୧୨% ଓ ୧୮% ଜିଏସଟି ସ୍ଲାବ୍ ହଟାଇବା ପାଇଁ ସରକାରଙ୍କ ସୁପାରିଶ।

୧୬-ହରିୟାଣା, ବୁଆନା ଲାଖୁ ଗାଁର ପଞ୍ଚାୟତ:ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ପ୍ରଥମ ଥର ପାଇଁ ଇଭିଏମ ଖୋଲି ଗଣତି ହେଲା ଭୋଟ, ଜିତିଲେ ପରାଜିତ ପ୍ରାର୍ଥୀ।

୧୭-ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଦମାନ ଜିଲ୍ଲାରେ ଟ୍ରକକୁ ଧକ୍କା ଦେଲା ବାସ୍.୧୦ ମୃତ ୩୫ ଆହତ, ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଂକା।

୧୮-ଲାଲକିଲାରୁ ପାକିସ୍ତାନକୁ ଚେତାଇଲେ ପ୍ରଧାନମନ୍ତ୍ରୀ- ସିନ୍ଧୁ ଚୁକ୍ତି ଭାରତକୁ ମଞ୍ଜୁର ନାହିଁ‌।

୧୯-ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶରେ ଲାଗୁ ହେଲା ବିକଶିତ ଭାରତ ରୋଜଗାର ଯୋଜନା।

୨୦-ନୂଆଦିଲ୍ଲୀ:ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବାକୁ ଯାଉଛି ଭାରତ- ପ୍ରଧାନମନ୍ତ୍ରୀ ମୋଦୀ

୨୧-ଜମ୍ମୁ କାଶ୍ମୀର:କିସ୍ତୱାଡ଼ରେ ବାଦଲଫଟା ବର୍ଷା,୩୮ ଜଣଙ୍କ ଅବସ୍ଥା ଗୁରୁତର; ୨୦୦ ଲୋକ ଏବେ ବି ନିଖୋଜ।

୨୨-ଆୟର୍ଲାଣ୍ଡରେ ବଢୁଛି ଭାରତୀୟଙ୍କ ଉପରେ ଆକ୍ରମଣ, ୨୬ ବର୍ଷ ଧରି ରହୁଥିବା ମହିଳାଙ୍କୁ ଆକ୍ରମଣ କରି ଲୁଟିଲେ ଦୃର୍ବୁତ୍ତ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024