ତାରିଖ:୧୯/୦୩/୨୫, ବୁଧବାର


 
୧-ଭୁବନେଶ୍ୱର:ଧାର୍ଯ୍ୟ ସମୟରେ କାମ ନ ସାରିଲେ କଳା ତାଲିକାଭୁକ୍ତ ହେବେ କମ୍ପାନୀ।

୨-ପୁରୀ:ଆଜି ବନକଲାଗି ନୀତି ; ଅପରାହ୍ନ ୫ଟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ କାଳିଆ ଦର୍ଶନ ବନ୍ଦ।

୩-ଭୁବନେଶ୍ୱର:ଏଣିକି ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ୬ ବର୍ଷ କିମ୍ବା ତଦୁର୍ଦ୍ଧ।

୪-ତ୍ରିଶୁଳିଆ ନୁହେଁ କଟକ ପର୍ଯ୍ୟନ୍ତ ଗଡିବ ମେଟ୍ରୋ, ଖୁବ ଶୀଘ୍ର ହେବ ନୂଆ DPR: ନଗର ଉନ୍ନୟନ ମନ୍ତ୍ରୀ

୫-ଗଞ୍ଜାମର ବଡ଼ଗଡ଼ରେ ଗୋଷ୍ଠୀ ସଂଘର୍ଷ ; ବାପ, ପୁଅଙ୍କ ସମେତ ଉଭୟ ପକ୍ଷରୁ ୩ ମୃତ।

୬-ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଡ଼ାକ୍ତର ଅଭାବ; ୫ହଜାର ୮୨୨ ଜଣ ଡାକ୍ତରଙ୍କୁ ମିଳିବ ନିଯୁକ୍ତି।

୭-ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର, ଷ୍ଟଡି ଟୁରରେ କରିଥିଲେ ମଦ୍ୟପାନ।

୮-ବାୟୁ ଓ ଜଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ପାରାଦ୍ୱୀପ ଶିଳ୍ପାଞ୍ଚଳ ସବୁଠାରୁ ଅଧିକ ପ୍ରଦୂଷିତ।

୯-କଟକ: ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ,୫୧ଟି କେନ୍ଦ୍ରରେ ୧୧,୮୦୦ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ।

୧୦-ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୯ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜମିବ ଭିଡ।

୧୧-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ସକାଳ ୭ଟା ରୁ ୯ଟା ଖୋଲା ରହିବ ଅଙ୍ଗନବାଡି, ବିଦ୍ୟୁତ୍ କାଟ୍ ନ କରିବାକୁ ଶକ୍ତି ବିଭାଗକୁ ତାଗିଦ୍।

୧୨-ଦିଗପହଣ୍ଡି : ଘାଟିରେ ପିକଅପ୍ ଭ୍ୟାନ ଓଲଟି ପଡିବାରୁ ୧୫ ଜଣ ଆହତ।

୧୩-ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ, ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ : ଆଇନ ମନ୍ତ୍ରୀ

୧୪-ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ ; ଆଜି ଅପରାହ୍ନ ୫ଟାରେ ଲୋକସେବା ଭବନରେ ଭେଟିବେ।

୧୫-ବ୍ରହ୍ମପୁର:ଲାଇସେନ୍ସ ନବୀକରଣ ପାଇଁ ୫୦୦ ଟଙ୍କା ଲାଞ୍ଚ ନେଉଥିଲେ ପାତ୍ରପୁର ବ୍ଲକ ଯୋଗାଣ ଅଧିକାରୀ, ଭାଇରାଲ ହେଲା ଭିଡିଓ।

୧୬-ଆସିକା : ଗୋଷ୍ଠୀ ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର।

୧୭-ତେଲେଙ୍ଗାନାରେ ଓବିସି ପାଇଁ ୪୨% ସଂରକ୍ଷଣ: ପ୍ରଥମ ରାଜ୍ୟ ଭାବେ ଜାତି ଜନଗଣନାରେ ଦେବ ସଂରକ୍ଷଣ।

୧୮-ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ , ୨୧ ମାର୍ଚ୍ଚ ସନ୍ଧ୍ୟାରେ ଓଡ଼ିଶା ଆସିଥାନ୍ତେ।

୧୯-ମହାକୁମ୍ଭର ସଫଳ ଆୟୋଜନ ପାଇଁ ଉତ୍ତର ପ୍ରଦେଶ ପ୍ରଶାସନ ଏବଂ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ।

୨୦-ରେକର୍ଡ ଭାଙ୍ଗିଲା ସୁନା ଦର,୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଛୁଇଁଲା ୯୦ ହଜାର।

୨୧-ନୂଆଦିଲ୍ଲୀ : ଭାରତ ସରକାର ୧ ମାର୍ଚ୍ଚ ୨୦୨୫ରୁ ଟ୍ରାଫିକ୍ ନିୟମକୁ କଡାକଡି କରିଦେଇଛନ୍ତି,୧୦ ଗୁଣା ବଢିବ ଜୋରିମାନା।

୨୨-ଶତାବ୍ଦୀ ଏକ୍ସପ୍ରେସରେ ଖେଳିଲେ ହୋଲି – ୮ ରେଳ କର୍ମଚାରୀ ଗିରଫ, ୨ ବହିଷ୍କୃତ।

୨୩-ଟ୍ରମ୍ପ-ପୁଟିନଙ୍କ ମଧ୍ୟରେ ୨ ଘଣ୍ଟାର ଆଲୋଚନା, ହ୍ୱାଇଟ୍ ହାଉସ୍ କହିଲା- କଥାବର୍ତ୍ତା ସକାରାତ୍ମକ ରହିଛି।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024