ଖବର ଆଜିର ତାରିଖ:୨୩/୦୩/୨୫, ରବିବାର

 

୧-ମୁଖ୍ୟମନ୍ତ୍ରୀଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ, ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ହେଲା ଆଲୋଚନା।

୨-ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ,୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ସହ କୁଆପଥର ବର୍ଷା ସତର୍କତା ସୂଚନା ଜାରି।

୩-ବାଲିଚୋରି ରୋକିବାକୁ ନୂଆ ମାର୍ଗ ଦର୍ଶିକା,ସବୁ ବାଲିଘାଟରେ ଲାଗିବ CCTV,ପ୍ରତି ଘାଟ ପାଇଁ ସ୍ବତନ୍ତ୍ର ସ୍କ୍ବାଡ।

୪-୨୦୨୬-୨୭ରୁ ନୂଆ ସିଲାବସ୍,ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ୍ ବଦଳିବ।ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି।

୫-ପାଠପଢାଇବାକୁ ନାହାଁନ୍ତି ଶିକ୍ଷକ, ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ୧୭ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି।

୬-କେଉଁଝର,ଆମ୍ବଡହରା ଗାଁ ସ୍କୁଲ:ମଧ୍ୟାହ୍ନଭୋଜନ ଚାଉଳ, ଡାଲି ଖାଇଗଲେ ହାତୀପଲ, ଝରକା ଓ କାନ୍ଥ ଭାଙ୍ଗି ସ୍କୁଲରେ ପଶିଲେ।

୭-ଭୁବନେଶ୍ୱର: ରାଜ୍ୟରେ ଅଧାରୁ ଅଧିକ ୟୁନିଭର୍ସିଟିରେ ନାହାନ୍ତି କୁଳପତି, ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବୀ ଖାଲି।

୮-ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଟେକ୍ନିକାଲ ଆଇଡିଆକୁ ବାସ୍ତବ ରୂପ ଦେବା ସହ ଆକର୍ଷଣୀୟ ପୁରସ୍କାର ଜିତିବା ପାଇଁ ଆଜି ହିଁ ନିଶୁଳ୍କ ରେଜିଷ୍ଟ୍ରେସନ୍ କରନ୍ତୁ:ideathon.kiit.ac.in, ଅନୁସନ୍ଧାନ ପାଇଁ ଯୋଗାଯୋଗ କରନ୍ତୁ:9040141047,9861444036, 7002878375, 9827064437

୯-ରାଜଧାନୀରେ ନିଶା କାରବାର ନେଇ ବ୍ୟାପକ ଚଢାଉ, ଗଞ୍ଜେଇ ସିଗାରେଟ ଜବତ, ୫ ଗିରଫ।

୧୦-ଯାଜପୁର ଜାରକା ଆର୍‌ଡି ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀଙ୍କ ଘରେ ମାରାଥନ୍‌ ରେଡ୍‌, ବାଲିଅନ୍ତାରେ ରହିଛି ଆଖି ଖୋସିଲା ଭଳି ଘର।

୧୧-ଗୋପାଳପୁର:ବିଦେଶୀଙ୍କୁ ବେଆଇନ ସିମ୍ ବିକ୍ରି ଅଭିଯୋଗରେ ୨ ଗିରଫ, ୭୦ ସିମ୍ ସହ ୨୨ ଡଲାର ଜବତ।

୧୨-ଭବାନୀପାଟଣା:ପୋଡ଼ାପଦର ଏବଂ ତାଳନାଗି ପଂଚାୟତ ଅଧିକାରୀ ଦେବାନନ୍ଦ ସାଗର, ୩ କୋଟି ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ।

୧୩-କଟକ ଶେଖ ବଜାର ଛକ:କଟକରେ ଶହ ଶହ ଲୋକଙ୍କ ପାଇଁ ରୁଟି କରୁଛି ମେସିନ, ଗୁଜୁରାଣ ମେଣ୍ଟାଉଛନ୍ତି ଗୋଟିଏ ପରିବାର।

୧୪-ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ୍ ଅନର୍।

୧୫-କିସ୍‍ ପରିଦର୍ଶନରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ- ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ।

୧୬-ଚାନ୍ଦବାଲିରେ କୋଇଲା ମାଫିଆଙ୍କ ରାଜ, ଟଙ୍କା ନଦେବାରୁ ଜାଳିଦେଲେ ଜେସିବି।

୧୭-କାଳବୈଶାଖୀର ପ୍ରଭାବ : ପର୍ଯ୍ୟଟକଙ୍କ ପାଇଁ ୨ ଦିନ ବନ୍ଦ ରହିବ ଶିମିଳିପାଳ।

୧୮-ଭୋଗରାଇ:ଓଡ଼ିଶା ସୀମାରେ ଧସେଇ ପଶୁଛି ପଶ୍ଚିମବଙ୍ଗ, ନୂଆ ରାସ୍ତାକୁ ଭାଙ୍ଗି ତିଆରି କରୁଛି ରାସ୍ତା।

୧୯-୨୦୨୫ ପାଇଁ ସାହିତ୍ୟ ଭାରତୀ ସମ୍ମାନ ପାଇବେ ସାହିତ୍ୟିକ ଶୈଳଜ ରବି।

୨୦-ମୁମ୍ବାଇ:ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା, ୪ ବର୍ଷ ପରେ କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ।

୨୧-୫୯ତମ ଜ୍ଞାନପୀଠ ପୁରସ୍କାର ପାଇଁ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳା ମନୋନୀତ।

୨୨-ଡିସେମ୍ବର ୯ରେ ବାରବାଟୀରେ ମ୍ୟାଚ୍‌‌, ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଟି-ଟ୍ୱେଣ୍ଟି ମ୍ୟାଚ୍‌‌ ଖେଳିବ।

୨୩-IPL:ସଲଟ୍, କୋହଲିଙ୍କ ପ୍ରହାର,ପ୍ରଥମ ମ୍ୟାଚ ଜିତିଲା RCB।ଆଜି ଚେନ୍ନାଇ -ମୁମ୍ବାଇ ମୁକାବିଲା।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)