ଖବର ଆଜିର ତାରିଖ:୨୪/୦୮/୨୫, ରବିବାର


୧-ଆରମ୍ଭ ହେଲା ପିଜି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା , ସେପ୍ଟେମ୍ବର ୩ ଯାଏଁ କରିପାରିବେ ଆବେଦନ।

୨-ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ,୯୩୧ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ଅଧିକାରୀ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ,ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

୩-ଖୋଲିଲା ହୀରାକୁଦ ଜଳଭଣ୍ଡାର; ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଜଳସ୍ତର ବୃଦ୍ଧି ପାଉଥିବାରୁ ୮ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି।

୪-ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଆସନ୍ତା ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

୫-ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନଖୋଲି କଥା ହେଲେ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ।

୬-ବୌଦ୍ଧ: ସ୍ଵାଧୀନତା ଦିବସରେ କାହିଁକି ଦେଲନି ମଧ୍ୟାହ୍ନ ଭୋଜନ, ବୌଦ୍ଧ ଜିଲ୍ଲାର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି।

୭-ଭୁବନେଶ୍ୱର:ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ୨୦ ଲକ୍ଷ ଛୁଇଁବ ଚାଷୀ ପଞ୍ଜିକରଣ: ମନ୍ତ୍ରୀ 

୮-ଅନ୍ତୋଦୟ ଗୃହ ଯୋଜନା, ପ୍ରୋତ୍ସାହନ ରାଶି ପ୍ରଦାନ ଅବଧି ବଢ଼ିଲା,୬ ମାସରେ ଘର ସାରିଲେ ମିଳିବ ୨୦ ହଜାର।

୯-ଗୁରୁବାର ଦିନ ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର : ହାଟ ବଜାରରେ ଚାଲିଛି କିଣାବିକା।

୧୦-ଏସପି ଅଫିସ ସମ୍ମୁଖରେ ଢେଙ୍କାନାଳ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଦୁଇ ASI ସସ୍‌ପେଣ୍ଡ

୧୧-ଷଣ୍ଢ ନେଲା ବୃଦ୍ଧାଙ୍କ ଜୀବନ : ନାତିକୁ ସ୍କୁଲରୁ ଆଣିବାକୁ ଯିବାବେଳେ ଜେଜେମା’ଙ୍କୁ ଆକ୍ରମଣ । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଭାବନୀୟ ଘଟଣା । ମାରଣା ଷଣ୍ଢକୁ କାବୁ କଲା ଅଗ୍ନିଶମ ବାହିନୀ।

୧୨-ଖୋଲିଲା ରେଙ୍ଗାଳି ଡ୍ୟାମ ଗେଟ୍ : ବ୍ରାହ୍ମଣୀ ନଦୀ ଜଳସ୍ତର ଅତ୍ୟଧିକ ବୃଦ୍ଧି, ନଦୀ ତଳ ଅଞ୍ଚଳ ଗାଁଗୁଡିକୁ ସତର୍କ ସୂଚନା।

୧୩-ବିପଦ ସଙ୍କେତ ଛୁଇଁଲା ବୈତରଣୀ ନଦୀ, ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା।

୧୪-ସୁସ୍ଥ ହୋଇ SCBରୁ ଫେରିଲେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରିୟଙ୍କା ମାରାଣ୍ଡି।

୧୫-ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ।

୧୬-କୋରାପୁଟ ଜିଲାର ଡୁଡୁମା ଜଳପ୍ରପାତରେ ଖସିପଡ଼ି ୟୁଟ୍ୟୁବର ନିଖୋଜ।

୧୭-ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ୪କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ

୧୮-ଜୀବନ ଏଠି ବାଜିରେ ଲାଗିଛି, ତଥାପି କର୍ତ୍ତବ୍ୟରେ ନାହିଁ ପଛଘୁଞ୍ଚା: ପାଣିର ପ୍ରଖର ସ୍ରୋତ ପାର୍ କରି ରୋଗୀ ସେବା ଆଗେଇ ଗଲେ ଷ୍ଟାଫ୍ ନର୍ସ କମଳା ଦେବୀ।

୧୯-ଧରାଲି ପରେ ଥରିଲା ଥରାଲି : ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା, ମାଟି ତଳେ ଧସିଲା ଅନେକ ଘର।

୨୦-ଖୁବଶୀଘ୍ର ଭାରତର ନିଜସ୍ଵ ମହାକାଶ କେନ୍ଦ୍ର ହେବ: ପ୍ରଧାନମନ୍ତ୍ରୀ,ବିଗତ ୧୧ ବର୍ଷ ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ ମହାକାଶ ଅଭିଯାନ ସମ୍ପନ୍ନ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024