ଖବର ଆଜିର ତାରିଖ:୨୨/୦୮/୨୫, ଶୁକ୍ରବାର



୧-ଆସନ୍ତା ୩ ବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, BSE ଓ CHSE ବୋର୍ଡ ମିଶିଯିବ।ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ମିଳିବ।

୨-ଭୁବନେଶ୍ୱର:ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ୨୫ ଯାଏଁ ଚାଲିବ।

୩-ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତିରେ ବିଳମ୍ବ,୩୧ ରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ପରୀକ୍ଷା ସ୍ଥଗିତ, ଖୁବ ଶୀଘ୍ର ପରୀକ୍ଷା ନେଇ ଘୋଷଣା ହେବ।

୪-ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସରେ ଘୋଷଣା ହେବ ରାଜ୍ୟର ଆଉ ୯ NACର ନାଁ।

୫-୨୫ରେ ବଙ୍ଗୋପସାଗରରେ ଲଘୁଚାପ,୨୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା।

୬-ଭୁବନେଶ୍ୱର:OAS ଅଧିକାରୀ ଲଲାଟେନ୍ଦୁ ସାହୁ ହେଲେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ।

୭-ଭୁବନେଶ୍ୱର:କୃଷି ଅଧିକାରୀମାନଙ୍କୁ ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି, ଖିଲାପକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ।

୮-ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ଼, ଶୀଘ୍ର କର୍ମକ୍ଷେତ୍ରକୁ ଫେରିବେ ନବୀନ,ପାଣ୍ଡିଆନ ଦମ୍ପତି ସେବା କରୁଛନ୍ତି।

୯-ସଡ଼କ ସୁରକ୍ଷା ସଚେତନତାରେ ସହଭାଗୀ ହେବେ ଦୁର୍ଗା ପୂଜା କମିଟି, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ।

୧୦-ଆଇପିଏସ ସ୍ତରରେ ଅଦଳବଦଳ, ପ୍ରତୀକ ସିଂ ପୁରୀ ଏସପି ଭାବେ ନିଯୁକ୍ତ।ସନ୍ତୋଷ ବାଲା ହେଲେ ନିର୍ଦ୍ଦେଶକ, ଏସଏଫଏସଏଲ । 

୧୧-ବ୍ୟାସନଗର: ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ପଥରରେ ଛେଚି ହତ୍ୟା, ସ୍ବାମୀ ଗିରଫ।

୧୨-ଗୁରୁବାର ରାତି ୯.୨୦ ସମୟରେ କଟକ ଗୋପାଳପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ।

୧୩-କଟକ:ପୂଜାରେ ବଡ଼ ତୋରଣ ଉପରେ କଟକଣା ଲଗାଇଲେ କୋର୍ଟ, ୬୫ ଡେସିବଲ୍ ରୁ ଅଧିକ ସାଉଣ୍ଡ ମନା।

୧୪-ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ୨୦୨୫, ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର, ରହିଛି। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୫,୧୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। 

୧୫-ନୂଆ ଦିଲ୍ଲୀ:ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ, ପ୍ରସ୍ତାବକ ରହିଲେ କଂଗ୍ରେସ ସାଂସଦ।

୧୬-ଏସିଆ କପ୍‌ : ପାକ୍‌ ସହ ଖେଳିବାକୁ ଟିମ୍‌ ଇଣ୍ତିଆକୁ ଗ୍ରୀନ ସିଗନାଲ; ଦ୍ୱିପାକ୍ଷିକ ସିରିଜକୁ ନା।

୧୭-ସଂସଦର ମୈ।ସୁମୀ ଅଧିବେଶନ ଶେଷ, ଲୋକସଭା ୩୭ ଘଣ୍ଟା, ରାଜ୍ୟ ସଭା ୪୧ ଘଣ୍ଟା ହେଲା କାର୍ଯ୍ୟକ୍ଷମ।

୧୮-ମିଥ୍ୟା ବିଜ୍ଞାପନ ପାଇଁ ରାପିଡୋ ଉପରେ ୧୦ଲକ୍ଷ ଜୋରିମାନା ଲଗାଇଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ।

୧୯-ଟ୍ରମ୍ପ ପ୍ରଶାସନଙ୍କୁ ନିକି ହେଲିଙ୍କ ଚେତାବନୀ, ଚୀନ୍‌କୁ ଲଗାମ ଲଗାଇବାକୁ ହେଲେ ଭାରତ ସହ ସଂପର୍କ ସୁଧାର

୨୦-ୟୁକ୍ରେନକୁ ବଡ ଝଟକା ଦେଲା ରୁଷ: ଜେଲେନ୍ସକିଙ୍କ ସହ ଆଲୋଚନା ସମ୍ଭାବନା କମ୍‍।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)