Posts

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

୧-ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ବ୍ୟାଗ୍। ୨-୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ,୨ ତାରିଖ ବେଳକୁ ଲଘୁଚାପ ହେବା ସମ୍ଭାବନା। ୩-ବିଜେଡିରେ ଯୋଗଦେଲେ, ଆଉ ସୋସିଆଲ୍ ମିଡିଆରେ ଛାଇଗଲେ... ସୁଜାତା ରାଉତ।ଭଳିକି ଭଳି ଥମ୍ୱ, ହେଡିଂ ଆଉ ସ୍ଲୋଗାନର ବିଭିନ୍ନ ରକମର ଅଭିନନ୍ଦନ ପୋଷ୍ଟ । ୪-ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ପୁରୀରେ  ହେଲା ମକ୍ ଡ୍ରିଲ। ୫-ଝାରସୁଗୁଡ଼ା,ସାଗରପାଲି ସାହୁପଡା ଡୁଙ୍ଗୁରିପଡା:ପର ହେଲା ସିନ୍ଦୂର ! ପୁରୁଷ ବନ୍ଧୁ ସହ ମିଶି ସ୍ଵାମୀକୁ ମାରି ବିଲରେ ଫିଙ୍ଗି ଦେଲା ସ୍ତ୍ରୀ। ୬-ଭୁବନେଶ୍ୱର:ଘୋଷଣା ହେଲା ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଓ ୨୦୨୪।'ପୁଷ୍କରା' ଶ୍ରେଷ୍ଠ ଚଳଚ୍ଚିତ୍ର। ୭-କାକଟପୁର:ଲୁଟେରାଙ୍କ ଟାର୍ଗେଟରେ ଏବେ ସବୁ ମନ୍ଦିର, ୧୮ଟି ମନ୍ଦିର ଓ ମଠରୁ  ହେଲାଣି ଚୋରି। ୮-କଟକ:ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ବନ୍ଧା ହେଲେ ତିନି ଠିକାଦାର, ତିନି ମାମଲା ରୁଜୁ କଲା ଭିଜିଲାନ୍ସ। ୯-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଆନିମେଟେଡ୍ ଫିଲ୍ମ, ତୀବ୍ର ବିରୋଧ କଲେ ଗଜପତି।ଜୁଲାଇ ୧୦ରେ ରିଲିଜକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ କଲେ ଅନୁରୋଧ। ୧୦-ବ୍ରହ୍ମପୁର:ଆଇନଜୀବୀ ପୀତବାସ ହତ୍ୟା ମାମଲା ;୩୯୬ ପୃଷ୍ଠାର ଫାଇନାଲ ...

