ଖବର ଆଜିର ତାରିଖ:୩୧/୦୧/୨୬, ଶନିବାର
୧-ଫେବୃଆରୀ ୧୭ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ; ୨୦ରେ ଆଗତ ହେବ ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ୍। ୨-ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମାଗଣାରେ ପୁରୀ ଯିବେ ବରିଷ୍ଠ ନାଗରିକ। ୩-ଗୋପାଳପୁର: ଗଞ୍ଜାମକୁ ୪୯୨ କୋଟିର ପ୍ରକଳ୍ପ ଭେଟି,୩୨କୋଟିରେ ହେବ ବେଳାଭୂମି ସୈ।ନ୍ଦର୍ଯ୍ଯ କରଣ। ୪-ଭୁବନେଶ୍ୱର:୩ୟ ତ୍ରୈମାସିକରେ ନାଲକୋର ୧୬୦୧ କୋଟି ଲାଭ। ୫-ଢେଙ୍କାନାଳ: ଆଜିଠୁ ଯୋରନ୍ଦା ମେଳା,୫୦ ବର୍ଷ ପରେ ବଦଳିଲା ଛତ୍ରି। ୬-ରାଜ୍ୟରେ ବଦଳୁଛି ପାଣିପାଗ, ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ। ୭-ଭୁବନେଶ୍ୱର : ବ୍ୟାନ ହେବନି ପାନ ମସଲା । ଟବାକୋ କିମ୍ବା ନିକୋଟିନ୍ ନଥିବା ପାନ ମସଲାକୁ ବ୍ୟାନ କରାଯିବନାହିଁ । ୮-ଯୋଗାଣମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ, ଅଡ଼ୁଆ ବଢ଼ାଇଲା ପୁଲିସର କାର୍ଯ୍ୟ। ୯-UGC କିମ୍ବା AICTE ସ୍ୱୀକୃତ ସଂସ୍ଥାରୁ ପ୍ରଦତ୍ତ PGDCA ଓ DCA ସର୍ଟିଫିକେଟ୍, ଏବଂ NIELIT ‘O’ ଲେଭେଲ୍ ଯେଉଁଠାରେ କମ୍ପ୍ୟୁଟର ଯୋଗ୍ୟତା ନିର୍ଦ୍ଦିଷ୍ଟ ରହିଛି, ସେଠାରେ OS-CIT ପାଠ୍ୟକ୍ରମକୁ ସମତୁଳ୍ୟ ଯୋଗ୍ୟତା ଭାବେ ଗ୍ରହଣ କରାଯିବ। ୧୦-ଆଠଗଡ ବ୍ଲକ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ସ୍କୁଲରେ ମିଡ୍ ଡେ ମିଲ୍ ରୋଷେଇ ବେଳେ ଅଘଟଣ; ପ୍ରେସର କୁକର ଫାଟି ଉଡ଼ିଗଲା ଆଜବେଷ୍ଟସ, ୨ ପାଚିକା ଆହତ। ୧୧-ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍ ଜାରି। ...