ଖବର ଆଜିର ତାରିଖ:୦୪/୦୩/୨୫, ମଙ୍ଗଳବାର


୧-ଆଇସିସି ଚାମ୍ପିୟନ୍ସ କ୍ରିକେଟ ଟ୍ରଫି –ଆଜି ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ଦୁବାଇରେ ହେବେ ମୁହାଁମୁହିଁ।

୨-ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା; ୩୭ ଡିଗ୍ରୀ ଡେଇଁଲା ୧୦ ସହରର ତାପମାତ୍ରା।୩୮.୨ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର।

୩-ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସ୍କୁଲ ଓ କଲେଜ ପାଇଁ ଆସିବ ନୂଆ ଗାଇଡ୍‌ଲାଇନ୍‌।

୪-ଏଣିକି ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ, ମାର୍ଚ୍ଚ ୫ ଛୁଟି ବାତିଲ।

୫-ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ କୌଶିକ ପଟ୍ଟନାୟକ, ୧୮ ଓଏଏସ ଅଧିକାରୀଙ୍କୁ ବଦଳି ସହିତ ନୁଆ ନିଯୁକ୍ତି।

୬-ବିଜେଇଏମ ସ୍କୁଲ କେଳେଙ୍କାରୀର ତଦନ୍ତ କରିବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି – ଅଭିଭାବକ ସଂଘ।

୭-କେନ୍ଦୁଝର:ମାଟ୍ରିକ ପରୀକ୍ଷାରେ କପି ଦେବାକୁ ନେଇ ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ,ଦେଓଗାଁ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ଆସିଛି ଅଭିଯୋଗ ।

୮-ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ, ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠ ପଢାଇବ ଓଡ଼ିଶା।

୯-କିଟ୍ ଘଟଣାକୁ ନେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଅପପ୍ରଚାର, କିସ୍ ଅଭିଭାବକ ସଂଘ ଓ ଓଡ଼ିଶା ଆଦିବାସୀ ମହାସଂଘର ୩୦ଟି ଜିଲ୍ଲାରେ ଆନ୍ଦୋଳନ ଧମକ।

୧୦- ଋଷିଆ-ୟୁକ୍ରେନଙ୍କୁ ୧ ମାସର ଯୁଦ୍ଧ ବିରାମ ପ୍ରସ୍ତାବ ଦେଲେ ଫ୍ରାନ୍ସ ଓ ବ୍ରିଟେନ।

୧୧-ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୀରା ପରିଡ଼ା, ଗଣମାଧ୍ୟମ ଓ ସୋସିଆଲ ମିଡିଆ ବିରୋଧରେ କଲେ ମାମଲା।

୧୨-ନବମ ଜନଶୁଣାଣି କାର୍ଯ୍ୟକ୍ରମ:୮୪ ପ୍ରତିଶତ ଅଭିଯୋଗ ସମାଧାନ କରିବାରେ ସଫଳ ହୋଇଛନ୍ତି ସରକାର।

୧୩-ସହିଦନଗର:ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣା, ରକି ଟାଟୁ ଦୋକାନୀ ଓ ଚିତ୍ରକର ଗିରଫ

୧୪-ଭୁବନେଶ୍ୱର:ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ।

୧୫-ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ, ଗୁହାଳରେ ପଶି ଗାଈକୁ ମାରି ଖାଇଲା ବାଘ, ସତର୍କ ରୁହନ୍ତୁ କହିଲା ବନ ବିଭାଗ।

୧୬-ନବରଙ୍ଗପୁର: ଅନ୍ଧବିଶ୍ୱାସରେ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି।

୧୭-ଡ଼ୁବୁରି: ପାରିବାରିକ ବିବାଦରୁ ସ୍ବାମୀଙ୍କୁ ହତ୍ୟା, ପତ୍ନୀ ସମେତ ୫ ଗିରଫ।

୧୮-ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ୬ ମାସରେ ଗର୍ଭପାତ ସଂପର୍କିତ ଏସଓପି ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ।

୧୯-ରାୟଗଡା : ମୁନିଗୁଡା ଉପକଣ୍ଠ ଇଣ୍ଡିଆନ ଗ୍ୟାସ ଗୋଦାମ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା,୨ମୃତ ୩ ଗୁରୁତର।

୨୦-ଆଇଆରସିଟିସି ଓ ଆଇଆରଏଫସିକୁ ମିଳିଲା ନବରତ୍ନ ମାନ୍ୟତା।

୨୧-ନ୍ୟାୟିକ ସେବାରେ ନିଯୁକ୍ତି ପାଇବେ ଦୃଷ୍ଟିହୀନ – ସୁପ୍ରିମକୋର୍ଟ।

୨୨-ପ୍ରଥମ ଭାରତୀୟ ମହିଳା ଭାବେ ସଟ୍ ପୁଟରେ ରେକର୍ଡ କଲେ କ୍ରିଷ୍ଣା ଜୟଶଙ୍କର।

୨୩-Paytmକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ ଜାରି କଲା ଇଡି, FEMA ଉଲ୍ଲଂଘନ ସହ ଜଡ଼ିତ ମାମଲା।

୨୪-ବଜାରକୁ ଆସିପାରେJio Electric Cycle, ଅଳ୍ପ ପଇସାରେ ଚାଲିବ ଅଧିକ ବାଟ।

୨୫-ନୂଆ ଦିଲ୍ଲୀ:ରଣବୀର ଆହ୍ଲାବାଦିଆଙ୍କୁ ‘ସୁପ୍ରିମ’ ଆଶ୍ଵସ୍ତି, ଶୋ’ ପ୍ରସାରଣକୁ ମିଳିଲା ଅନୁମତି।

୨୬-'ଛାବା’ର ବମ୍ପର କଲେକ୍ସନ:ଫିଲ୍ମର ମୋଟ୍ ଆୟ ୪୬୭.୨୫ କୋଟିରେ ପହଞ୍ଚି ସାରିଛି। 


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)