ଖବର ଆଜିର ତାରିଖ:୨୬/୦୩/୨୫, ବୁଧବାର

 

୧-ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ମୋହନ ସରକାରଙ୍କ ପୁଣି ନାଲି ଆଖି, ଅବସର ଆଗରୁ ଚାକିରିରୁ ବିଦା ପାଇଁ ଚେତାବନୀ।

୨-ବିଶୃଙ୍ଖଳିତ ଆଚରଣ ପାଇଁ ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ।

୩-ଭୁବନେଶ୍ୱର:ଭିତରେ-ବାହାରେ ମୁହାଁମୁହିଁ, ଭୋକ ଉପାସରେ ପୁଲିସ ଘେରରେ ୧୩ କଂଗ୍ରେସ ବିଧାୟକ।ପୋଡିୟମ ତଳେ ରାତି କଟିଲା।

୪-ସ୍କୁଲ ପିଲାଙ୍କୁ ଏଣିକି ସପ୍ତାହକୁ ମିଳିବ ୪ଟି ଅଣ୍ଡା, ଆସନ୍ତା ଶିକ୍ଷାବର୍ଷରୁ ହେବ ଲାଗୁ।

୫-ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ, ସମସ୍ତଙ୍କୁ ଏକଜୁଟ ହେବାକୁ ଭକ୍ତଙ୍କ ନିବେଦନ।

୬-ଟିଟିଲାଗଡ ବ୍ଲକ ଖୋଲାନ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରାବାସ:ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରୀ ଝାଡ଼ବାନ୍ତିରେ ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି।

୭-ଭୁବନେଶ୍ୱର: ଗୁଣିଗାରେଡି ସନ୍ଦେହ ମାମଲାରେ ଗତ ୫ ବର୍ଷରେ ୩୮୭ ଗିରଫ।

୮-ପଦ୍ମପୁର: ଆବାସ ପାଇଁ ଲାଞ୍ଚ, ଭିଜିଲାନ୍ସ ଜାଲରେ ପିଇଓ , ମଧ୍ୟସ୍ଥ ସାଜିଥିବା ସ୍ବାମି ବି ଗିରଫ।

୯-ଗୋଳନ୍ଥରା ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଜଣକୁ ଗିରଫ କଲା ପୋଲିସ।

୧୦-ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ, ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ।

୧୧-କଟକ:ପୋଷା କୁକୁର ଫେରି ପାଇବା ଲାଗି ହାଇକୋର୍ଟରେ ଆବେଦନ, ପିଟିସନରଙ୍କୁ ୧ ହଜାର ଟଙ୍କା ଜୋରିମନା କଲେ ହାଇକୋର୍ଟ।

୧୨-ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ,ଭୁବନେଶ୍ଵରସ୍ଥିତ ଫ୍ଲାଟରୁ ନଗଦ ୧୭ ଲକ୍ଷ ଟଙ୍କା ସହ ଦେଢ ଶହ ଗ୍ରାମ ସୁନା ଅଳଙ୍କାର ଜବତ।

୧୩-କାମାକ୍ଷାନଗର:ରୋଲରରେ ଚାପିହୋଇ ତିନି ଶ୍ରମିକଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୧୪-ବୌଦ୍ଧ:ପୋଲିସକୁ ବାନ୍ଧିଲା ପୋଲିସ, ଗଞ୍ଜେଇ ଚାଲାଣରେ ୩ଜଣ ଆଇଆରବି ଯବାନ ଗିରଫ।

୧୫-ଆଇଆରବି ନିଯୁକ୍ତି ମାମଲା: ୩ ବର୍ଷ ବୟସ କୋହଳ କଲେ ରାଜ୍ୟ ସରକାର।

୧୬-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ଓଡ଼ିଶା ବିଜେପି ସଂଗଠନ ଓ ରାଜ୍ୟର ବିକାଶ ଦିଗରେ କଲେ ଆଲୋଚନା।

୧୭-ଭାରତୀୟ ରେଳବାଇରେ ପୂରଣ ହେବ ୯,୯୦୦ରୁ ଅଧିକ ପଦବୀ।ଦଶମ ପାଶ୍ କରିଥିବା ପୁରୁଷ ଓ ମହିଳା ପ୍ରାର୍ଥୀ ଆବେଦନ କରିପାରିବେ।

୧୮-ଅହମଦାବାଦ:ଆୟରଙ୍କ ୯୭*ଗୁଜୁରାଟ୍ କୁ ୧୧ରନରେ ହରାଇଲା ପଞ୍ଜାବ।

୧୯-ନୂଆ ଦିଲ୍ଲୀ: ଜଷ୍ଟିସ ବର୍ମାଙ୍କ ଘରେ ତଦନ୍ତ କମିଟି,ଷ୍ଟୋର ରୁମ୍ ରେ ହେଲା ୪୫ ମିନିଟ୍ ଯାଞ୍ଚ।

୨୦-ବାଂଲାଦେଶରେ ସାମରିକ ବିଦ୍ରୋହ ଆଶଙ୍କା,ଢାକାରେ ବିପୁଳ ସୈନ୍ୟ ମୁତୟନ।

୨୧-ଟ୍ରମ୍ପଙ୍କ କୁଟନୀତିର କମାଲ; କୃଷ୍ଣ ସାଗରରେ ଲାଗିବ ଯୁଦ୍ଧବିରାମ, ଋଷ୍-ୟୁକ୍ରେନ ରାଜି।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024