ଖବର ଆଜିର ତାରିଖ:୨୫/୦୬/୨୬, ଗୁରୁବାର

୧-ଭୁବନେଶ୍ୱର:ପଞ୍ଚମ ଶ୍ରେଣୀ ଇଂରାଜୀ ବହିର ୧୩୩ ପୃଷ୍ଠାରେ ରଜଗୀତ; ସଂଶୋଧନ କରିବାକୁ ଶିକ୍ଷକ ଅମଙ୍ଗ। ଶିକ୍ଷକଙ୍କ ପାଖରେ ପହଞ୍ଚି ନାହିଁ ସଂଶୋଧିତ ପୁସ୍ତିକା। ୨-ଆଜି ବିଜେଡ଼ିରେ ଯୋଗ ଦେଇ ପାରନ୍ତି ସୁଜାତା ପାଣ୍ଡିଆନ,ସବୁ ନିର୍ବାଚନ ମଣ୍ଡଳୀରୁ ଆସିବେ ନେତା, ଶଙ୍ଖ ଭବନ ମଞ୍ଚରୁ ହେବ ବଡ଼ ଘୋଷଣା। ୩-ଭୁବନେଶ୍ୱର:ଶିକ୍ଷାନୁଷ୍ଠାନରେ ଅଗ୍ନି ସୁରକ୍ଷାକୁ ନେଇ OSDMAର ବଡ଼ ନିର୍ଦ୍ଦେଶ, ସାରା ରାଜ୍ୟରେ ହେବ ଫାୟାର ସେଫ୍ଟି ଅଡିଟ୍। ୪-ଭୁବନେଶ୍ୱର:ମୈ।ସୁମୀ ପ୍ରଭାବ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ। ୫-କେନ୍ଦ୍ରାପଡ଼ା:ପୋଲିସକୁ ୭୨ ଘଣ୍ଟା ସମୟ ଦେଲେ ଚାମେଲି, ନ ହେଲେ ତିଖିରୀରୁ ଦିଲ୍ଲୀ ଯାଏଁ ହେବ ଲଢ଼େଇ। ୬-ରଥଯାତ୍ରାରେ ହେବ ଶୃଙ୍ଖଳିତ ପରିବହନ, ପୁରୀକୁ ଗଡ଼ିବ ୪୦୦ ବସ୍। ୭-ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ହଜିବା ମାମଲା, ସିବିଆଇ ତଦନ୍ତ ପାଇଁ ଆବେଦନ।ଆଇନଜୀବୀ ଦେବାଶିଷ ହୋତା ଏହି ଆବେଦନ କରିଛନ୍ତି ।  ୮-ସମ୍ବଲପୁର:ଗିରଫ ହେଲେ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦ୍ମଲୋଚନ ନାୟକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ। ୯-ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନାରେ ବଡ଼ ଦୁର୍ନୀତି, ଯାଜପୁର ସମେତ ୩ ଜିଲ୍ଲାରେ ଭିଜିଲାନ୍ସ ରେଡ୍। ୧୦-IPL ବେଟିଂରେ ହୋଟେଲ୍ ମାଲିକ ଗିରଫ। ବ୍ରହ୍ମପୁରରେ ଚଢ଼ାଉ କରି ଗିରଫ କଲା ପୁରୀ ପୋଲିସ୍। ୧୮ ଲକ୍ଷ ଟଙ୍କାର IPL ବେଟିଂ ଅଭିଯୋଗରେ...

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

୧-ଆସନ୍ତା ୨୮ରେ OTET ସହ OSSSC ପରୀକ୍ଷା,ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ଅନେକ ଆଶାୟୀ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି। ୨-ସକ୍ରିୟ ହେଲା ମୌସୁମୀ, ଜୁନ୍ ମାସରେ ୪୬ ପ୍ରତିଶତ ବର୍ଷା କମ୍,ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିସାରିଛି। ୩-ରାଜ୍ୟସଭା କ୍ରସ୍ ଭୋଟିଂ: ବିଜେଡ଼ିର ଅଯୋଗ୍ୟତା ଆବେଦନ ଖାରଜ।କଂଗ୍ରେସର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଆବେଦନ ବି ଖାରଜ। ୪-ଭୁବନେଶ୍ୱର:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୋଲିସ। ୫-ନୟାଗଡ଼:ଯୌନ ନିର୍ଯାତନା ଅଭିଯୋଗରେ ଥାନା ଅଧିକାରୀ ସୁଜିତ ଦାସ ନିଲମ୍ବିତ। ୬-ଭୁବନେଶ୍ୱର:କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି; ଗୃହ ଜିଲ୍ଲାକୁ ହୋଇ ପାରିବେନି ପୋଷ୍ଟିଂ। ୭-ଉମରକୋଟ:ରସିକିଆ ଡାକ୍ତର ଅବିନାଶ ମହାନ୍ତି ଗିରଫ,ଭିଡିଓ ପ୍ରଘଟ ଧମକ; ମହିଳାଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଠକେଇ ଅଭିଯୋଗ। ୮-ଭୁବନେଶ୍ୱର:ଫ୍ଲାଟ ମାଲିକ ଓ ଭଡ଼ାଟିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ଘର କିଣିବା, ବିକ୍ରି ଓ ଭଡ଼ା ପ୍ରକ୍ରିୟା ହେବ ସହଜ; ଆସିଲା ସରକାରଙ୍କ ନୂଆ ନିୟମ। ୯-ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; “ମୋ ପୁତୁରା ନାଁ ଆସୁଥିଲା, ପୋଲିସ ତାକୁ ଗିରଫ କରିଛି” ୧୦-ଜୁନ୍ ୨୯ରୁ ବନ୍ଦ ହେବ ଶିମିଳିପାଳ; ଖୋଲା ରହିବ ତାଳବନ୍ଧ ଓ ଜାମୁଆଣି ଇକୋଟୁରିଜ...

