Posts

Showing posts from March, 2025

ଖବର ଆଜିର ତାରିଖ:୨୯/୦୩/୨୫, ଶନିବାର

୧-ଭୁବନେଶ୍ୱର:କୃଷି ବିଦ୍ୟାନିଧି ଯୋଜନାରେ ୧୩,୯୨୩ ଛାତ୍ରଛାତ୍ରୀ ଉପକୃତ। ୨-ଭୁବନେଶ୍ୱର: ବନ୍ଦ ସ୍କୁଲ ଖୋଲାଯିବ,ଅନୂସୂଚିତ ପାଇଁ ୨୦, ଅନ୍ୟ ଅଞ୍ଚଳରେ ୪୦ ପିଲା ଥିଲେ ଖୋଲିବ ବିଦ୍ୟାଳୟ। ୩-ଭୁବନେଶ୍ୱର: ଅଶୋକାଷ୍ଟମୀ ପାଇଁ ଦିନକରେ ଦୁଇ ବୈଠକ,୫ରେ ରଥଯାତ୍ରା,୯ରେ ବାହୁଡା଼। ୪-ଭୁବନେଶ୍ୱର:ପ୍ରଦୀପ ଜେନା ହେଲେ OERC ଅଧ୍ୟକ୍ଷ, ରାଜ୍ୟ ସରକାର ଦେଲେ ନିଯୁକ୍ତି। ୫-OSSTET ୨୦୨୪ ପରୀକ୍ଷା ଫଳ ପ୍ରକାଶିତ, ମେ ୨୮ ଭିତରେ ଡାଉନଲୋଡ଼ କରି ପାରିବେ ଡିଜିଟାଲ ସାର୍ଟିଫିକେଟ। ୬-ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ, ବିଧାନସଭାରେ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ୭-ମଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୮-ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’, କ୍ରୁଟ ବୋର୍ଡ ବୈଠକରେ ନିଷ୍ପତ୍ତି।ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି। ୯-କଟକରେ ହେବ ପ୍ରଥମ ଦୃଷ୍ଟିବାଧିତ ବିଶ୍ଵବିଦ୍ୟାଳୟ।ଜାପାନ ସ୍ଥିତ ସୁକୁବା ଭିନ୍ନକ୍ଷମ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି। ୧୦-ଜମି ଦୁର୍ନୀତିରେ ସମ୍ବଲପୁର ସବରେଜିଷ୍ଟ୍ରାରଙ୍କ ସମେତ ୨ ଗିରଫ, ବୁଢାରଜାର ଏକ ଜମି ବିକ୍ରି କରିଥିଲେ। ୧୧-ଚଳିତବର୍ଷ ପ୍ରଥମଥର ରାଜଧାନୀ ଟପିଲା ୪୦ ଡିଗ୍ରୀ; ୪୩ ଡ଼ିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ୧୨-ଭୁବନେଶ୍ୱର : ଭିଜିଲାନ...

ଖବର ଆଜିର ତାରିଖ:୨୮/୦୩/୨୫, ଶୁକ୍ରବାର

୧-ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ।ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ। ୨-ଠକ ସ୍କୁଲ୍‌ଙ୍କ ପାଇଁ କଠୋର ହେଲା ସିବିଏସଇ, ଆଫିଲିଏସନ୍‌ ନଥାଇ ପାଠ ପଢୁଥିଲେ ବୋର୍ଡ ପରୀକ୍ଷା ଦେଇପାରିବେନି ପିଲା। ୩-ବିଜେଡିର ଅଭିନବ ପ୍ରତିବାଦ, ଗଙ୍ଗା ଜଳ ଛିଞ୍ଚି ବିଧାନସଭାକୁ କଲେ ପବିତ୍ର। ୪-ଉଦଳା ଅନ୍ବେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ; ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନେକ ଅନ୍ତେବାସୀ। ୫-ଅଙ୍ଗନବାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ଗିରଫ କଲା ଭିଜିଲାନ୍ସ, ୫୦ ହଜାର ଟଙ୍କା ଲାଞ୍ଚନେଉଥିଲେ। ୬-ଭୁବନେଶ୍ୱର:ସରିଲା+୨ ପରୀକ୍ଷା,୨ରୁ ଖାତା ଦେଖା ଆରମ୍ଭ। ୭-ଭୁବନେଶ୍ୱର:ଶିକ୍ଷକ ଓ ଭିତ୍ତିଭୂମି ଅଭାବ ସାଜିଛି କଣ୍ଟା,୧୭ରୁ ୯ ବିଶ୍ବବିଦ୍ୟାଳୟର ନାହିଁ ନାକ୍ ମାନ୍ଯତା। ୮-ବଢୁଛି ତାତି, କେବଳ ସକାଳ ଓ ସନ୍ଧ୍ୟାରେ ମିଳିବ ରାସନ ସାମଗ୍ରୀ। ୯-ଶିଳ୍ପର ବିକାଶ ପାଇଁ ୧ଲକ୍ଷ ୬୫ହଜାର ୩୦୩ କୋଟି ନିବେଶକୁ ଅନୁମୋଦନ, ସୃଷ୍ଟି ହେବ ୫୧ ହଜାର ନିଯୁକ୍ତି। ୧୦-ଆୟଠାରୁ ବ୍ୟୟ ଅଧିକ, ଦୁଇ ବର୍ଷରେ ୪୫ କୋଟି କ୍ଷତି ସହିଲାଣି OSRTC। ୧୧-ରାଜଧାନୀରେ କଂଗ୍ରେସର ରଣହୁଙ୍କାର,ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି, ରୋକିବାକୁ ଲାଠି ଚାର୍ଜସହ ପାଣି ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୁଲିସ। ୧୨-କୁଚିଣ୍ଡା:ଘରେ ସଶସ୍ତ୍ର ଡକାୟତି, ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ...

ଖବର ଆଜିର ତାରିଖ:୨୭/୦୩/୨୫, ଗୁରୁବାର

୧-କଟକ: ଦ୍ବନ୍ଦ ବଢ଼ାଇଲା ଉଚ୍ଚ ଶିକ୍ଷା ବିଜ୍ଞାପନ,୨୮ ବର୍ଷ ବୟସ ପରେ ସାଧାରଣବର୍ଗଙ୍କୁ ବିଏଡ୍ ପଢ଼ିବା ମନା। ସଂରକ୍ଷିତ ଓ ମହିଳା ବର୍ଗଙ୍କ ପାଇଁ ରହିଛି ୩୩ ବର୍ଷ। ୨-ଭୁବନେଶ୍ୱର:ଆଜି କଂଗ୍ରେସର ବିଧାନସଭା ଘେରାଉ, ରାଜଧାନୀ ପୁଲିସରେ ଛାଉଣୀ। ୩-ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ତତ୍ପରତା ; ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେଲା ପ୍ରଶାସନିକ ପ୍ରକ୍ରିୟା। ୪-ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ। ୫-ପ୍ରଥମରୁ ଦଶମ ପିଲାମାନଙ୍କୁ ମିଳିବ ପୁଷ୍ଟିକର ଲଡୁ ଓ ଅତିରିକ୍ତ ଅଣ୍ଡା। ଏପ୍ରିଲ ପହିଲାରୁ ଆରମ୍ଭ ହେବ। ୬-ଶାସକ-ବିରୋଧୀ ଲଢ଼େଇରେ ଆକ୍ତାମାକ୍ତା ହେଲା କମିଶନରେଟ୍ ପୋଲିସ; ଧୈର୍ଯ୍ୟର ସହ ବିଧାୟକଙ୍କୁ କଲେ ମୁକାବିଲା। ୭-ଭୁବନେଶ୍ୱର:ଭିତ୍ତିଭୂମି ସର୍ତ୍ତାବଳୀ ପୂରଣରେ ବିଫଳ,୭୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନୋଟିସ୍। ୮-ତାରା ବାହିନୀପତି ଓ ରମେଶ ଜେନା ସସ୍‌ପେଣ୍ଡ, ଗୃହକୁ ୭ ଦିନ ପାଇଁ ଯିବା ମନା। ୯-ଚନ୍ଦକା-ଡମପଡ଼ା ଜଙ୍ଗଲରେ ଆହତ ହାତୀର ମୃତ୍ୟୁ; ଆଜି ହେବ ଶବ ବ୍ୟବଚ୍ଛେଦ। ୧୦-ସୋନପୁରରେ ଭୟାବହ ସଡ଼କ ଦୁର୍ଘଟଣା: ୩ ମୃତ,୩ ଗୁରୁତର। ୧୧-କର୍ମକ୍ଷେତ୍ରକୁ ନିଶା ସେବନ କରି ଆସିବା ପଡ଼ିଲା ମହଙ୍ଗା, ବୁର୍ଲା ଭିସୁଟ୍ ସହଯୋଗୀ ପ୍ରଫେସର୍ ନିଲମ୍ବିତ। ୧୨-କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢ଼ିଲା ତାତି, ୨୯ ଓ ୩୦ରେ କିଛି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି। ୧୩...

ଖବର ଆଜିର ତାରିଖ:୨୬/୦୩/୨୫, ବୁଧବାର

  ୧-ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ମୋହନ ସରକାରଙ୍କ ପୁଣି ନାଲି ଆଖି, ଅବସର ଆଗରୁ ଚାକିରିରୁ ବିଦା ପାଇଁ ଚେତାବନୀ। ୨-ବିଶୃଙ୍ଖଳିତ ଆଚରଣ ପାଇଁ ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ। ୩-ଭୁବନେଶ୍ୱର:ଭିତରେ-ବାହାରେ ମୁହାଁମୁହିଁ, ଭୋକ ଉପାସରେ ପୁଲିସ ଘେରରେ ୧୩ କଂଗ୍ରେସ ବିଧାୟକ।ପୋଡିୟମ ତଳେ ରାତି କଟିଲା। ୪-ସ୍କୁଲ ପିଲାଙ୍କୁ ଏଣିକି ସପ୍ତାହକୁ ମିଳିବ ୪ଟି ଅଣ୍ଡା, ଆସନ୍ତା ଶିକ୍ଷାବର୍ଷରୁ ହେବ ଲାଗୁ। ୫-ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ, ସମସ୍ତଙ୍କୁ ଏକଜୁଟ ହେବାକୁ ଭକ୍ତଙ୍କ ନିବେଦନ। ୬-ଟିଟିଲାଗଡ ବ୍ଲକ ଖୋଲାନ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରାବାସ:ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରୀ ଝାଡ଼ବାନ୍ତିରେ ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି। ୭-ଭୁବନେଶ୍ୱର: ଗୁଣିଗାରେଡି ସନ୍ଦେହ ମାମଲାରେ ଗତ ୫ ବର୍ଷରେ ୩୮୭ ଗିରଫ। ୮-ପଦ୍ମପୁର: ଆବାସ ପାଇଁ ଲାଞ୍ଚ, ଭିଜିଲାନ୍ସ ଜାଲରେ ପିଇଓ , ମଧ୍ୟସ୍ଥ ସାଜିଥିବା ସ୍ବାମି ବି ଗିରଫ। ୯-ଗୋଳନ୍ଥରା ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଜଣକୁ ଗିରଫ କଲା ପୋଲିସ। ୧୦-ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ, ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ। ୧୧-କଟକ:ପୋଷା କୁକୁର ଫେରି ପାଇବା ଲାଗି ହାଇକୋର୍ଟରେ ଆବେଦନ, ପିଟିସନରଙ୍କୁ ୧ ହଜାର ଟଙ୍କା ଜୋରିମନା କଲେ ହାଇକୋର୍ଟ। ୧୨-ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ...

