ଖବର ଆଜିର ତାରିଖ:୧୧/୦୩/୨୫, ମଙ୍ଗଳବାର


୧-ଭୁବନେଶ୍ୱର:ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ,୨୮ରେ ସରିବ ଆବେଦନ,ମେ ୪ରୁ ସିପିଇଟି।

୨-କଟକ:ଦଶମ ବୋର୍ଡ ଖାତା ମୂଲ୍ୟାୟନ କରିବେ ୧୧,୮୦୦ ଶିକ୍ଷକ।

୩-ଭରତପୁର ଥାନାରେ ହଙ୍ଗାମା ଘଟଣା:୨୮୨ ପୃଷ୍ଠାର ରିପୋର୍ଟ ଦେଲେ କମିଶନ।

୪-ଭୁବନେଶ୍ୱର:୨୦୨୪-୨୦୨୫ରେ ରାଜ୍ୟର ଋଣ ୨୧ ହଜାର କୋଟି। ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୠଣ ଅର୍ଥ ବିନିଯୋଗ।

୫-ରାଜ୍ୟରେ ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ, ୪୧ଜଣଙ୍କ ନାଁରେ ଅଛି ଅପରାଧିକ ମାମଲା।

୬-ସକାଳରୁ ସନ୍ଧ୍ୟା ହେଲା ବିଧାନସଭା ନ ଚାଲିଲା; ଜୟନାରାୟଣଙ୍କ ବୟାନ ବିରୋଧରେ ଗର୍ଜିଲା ବିଜେଡି।

୭-ମହିଳା ସୁରକ୍ଷା ପ୍ରସଙ୍ଗରେ ଗାଁରୁ ସହର କମ୍ପାଇଲା କଂଗ୍ରେସ; ନାରୀ ନିର୍ଯାତନାର ୮ ମାସର ହିସାବ ଦେଲା ଦଳ।

୮-ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ; ୩୦୧ ପଏଣ୍ଟରେ ନିଆଁ, ସାରାଦେଶରେ ଜଙ୍ଗଲ ନିଆଁରେ ଓଡ଼ିଶା ଦ୍ୱିତୀୟ।

୯-ଭୁବନେଶ୍ୱର: ରାଜ୍ୟରେ ୧୩୭ ଜଣ ବିଧାୟକ ଏବଂ ସାଂସଦଙ୍କ ନାଁରେ ରହିଛି ଫୌଜଦାରୀ ମାମଲା।

୧୦-ତାତିଲେ ଆଶା କର୍ମୀ, ତୁରନ୍ତ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚେତାବନୀ।

୧୧-ବିଧାନସଭାରେ ଉଠିଲା ଛାତ୍ର ମୃତ୍ୟୁ ପ୍ରସଙ୍ଗ; ବିଧାୟିକା ସୋଫିଆ ଫିଦ୍ଦୋର୍ଶଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ; କହିଲେ ୫ ବର୍ଷ ଆତ୍ମହତ୍ୟା କରିଛନ୍ତି ୭୨ ଜଣ ଛାତ୍ରଛାତ୍ରୀ।

୧୨-ଭଞ୍ଜନଗର:ମଦ ଦୋକାନ ଲୁହା କବାଟ ଭାଙ୍ଗି ଲୁଟ୍, ଦୋକାନରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ନେଇ ଅଭିଯୋଗ।

୧୩-ନୟାଗଡ,ହୀରାଦେଈପୁର:ବାଣ ବିସ୍ଫୋରଣରେ ୨ ଗୁରୁତର,ଭୁବନେଶ୍ୱରକୁ ସ୍ଥାନାନ୍ତର।

୧୪-କଟକ ସୁନା ଲୁଟ୍‌ର ସାଂଘାତିକ ସତ, ୪୮ ଲକ୍ଷର ସୁନା ଲୁଟିଥିଲା ସେଲ୍ସ ମ୍ୟାନ୍‌।ଗିରଫ ଲୁଟେରା ଲାଲବାଗ ଅଞ୍ଚଳର ସତ୍ୟନାରାୟଣ ସାହୁ।

୧୫-ରାୟଗଡା:ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଗଲେ ଆଶା ଦିଦିଙ୍କ ସହ ୮ଜଣ ରୋଗୀ।

୧୬-ଏଜିଏସ୍ ଟ୍ରାଞ୍ଜାକ୍ଟ ଦେବାଳିଆ,୩୮ ହଜାର ATMରେ ଟଙ୍କା ନାହିଁ, ଦେଶବ୍ୟାପୀ ATM ସେବା ଠପ୍।

୧୭-ସୁଟିଂ ପାଇଁ କୋରାପୁଟରେ ପ୍ରିୟଙ୍କା,ଦେଓମାଳୀ କଟେଜ୍ ରେ ଅଛନ୍ତି ମହେଶ ବାବୁ ଓ ରାଜାମୈ।ଲି।

୧୮-ନୂଆ ଦିଲ୍ଲୀ: ବିଶ୍ବବ୍ୟାପୀ ସୋସିଆଲ ମିଡିଆ X ଡାଉନ୍,କୋଟି କୋଟି ୟୁଜର ପ୍ରଭାବିତ।

୧୯-ଆଇପିଏଲରେ ତମାଖୁ ଓ ମଦ ବିଜ୍ଞାପନକୁ ବାରଣ, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ।

୨୦-ଅତିରିକ୍ତ ୫୧ ହଜାର ୪୬୨ କୋଟି ଟଙ୍କାର ଖର୍ଚ୍ଚ ଦାବି ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

୨୧-ଇ-ଶ୍ରମ ପୋର୍ଟାଲରେ ୩୦ କୋଟିରୁ ଅଧିକ ଅଣସଂଗଠିତ ଶ୍ରମିକ ପଞ୍ଜୀକୃତ।

୨୨-ଛତିଶଗଡ଼ରେ ଇଡି ଟିମ ଉପରେ ଆକ୍ରମଣ, ଗାଡ଼ିକୁ ପଥର ମାଡ଼ କଲେ ଭୂପେଶ ବଘେଲଙ୍କ ସମର୍ଥକ।

୨୩-ଉତ୍ତର ମହାସାଗରରେ ମାଲବାହୀ ଜାହାଜ-ତେଲ ଟ୍ୟାଙ୍କର ଧକ୍କା: ୩୨ ଉଦ୍ଧାର।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024