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୧-ରାଇରଙ୍ଗପୁର:ଜନ୍ମ ମାଟିରେ ମହାମହିମ, ଏମ୍ସ ସ୍ୱାସ୍ଥ୍ୟ ଶିବିରର କଲେ ଉଦଘାଟନ। ୨-ବାରିପଦା:ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ,୪୭,୬୦୦ କୋଟିର ହେବ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ। ୩-ଭୁବନେଶ୍ୱର:ତୁରନ୍ତ ବକେୟା ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ। ୪-ଭୁବନେଶ୍ୱର:ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’; ୧୦୦ ମାର୍କର ପରଫର୍ମାନ୍ସ ଇଣ୍ଡେକ୍ସରେ ହେବ ମୂଲ୍ୟାଙ୍କନ। ୫-୧୧ ଦିନ ହେଲା ତେଲେଙ୍ଗାନାରେ ଅଟକିଛି ମୌସୁମୀ,ଉତ୍ତର ଓ ମଧ୍ୟ ଭାରତର ପଖାପାଖି ୭ ରାଜ୍ୟ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ୬-ଭୁବନେଶ୍ୱର:ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ,୧୦ ହଜାର ୩୭୨ ବଢିଲା +୩ ସିଟ୍ ସଂଖ୍ୟା। ୭-ପୁରୀ:ଶ୍ରୀମନ୍ଦିରରେ ବଢ଼ି ଚାଲିଛି ଦଲାଲଙ୍କ ଠକାମୀ, ଟଙ୍କା ନେଇ କରାଉଛନ୍ତି ଜଗା ଦର୍ଶନ, ୧୧ ଗିରଫ। ୮-ଭୁବନେଶ୍ୱର:କ୍ୟୁଏସ୍‍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗରେ କିଟ୍ ର ଦବଦବା ଜାରି। ୯-ଭଦ୍ରକ,ଭଟପୁର:ଘରୁ ବାହାରିଲେ ନାଗନାଗୁଣୀ ସହ ୨୭ ଛୁଆ, ଚହଳ ପଡିଗଲା ଅଞ୍ଚଳରେ। ୧୦-ବ୍ଲକ୍ ପ୍ରଶାସନ-ଚାମେଲି ଓଝା ବିବାଦ ମାମଲା: ଆଉ ଜଣଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ। ୧୧-ବୈ।ଦ୍ଧ:SIR କାମର ଚାପ ନେଲା ଜୀବନ; ବୌଦ୍ଧରେ BLOଙ୍କ ଆତ୍ମହତ୍ୟା, ପରିବାରର ସଙ୍ଗୀନ ଅଭିଯୋଗ। ୧୨-ଜୟପୁର:ଚଢ଼ାଉ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଅଧିକାରୀ ତାଜୁବ, ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ ଠାବ...

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

୧-ଭୁବନେଶ୍ଵର:ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି। ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ।  ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ମୟୂରଭଞ୍ଜରେ କରିବେ ପ୍ରକଳ୍ପର ବର୍ଷା, ଫୋକସରେ ଜନଜାତି ଅଞ୍ଚଳ। ୩-ଭୁବନେଶ୍ୱର:ପାଣି ନେଉଛି ପ୍ରାଣ; ୬ ବର୍ଷରେ ଗଲାଣି ୯ ହଜାରରୁ ଅଧିକ ଜୀବନ, ମୃତ୍ୟୁ ରୋକିବାକୁ ମାଷ୍ଟରପ୍ଲାନ୍, ପିଲାଙ୍କୁ ଦିଆଯିବ ପହଁରା ତାଲିମ। ୪-ଦୀର୍ଘକାଳୀନ ଅନୁପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୧୨୮ ଜଣ ଡାକ୍ତରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ। ୫-ଖୋର୍ଦ୍ଧା,କଟକ ଓ କେନ୍ଦ୍ରାପଡାରେ ସକାଳୁଆ ସ୍କୁଲ, ପୁରୀରେ ୨୨ ଯାଏଁ ଛୁଟି। ୬-ଭୁବନେଶ୍ୱର:RI,ICDS ପରୀକ୍ଷା ୨୮ରେ ,୨୪ରେ ମିଳିବ ସଂଶୋଧିତ ପ୍ରବେଶ ପତ୍ର। ୭-କେନ୍ଦ୍ରାପଡ଼ା: ଶିକ୍ଷା ବିଭାଗର ୧୯ କିରାଣୀଙ୍କର ହେଲା ଅଦଳବଦଳ। ୮-ହସ୍ପିଟାଲରୁ ଡିସଚାର୍ଜ ହେଲେ ସରପଞ୍ଚ ଚାମେଲି ଓଝା, ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବେ କହିଲେ। ୯-ଚାମେଲି ଓଝା ମାମଲାରେ ପ୍ରଥମ ଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ଷଡ଼ଯନ୍ତ୍ରରେ ଫସିଯାଇଛନ୍ତି। ୧୦-ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲା, IPS ଦୟାଲ ଗଙ୍ଗଓ୍ଵାର ସସପେଣ୍ଡ। ୧୧-ଝାରସୁଗୁଡ଼ା:ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ରେଡ୍, ବିପୁଳ ପର...

