ଖବର ଆଜିର ତାରିଖ:୧୧/୦୮/୨୫, ସୋମବାର



୧-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ହେବ କାଗଜମୁକ୍ତ,୨୦୨୫-୨୬ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଶତପ୍ରତିଶତ ଅନ୍‌ଲାଇନ୍‌ରେ ଫର୍ମପୂରଣ କରିବେ।

୨-କଟକ:OTET ପ୍ରଶ୍ନପତ୍ର ପ୍ରଘଟ ମାମଲା: ଆଜିଠୁ ଦୁଇ ଦିନିଆ ଜିମାରେ ଆସିବେ ଜିତନ ଓ ବିଜୟ।

୩-ଭୁବନେଶ୍ୱର:CBSEର ନୂଆ ନିୟମ,ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ,୨୦୨୬-୨୭ ଶିକ୍ଷା ବର୍ଷରୁ ଲାଗୁ ହେବ।

୪-ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ, ଗିରଫ ହେଲେ ପୁରୁଷ ବନ୍ଧୁ।ପ୍ରତିବାଦରେ ଥାନା ଆଗରେ ପୁରୁଷବନ୍ଧୁଙ୍କ ପରିବାର ଓ ଗ୍ରାମବାସୀ ଧାରଣା ଦେଇଛନ୍ତି ।

୫-ବାଲିକୁଦା:ଅପରାଧ ଘଟାଇବାକୁ ବୋମା ନେଇ ଯାଉଥିଲା ଗ୍ୟାଙ୍ଗଷ୍ଟରର ସହଯୋଗୀ ଦିବ୍ୟଜ୍ୟୋତି ଶତପଥୀ,ହାତରେ ଫୁଟିଗଲା,ଆହତ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି।

୬-ପଞ୍ଜୀକରଣରେ ଜଟିଳତା; ପଞ୍ଜୀକରଣ କରିପାରୁନାହାନ୍ତି ଅଧିକ ଚାଷୀ।ଭାଗ ଚାଷୀ ପଞ୍ଜୀକରଣର କଠୋର ନିୟମ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

୭-ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ବୁଡି ୩ ମୃତ।

୮-ବଅଁରପାଳରେ ମ୍ୟାଲେରିଆରେ ୧୨ଜଣ ଆକ୍ରାନ୍ତ, ଆଠମଲ୍ଲିକ, ପାଲଲହଡ଼ା ଓ ଖଣି ପ୍ରବଣ ତାଳଚେରରେ ସ୍ଥିତି ମଧ୍ୟ ସାଙ୍ଘାତିକ ।

୯-ପୁରୀ:ଶ୍ରୀମନ୍ଦିରରୁ ୧୨ ନକଲି ଗୁମାସ୍ତା ଗିରଫ, ଜାମିନ ନାମଞ୍ଜୁର ପରେ ଗଲେ ଜେଲ୍।

୧୦-ରବିବାର ଦିନ ବଳଙ୍ଗାରେ କଂଗ୍ରେସର 'ନାରୀ ନ୍ୟାୟ' ପଦ ଯାତ୍ରା ଅନୁଷ୍ଠିତ।

୧୧-ଆଳି: ପ୍ରେମିକ ଧୋକା ଦେବାରୁ ଭଡ଼ାଘରେ ଯୁବତୀଙ୍କ ଆତ୍ମହତ୍ୟା। ଥାନାରେ ପିଡିତା ପରିବାରକୁ ଦୁର୍ବ୍ୟବହାର ଅଭିଯୋଗ।

୧୨-ମାଲକାନଗିରି ଦୈନିକ ହାଟ ବଜାରରେ ଜମୁଛି ଜଙ୍ଗଲଜାତ ଦ୍ରବ୍ୟର ପସରା : ବାଉଁଶ କରଡ଼ିର ବଢ଼ୁଛି ଚାହିଦା।

୧୩-ଅନୁଗୋଳ, ନାଲକୋ:ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର,ଉଡ଼ିଲା ଛାତ, ତିନି ଗୁରୁତର।

୧୪-କୋରାପୁଟକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ୬୫୦ ଶଯ୍ୟା ବିଶିଷ୍ଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ନୂଆ କୋଠା କଲେ ଉଦଘାଟନ।

୧୫-ମଞ୍ଚେଶ୍ବର,ଧିରୁକୁଟି ସାହି: ରାଜଧାନୀରେ ପୁଣି ନବବଧୂ ହତ୍ୟା ଅଭିଯୋଗ; ସ୍ୱାମୀ ବିକ୍ରମ ନାୟକକୁ ଗିରଫ କଲା ପୋଲିସ।

୧୬-ଭୁବନେଶ୍ୱର:ଜମିଜମା ଗଣ୍ଡଗୋଳ,ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମାମାଡ଼, ପୋଲିସ୍ ର ଖୋଳତାଡ଼ ଜାରି।

୧୭-ନୂଆ ଦିଲ୍ଲୀ: ଜୁଲାଇରେ ପାସେଞ୍ଜର ଇଭି ବିକ୍ରି ୯୩% ବଢିଲା,ଟାଟା ମୋଟର୍ସ ସବୁଠୁ ଆଗରେ।

୧୮-ନୂଆ ଦିଲ୍ଲୀ:ଆଜି ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍।

୧୯-ଆମେ ଯଦି ବୁଡ଼ିବୁ , ଅଧା ଦୁନିଆକୁ ବି ସାଥିରେ ନେଇ ଯିବୁ : ଭାରତକୁ ପୁଣି ପରମାଣୁ ଧମକ ଦେଲେ ପାକିସ୍ତାନ ସେନା ମୁଖ୍ୟ ମୁନିର।

୨୦-ମଇଳା ଏବଂ ଦାଗଯୁକ୍ତ ସିଟ୍ ଦିଆଯିବା ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଦେଢ଼ ଲକ୍ଷ ଟଙ୍କା ଜରିମାନା।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)