ଖବର ଆଜିର ତାରିଖ:୨୦/୦୩/୨୫, ଗୁରୁବାର



୧-ଭୁବନେଶ୍ଵର: ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସମସ୍ତ ସ୍କୁଲ ସକାଳୁଆ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି।

୨-ଆଜି ୧୧ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ,୨୪ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି।

୩-ବୈପାରୀଗୁଡା:କଲେଜ ଯାଉଥିବା ବେଳେ ଅଘଟଣ, ଗଛ ଡାଳ ପଡ଼ି ଜଣେ ଛାତ୍ର ମୃତ , ୨ ଗୁରୁତର।

୪-କଟକ: ସ୍ୱୟଂଚାଳିତ ହେବ ଯୋବ୍ରା ଓ ନରାଜ ବ୍ଯାରେଜ, କମାଣ୍ଡ ଦେଲେ ଉଠିବ ଫାଟକ।

୫-ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଙ୍କ ପରିବାର, ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଭରସା ଦେଲେ ମୋହନ।

୬-ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ : ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି।

୭-ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ମହିଳା, ବଞ୍ଚିତ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଟଙ୍କା।

୮-ଭୁବନେଶ୍ୱର:ଆଜି ପଖାଳ ଦିବସ, ବିଭିନ୍ନ ସଂଗଠନ ଓ ଅନୁଷ୍ଠାନରେ ହୋଇଛି ବ୍ୟାପକ ଆୟୋଜନ।

୯-ସ୍ବାଭାବିକ ହୋଇପାରୁନି ବିଧାନସଭା । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଜାରି।

୧୦-ଭୁବନେଶ୍ୱର: ରାଜ୍ୟର ସମସ୍ତ ୭ ସୂତା ଓ ୮ ଲୁଗାକଳ ଅଚଳ,୪ଟି ଚିନି କଳ ବି ବନ୍ଦ।

୧୧-ଚନ୍ଦ୍ରଶେଖରପୁର: ଲେଖା ଚୋରି ମାମଲା, ୟୁଟ୍ୟୁବର ତପି ମିଶ୍ର ଗିରଫ।

୧୨-ଭୁବନେଶ୍ୱର: ଆଜିଠୁ କଳାବ୍ୟାଚ୍ ପିନ୍ଧିବେ ଆୟୁଷ ଡାକ୍ତର,୨୭ରୁ କାର୍ଯ୍ୟ ବନ୍ଦ।

୧୩-ପାହାଳ ଥାନା ରୁଦ୍ରପୁରର ଘଟଣା:ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ, ଗୁରୁତର ବ୍ୟବସାୟୀଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର।

୧୪-ଦୋକାନୀକୁ ଆକ୍ରମଣ କରି ସୁନା ଓ ଟଙ୍କା ଲୁଟ୍, କାର୍ଯ୍ୟାନୁଷ୍ଠାନ ନେଉନି ସାଲେପୁର ପୋଲିସ !

୧୫-ଗଞ୍ଜାମ, ଦିଗପହଣ୍ଡି:ସ୍କୁଲ ଯାଉଥିବା ବେଳେ ଚାଲିଗଲା ଜୀବନ, ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍‌।

୧୬-ରତ୍ନ ଭଣ୍ଡାର କମିଶନଙ୍କ ରିପୋର୍ଟ ; ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୧୭-୪ ଲକ୍ଷ ୮ ହଜାର ୧୦୭ ଭୂତ ରାସନକାର୍ଡକୁ ବାଦ୍ ଦିଆଯାଇଛି, ବିଧାନସଭା ଗୃହରେ ମନ୍ତ୍ରୀଙ୍କ ଉତ୍ତର।

୧୮-ସୁନୀତା ୱିଲିୟମ୍ସଙ୍କ ଫେରିବା ପରେ ଖୁସି ବ୍ୟକ୍ତ କଲେ ମୋଦୀ; ଶେୟାର କଲେ ପୁରୁଣା ଫଟୋ।

୧୯-ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ସହ ନାମରୂପ-୪ ସାର କାରଖାନା ସ୍ଥାପନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ।

୨୦-୨୦୩୫ ସୁଦ୍ଧା ମହାକାଶ କେନ୍ଦ୍ର, ୨୦୪୦ ସୁଦ୍ଧା ଚନ୍ଦ୍ରରେ ମହାକାଶଚାରୀ ପହଞ୍ଚାଇବ ଭାରତ।

୨୧-ବେଙ୍ଗାଲୁରୁ:ମା'-ବାପାଙ୍କୁ ନ ପଚାରିଲେ ମିଳିବନି ସମ୍ପତ୍ତି: କର୍ଣ୍ଣାଟକ ସରକାରଙ୍କ ଅଭିନବ ପ୍ରୟାସ।

୨୨-ମହାରାଷ୍ଟ୍ର:ନାଗପୁର ହିଂସା, ୮ ଭିଏଚପି ଓ ବଜରଙ୍ଗ ଦଳ କର୍ମୀ ଗିରଫ।

୨୩-ଗାଜାରେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବାକୁ ଭାରତର ଦାବି।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)