ଖବର ଆଜିର ତାରିଖ:୧୨/୦୩/୨୫, ବୁଧବାର


୧-ଭୁବନେଶ୍ୱର :ବୈ।ଦ୍ଧରେ ପାରଦ ୩୯.୫ ଡିଗ୍ରୀ;୩୫ ଡିଗ୍ରୀ ଉପରେ ୨୬ ସହର।

୨-ଭୁବନେଶ୍ୱର:୨୪ରେ ଆସୁଛନ୍ତି ରାଷ୍ଟ୍ରପତି,କଟକରେ ରହିଛି ଏକାଧିକ କାର୍ଯ୍ୟକ୍ରମ।

୩-କଟକ: ରାଜ୍ୟବ୍ୟାପୀ ଚୋରା ବାଲି ଧରପଗଡ ଜାରି,୪୫୬ ମାମଲା ରୁଜୁ,୫୨୪ ଗାଡ଼ି ଜବତ।

୪-୫ଦିନରେ ଆଶାକର୍ମୀଙ୍କ ଆନ୍ଦୋଳନ, ଦାବି ପୂରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚେତାବନୀ।

୫-ବିଧାନସଭାରେ ଶାସକ-ବିରୋଧୀ ହାତିହାତି, ତାରା ବାହିନୀପତି ୭ ଦିନ ପାଇଁ ଗୃହକାର୍ଯ୍ୟରୁ ନିଲମ୍ବିତ।

୬-ଭୁବନେଶ୍ୱର:ଗାନ୍ଧି ମୂର୍ତ୍ତି ତଳେ ବସି ପ୍ରତିବାଦ, ପିସିସି ସଭାପତିଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲେ କଂଗ୍ରେସ ବିଧାୟକ।

୭-ଭୁବନେଶ୍ବର ଏମ୍ସ ଅଞ୍ଚଳ କାଜୁ ବଗିଚାରେ ପଶିଲା ହାତୀ, ଘଉଡ଼ାଇବାକୁ ବନବିଭାଗର ଉଦ୍ୟମ ଜାରି।

୮-ଦିଲ୍ଲୀରୁ ୪ କୋଟିରୁ ଅଧିକ ଟଙ୍କାର ସୁନାରୁପା ଅଳଙ୍କାର ଚୋରି ମାମଲା, ସୋରରୁ ୩ ଗିରଫ।

୯-ଭୁବନେଶ୍ୱର:କିସ୍‍କୁ ବଦନାମ କରିବା ବିରୋଧରେ ଆଗକୁ ଆସିଲେ ଛାତ୍ରଛାତ୍ରୀ ସଂଘ, ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‍କୁ କଲେ ନିନ୍ଦା।

୧୦-ଭଦ୍ରକ:ପୁରୁଣାବଜାରରେ ନକଲି ଜର୍ଦ୍ଦା କାରଖାନା ଠାବ, ୩ ଗିରଫ

୧୧-ବ୍ରହ୍ମପୁର:ବାହୁଦା ବଡ଼ନାଳ ମୁହାଣଖୋଳାକୁ ନେଇ ଦୁଇ ଗାଁରେ ବିବାଦ ଘଟଣା, ୪୦ ଜଣଙ୍କୁ ଗିରଫ କଲା ପୋଲିସ।

୧୨-ଭୁବନେଶ୍ୱର:୮ ମାସରେ ୬ ଜୀବନ ନେଲାଣି ମୋ ବସ୍, ୧୮ଜଣ ଆହତ।

୧୩-ବିବାହ ବନ୍ଧନରେ ଆବଦ୍ଧ ହେବେ ରାଜନେତା ପ୍ରଦୀପ ମାଝୀ, ଆଜି ପଡିବ ହାତ ଗଣ୍ଠି।

୧୪-ନବରଙ୍ଗପୁର:ଉପାନ୍ତ ଅଞ୍ଚଳରେ ଫଳୁଛି ଆଳୁ କିନ୍ତୁ ଆଳୁ ସଞ୍ଚିତ ରଖିବାକୁ ନାହିଁ ଶୀତଳଭଣ୍ଡାର।

୧୫-ନବୀନଙ୍କୁ ଭେଟିଲେ ଡିଏମକେ ନେତା, ସୀମା ପୁନଃ ନିର୍ଦ୍ଧାରଣର ସ୍ବତନ୍ତ୍ର ବୈଠକକୁ କଲେ ନିମନ୍ତ୍ରଣ।

୧୬-ଭୁବନେଶ୍ବର : ଅପେକ୍ଷାର ଅନ୍ତ ଘଟିଲା । ଦୀର୍ଘ ଦିନର ସମ୍ପର୍କ ପରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଜାଗୃତି ଶୁକ୍ଳାଙ୍କୁ ବିବାହ କରିଛନ୍ତି।

୧୭-ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଚଢାଉ ଜାରି, କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ ଏବଂ ଏସଟିଏଫ୍ ପକ୍ଷରୁ ମିଳିତ ଭାବେ ଚଢାଉ।

୧୮-ବାଲେଶ୍ବର ଓ ବାରିପଦା:ଏଟିଏମରେ ଟଙ୍କା ନାହିଁ, ଗ୍ରାହକ ଦୌଡ଼ି ଦୌଡ଼ି ନୟାନ୍ତ।

୧୯-ଜାଲ ଚାକିରୀ ଅଫରରେ ଫସିବା ପରେ ଭାରତ ଫେରୁଛନ୍ତି,ଥାଇଲାଣ୍ଡରୁ ୫୪୦ ଭାରତୀୟ।

୨୦-ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ-ଡିଜେଲ୍ ଗାଡି ! ୨୦୨୭ ସୁଦ୍ଧା ୯୫% ଗାଡି ହେବ ଇଲେକ୍ଟ୍ରିକ୍।

୨୧-ଇସଲାମାବାଦ:ପାକିସ୍ତାନରେ ଟ୍ରେନ୍‌ ଅପହରଣ, ୨୧୪ ଯାତ୍ରୀ ପଣବନ୍ଦୀ ସୂଚନା।

୨୨-ସରିଲା ଚାମ୍ପିୟନ୍ସ ଟ୍ରଫି, ବଡ କ୍ଷତି ସହିଲା ପାକିସ୍ତାନ କ୍ରିକେଟ ବୋର୍ଡ । ଭାରତ ନଯିବାରୁ ୧୯୫ କୋଟି ଟଙ୍କା କ୍ଷତି ସହିଲା ପାକିସ୍ତାନ।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024