News Headlines from Business News Agencies 24.03.2025

*Business Standard*   📝 Banks set to maketreasury gains in Q4 FY25 as bond yields soften 📝 ONGC to import ethane to make up for changed Qatar LNG composition 📝 Local for global:Bharat Global Ports may get domestic assignments 📝 Indian edtech sector rides the AI wave as upskilling gains momentum 📝 China's diamond marketrecovery boosts hopes for Indian exports: GJEPC 📝 Auto firms to raise prices from April as costs, regulations squeeze margins 📝 BluSmart not on sale; Gensol's liquidity woes are past: Anmol Jaggi 📝 Some upper layer NBFCs can be a good substitute for banks: Sanjiv Bajaj 📝 CCI likely to expand investigation into ad-media firms' cartel issue 📝 Beer consumption in Maharashtra on a slow recovery amid high taxation 📝 M&A deals rise 26% to $99.9 bn in FY25 on increased PE investments *Economic Times*   📝 From record loss in2018 to record profit: Public sector banks' dividend rises 33 pc to Rs 27,830 cr in FY24 📝 Premium liquormanufacturers seek l...

ଖବର ଆଜିର ତାରିଖ:୨୪/୦୩/୨୫, ସୋମବାର

  ୧-ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ। ୨-ଆଜି ଠାରୁ ରାଜ୍ୟରେ ପାଗରେ ହେବ ପରିବର୍ତ୍ତନ, କମିବ କାଳବୈଶାଖୀ ଜନିତ ବର୍ଷା। ୩-କୋଇଡ଼ା: କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍‌‌ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ, ତିନି ଆହତ। ୪-ପାରଳାଖେମୁଣ୍ଡି, ରାମଗିରି ଗାଁ:ଛତୁଆ ଖାଇ ୨ ଶିଶୁ କନ୍ୟା ମୃତ,୨ ଗୁରୁତର। ୫-ପୁରୀ: ଦଇତାପତି ନିଯୋଗ ନିର୍ବାଚନ,୧୫ ଜଣ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ। ୬-ଚନ୍ଦ୍ରଶେଖରପୁର: ପ୍ରଶ୍ନପତ୍ର ପ୍ରଘଟ ସନ୍ଦେହ,ଏଲଟିଆର ପରୀକ୍ଷାର୍ଥୀଙ୍କ ପ୍ରତିବାଦ। ୭-ବ୍ଲାକମେଲ ପରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା, ଦିଲ୍ଲୀରୁ ନାଇଜେରିଆ ଯୁବକ ଗିରଫ। ୮-ଭୁବନେଶ୍ୱର:ନାରୀ ନିର୍ଯାତନା ପ୍ରସଙ୍ଗରେ ୨୭ରେ ବିଧାନସଭା ଘେରିବ କଂଗ୍ରେସ। ୯-ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ; ୫ ଦିନର ମାରାଥନ୍ ଜେରାରେ ୧୫ ଜଣଙ୍କ ବୟାନ୍ ରେକର୍ଡ। ୧୦-ସମ୍ବଲପୁର: ସମଲେଶ୍ଵରୀ ମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ଯବହାର ମନା। ୧୧-ବାଙ୍ଗିରପୋଷିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ କାଳବୈଶାଖୀ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ୧୨-ମାଥିଲି:ନିୟନ୍ତ୍ରଣ ହରାଇଲା ଯାତ୍ରୀବାହି ବସ୍ ‘ମହାବାହୁ’, ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ୧୩-ଭୁବନେଶ୍ୱର:ସିଆରପିଏଫ୍ ଯବ...

ଖବର ଆଜିର ତାରିଖ:୨୩/୦୩/୨୫, ରବିବାର

  ୧-ମୁଖ୍ୟମନ୍ତ୍ରୀଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ, ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ହେଲା ଆଲୋଚନା। ୨-ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ,୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ସହ କୁଆପଥର ବର୍ଷା ସତର୍କତା ସୂଚନା ଜାରି। ୩-ବାଲିଚୋରି ରୋକିବାକୁ ନୂଆ ମାର୍ଗ ଦର୍ଶିକା,ସବୁ ବାଲିଘାଟରେ ଲାଗିବ CCTV,ପ୍ରତି ଘାଟ ପାଇଁ ସ୍ବତନ୍ତ୍ର ସ୍କ୍ବାଡ। ୪-୨୦୨୬-୨୭ରୁ ନୂଆ ସିଲାବସ୍,ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ୍ ବଦଳିବ।ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି। ୫-ପାଠପଢାଇବାକୁ ନାହାଁନ୍ତି ଶିକ୍ଷକ, ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ୧୭ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି। ୬-କେଉଁଝର,ଆମ୍ବଡହରା ଗାଁ ସ୍କୁଲ:ମଧ୍ୟାହ୍ନଭୋଜନ ଚାଉଳ, ଡାଲି ଖାଇଗଲେ ହାତୀପଲ, ଝରକା ଓ କାନ୍ଥ ଭାଙ୍ଗି ସ୍କୁଲରେ ପଶିଲେ। ୭-ଭୁବନେଶ୍ୱର: ରାଜ୍ୟରେ ଅଧାରୁ ଅଧିକ ୟୁନିଭର୍ସିଟିରେ ନାହାନ୍ତି କୁଳପତି, ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବୀ ଖାଲି। ୮-ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଟେକ୍ନିକାଲ ଆଇଡିଆକୁ ବାସ୍ତବ ରୂପ ଦେବା ସହ ଆକର୍ଷଣୀୟ ପୁରସ୍କାର ଜିତିବା ପାଇଁ ଆଜି ହିଁ ନିଶୁଳ୍କ ରେଜିଷ୍ଟ୍ରେସନ୍ କରନ୍ତୁ:ideathon.kiit.ac.in, ଅନୁସନ୍ଧାନ ପାଇଁ ଯୋଗାଯୋଗ କରନ୍ତୁ:9040141047,9861444036, 7002878375, 9827064437 ୯-ରାଜଧାନୀରେ ନିଶା କାରବାର ନେଇ ବ୍ୟାପକ ଚଢ...

ଖବର ଆଜିର ତାରିଖ:୨୨/୦୩/୨୫, ଶନିବାର

  ୧-ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ। ୨-ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ। ୩-ମାର୍ଚ୍ଚ ୨୪ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅcଭିଯୋଗ ଜନଶୁଣାଣୀ। ୪-ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ। ୫-ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ୬୬ ବର୍ଷ ବୟସରେ ପରଲୋକ। ୬-କୁଆପଥର ମାଡରେ ଛାରଖାର,ବିଶୋଇ ବାଙ୍ଗିରୀପୋଷୀ ବ୍ଲକର ବିସ୍ତୃତ ଅଞ୍ଚଳ ଧ୍ବଂସ୍ତ, ବିଧ୍ବସ୍ତ। ୭-ପାରାଦ୍ଵୀପ ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ରେ ଦୁଇଟି ଜାହାଜକୁ ଗିରଫ କଲା ପୋଲିସ୍। ୮-ଅଷ୍ଟମରେ ୫୦%ଅଧିକ ଛାତ୍ରଛାତ୍ରୀ ହରଣ କରିପାରୁ ନାହାଁନ୍ତି- ଅସର ରିପୋର୍ଟ। ୯-ଭୁବନେଶ୍ୱର:ରାଜ୍ୟରେ ଅଛନ୍ତି ୩ ହଜାର ୧୭୨ ଜଣ ତୃତୀୟ ଲିଙ୍ଗୀ। ୧୦-ବାଜିଲା ବଂଶୀ, ଶୁଭିଲା ତୂରୀ... ବିଧାନସଭାରେ କଂଗ୍ରେସର କଲା ଘଣ୍ଟା ମାଡ଼। ୧୧-ଭୁବନେଶ୍ୱର:୪୬୧୯ଟି ସ୍କୁଲର ମିଶ୍ରଣ ହୋଇଛି,୪୪ଟି ସ୍କୁଲ ପୁଣି ଖୋଲାଯାଇଛି। ୧୨-ଯାଜପୁର କଳିଙ୍ଗ ନଗର ଟାଟା ଷ୍ଟିଲରେ ଅଘଟଣ, ଷ୍ଟିଲ୍‌ ମେଲ୍‌ଟିଂ ସପ୍‌ରେ ବିସ୍ଫୋରଣ ସୂଚନା, ୮ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ। ୧୩-ନ୍ୟୁଜିଲାଣ୍ଡର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ।ଏହା ଦ୍ଵାରା ଛାତ...

