ଖବର ଆଜିର ତାରିଖ:୩୧/୦୮/୨୫, ରବିବାର



୧-ଭୁବନେଶ୍ୱର:ନଭେମ୍ବର ୩୦ ଯାଏଁ ବଢ଼ିବ ସ୍କୁଲ ପରିଚାଳନା ସମିତି ଅବଧି।ଓସେପା ପକ୍ଷରୁ ପତ୍ର ମାଧ୍ୟମରେ ଡିଇଓଙ୍କୁ ଅବଗତ କରାଯାଇଛି।

୨-ଭୁବନେଶ୍ୱର:ଅକ୍ଟୋବର ୪ ଏବଂ ୫ ରେ ହେବ ପୋଲିସ ଏସ୍‌ଆଇ ପରୀକ୍ଷା, ଏନେଇ ବିଜ୍ଞପ୍ତି ଜାରି।

୩-କଟକରେ ଆଜିଠାରୁ ଗଣେଶ ଭସାଣି : ଦେବୀଗଡ଼ା ଓ ବାଲିଯାତ୍ରା ପଡ଼ିଆରେ ହୋଇଛି ଅସ୍ଥାୟୀ ପୁଷ୍କରିଣୀ।

୪-ଭୁବନେଶ୍ୱର:ସାର ସଙ୍କଟ, ଚାଷୀ ହନ୍ତସନ୍ତ, ଦୁଇ ଗୁଣା ମୂଲ୍ୟରେ କିଣୁଛନ୍ତି ଚାଷୀ,ଫାଇଦାରେ ଡିଲର।

୫-କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ସାର ଯୋଗାଣରେ ଅବ୍ୟବସ୍ଥା ଉଲ୍ଲେଖ କଲେ।

୬-ବଇଣ୍ଡା: ମହିଳାଙ୍କ ବେକରେ ଚପଲ ପକାଇ ବୁଲାଇବା ଘଟଣା, ଦୁଇ ମହିଳା ଗିରଫ,୫ ଫେରାର।

୭-ଚାଷୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା : ବଢିବ ଚାଷୀ ପଞ୍ଜୀକରଣ ଅବଧି। ଚାଷକୁ ଫେରିଛନ୍ତି ୨.୧୭ ଲକ୍ଷ ନୂଆ ଚାଷୀ।

୮-ଫୋକସରେ ଅନୁସୂଚିତ ଜାତି-ଜନଜାତି ବର୍ଗ; କେମିତି ହେବ ସେମାନଙ୍କ ଆର୍ଥିକ, ସାଂସ୍କୃତିକ ଓ ସାମାଜିକ ବିକାଶ, ଓଡ଼ିଶାରେ ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ।

୯-ଭୁବନେଶ୍ୱର:ସଂସଦରେ ଏକ ସ୍ବତନ୍ତ୍ର ସ୍ଥାନରେ, ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ।

୧୦-ଭୁବନେଶ୍ୱର:ଗୁରୁଦିବସରୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର, ସମ୍ମାନିତ ହେବେ ୬ ପ୍ରତିଭା।

୧୧-ଗଜପତି:ବର୍ଷା ଦିନେ ବଢ଼ୁଛି ବାଉଁଶ ଗଜାର ଚାହିଦା; ତରକାରୀ, ଭଜା, ଖଟା ଓ ଆଚାର ଭଳି ତିଆରି ହେଉଛି ସ୍ୱାଦିଷ୍ଟ ଖାଦ୍ୟର ପସରା।

୧୨-ବଢିଲା ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ କ୍ଷମତା;SC/ST ମାମଲାରେ ଏଣିକି ତଦନ୍ତ ସହ କରିପାରିବେ ଗିରଫ।

୧୩-ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍, ଅନଧିକୃତ ନିର୍ମାଣ, ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ।

୧୪-ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ; ଚଳଚଞ୍ଚଳ କଂଗ୍ରେସ ଶିବିର, ରୋଡ ଶୋ ସହ ବିଶାଳ କାର୍ଯ୍ୟକ୍ରମରେ ହେବେ ସାମିଲ।

୧୫-ନୂଆ ଦିଲ୍ଲୀ: ବେଙ୍ଗାଳୁରୁ ଦଳାଚକଟା ଘଟଣାରେ RCBର ପଦକ୍ଷେପ, ମୃତକଙ୍କ ପରିବାରକୁ ସହାୟତା ରାଶି ୨୫ ଲକ୍ଷ ଘୋଷଣା।

୧୬-ନୁଆ ଦିଲ୍ଲୀ:ଟ୍ବେଣ୍ଟି ୨୦ରେ ପୁରନଙ୍କ ୫୦୦ ଛକା, ହେଲେ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ୍।

୧୭-ଡିସେମ୍ବରରେ ମୋହନ-ବିଷ୍ଣୁଦେବ ବୈଠକ, ମହାନଦୀ ଜଳ ବିବାଦର ହେବ ସମାଧାନ !

୧୮-ରାଜଧାନୀ ଦିଲ୍ଲୀରେ ବ୍ୟାପୁଛି ବାର୍ଡ ଫ୍ଲୁ; ଆଜି ଠାରୁ ଦିଲ୍ଲୀ ଚିଡିଆଖାନା ବନ୍ଦ୍।

୧୯-ଜାପାନଗସ୍ତ ସାରି ଚୀନ୍ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ; SCO ସମ୍ମିଳନୀରେ ସାମିଲ ହୋଇ ପୁଟିନ ଓ ଜିନପିଙ୍ଗଙ୍କୁ ଭେଟିବେ।

୨୦-ପୁଟିନଙ୍କୁ ଭେଟିବା ପୂର୍ବରୁ ଜେଲେନସ୍କିଙ୍କ ସହ କଥା ହେଲେ ମୋଦୀ।

୨୧-ଇସ୍ରାଏଲ ଆକ୍ରମଣରେ ହୁତି ପ୍ରଧାନମନ୍ତ୍ରୀ ଅଲ-ରହାଓ୍ବି ନିହତ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)