ଖବର ଆଜିର ତାରିଖ:୨୧/୦୮/୨୫, ଗୁରୁବାର



୧-ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ , ୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ ପଦ ଯିବ,ଲୋକସଭାରେ ଏହି ସମ୍ବିଧାନ ସଂଶୋଧନ ବିଲ୍ ଆଗତ ।

୨-ଭୁବନେଶ୍ୱର: ବିଦ୍ୟାଳୟ ପରିଚାଳନା ସମିତି ଦ୍ଵାରା ଶିଶୁ ସେବିକା ହେବେ ନିଯୁକ୍ତ,ବୟସ ରହିବ ୧୮ରୁ ୪୫ ବର୍ଷ।

୩-ପୁରୀ: ଶୃଙ୍ଖଳିତ ଦର୍ଶନ ପାଇଁ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଧାଡ଼ି ଦର୍ଶନ।

୪-Sept 21: ତାରିଖ ଗୋଟିଏ, ହେଲେ ପରୀକ୍ଷା ଅନେକ,ଏଏସଓ ଓ ସିଜିଏଲ୍ ପରୀକ୍ଷା, ପୋଲିସ ପରୀକ୍ଷା...ଅନିଶ୍ଚିତତା ଭିତରେ ଲକ୍ଷ ଲକ୍ଷ ଚାକିରି ଆଶାୟୀ।

୫-ଜଗତସିଂହପୁର: ନାବାଳିକାଙ୍କୁ ବିବାହ ଓ ନିର୍ଯାତନା ଘଟଣା, ଜେଲ୍ ଗଲେ SI ଅମିତ।

୬-ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଭବନରେ ଓଡ଼ିଆ ଐତିହ୍ୟର ଝଲକ ରହିବ।

୭-ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ପ୍ରତି ପଂଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର।

୮-ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ, ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ ଗୀତ ଲେଖି ପ୍ରସିଦ୍ଧି ଲାଭ କରିଥିଲେ।

୯-ପ୍ରବଳ ବର୍ଷା ପାଇଁ ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି,୨୪ ତାରିଖ ପରେ କମିବ ବର୍ଷା ପରିମାଣ।

୧୦-ବିଦ୍ୟାଳୟ ପରିଦର୍ଶନ ବେଳେ ନଜରକୁ ଆସିଲା ବିଶୃଙ୍ଖଳା; ୫ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ କାରଣଦର୍ଶାଓ ନୋଟିସ୍ ପଠାଇଲେ କେନ୍ଦ୍ରାପଡ଼ା ବିଇଓ।

୧୧-ହୁମ୍ମାଠାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୧୨-ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍‌-୨୦୨୫।ବିଲ୍‌ରେ ସବୁ ଅନଲାଇନ୍ ସଟ୍ଟାବାଜୀ ଏବଂ ଜୁଆ ଆଧାରିତ କାର୍ଯ୍ୟକଳାପକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି।

୧୩-ନବୀନଙ୍କ ସହ କଥାହେଲେ ଓ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

୧୪-ଓଡ଼ିଶାର ଚାନ୍ଦିପୁରରେ ଅଗ୍ନୀ-୫ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ।

୧୫-କିଟ୍‍ ପଲିଟେକ୍‍ନିକ୍‍ର ୩୧ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଡ. ଅଚ୍ୟୁତ ସାମନ୍ତ।

୧୬-ନାବାଳିକା ଝିଅର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ୭ ଯୁବକ ଗିରଫ,କୋର୍ଟ ଚାଲାଣ କଲା ବରଗଡ଼ ଜିଲ୍ଲାର ଭେଡେନ ପୁଲିସ।

୧୭-ଆନ୍ଧ୍ର ପ୍ରଦେଶ:ଭେଙ୍କଟେଶ୍ବର ସ୍ବାମୀଙ୍କୁ ୧୪୦ କୋଟି ଟଙ୍କାର ୧୨୧ କିଲୋ ସୁନା ଦାନ କଲେ ଭକ୍ତ; ବ୍ୟବସାୟରେ ଉନ୍ନତି ଯୋଗୁଁ କଲେ ଅପର୍ଣ।

୧୮-ତେଲ କିଣିବା ନେଇ ଭାରତକୁ ବଡ଼ ଅଫର ଦେଲା ଋଷ, ତେଲ କ୍ରୟ ଉପରେ ୫ପ୍ରତିଶତ ରିହାତି : ଆଉ କାମ ଦେବନି ଟ୍ରମ୍ପଙ୍କ ଧମକ।

୧୯-ପଶ୍ଚିମ ଆଫଗାନିସ୍ତାନ:ପ୍ରବାସୀଙ୍କୁ ଧରି ଫେରୁଥିବା ବେଳେ ରାଜପଥରେ ଜଳିଗଲା ଯାତ୍ରୀବାହୀ ବସ୍‌; ୧୯ ଶିଶୁଙ୍କ ସମେତ ୭୯ ଜଣ ଦୁର୍ଘଟଣାରେ ମୃତ।

୨୦-ତେଲ ଆଭିଭ୍:ଇସ୍ରାଏଲର ଗାଜା ବିଜୟ ଅଭିଯାନ,୬୦ ହଜାର ସଂରକ୍ଷିତ ସୈନ୍ୟଙ୍କୁ ହେଲା ଡକରା।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024