ଖବର ଆଜିର ତାରିଖ:୨୧/୦୩/୨୫, ଶୁକ୍ରବାର

୧-ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ, ସ୍କୁଲ ଟାଇମ ସାଢେ ୬ ରୁ ସାଢେ ୧୦।ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ସକାଳୁଆ ସ୍କୁଲ। ୨-ମାର୍ଚ୍ଚ ୨୪ରୁ ଦୁଇ ବର୍ଷିଆ ବିଏଡ଼/ଏମଏଡ଼/ ବିଏଚଏଡ଼ ପାଠ୍ୟକ୍ରମ ପାଇଁ ଆବେଦନ ଆରମ୍ଭ,ଜୁନ ମାସ ପ୍ରଥମ ସପ୍ତାହରେ ହେବ ପ୍ରବେଶିକା ପରୀକ୍ଷା। ୩-ଭୁବନେଶ୍ୱର:ରାଜ୍ୟରେ ଅଛନ୍ତି ୧୫.୬୮% ଗରିବ: ମୁଖ୍ୟମନ୍ତ୍ରୀ  ୪-ଆସନ୍ତା ଅପ୍ରେଲ୍‌ ୧ ତାରିଖରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ, ସପ୍ତାହରେ ଚାରି ଦିନ ଉଡ଼ିବ। ୫-ମୟୂରଭଞ୍ଜରେ କାଳବୈଶାଖୀ,ଉପୁଡିଲା ଗଛ, ଉଡ଼ିଲା ଛପର,୫୦ ଆହତ। ୬-ଜଣିକିଆ ବିଚାରପତିଙ୍କ ଆଦେଶ କାଏମ: କନିଷ୍ଠ ଯନ୍ତ୍ରୀ ପଦ ଲାଗି ଡିଗ୍ରୀଧାରୀଙ୍କୁ ଆବେଦନ ମନା। ୭-ଭୁବନେଶ୍ୱର:ନିର୍ମଳଜିତ୍ ସିଂ ଓଡ଼ିଶାର ମୁଖ୍ୟ ଡାକପାଳ ନିଯୁକ୍ତ। ୮-କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’, ଓଡ଼ିଶା ଶିଳ୍ପାୟନ ଓ ବିକାଶ ଉପରେ ହେଲା ଆଲୋଚନା। ୯-ଦୋଛକିରେ ସରକାର: କିଏ କରିବ ନବ ଦାସଙ୍କ ହତ୍ୟାର ତଦନ୍ତ, କ୍ରାଇମ୍‌ବ୍ରାଞ୍ଚ ନା ସିବିଆଇ ? ୧୦-ପୁରୀ, ନବକଳେବର ରୋଡ: ଷ୍ଟେସନାରୀ ଦୋକାନରୁ ପୁଳା ପୁଳା ବାଣ ଜବତ କଲା ପୋଲିସ, ପାଣି ମାଡ କରାଯାଇ କରାଗଲା ନଷ୍ଟ ୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ, ପ୍ରଧାନମନ୍ତ୍ରୀଙ୍କ ନିକଟରେ ୩ଟି ପ୍ରମୁଖ ଦାବି ରଖିଲେ। ୧୨-ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ୨୫ ସେଲିବ୍ରିଟିଙ୍କ ...

ଖବର ଆଜିର ତାରିଖ:୨୦/୦୩/୨୫, ଗୁରୁବାର

୧-ଭୁବନେଶ୍ଵର: ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସମସ୍ତ ସ୍କୁଲ ସକାଳୁଆ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। ୨-ଆଜି ୧୧ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ,୨୪ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି। ୩-ବୈପାରୀଗୁଡା:କଲେଜ ଯାଉଥିବା ବେଳେ ଅଘଟଣ, ଗଛ ଡାଳ ପଡ଼ି ଜଣେ ଛାତ୍ର ମୃତ , ୨ ଗୁରୁତର। ୪-କଟକ: ସ୍ୱୟଂଚାଳିତ ହେବ ଯୋବ୍ରା ଓ ନରାଜ ବ୍ଯାରେଜ, କମାଣ୍ଡ ଦେଲେ ଉଠିବ ଫାଟକ। ୫-ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଙ୍କ ପରିବାର, ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଭରସା ଦେଲେ ମୋହନ। ୬-ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ : ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି। ୭-ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ମହିଳା, ବଞ୍ଚିତ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଟଙ୍କା। ୮-ଭୁବନେଶ୍ୱର:ଆଜି ପଖାଳ ଦିବସ, ବିଭିନ୍ନ ସଂଗଠନ ଓ ଅନୁଷ୍ଠାନରେ ହୋଇଛି ବ୍ୟାପକ ଆୟୋଜନ। ୯-ସ୍ବାଭାବିକ ହୋଇପାରୁନି ବିଧାନସଭା । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଜାରି। ୧୦-ଭୁବନେଶ୍ୱର: ରାଜ୍ୟର ସମସ୍ତ ୭ ସୂତା ଓ ୮ ଲୁଗାକଳ ଅଚଳ,୪ଟି ଚିନି କଳ ବି ବନ୍ଦ। ୧୧-ଚନ୍ଦ୍ରଶେଖରପୁର: ଲେଖା ଚୋରି ମାମଲା, ୟୁଟ୍ୟୁବର ତପି ମିଶ୍ର ଗିରଫ। ୧୨-ଭୁବନେଶ୍ୱର: ଆଜିଠୁ କଳାବ୍ୟାଚ୍ ପିନ୍ଧିବେ ଆୟୁଷ ଡାକ୍ତର,୨୭ରୁ କାର୍ଯ୍ୟ ବନ୍ଦ। ୧୩-ପାହାଳ ...

ତାରିଖ:୧୯/୦୩/୨୫, ବୁଧବାର

  ୧-ଭୁବନେଶ୍ୱର:ଧାର୍ଯ୍ୟ ସମୟରେ କାମ ନ ସାରିଲେ କଳା ତାଲିକାଭୁକ୍ତ ହେବେ କମ୍ପାନୀ। ୨-ପୁରୀ:ଆଜି ବନକଲାଗି ନୀତି ; ଅପରାହ୍ନ ୫ଟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ କାଳିଆ ଦର୍ଶନ ବନ୍ଦ। ୩-ଭୁବନେଶ୍ୱର:ଏଣିକି ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ୬ ବର୍ଷ କିମ୍ବା ତଦୁର୍ଦ୍ଧ। ୪-ତ୍ରିଶୁଳିଆ ନୁହେଁ କଟକ ପର୍ଯ୍ୟନ୍ତ ଗଡିବ ମେଟ୍ରୋ, ଖୁବ ଶୀଘ୍ର ହେବ ନୂଆ DPR: ନଗର ଉନ୍ନୟନ ମନ୍ତ୍ରୀ ୫-ଗଞ୍ଜାମର ବଡ଼ଗଡ଼ରେ ଗୋଷ୍ଠୀ ସଂଘର୍ଷ ; ବାପ, ପୁଅଙ୍କ ସମେତ ଉଭୟ ପକ୍ଷରୁ ୩ ମୃତ। ୬-ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଡ଼ାକ୍ତର ଅଭାବ; ୫ହଜାର ୮୨୨ ଜଣ ଡାକ୍ତରଙ୍କୁ ମିଳିବ ନିଯୁକ୍ତି। ୭-ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର, ଷ୍ଟଡି ଟୁରରେ କରିଥିଲେ ମଦ୍ୟପାନ। ୮-ବାୟୁ ଓ ଜଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ପାରାଦ୍ୱୀପ ଶିଳ୍ପାଞ୍ଚଳ ସବୁଠାରୁ ଅଧିକ ପ୍ରଦୂଷିତ। ୯-କଟକ: ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ,୫୧ଟି କେନ୍ଦ୍ରରେ ୧୧,୮୦୦ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ। ୧୦-ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୯ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜମିବ ଭିଡ। ୧୧-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ସକାଳ ୭ଟା ରୁ ୯ଟା ଖୋଲା ରହିବ ଅଙ୍ଗନବାଡି, ବିଦ୍ୟୁତ୍ କାଟ୍ ନ କରିବାକୁ ଶକ୍ତି ବିଭାଗକୁ ତାଗିଦ୍। ୧୨-ଦିଗପହଣ୍ଡି : ଘାଟିରେ ପିକଅପ୍ ଭ୍ୟାନ ଓଲଟି ପଡିବାରୁ ୧୫ ଜଣ ଆହତ। ୧୩-ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟ...

News Headlines from Business News Agencies 18.03.2025

*Business Standard :* 📝 US-EU tariff war risks $9.5 trn of business: American Chamber of Commerce 📝 Moody's downgrades Volkswagen on sector headwinds, competition in China 📝 Study projects loss in India's solar power potential due to air pollution 📝 Welspun Corp secures new orders worth Rs 2,400 crore in US market 📝 Swiggy Instamart expands to 100 cities amid rising quick commerce demand 📝 India's 2030 renewable energy target ambitious, says Climate Group CEO 📝 Delhi airport operator takes govt to court over Hindon commercial flights 📝 Capital appreciation steals a march on rental growth in key markets 📝 CMD Ajay Singh to infuse Rs 294 cr in airline via another entity: SpiceJet 📝 Fast-fashion retailer Forever 21 files for bankruptcy, 2nd time in 6 yrs 📝 Maruti Suzuki cars to become 4% more expensive starting April 2025 📝 China's new home prices decline in Feb as govt's stimulus efforts fall flat *Economic Times :* 📝 India's direct tax collections ri...