ଖବର ଆଜିର ତାରିଖ:୧୪/୦୩/୨୬, ଶନିବାର

୧-ଗରମରୁ ମିଳିବ ଆଶ୍ବସ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା। ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମ୍‌ଡି। ୨-ଭୁବନେଶ୍ୱର: ତୃତୀୟରୁ ୮ମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା।ଏଣିକି ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ରହିବେ। ୩-ନୁଆ ଦିଲ୍ଲୀ:ପେଟ୍ରୋଲିୟମ ମନ୍ତ୍ରାଳୟର ପରାମର୍ଶ, ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ଆମ ଦେଶରେ ପେଟ୍ରୋଲ , ଡିଜେଲର ଅଭାବ ନାହିଁ। ୪-LPG ସଂକଟ:ଜମୁଛି ମାଟି ଚୂଲି ବେପାର, ପୂରୁଣା ଦିନକୁ ଫେରୁଛନ୍ତି ସହରୀ ଲୋକ। ୫-ରନ୍ଧନ ଗ୍ୟାସ ସଂକଟ: ହୋଟେଲରେ ମେନୁ କାଣ୍ଟ ଛାଟ, ଉଠାଦୋକାନୀ ବେପାର ସବୁ ବନ୍ଦ ହେଲାଣି। ୬-ଭୁବନେଶ୍ୱର:ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ; ଖାଲି ପଡ଼ିଛି ୧୮୨୯ ପଦବୀ, ଗୃହରେ ଗଣଶିକ୍ଷା ମନ୍ତ୍ରୀ ରଖିଲେ ଉତ୍ତର। ୭-ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରବୀନ୍ଦ୍ର ଜେନାଙ୍କ ସାମିଲ୍ ପରେ ଥିଲେ ଅସନ୍ତୁଷ୍ଟ। ୮-ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ, ନବୀନ ନିବାସରେ ୩ ଦିନ ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର। ୯-ଭିଜିଲାନ୍ସ ଜାଲରେ ରାଉରକେଲା ବଡ଼ଗାଁ ଥାନା ପୋଲିସ ଏଏସଆଇ, ଲାଞ୍ଚ ନେବାବେଳେ ପଡିଲେ ଧରା। ୧୦-୨୮ରେ ୧୫୮ ବାର ଆସୋସିଏସନର ହେବ ନିର୍ବାଚନ ୩୮ ହଜାରରୁ ଅଧିକ ଭୋଟର ଦେବେ ମତ। ୧୧-ସୋରଡ଼ା:ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସି ପୋଖରୀରେ ପଶିଲା ଗ...

News Headlines from Business News Agencies 12.03.2026

*Business Standard :* 📝 Iran conflict may pressure cash flows of OMCs, GAIL: Fitch Ratings 📝 Moody's warns of margin, cash-flow pressures for Indian fuel retailers 📝 Ashok Leyland breaks ground for EV battery pack facility in Tamil Nadu 📝 IRCTC may temporarily halt cooked meals on trains amid LPG supply crunch 📝 Isuzu Motors India appoints Takeshi Hirano as Deputy Managing Director 📝 KYC hurdles, high costs deter overseas investors at GIFT City funds 📝 Adobe rolls out AI assistant in Photoshop, tools in Firefly Image Editor 📝 China's auto sales sink as phase out of subsidies for trade-ins hits demand 📝 Centre proposes doing away with double testing of blood plasma products 📝 Real estate investments in India rise 29%, among fastest in APAC: Colliers   *Economic Times :* 📝 PM Modi flags off infra projects worth Rs 11,000 cr in Kerala, lays foundation for BPCL petrochem unit 📝 Iran-Israel war: Every 10% rise in oil prices could shave 20–25 bps off India’s GDP growth, s...