ଖବର ଆଜିର ତାରିଖ:୧୯/୦୮/୨୫, ମଙ୍ଗଳବାର
୧-ଭୁବନେଶ୍ୱର:ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଜଣ ଡାକ୍ତର ଏବଂ ଆହୁରି ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ମଧ୍ୟ ନିଯୁକ୍ତି ପାଇବେ।
୨-ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା, ସେପ୍ଟମ୍ବରରୁ ଓଡ଼ିଶାରେ ହେବ ଭୋଟର ତାଲିକାର SIR (ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା)
୩-ଏସିଏଫ୍ ଓ ଫରେଷ୍ଟ ରେଞ୍ଜର ନିଯୁକ୍ତି ମାମଲା: ଓପିଏସସି ନିଷ୍ପତ୍ତିକୁ ବେଆଇନ କହିଲେ ହାଇକୋର୍ଟ।
୪-ଓଡ଼ିଶାକୁ ଫେରୁଛି ପୋସ୍କୋ,ପ୍ରକଳ୍ପ ବାତିଲ ହେବାର ଦୁଇ ଦଶନ୍ଧି ପରେ ପୁଣି ଥରେ ପ୍ରୟାସ ଆରମ୍ଭ।
୫-ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ; ସମୀର ସାହୁଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ।
୬-ହସ୍ପିଟାଲ ଶଯ୍ୟାରୁ ନବୀନଙ୍କ ବାର୍ତ୍ତା- ମୋତେ ଭେଟିବାକୁ ଚାହୁଁଥିଲେ ନବୀନ ନିବାସ ଆସନ୍ତୁ।
୭-ଭଦ୍ରକରୁ ହାୱଡ଼ା ଯିବାବେଳେ ଅଘଟଣ, ୭ ବଗିକୁ ଛାଡ଼ି ପଳାଇଲା କୋଇଲା ବୋଝେଇ ଟ୍ରେନ୍।
୮-ବଲାଙ୍ଗିର ବିରିପାଲି ଗାଁ:ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ଓ ଗାଁ ଲୋକ ମୁହାମୁହିଁ।
୯-ପାରାଦୀପ,ଲକ୍ ଥାନା ଅଧିନ ନୂଆଗଡ ଗାଁ:ଝରକା ଗ୍ରୀଲ ଭାଙ୍ଗି ୫୦ରୁ ୬୦ ଭରି ସୁନା ଲୁଟ୍ କଲେ ଚୋର, ତଦନ୍ତ କରୁଛି ପୋଲିସ।
୧୦-ଘଟଗାଁ:ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ, ୨୦ ନମ୍ବର ଏନଏଚର ଖଣ୍ଟଘର ଟୋଲ୍ ଗେଟ୍ ନିକଟରେ ଚାଲିଛି ଚେକିଙ୍ଗ।
୧୧-କିଟ୍ ଓ କିସ୍ ପରିଦର୍ଶନ କଲେ ଭୁଟାନର ୩୧ ଜଣିଆ ବୌଦ୍ଧ ଶିକ୍ଷକ ପ୍ରତିନିଧିମଣ୍ଡଳ।
୧୨-ମାଇନିଂ କମ୍ପାନି ସହ ରହିଛି ମାଓବାଦୀ ଲିଙ୍କ୍ , ଅସ୍ତ୍ର ବଳ ଯୋଗାଉଛନ୍ତି ବେନାମୀ ଖଣି ମାଲିକ।ଏଭଳି କିଛି ସାଂଘାତିକ ତଥ୍ୟ ଲାଗିଛି ରାଜ୍ୟ ଗୁଇନ୍ଦା ବିଭାଗ ହାତରେ।
୧୩-ପରଜଙ୍ଗ ବ୍ଲକ ମାଣିକମରା ଗାଁ:ଲୁହରେ ଭିଜିଲା ଗାଁ, ସହିଦ ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସଂପନ୍ନ।
୧୪-ଯନ୍ତ୍ରୀ ସୁରେନ୍ଦ୍ରଙ୍କ ଘର ଭିତରୁ ମିଳିଲା ନଗଦ ୧ ଲକ୍ଷ ୨୫ ହଜାର ଟଙ୍କା,ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ।
୧୫-ଓଡ଼ିଶା ଭାତହାଣ୍ଡିରେ ବିଜେଡିର ଶକ୍ତି ପ୍ରଦର୍ଶନ; ବରଗଡ଼ ଚାଷୀ ସମାବେଶରେ ଗର୍ଜିଲେ ନେତା।
୧୬-ଝାରସୁଗୁଡ଼ା:ଚାଲାଣ ବେଳେ ଟ୍ରେନରୁ ୨୦ ପାର୍ସିଆନ ବିଲେଇ ଜବତ, ଦମ୍ପତି ଅଟକ।
୧୭-ଭୁବନେଶ୍ୱର:ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା - ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
୧୮-ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ବଡ଼ ଘୋଷଣା; ଏଣିକି ବଙ୍ଗଳା ଫେରୁଥିବା ପ୍ରବାସୀଙ୍କୁ ପ୍ରତି ମାସରେ ମିଳିବ ୫ ହଜାର।
୧୯-ନୁଆ ଦିଲ୍ଲୀ:ସିପି ରାଧାକୃଷ୍ଣନଙ୍କ ବିରୋଧରେ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରାର୍ଥୀ କରିପାରେ ବିରୋଧୀ।
୨୦-ଯୁଦ୍ଧ ବନ୍ଦ ପାଇଁ ଜେଲେନସ୍କି ରାଜି, ଟ୍ରମ୍ପ-ପୁଟିନଙ୍କ ସହ ତ୍ରିପକ୍ଷୀୟ ଆଲୋଚନା ପାଇଁ ଦେଲେ ସଙ୍କେତ।
Comments
Post a Comment