ଖବର ଆଜିର ତାରିଖ:୧୮/୦୩/୨୫, ମଙ୍ଗଳବାର

୧-ଭୁବନେଶ୍ୱର: ଏପ୍ରିଲ ୨ରେ ଶିଶୁ ବାଲ୍ ବାଟିକା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ, ଆଜିଠୁ ବଣ୍ଟା ହେବ ନିମନ୍ତ୍ରଣ ପତ୍ର। ୨-ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ୧୯ ବୃହତ ପ୍ରକଳ୍ପକୁ ମଞ୍ଜୁରୀ, ୬ ହଜାର ୧୧୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୩-ଭୁବନେଶ୍ୱର:୨୧ରୁ ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବ, ଏକାଠି ହେବେ ୪୦୦ରୁ ଅଧିକ ଲେଖକ,ଚିନ୍ତକ ଓ ବୁଦ୍ଧିଜୀବୀ। ୪-ଭୁବନେଶ୍ୱର:ଛଟପଟ ସାରା ଓଡ଼ିଶା,ବୈ।ଦ୍ଧରେ ୪୩.୫ ଡିଗ୍ରୀ,୨୦ ଯାଏଁ ନିସ୍ତାର ନାହିଁ। ୫-ତାତିରେ ଲାଗିବ ବ୍ରେକ, ୧୯ରୁ ୨୨ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ୬-କଟକ ଏସସିବିରେ ବିରଳ ଚିକିତ୍ସା; ୮ ବର୍ଷ କୁନି ଝିଅର ଯୋଡ଼ି ହେଲା କଟା ଗୋଡ଼। ୭-ଓଡ଼ିଶାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମର ଶରୀର; ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର। ୮-ଡ଼ିଜିଟାଲ ଯୁଗରେ ବି ରାଜ୍ୟର ୨୬ଶହରୁ ଅଧିକ ଗାଁରେ ନାହିଁ ମୋବାଇଲ ସେବା, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ। ୯-ରାଜ୍ୟରେ ୬୭ ଆଇଏଏସ୍ ଏବଂ ୬୯ ଆଇପିଏସ୍ ପଦବୀ ଖାଲି, ଏମିତି ଭାବରେ ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମରୁଡି, କେମିତି ଚାଲିବ ସରକାର ! ୧୦-ବରଗଡ଼:ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ହୋଇଛି ଦୁରୁପଯୋଗ। ୧୧-କାମାକ୍ଷାନଗର:ଜଙ୍ଗଲ ନିଆଁରେ ଜଳିଗଲେ ମହିଳା, ଜଙ୍ଗଲ ନିଆଁକୁ ଅଟକାଇବାକୁ ଲିଭାଉଥିଲେ। ୧୨-କେନ୍ଦ୍ରାପଡ଼ା:ରାଜକନିକା ବ୍ଲ...

ଖବର ଆଜିର ତାରିଖ:୧୭/୦୩/୨୫, ସୋମବାର

୧-ଖୁବଶୀଘ୍ର ହେବ ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି। ୨-ପୁରୀ:ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ପଡ଼ିଲା ମହଙ୍ଗା; ଯୁବକଙ୍କୁ ବାନ୍ଧିଲା ପୋଲିସ। ୩-ଭୁବନେଶ୍ୱର:୩୦ ଲକ୍ଷରୁ ଉର୍ଦ୍ଧ୍ବ ଇ- କେଓ୍ବାଇସ୍ କରି ନାହାନ୍ତି,୫୦ ହଜାର ନୂଆ ରେସନ କାର୍ଡ ପାଇଁ ହୋଇଛି ଆବେଦନ। ୪-ପିଲାମାନଙ୍କ ମଧ୍ୟରେ ମେଦ ବହୁଳତା ଚିନ୍ତା ଜନକଙ୍କ; ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ହ୍ରାସ ହେବ ୧୦% ତେଲ। ୫-ଭୁବନେଶ୍ୱର:ରାଜ୍ୟରେ ମାର୍ଚ୍ଚ ୩୧ ତାରିଖ ଧାନ କିଣାର ଶେଷ ଦିବସ। ୬-ଓଡ଼ିଶାରେ ଉପରମୁହାଁ ପାରଦ, ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ ଜାରି। ୭-ରାଜଧାନୀ ଡବଲ ମର୍ଡର ଘଟଣାରେ ୬ ଗିରଫ,ହୋଲି ଖେଳ ବଚସାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ୮-ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ରାକ୍ଷୀ ପୂର୍ଣ୍ଣିମାରେ। ୯-ପରଲୋକରେ କାଳଜୟୀ କବି ପଦ୍ମଭୂଷଣ ରମାକାନ୍ତ ରଥ; ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସଂପନ୍ନ। ୧୦-ଭୁବନେଶ୍ୱର:ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ ମାମଲା, ୪ ଗିରଫ। ୧୧-ଭଞ୍ଜନଗର:ବସ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର। ୧୨-ଭୁବନେଶ୍ୱର:ରାଜ୍ୟରେ ବେଲଗାମ ସଡ଼କ ଦୁର୍ଘଟଣା, ବଢ଼ୁଛି ମୃତାହତଙ୍କ ସଂଖ୍ୟା। ୧୩-କଫି ପରେ କୋରାପୁଟରେ ସଫଳ ହେଉଛି ଷ୍ଟ୍ରବେରୀ ...

ଖବର ଆଜିର ତାରିଖ:୧୬/୦୩/୨୫, ରବିବାର

୧-ଭୁବନେଶ୍ୱର:ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ, ପୂର୍ବରୁ ଯାଇଛନ୍ତି ନବୀନ। ୨-ଭୁବନେଶ୍ୱର:ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଯାତ୍ରା ସମୟରେ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି। ୩-ଅସହ୍ୟ ଖରାରେ ସିଝୁଛି ରାଜ୍ୟ : ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ, ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି। ୪-ପଟ୍ଟାମୁଣ୍ଡାଇ ଆଇଆଇସି ଅଧିକାରୀଙ୍କ ମାନବିକତା, ୩ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରି ବାପା ମା’ଙ୍କୁ କଲେ ହସ୍ତାନ୍ତର। ୫-ଶ୍ରୀମନ୍ଦିରରେ ଡ୍ରିମଗାର୍ଲ ହେମାମାଳିନୀ, ପୁରୀରେ ଖେଳିଲେ ହୋଲି। ୬-ଜମିଜମା ବିବାଦରୁ ମହିଳାଙ୍କୁ ଆକ୍ରମଣ ; ଆକ୍ରମଣକାରୀକୁ ଗିରଫ କରି ଜେଲକୁ ପଠାଇଲା କାକଟପୁର ପୋଲିସ। ୭-ସହିଦନଗର ଶାନ୍ତିପଲ୍ଲୀ ବସ୍ତି:ପୂର୍ବ ଶତ୍ରୁତା ପାଇଁ ହୋଲିରେ ଅଘଟଣ, ରାଜଧାନୀରେ ଗଡ଼ିଲା ଦୁଇ ମୁଣ୍ଡ। ୮-ମୟୂରଭଞ୍ଜ,ଟଙ୍ଗାଶୋଳ ଗାଁ:ପରକୀୟା ପ୍ରୀତିର କରୁଣ ପରିଣତି; ସ୍ତ୍ରୀକୁ ମାରି ରାତିସାରା ଶବ ପାଖରେ ଜଗିରହିଲା ସ୍ବାମୀ। ୯-ହୋଲି ଖେଳକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଜଗତପୁର ଓ ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ। ୧୦-କେନ୍ଦ୍ରାପଡା,ଦାନପୁର:ଭକ୍ତଙ୍କ ସହ ଫଗୁ ଖେଳିଲେ ରାଧାମାଧବ; ଶୋଭାଯାତ୍ରାରେ ଆସି ମେଲଣ ପଡ଼ିଆରେ ଏକାଠି ହେଲେ ଶହେରୁ ଅଧିକ ଠାକୁର। ୧୧-ହୋଲିରେ ଅଘଟଣ, ବଡମ୍ବା ଭଟ୍ଟାରିକା ମହାନଦୀରେ ବୁଡି ଯୁବକ ନିଖୋଜ। ୧୨-କଟକ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ...

ଖବର ଆଜିର ତାରିଖ:୧୪/୦୩/୨୫, ଶୁକ୍ରବାର

୧-କଟକ:ଓଡିଶା ଜୁଡିସିଆଲ ସର୍ଭିସ ୨୦୨୩ ପରୀକ୍ଷା ଫଳ ପ୍ରକାଶିତ, ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ। ୨-ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୪ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ୩-ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍‌ ପାଠ୍ୟକ୍ରମ, ୫ ବର୍ଷ ବଦଳରେ ୪ ବର୍ଷରେ ସରିବ କୋର୍ସ। ୪-ଆସନ୍ତା ୩୦ରେ ଅନ୍ତୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ, ୫୦ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର। ୫-ଡେଉଁଛି ପାରଦ : ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା, ଭୁବନେଶ୍ବରରେ ୩୭.୪ ଡିଗ୍ରୀ। ୬-ଗଞ୍ଜାମ, ପୁରୁଷୋତ୍ତମପୁର: ମଧ୍ୟାହ୍ନ ଭୋଜନ ବନ୍ଦରୁ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ଘଟଣା,ABEOଙ୍କୁ ନୋଟିସ୍,୨ ଶିକ୍ଷକ ନିଲମ୍ବିତ। ୭-ବସ୍‌ ଓଲଟି ଜଣେ ମୃତ, ୩୦ ଆହତ, ସୁନ୍ଦରଗଡ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ୮-ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ, ପଞ୍ଜିକରଣ କଲେଣି ୧୯ ଲକ୍ଷରୁ ଅଧିକ ଲୋକ। ୯-ଭୁବନେଶ୍ୱର:ହୋଟେଲ୍‌ରେ ମଟନ ଖାଇବାକୁ ଲାଗିଲାଣି ଡର, କ୍ଷତିରେ ଏବେ ହୋଟେଲ ମାଲିକ। ୧୦-ଆଇଆରବି ବାଟାଲିୟନ କନଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ, ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ହେବାର ଥିଲା। ୧୧-ବିଜେଡି ନେତା ରାଜା ଚକ୍ର ଗିରଫ, କଳା ସାମ୍ରାଜ୍ୟର ଗୁମର ଖୋଲିଲେ କ୍ରାଇମ୍‌ବ୍ରାଞ୍ଚ ଡିଜି, ଗନ୍ଧମାର୍ଦ...

