ଖବର ଆଜିର ତାରିଖ:୨୬/୦୮/୨୫, ମଙ୍ଗଳବାର
୧-ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା, ବିପଦ ସଂକେତ ଉପରେ ବୈତରଣୀ, ସୁବର୍ଣ୍ଣରେଖା; ବଢୁଛି ବ୍ରାହ୍ମଣୀ ଓ ବଂଶଧାରା।
୨-ଭୁବନେଶ୍ୱର: ଅକ୍ଟୋବର ୧୨ରେ ହେବ ଓସିଏସ ୨୦୨୪, ପ୍ରିଲିମିନାରୀ ପରୀକ୍ଷା,୨୦୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
୩-ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ମଞ୍ଜୁରୀ : ଇଲେକ୍ଟୋନୋକିକ୍ସ ଓ ଆଇଟି ବିଭାଗର ୨ଟି ପ୍ରସ୍ତାବ ପାରିତ।
୪-କଟକ ଦୁର୍ଗା ପୂଜା ପାଇଁ ଆସିଲା ନିର୍ଦ୍ଦେଶନାମା; ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ।
୫-ଭୁବନେଶ୍ୱର:୩୪୦ ମଣ୍ଡପରେ ହେବ ଗଣେଶ ପୂଜା, ସୁରକ୍ଷା କଡାକଡି,ଜଗିବେ ୫୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ।
୬-କଟକ : ଭିଜିଲାନ୍ସ ଜାଲରେ ଏସଆଇ । ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବରଗଡ଼ ବିଜେପୁର ଏସଆଇ ଜଗା ବରିହା ।
୭-ଭୁବନେଶ୍ୱର:+୨ ପରୀକ୍ଷା ପାଇଁ ପରିଷଦର ପ୍ରସ୍ତୁତି, ଶିକ୍ଷାନୁଷ୍ଠାନକୁ ମଗାଗଲା ଅଧ୍ୟାପକଙ୍କ ତଥ୍ୟ।
୮-ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପାଇଁ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ମାଲକାନଗିରିର ଶିକ୍ଷକ ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାର ତରୁଣ କୁମାର ଦାଶ।
୯-ଯାତ୍ରୀଙ୍କ ପାଇଁ ଖୁସି ଖବର : ପାଟନା ଏବଂ ପୁରୀକୁ ଚାଲିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍।
୧୦-ନବୀନ ନିବାସରେ ରାଜ୍ୟପାଳ; ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଓ ଫଳ ଉପହାର ଦେଲେ।
୧୧-ଭୁବନେଶ୍ୱର:ଧାରଣାରୁ ହଟୁନାହାନ୍ତି ରାଜସ୍ବ କର୍ମଚାରୀ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ବିଭାଗ।
୧୨-ଓଡ଼ିଶାରେ ଖୁବ୍ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ସେବା ଆରମ୍ଭ ହେବ : ବାଣିଜ୍ୟ ଓ ପରିବହନ ସଚିବ।
୧୩-ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି, କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ।
୧୪-ବଲାଙ୍ଗୀର:ଚାଉଳ ବୋଝେଇ ଗାଡ଼ିରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଫେରାର ମାରିଲା ଡ୍ରାଇଭର।
୧୫-ସାଲେପୁରକୁ ଏନଏସି ଦାବିରେ ଯୁବ କଂଗ୍ରେସ କମିଟି ପକ୍ଷରୁ ଶୋଭାଯାତ୍ରା ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
୧୬-ବଲାଙ୍ଗୀରରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ କଲା ଦାବି।
୧୭-ସାରାରାଜ୍ୟରେ ୧୦୮ ଆମ୍ବୁଲାନ୍ସର ଅବ୍ୟବସ୍ଥା; ଗଡୁଛି କମ୍ ଅଟକୁଛି ବେଶୀ।
୧୮-ଏଣିକି ରାଜ୍ୟରେ କେହି ରହିବେନି ଭୂମିହୀନ; ବଡ଼ ଘୋଷଣା କଲେ ରାଜ୍ୟସ୍ୱ ମନ୍ତ୍ରୀ, କହିଲେ, ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର
୧୯-BCCI ସହ ୩୫୮ କୋଟି ଟଙ୍କାର ଚୁକ୍ତି ବାତିଲ କଲା ଡ୍ରିମ୍ ୧୧, ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ଖୋଜା ଆରମ୍ଭ।
୨୦-ଗାଜା ଉପରେ ଇସ୍ରାଏଲର ଆକ୍ରମଣ,୫ ସାମ୍ବାଦିକଙ୍କ ସହ ୨୦ ମୃତ।
Comments
Post a Comment