ଖବର ଆଜିର ତାରିଖ:୦୭/୦୩/୨୫, ଶୁକ୍ରବାର



୧-ଭୁବନେଶ୍ୱର:ସରିଲା ମାଟ୍ରିକ୍‌ ପରୀକ୍ଷା; ୧୯ରୁ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ପରୀକ୍ଷାଫଳ।

୨-ସୁଭଦ୍ରା ସଫଳତା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଓ ସହାୟିକାଙ୍କୁ ମିଳିବ ୫୦୦ ଟଙ୍କା: ପ୍ରଭାତୀ ପରିଡ଼ା

୩-ଭୁବନେଶ୍ୱର: ଖାତାକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା,ଉପକୃତ ହେଲେ ୨ ଲକ୍ଷ ୩୦ ହଜାର ଯୋଗ୍ୟ ହିତାଧିକାରୀ।

୪-ସ୍ବାସ୍ଥ୍ୟ ସେବାରେ ଜାତୀୟ ହାରଠୁ ବହୁ ପଛରେ ଓଡ଼ିଶା,୨୧୮୭ ଲୋକଙ୍କୁ ଜଣେ ଡାକ୍ତର।

୫-ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଓଡ଼ିଶା ପୁଲିସର ଗ୍ରୁପ୍ ବି ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ସ୍ଥଗିତ।

୬-ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦିତ୍ୱୀୟ ପର୍ଯ୍ୟାୟ; ଗୃହରେ ଏକାଧିକ ପ୍ରସଙ୍ଗକୁ ନେଇ ବିରୋଧୀ କରିବେ ନାରାବାଜି,ବିରୋଧୀଙ୍କ ସବୁ ପ୍ରସଙ୍ଗରେ ଉତ୍ତର ଦେବାକୁ ପ୍ରସ୍ତୁତ ରହିଛନ୍ତି ସରକାର।

୭-ପୁରୀ:୧୩, ୧୪ରେ ରାତି ୩ ଟାରୁ ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

୮-ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନ ହେବା ପ୍ରସଙ୍ଗ: ବିଜେଡ଼ିର ରାଜ୍ୟବ୍ୟାପୀ ପ୍ରତିବାଦ।

୯-ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି: ଜଷ୍ଟିସ ହରିଶ ଟଣ୍ଡନଙ୍କ ନାମ ସୁପାରିଶ୍।

୧୦-କଟକ: ସାହିତ୍ୟିକ ଶୈଳଜ ରବି ପାଇବେ 'ସାହିତ୍ୟ ଭାରତୀ ସମ୍ମାନ'।

୧୧-ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା, ଭୁବନେଶ୍ବର ଏଜି ଅଫିସରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି । 

୧୨-ପାରାଦ୍ଵୀପ:ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ, ଜଳିଗଲା ୧୨ ଟି ବଡ଼ ବୋଟ୍ ଓ ୮ ରୁ ଉର୍ଦ୍ଧ୍ବ ଟାପା

୧୩-ଭିଜିଲାନ୍ସ ଜାଲରେ STA ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି, ଘରୁ ମିଳିଲା ପୁଳା ପୁଳା ସୁନା ଓ ବିଡ଼ା ବିଡ଼ା ଟଙ୍କା।

୧୪-ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲା ମେହେର, ବୟାନ୍ ରେକର୍ଡ ପରେ ରାୟ ଶୁଣାଇବେ ବିଚାରପତି।

୧୫-ଆଠମଲ୍ଲିକ:ତେନ୍ତୁଲି ପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ।

୧୬-ଯାଜପୁର ଟାଉନ:ମିର୍ଜାପୁର ଡବଲ ମର୍ଡର ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ।

୧୭-ପୁଣି କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ : ଆଳି ବାଳକାଟି ନିକଟ ଖରସ୍ରୋତାରେ ବୁଲୁଛି ୧୫ଫୁଟ ଲମ୍ବର ମଗର।

୧୮-KVSରେ ପ୍ରଥମ ଶ୍ରେଣୀ ଓ ବାଲବାଟିକାରେ ଆଡମିସନ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ, ମାର୍ଚ୍ଚ ୨୧ଯାଏଁ ଚାଲିବ।

୧୯-ମହିଳା ଦିବସରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୨୦-ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ବାଂଲାଦେଶୀ ମୁଶଫିକୁର ରହିମ।

୨୧-ମହାରାଷ୍ଟ୍ରରେ ମରାଠୀ ଶିକ୍ଷା ବାଧ୍ୟତାମୂଳକ:ଫଡନବିସ।

୨୨-ଏଣିିକି ଆଣ୍ଡ୍ରଏଡ୍ ହେବ ଅଧିକ ସ୍ମାର୍ଟ, ଗୁଗଲ ଆଣୁଛି ନୂଆ ଫିଚର୍।

୨୩-ନୁଆ ଦିଲ୍ଲୀ:ଆମେରିକାରେ ଏକ ବିଶ୍ବବିଦ୍ୟାଳୟରେ ପଢୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା।ଛାତ୍ର ଜଣକ ଜି.ପ୍ରବୀଣ , ତେଲେଙ୍ଗାନା ଅନ୍ତର୍ଗତ ରଙ୍ଗାରେଡି ଜିଲ୍ଲାର।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024