ଖବର ଆଜିର ତାରିଖ: ୧୩/୦୩/୨୫, ଗୁରୁବାର

  ୧-ଭୁବନେଶ୍ୱର:ହୋଲିରେ ରସାୟନିକ ରଙ୍ଗ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ, ଗାଇଡ ଲାଇନ୍ ଜାରି କଲା କମିଶନରେଟ ପୋଲିସ। ୨-ବିଧାନସଭା ପ୍ରେସ୍‌ ଗ୍ୟାଲେରୀକୁ ମୋବାଇଲ ମନା କଟକଣା ପ୍ରତ୍ୟାହୃତ,ମାତ୍ର ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡ଼ିଂ ମନା। ୩-ଭୁବନେଶ୍ୱର:ପ୍ରଥମ ଥର ୪୦ଂ ଟପିଲା ପାରଦ, ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ। ୪-ଭୁବନେଶ୍ୱର:ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ୫-ଗହୀରମଥା ଓ ଭିତର କନିକାରେ ୫୦୫ ଡଲଫିନ, ଚଳିତବର୍ଷ ୩ଟି ଡଲଫିନ ସଂଖ୍ୟା ବୃଦ୍ଧି ପାଇଛି। ୬-ତାରାଙ୍କ ନିଲମ୍ବନ ପ୍ରସଙ୍ଗରେ ଏକାଠି ହେଲେ କଂଗ୍ରେସ-ବିଜେଡି । ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି। ୭-ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ। ୮-ଭୁବନେଶ୍ୱର:ସକ୍ରିୟ ହେଉଛି କଂଗ୍ରେସ, ବିଜେଡ଼ି ଭାରି ପଡୁଛି, ରାଜ୍ୟ ବିଜେପିର ହେଲାଣି ମୁଣ୍ଡବ୍ୟଥା। ୯-ଓଡ଼ିଶାରେ ଅଣ୍ଡା ଅଭାବ ନେଇ ମାନିଲେ ମନ୍ତ୍ରୀ । ବାର୍ଷିକ ମୁଣ୍ଡପିଛା ଦରକାର ୧୮୦, ହେଲେ ଉତ୍ପାଦନ ହେଉଛି ମାତ୍ର ୮୦। ୧୦-ଭୁବନେଶ୍ୱର:କଟକରେ ପ୍ରତିଷ୍ଠା ହେବ ଦୃଷ୍ଟି ବାଧିତ ବିଶ୍ବବିଦ୍ୟାଳୟ। ୧୧-ଭୁବନେଶ୍ୱର:ଦୂର ହେବ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା; ଗଙ୍ଗୁଆ ନାଳରେ ହେବ ୬ ଲେନ୍ ରାସ୍ତା। ୧୨-ଭୁବନେଶ୍ୱର:ହୋଲି ଅବସରରେ ଆଜି ରିଲିଜ ହେବ ଚଳଚ୍ଚ...

News Headlines from Business News Agencies 12.03.2025

*Business Standard :* 📝 Fitch upgrades viability rating for PNB and Union Bank of India 📝 Sakthi, Diamond form joint venture to manufacture trainer aircraft in Hisar 📝 Govt bond yields dip as traders await inflation data from India, US 📝 Low RoI for telcos, slow 5G monetisation may delay advent of 6G: COAI 📝 Pfizer's breast cancer drug Vepdegestrant posts mixed results in key trial 📝 Haystack Analytics eyes US, EU for genome sequencing test expansion 📝 India's e-bus sales likely to grow 3.6-fold in FY27, projects CareEdge 📝 NMDC struggles to achieve target as Chhattisgarh trade unions go on strike 📝 Investment in information security likely to grow 16.4% in 2025: Gartner 📝 India's cotton imports to double as output falls short, says trade body 📝 PhonePe clocks 600 mn registered users, adds 100 mn in past 16 months 📝 Uber partners with Refex Green Mobility to deploy 1,000 EVs by 2026 *Economic Times :* 📝 Startup fundraising slumps to four-year low as global inve...

ଖବର ଆଜିର ତାରିଖ:୧୨/୦୩/୨୫, ବୁଧବାର

୧-ଭୁବନେଶ୍ୱର :ବୈ।ଦ୍ଧରେ ପାରଦ ୩୯.୫ ଡିଗ୍ରୀ;୩୫ ଡିଗ୍ରୀ ଉପରେ ୨୬ ସହର। ୨-ଭୁବନେଶ୍ୱର:୨୪ରେ ଆସୁଛନ୍ତି ରାଷ୍ଟ୍ରପତି,କଟକରେ ରହିଛି ଏକାଧିକ କାର୍ଯ୍ୟକ୍ରମ। ୩-କଟକ: ରାଜ୍ୟବ୍ୟାପୀ ଚୋରା ବାଲି ଧରପଗଡ ଜାରି,୪୫୬ ମାମଲା ରୁଜୁ,୫୨୪ ଗାଡ଼ି ଜବତ। ୪-୫ଦିନରେ ଆଶାକର୍ମୀଙ୍କ ଆନ୍ଦୋଳନ, ଦାବି ପୂରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚେତାବନୀ। ୫-ବିଧାନସଭାରେ ଶାସକ-ବିରୋଧୀ ହାତିହାତି, ତାରା ବାହିନୀପତି ୭ ଦିନ ପାଇଁ ଗୃହକାର୍ଯ୍ୟରୁ ନିଲମ୍ବିତ। ୬-ଭୁବନେଶ୍ୱର:ଗାନ୍ଧି ମୂର୍ତ୍ତି ତଳେ ବସି ପ୍ରତିବାଦ, ପିସିସି ସଭାପତିଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲେ କଂଗ୍ରେସ ବିଧାୟକ। ୭-ଭୁବନେଶ୍ବର ଏମ୍ସ ଅଞ୍ଚଳ କାଜୁ ବଗିଚାରେ ପଶିଲା ହାତୀ, ଘଉଡ଼ାଇବାକୁ ବନବିଭାଗର ଉଦ୍ୟମ ଜାରି। ୮-ଦିଲ୍ଲୀରୁ ୪ କୋଟିରୁ ଅଧିକ ଟଙ୍କାର ସୁନାରୁପା ଅଳଙ୍କାର ଚୋରି ମାମଲା, ସୋରରୁ ୩ ଗିରଫ। ୯-ଭୁବନେଶ୍ୱର:କିସ୍‍କୁ ବଦନାମ କରିବା ବିରୋଧରେ ଆଗକୁ ଆସିଲେ ଛାତ୍ରଛାତ୍ରୀ ସଂଘ, ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‍କୁ କଲେ ନିନ୍ଦା। ୧୦-ଭଦ୍ରକ:ପୁରୁଣାବଜାରରେ ନକଲି ଜର୍ଦ୍ଦା କାରଖାନା ଠାବ, ୩ ଗିରଫ ୧୧-ବ୍ରହ୍ମପୁର:ବାହୁଦା ବଡ଼ନାଳ ମୁହାଣଖୋଳାକୁ ନେଇ ଦୁଇ ଗାଁରେ ବିବାଦ ଘଟଣା, ୪୦ ଜଣଙ୍କୁ ଗିରଫ କଲା ପୋଲିସ। ୧୨-ଭୁବନେଶ୍ୱର:୮ ମାସରେ ୬ ଜୀବନ ନେଲାଣି ମୋ ବସ୍, ୧୮ଜଣ ଆହତ। ୧୩-ବିବାହ ବନ୍ଧନରେ ଆବଦ୍ଧ ହେବେ ରାଜନେତା ପ୍ରଦୀପ ମାଝୀ, ଆ...

News Headlines from Business News Agencies 11.03.2025

*Business Standard* 📝 Aveo Pharma suspects misuse of painkiller Tafrodol in importing countries 📝 EU investors eye fresh investments in Indian equities, says Macquarie 📝 PM likely to upgrade security ties, sign key pacts during Mauritius visit 📝 Insolvency-bound Jaiprakash Associates must be sold as one unit: NCLT 📝 waiting for a fair wind: Shadow bank risks persist despite RBI relief 📝 GST evasion of Rs 1.95 trn detected by CGST officers during April-January 📝 CleanMax, Osaka Gas partner in JV to develop 300MW renewable portfolio 📝 Investcorp Real Estate, 6 others settle AIF rule violation case with Sebi 📝 Capital Infra Trust calls raising Rs 2,363 cr via NCDs to refinance debt 📝 Energy Investors Summit: Chhattisgarh gets investment proposals of Rs 3 trn 📝 India's commercial vehicle industry set for 3-5% growth in FY26, says ICRA *Economic Times* 📝 India produced record rice, wheat, maize in 2024-25, estimates Centre 📝 Quest Global acquires US design firm Alpha-Numero...

ଖବର ଆଜିର ତାରିଖ:୧୧/୦୩/୨୫, ମଙ୍ଗଳବାର

୧-ଭୁବନେଶ୍ୱର:ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ,୨୮ରେ ସରିବ ଆବେଦନ,ମେ ୪ରୁ ସିପିଇଟି। ୨-କଟକ:ଦଶମ ବୋର୍ଡ ଖାତା ମୂଲ୍ୟାୟନ କରିବେ ୧୧,୮୦୦ ଶିକ୍ଷକ। ୩-ଭରତପୁର ଥାନାରେ ହଙ୍ଗାମା ଘଟଣା:୨୮୨ ପୃଷ୍ଠାର ରିପୋର୍ଟ ଦେଲେ କମିଶନ। ୪-ଭୁବନେଶ୍ୱର:୨୦୨୪-୨୦୨୫ରେ ରାଜ୍ୟର ଋଣ ୨୧ ହଜାର କୋଟି। ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୠଣ ଅର୍ଥ ବିନିଯୋଗ। ୫-ରାଜ୍ୟରେ ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ, ୪୧ଜଣଙ୍କ ନାଁରେ ଅଛି ଅପରାଧିକ ମାମଲା। ୬-ସକାଳରୁ ସନ୍ଧ୍ୟା ହେଲା ବିଧାନସଭା ନ ଚାଲିଲା; ଜୟନାରାୟଣଙ୍କ ବୟାନ ବିରୋଧରେ ଗର୍ଜିଲା ବିଜେଡି। ୭-ମହିଳା ସୁରକ୍ଷା ପ୍ରସଙ୍ଗରେ ଗାଁରୁ ସହର କମ୍ପାଇଲା କଂଗ୍ରେସ; ନାରୀ ନିର୍ଯାତନାର ୮ ମାସର ହିସାବ ଦେଲା ଦଳ। ୮-ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ; ୩୦୧ ପଏଣ୍ଟରେ ନିଆଁ, ସାରାଦେଶରେ ଜଙ୍ଗଲ ନିଆଁରେ ଓଡ଼ିଶା ଦ୍ୱିତୀୟ। ୯-ଭୁବନେଶ୍ୱର: ରାଜ୍ୟରେ ୧୩୭ ଜଣ ବିଧାୟକ ଏବଂ ସାଂସଦଙ୍କ ନାଁରେ ରହିଛି ଫୌଜଦାରୀ ମାମଲା। ୧୦-ତାତିଲେ ଆଶା କର୍ମୀ, ତୁରନ୍ତ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚେତାବନୀ। ୧୧-ବିଧାନସଭାରେ ଉଠିଲା ଛାତ୍ର ମୃତ୍ୟୁ ପ୍ରସଙ୍ଗ; ବିଧାୟିକା ସୋଫିଆ ଫିଦ୍ଦୋର୍ଶଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ; କହିଲେ ୫ ବର୍ଷ ଆତ୍ମହତ୍ୟା କରିଛନ୍ତି ୭୨ ଜଣ ଛାତ୍ରଛାତ୍ରୀ। ୧୨-ଭଞ୍ଜନଗର:ମଦ ଦୋକାନ ଲୁହା କବାଟ ଭାଙ୍ଗି ଲୁଟ୍, ଦୋକାନରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ...

News Headlines from Business News Agencies 11.03.2025

*Business Standard* 📝 IBS Software to explore more biz opportunities in India's airline industry 📝 India eyes potential to become a hub for submarine cables, global backbone 📝 Hyundai's Rs 31,526 crore related-party transactions under scrutiny 📝 JSW group to raise Rs 1,487 crore for setting up EV unit in Maharashtra 📝 Waiting for a fair wind: Shadow bank risks persist despite RBI relief 📝 Alpha Tocol hands over first rear fuselage for LCA Mk1A to HAL: Centre 📝 PepsiCo plans to double India revenue in 5 yrs, invest in boosting capacity 📝 SolitAir to invest $25 mn in India's air cargo market this year: CEO 📝 AC companies likely to raise prices by 4-5% due to component shortages 📝 Insurance cos knock on Irdai door seeking more time to implement Bima-ASBA 📝 USFDA flags Granules India for storage, equipment lapses at Telangana plant *Economic Times* 📝 Global travel SaaS biggie seeks to spread wings in India, sets sights on airline loyalty programmes 📝 Haier aims for...

ଖବର ଆଜିର ତାରିଖ:୧୦/୦୩/୨୫, ସୋମବାର

  ୧-ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଟିମ୍‌, ଚାମ୍ପିଅନ୍ସ ଟ୍ରଫି ଜିତି ୨୦୦୦ ମସିହାର ବଦଲା ନେଲା ରୋହିତ ବାହିନୀ ୨-ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ୩-ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍;୨ ବର୍ଷରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି। ୪-ବହୁ ଆଡ଼ମ୍ବରେ ଲଘୁକ୍ରିୟା: ବିଳମ୍ବ ହେଉଛି ଭୁବନେଶ୍ୱର ମେଟ୍ରୋ, ବଦଳିବ ପୁରୁଣା ଡିପିଆର। ୫-ଆନନ୍ଦପୁର ଗସ୍ତ ଅବସରରେ ୧୫୯.୬୧ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ୬-କଟକ:ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ୧୧୯ଟି ମାମଲା ରୁଜୁ, ୧୨୩ଜଣ ଗିରଫ। ୭-ରାୟଗଡା:ଅନ୍ୱେଷା ହଷ୍ଟେଲରେ ରାଗିଂର ସାଂଘାତିକ ଚିତ୍ର; ଭିଡିଓ ଭାଇରାଲ ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତଦନ୍ତ ଆରମ୍ଭ। ୮-କଟକ:ଅଟୋ ରିକ୍ସାରୁ ଜବତ ହେଲା ଦେଶୀ ବନ୍ଧୁକ ସହ ୨ ଜୀବନ୍ତ ବୋମା, ଚାଳକକୁ ଗିରଫ କଲା ପୋଲିସ। ୯-ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ,୨ଟି ମୋବାଇଲ ସହ ବାଂଲାଦେଶୀ ନୋଟ୍‌‌ ଜବତ। ୧୦-ଜଗତସିଂହପୁର,ଦେଢିଲୋ ଗାଁ:ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଚଢ଼ାଉ, ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଜବତ। ୧୧-ଆଜି ରାଜଧାନୀରେ ଗର୍ଜିବେ ଶିକ୍ଷକ ସଂଘ, ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ କରିବେ ଆନ୍ଦୋଳନ। ୧୨-ସତ୍ୟବାଦୀ:ଜୟା ଢାବାରେ ଗୋ ମ...

ଖବର ଆଜିର ତାରିଖ:୦୯/୦୩/୨୫, ରବିବାର

୧-ନୂଆ ଦିଲ୍ଲୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମାରୋହ, ବୈଷ୍ଣବ ଚରଣ ସାମଲ, ମହେଶ୍ୱର ସୋରେନ ସମ୍ମାନୀତ। ୨-କଟକ: ରାଜ୍ୟବ୍ୟାପୀ ରାଷ୍ଟ୍ରୟ ଲୋକ ଅଦାଲତ ,୧ ଲକ୍ଷ ୬୯ ହଜାର ମାମଲାର ହେଲା ସମାଧାନ। ୩-୨୦୨୪ରେ ବଢ଼ିଛି ଅପରାଧ ମାମଲା:୨୧୪୧୧୩ ଧର୍ତବ୍ଯ ଅପରାଧ ପଞ୍ଜିକୃତ। ୪-ଭୁବନେଶ୍ୱର:ଆଜିଠୁ ଫଗୁ ଖେଳିବେ ଶ୍ରୀଲିଙ୍ଗରାଜ,ଶ୍ରୀ କପିଳେଶ୍ୱର। ୫-ଭୁବନେଶ୍ୱର: ରାଜ୍ୟରେ ୧୨ ତାରିଖ ପରେ ତାତି, ୪୦ ଡିଗ୍ରୀ ଛୁଇଁବ। ୬-ଭୁବନେଶ୍ୱର: ରାଜ୍ୟର ବିମାନ ଯାତ୍ରୀ ପରିବହନ ୪୭% ବୃଦ୍ଧି। ୭-ଶଙ୍ଖ ଭବନରେ ବିଶ୍ବ ମହିଳା ଦିବସ, ଦିନକୁ ୨୭ ଟଙ୍କା ଦେଇ ବାହାବା ନେଉଛି ସରକାର: ନବୀନ  ୮-ପାରଳାଖେମୁଣ୍ଡି:ଭଡା ଘରୁ ଯୁବକଙ୍କର ଗଳିତ ମୃତଦେହ ଉଦ୍ଧାର, ପୁଅ ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲା ମା’। ୯-ସାଲେପୁର : ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ନଦୀକୁ ଡେଇଁଲେ ୪ ଯୁବକ,ଜଣେ ନିଖୋଜ। ୧୦-ଭୁବନେଶ୍ୱର:କିଟ୍‍ ଓ କିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ। ୧୧-ବଣାଇ: ଲହୁଣିପଡ଼ା ଥାନା ଆମରୁଢ଼ି ନିକଟରେ ମର୍ମନ୍ତୁତ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାଳେ ୨ଜଣ ଗୁରୁତର। ୧୨-ହୀରାକୁଦ ଡ୍ୟାମରେ ହେବ ଅତିରିକ୍ତ ସ୍କିଲ ୱେ ନିର୍ମାଣ, ଅନୁଧ୍ୟାନ କଲେ ୯ ଜଣିଆ ଟିମ୍। ୧୩-ଓଡ଼ିଶା ସଂପର୍କରେ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ, ଓଡ଼ିଶାରେ ମିଶିବା ଐତିହାସିକ ଭୁଲ। ୧୪-ଯଥେଷ୍ଟ ନୁହେଁ କଳାଧନ ଠାବ, ତ୍ୱରିତ ଶୁଣା...

ଖବର ଆଜିର, ତାରିଖ: ୦୮/୦୩/୨୦୨୫, ଶନିବାର

୧-ଆଜି ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି, ବ୍ରହ୍ମପୁରରୁ ମୁଖ୍ୟମନ୍ତ୍ରୀ କରିବେ ଦ୍ୱିତୀୟ କିସ୍ତିର ଶୁଭାରମ୍ଭ। ୨-ରାଜ୍ୟରେ ୧୪ଟି ଥାନାର ନୂତନ କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ:'FIR ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ’। ୩-ଭୁବନେଶ୍ୱର:ବିଧାନସଭା ଅଧିବେଶନ ବଳବତ୍ତର ଥିବାରୁ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ବନ୍ଦ। ୪-ଭୁବନେଶ୍ୱର:ମାର୍ଚ୍ଚ ୧୦ରୁ ଏକକ ପିଜି ପ୍ରବେଶିକା ଆବେଦନ, ଜୁଲାଇ ୧୦ରୁ ପାଠପଢ଼ା ଆରମ୍ଭ। ୫-ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବ୍ୟାହତ:୧୩୩ ଅଧ୍ୟାପକ ଓ ୬୨୦ କର୍ମଚାରୀ ପଦ ଖାଲି। ୬-ରାଜ୍ୟରେ ଏବେଠୁ ଅସହ୍ୟ ତାତି, ସ୍କୁଲ ସମୟ ସକାଳୁଆ କରାଯାଉ:ଓଷ୍ଟା  ୭-ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ, ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ। ୮-ଦୋଳଯାତ୍ରା ପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ; ସାତ ଦିନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ। ୯-ଆସନ୍ତା ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: କୁନି କୁନି ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍‌’। ୧୦-ଭୁବନେଶ୍ୱର:ବିଧାନସଭାରେ ‘ବିଜୁ’ ଝଡ଼, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ। ୧୧-ଭୁବନେଶ୍ୱର:ଲଘୁ ଖଣିଜ ପଦାର୍ଥର ବେଆଇନ୍ ଖନନ ଓ ପରିବହନକୁ ରୋକିବା ପାଇଁ ବ୍ୟାପକ ଚଢଉ ନିର୍ଦ୍ଦେଶ। ୧୨-ଭୁବନେଶ୍ୱର:ଲୋୟର ପିଏମଜିରେ ପାଚିକା ସଂଘର ଗ...

News Headlines from Business News Agencies 07.03.2025

*Business Standard* 📝 TSMC to invest $100 bn in US expansion on strong customer demand: CEO 📝 RBI set to ask lenders to tighten gold loan processes, monitor fund usage 📝 M&M ranks in top 1% of S&P Global's corporate sustainability assessment 📝 Blue Star to invest ₹400 cr in capacity expansion, eyes 20% growth in FY26 📝 Microfinance firm CreditAccess says asset quality, overdue loans moderating 📝 CorporatEdge raises Rs 100 cr equity fund from Carpedium Capital for growth 📝 Kalyani Powertrain, Compal partner to make 'X86 platform' servers in India 📝 Viacom18 and Walt Disney merger effect: Jio to lay off 1,100 employees 📝 Expect India to keep doing well irrespective of geopolitics: GIC execs 📝 German firm Infineon inks pact with CDIL to supply chips for semiconductors 📝 Ola Electric becomes first 2W EV manufacturer to bag PLI incentives 📝 Fertilisers and Chemicals Travancore in talks to buy phosphate from Togo 📝 BPTP Group logs Rs 1,500 crore bookings on D...

ଖବର ଆଜିର ତାରିଖ:୦୭/୦୩/୨୫, ଶୁକ୍ରବାର

୧-ଭୁବନେଶ୍ୱର:ସରିଲା ମାଟ୍ରିକ୍‌ ପରୀକ୍ଷା; ୧୯ରୁ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ପରୀକ୍ଷାଫଳ। ୨-ସୁଭଦ୍ରା ସଫଳତା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଓ ସହାୟିକାଙ୍କୁ ମିଳିବ ୫୦୦ ଟଙ୍କା: ପ୍ରଭାତୀ ପରିଡ଼ା ୩-ଭୁବନେଶ୍ୱର: ଖାତାକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା,ଉପକୃତ ହେଲେ ୨ ଲକ୍ଷ ୩୦ ହଜାର ଯୋଗ୍ୟ ହିତାଧିକାରୀ। ୪-ସ୍ବାସ୍ଥ୍ୟ ସେବାରେ ଜାତୀୟ ହାରଠୁ ବହୁ ପଛରେ ଓଡ଼ିଶା,୨୧୮୭ ଲୋକଙ୍କୁ ଜଣେ ଡାକ୍ତର। ୫-ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଓଡ଼ିଶା ପୁଲିସର ଗ୍ରୁପ୍ ବି ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ସ୍ଥଗିତ। ୬-ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦିତ୍ୱୀୟ ପର୍ଯ୍ୟାୟ; ଗୃହରେ ଏକାଧିକ ପ୍ରସଙ୍ଗକୁ ନେଇ ବିରୋଧୀ କରିବେ ନାରାବାଜି,ବିରୋଧୀଙ୍କ ସବୁ ପ୍ରସଙ୍ଗରେ ଉତ୍ତର ଦେବାକୁ ପ୍ରସ୍ତୁତ ରହିଛନ୍ତି ସରକାର। ୭-ପୁରୀ:୧୩, ୧୪ରେ ରାତି ୩ ଟାରୁ ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୮-ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନ ହେବା ପ୍ରସଙ୍ଗ: ବିଜେଡ଼ିର ରାଜ୍ୟବ୍ୟାପୀ ପ୍ରତିବାଦ। ୯-ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି: ଜଷ୍ଟିସ ହରିଶ ଟଣ୍ଡନଙ୍କ ନାମ ସୁପାରିଶ୍। ୧୦-କଟକ: ସାହିତ୍ୟିକ ଶୈଳଜ ରବି ପାଇବେ 'ସାହିତ୍ୟ ଭାରତୀ ସମ୍ମାନ'। ୧୧-ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା, ଭୁବନେଶ୍ବର ଏଜି ଅଫିସରୁ ରା...

ଖବର ଆଜିର ତାରିଖ:୦୬/୦୩/୨୫, ଗୁରୁବାର

  ୧-ଭୁବନେଶ୍ୱର:ବଦଳିବ ସବୁ ସ୍କୁଲର ରଙ୍ଗ, ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ।ସରକାରୀ ସ୍କୁଲ ସହ ପିଏମଶ୍ରୀ ଅଧୀନ ସ୍କୁଲର ରଙ୍ଗ ବଦଳିବ। ୨-ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ,ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କଲେ ନବୀନ ପଟ୍ଟନାୟକ। ୩-ଆଜି ସୁଭଦ୍ରା ଯୋଜନାର  ୧ମ କିସ୍ତିର ୫ମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ରେ ୨ୟ କିସ୍ତି ପ୍ରଦାନ କରାଯିବ । ୪-ଅସହ୍ୟ ହେଲାଣି ତାତି : ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା। ୫-ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଦାୟିତ୍ବ ନେଲେ ଜଗମୋହନ ମୀନା, ପୁଲିସ କମିଶନର ସୁରେଶ ସିଂହ ଦେବଦତ୍ତଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କଠାରୁ ଗ୍ରହଣ କଲେ ଦାୟିତ୍ବ। ୬-ବିଜେପି ସରକାର ଉପରେ ବର୍ଷିଲେ ନବୀନ; କହିଲେ. ‘ବିଜୁଙ୍କ ନାଁ କୁ କାଟିବାକୁ ବିଜେପି ଅପଚେଷ୍ଟା କରୁଛି’। ୭-କଟକ :  କେନ୍ଦ୍ରାପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ କିନ୍ତୁ ବାରିମୂଳ ଆଶ୍ରମ ମନା : ହାଇକୋର୍ଟ ୮-ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ, ଘଉଡ଼ାଇବାକୁ ନାକେଦମ ବନ ବିଭାଗ। ୯-ବିଶ୍ୱ ରାଜନୈତିକ ଇତିହାସରେ ବିଜୁ ବାବୁଙ୍କ ଭଳି ବ୍ୟକ୍ତିତ୍ୱ ବିରଳ – ମୁଖ୍ୟମନ୍ତ୍ରୀ। ୧୦-ବଲାଙ୍ଗିର,ଆଠଗାଁ:ଗୁଣି ଗାରେଡି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୪ ଗୁ...

News Headlines from Business News Agencies 05.03.2025

*Business Standard* 📝 EU Commission proposes 800-billion-euro plan to boost defence capabilities 📝 Coca-Cola to sell North Gujarat bottling plant to Kandhari for Rs 2,000 cr 📝 Apollo Hospitals partners with Ion Beam Applications for proton therapy 📝 CVC Capital Partners closes $4.85 billion strategic opportunities fund 📝 Govt fines Reliance for missing battery plant deadline under PLI scheme 📝 Protection for Indian steel industry after clarity in tariffs: Kumaraswamy 📝 Indian exports under mounting pressure from US, EU trade policies 📝 Qatar Airways to place large wide-body aircraft order soon, says CCO 📝 Credit card spending hits Rs 1.84 lakh cr in January 2025, up 14% on year 📝 IIFL Finance plans to raise $150 million by reissuing 2028 dollar bonds 📝 India sees 5th month of negative flows, US accounts for 50% of outflows 📝 Oyo speeds up IPO plans as Ritesh Agarwal's debt repayment date looms *Economic Times* 📝 Tata Motors begins trials of hydrogen-powered heavy duty ...

ଖବର ଆଜିର ତାରିଖ:୦୫/୦୩/୨୫, ବୁଧବାର

  ୧-ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି,ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୨-ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ଆଜି ଖୋଲା ରହିବ ସମସ୍ତ କଲେଜ। ୩-ଆଜି ଖୋଲା ରହିବ ସମସ୍ତ ସ୍କୁଲ; ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ। ୪-ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ ରାଜ୍ୟସ୍ଥରୀୟ ବିଜୁ ଜୟନ୍ତୀ ଉତ୍ସବ,ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ। ୫-ଅନୁଗୁଳ:ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ, ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ରାଜନାରାୟଣ ସାହୁ ଓ ଜିତେନ ପଟ୍ଟନାୟକ। ୬-ରଥଯାତ୍ରା ପାଇଁ ଲଞ୍ଚ କରାଯିବ ସ୍ବତନ୍ତ୍ର ଆପ୍ , ଭିଡ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା। ୭-OSSC ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ । ଫିଜିକାଲ ଟେଷ୍ଟ ଦେଉଥିବାବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା। ୮-ବିଜୁଙ୍କ କୃତି ମଳିନ ଲାଗି ସରକାରଙ୍କ ହୀନ ଉଦ୍ୟମ,୬ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡ଼ି। ୯-କୁଳପତି ସମ୍ମିଳନୀ:ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ହେଉଛି ଭିତ୍ତିଭୂମି – ରାଜ୍ୟପାଳ ୧୦-ଭୀମ ଆର୍ମିର ନ୍ୟାୟ ସଂକଳ୍ପ କାର୍ଯ୍ୟକ୍ରମକୁ...

ଖବର ଆଜିର ତାରିଖ:୦୪/୦୩/୨୫, ମଙ୍ଗଳବାର

୧-ଆଇସିସି ଚାମ୍ପିୟନ୍ସ କ୍ରିକେଟ ଟ୍ରଫି –ଆଜି ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ଦୁବାଇରେ ହେବେ ମୁହାଁମୁହିଁ। ୨-ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା; ୩୭ ଡିଗ୍ରୀ ଡେଇଁଲା ୧୦ ସହରର ତାପମାତ୍ରା।୩୮.୨ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର। ୩-ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସ୍କୁଲ ଓ କଲେଜ ପାଇଁ ଆସିବ ନୂଆ ଗାଇଡ୍‌ଲାଇନ୍‌। ୪-ଏଣିକି ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ, ମାର୍ଚ୍ଚ ୫ ଛୁଟି ବାତିଲ। ୫-ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ କୌଶିକ ପଟ୍ଟନାୟକ, ୧୮ ଓଏଏସ ଅଧିକାରୀଙ୍କୁ ବଦଳି ସହିତ ନୁଆ ନିଯୁକ୍ତି। ୬-ବିଜେଇଏମ ସ୍କୁଲ କେଳେଙ୍କାରୀର ତଦନ୍ତ କରିବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି – ଅଭିଭାବକ ସଂଘ। ୭-କେନ୍ଦୁଝର:ମାଟ୍ରିକ ପରୀକ୍ଷାରେ କପି ଦେବାକୁ ନେଇ ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ,ଦେଓଗାଁ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ଆସିଛି ଅଭିଯୋଗ । ୮-ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ, ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠ ପଢାଇବ ଓଡ଼ିଶା। ୯-କିଟ୍ ଘଟଣାକୁ ନେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଅପପ୍ରଚାର, କିସ୍ ଅଭିଭାବକ ସଂଘ ଓ ଓଡ଼ିଶା ଆଦିବାସୀ ମହାସଂଘର ୩୦ଟି ଜିଲ୍ଲାରେ ଆନ୍ଦୋଳନ ଧମକ। ୧୦- ଋଷିଆ-ୟୁକ୍ରେନଙ୍କୁ ୧ ମାସର ଯୁଦ୍ଧ ବିରାମ ପ୍ରସ୍ତାବ ଦେଲେ ଫ୍ରାନ୍ସ ଓ ବ୍ରିଟେନ। ୧୧-ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୀରା ...

News Headlines from Business News Agencies 03.03.2025

  *Business Standard*   📝 NMDC iron oreproduction rises 17.8% to 4.62 mn tonnes in February 📝 Indian tariffs are WTO compliant; Centre should convey to US: GTRI 📝 Health insurancepremium growth in slow lane due to tapering demand 📝 Govt to scale up remote village innovations to create equal opportunities 📝 CWC to play key role inlogistics cost reduction plan: Food minister Joshi 📝 China's military expansion threatens Taiwan's LNG supply routes: Report 📝 Wave, Agristo to invest Rs 750 cr in UP to expand potato processing plant 📝 FPIs withdraw Rs 34,574 cr in Feb; total outflow at Rs 1.12 trn in 2025 📝 Radico Khaitan expects Rs 500 cr sales from luxury brands in FY26: MD 📝 Railways to start exporting locomotives from Dahod in next 3 yrs: Vaishnaw  *Economic Times*   📝 ACME Solar plans Rs17,000-cr capex investment in FY26 📝 Organic fertilizer use to add $2.6 bn revenue: Indian Biogas Association 📝 Snapdeal cofounderKunal Bahl seen shopping on rival Amazon ?...

ଖବର ଆଜିର ତାରିଖ:୦୩/୦୩/୨୫, ସୋମବାର

୧-ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ,୩୦ ହଜାରରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ JSW ଓ Posco କରିବେ ଷ୍ଟିଲ୍‌ ପ୍ଲାଣ୍ଟ।  ୨-ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନର ଶେଷ ତାରିଖ ରହିଛି ମାର୍ଚ୍ଚ ୩୧ । ୩-ଅଯୋଗ୍ୟ ହିତାଧୀକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍:ରେସନ କାର୍ଡ ଫେରାଅ।ଏବେ ଦ୍ବନ୍ଦରେ ୧୦ ଓ ୧୫ ହଜାର ଟଙ୍କା ଆୟ କରୁଥିବା ହିତାଧିକାରୀ। ୪-କଟକ ବଡ଼ ଡ଼ାକ୍ତରଖାନାରେ ବିଦ୍ୟୁତ୍ ବିଭ୍ରାଟ: ରଞ୍ଜନ ରଶ୍ମି ବିଭାଗ ୪୫ ମିନିଟ୍ ଅନ୍ଧାର। ୫-ଶ୍ରୀମନ୍ଦିର ଧାଡ଼ି ଦର୍ଶନ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା। ୬-ବିଜୁଳି ଦର ବଢିଲେ ୨୧ରେ ବିଧାନସଭା ସଭା ଘେରାଉ ହେବ: ବିଦ୍ୟୁତ୍ ଉପଭୋକ୍ତା ମହାସଂଘ। ୭-କିଟ୍ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଖବର ପ୍ରସାରଣକୁ ନେଇ ଅସନ୍ତୋଷ, କେନ୍ଦ୍ରାପଡ଼ା ନାଗରିକ ମଞ୍ଚର କଡ଼ା ନିନ୍ଦା। ୮-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା ହେଲା କାଳ, ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ। ୯-ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦। ୧୦-କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାଛାତ୍ରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗଠନ ହେଲା କମିଟି। ୧୧-ବାଙ୍କୀ:ଯାତ୍ରା ଦେଖୁଥିବା ବେଳେ ୫ଟି ଘରୁ ସିରିଜ୍ ଚୋରି, ଘରେ କଳାକନା ବୁଲାଇ ଦେଲେ ଲୁଟେରା। ୧୨-ଢେଙ୍କାନାଳ ସହର ରା...

ଖବର ଆଜିର, ୨ ମାର୍ଚ୍ଚ, ରବିବାର

ଆସନ୍ତା ତିନିବର୍ଷ ଭିତରେ ରାଜ୍ୟର ପ୍ରତି ଜିଲ୍ଲାରେ ହେବ କ୍ୟାନସର କେୟାର ସେଣ୍ଟର କର୍ମଜୀବୀ ମହିଳାଙ୍କ ଶିଶୁଙ୍କ ପାଇଁ ରାଜ୍ୟରେ ଆରମ୍ଭ ହେବ ଶିଶୁ ଯତ୍ନ କେନ୍ଦ୍ର (କ୍ରେଚ୍‌), ଆରମ୍ଭ ହେବ 'କଳିକା' ପଲିସି  ପୁରୀରେ ଧାରା-୩୦ ମେ ୨୬ ପର୍ଯ୍ୟନ୍ତ ବଳବତ୍ତର, ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ମନା ଗାଡି ବିନା ବୀମାରେ ଚଲାଉଥିଲେ ସାବଧାନ। ଗଡୁଛି ୬୨ ଲକ୍ଷ ଗାଡି, ଖୋଲିବ ଇଡିଏଆର ପୋର୍ଟାଲ ମାଟ୍ରିକ ସାମାଜିକ ବିଜ୍ଞାନ ପରୀକ୍ଷାରେ ବିଭ୍ରାଟ, ପ୍ରଶ୍ନପତ୍ରରେ ୪ ମାର୍ଚ୍ଚ କମ, ନିଜ ଭୁଲ ସ୍ଵୀକାର କଲେ ଶିକ୍ଷା ବୋର୍ଡ ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ, ବଢିଲା ଗ୍ୟାସ୍ ଦର। ସରକାରୀ ତୈଳ କମ୍ପାନୀ ଗୁଡିକଙ୍କ ମୂଲ୍ୟ ବୃଦ୍ଧି ଘୋଷଣା ଝାରସୁଗୁଡ଼ାରୁ ମୁମ୍ବାଇ ବିମାନସେବା ଆରମ୍ଭ, ୯୧ ଯାତ୍ରୀଙ୍କୁ ନେଇ ଯାତ୍ରା କଲା ଇଣ୍ଡିଗୋ ଏୟାର ବସ୍ ରାଜ୍ୟର ପାଚିକା ଓ ସହାୟିକାଙ୍କ ପାଇଁ ଖୁସି ଖବର; ପାରିଶ୍ରମିକ ୩ ହଜାର ଟଙ୍କାକୁ ବୃଦ୍ଧି ଖୋଲିଲା ‘ରାସନ’ ପୋର୍ଟାଲ, ଆବେଦନ କରିପାରିବେ ନୂଆ ହିତାଧିକାରୀ ଓଡିଶାରୁ ତାଲିମ ପାଇଁ ୧୫୦ ଜଣ ପ୍ରଧାନ ଶିକ୍ଷକ ଆନ୍ଧ୍ରପ୍ରଦେଶ ଯିବେ ଘରୋଇ ବିଦ୍ୟାଳୟରେ ମାଗଣା ନାମଲେଖା ପ୍ରକ୍ରିୟା ଘୁଞ୍ଚିଲା। ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ଭୁବନେଶ୍ବର ଓ କଟକ ଡିସିପି ଆଠ ମାସରେ ୫୪ ଗଣ ବଳାତ୍କାର, ଶହଶହ ଚୋରି, ହତ୍ୟାକାଣ୍ଡ ଓ ମନ୍ଦିର ଚୋରି, ମହିଳା ହିଂସା ନେଇ ସରକାରଙ୍କୁ ...

ଖବର ଆଜିର ତାରିଖ:୦୨/୦୩/୨୫, ରବିବାର

୧-ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ସ୍ଥିତି,ଉପରମୁହାଁ ପାରଦ,୩୭ ଡିଗ୍ରୀ ଉପରେ ରାଜ୍ଯର ୧୧ ସହର। ୨-ମାର୍ଚ୍ଚ ୩ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଜନଶୁଣାଣି ପାଇଁ ସ୍ଲଟ୍ ବୁକିଂ ଶେଷ।୧ ହଜାର ଜଣ ସାକ୍ଷାତ ଅଭିଯୋଗ ପାଇଁ କରିସାରିଛନ୍ତି ପଞ୍ଜୀକରଣ। ୩-କିଟ୍ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ, ଯୋଗଦେଲେ ନରୱେର ପୂର୍ବତନ ମନ୍ତ୍ରୀ ଏରିକ୍ ସୋଲେମ୍। ୪-ଆରମ୍ଭ ହୋଇଛି ମୁମ୍ବାଇ-ଝାରସୁଗୁଡ଼ା ମଧ୍ଯରେ ବିମାନ ସେବା।ସପ୍ତାହର ୭ ଦିନ ଦୁଇ ସହରକୁ ବିମାନ ଚଳାଚଳ କରିବ।  ୫-ମାଲକାନଗିରି:୨ହାର୍ଡକୋର ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ। ୬-କଟକ:ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ବିଭ୍ରାଟ, ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ। ୭-ଖୋଲିବ ନବ ଦାସ ହତ୍ୟା ଗୁମର: ଝିଅ ଦୀପାଳି ଓ ପୁଅ ବିଶାଲଙ୍କୁ ଆସିଲା କ୍ରାଇମବ୍ରାଞ୍ଚର ନୋଟିସ୍‌। ୮-ପୁରୀ ଜିଲ୍ଲାରେ ଧାରା-୩୦ ଲାଗୁ: ବିନା ଅନୁମତିରେ ସଭା, ଶୋଭାଯାତ୍ରା ମନା। ୯-ଭୁବନେଶ୍ୱର: ତାଲିମ ପାଇଁ ୧୫୦ ଜଣ ପ୍ରଧାନ ଶିକ୍ଷକ ଆନ୍ଧ୍ରପ୍ରଦେଶ ଯିବେ। ୧୦-ଭୁବନେଶ୍ୱର:ଘରୋଇ ବିଦ୍ୟାଳୟରେ ମାଗଣା ନାମଲେଖା ପ୍ରକ୍ରିୟା ଘୁଞ୍ଚିଲା। ୧୧-୮ ମାସରେ ୫୪ ଗଣ ବଳାତ୍କାର, ମହିଳା ହିଂସା ନେଇ ସରକାରଙ୍କୁ ଘେରିଲା କଂଗ୍ରେସ। ୧୨-ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ ବିବାହ ଉତ୍ସବ। ୧୩-କପ୍ତିପଦା:୩୭୫ କୋଟି ଟଙ୍କାର ପ୍ରକଳ୍ପର ...