ଖବର ଆଜିର ତାରିଖ:୨୮/୦୩/୨୫, ଶୁକ୍ରବାର



୧-ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ।ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ।

୨-ଠକ ସ୍କୁଲ୍‌ଙ୍କ ପାଇଁ କଠୋର ହେଲା ସିବିଏସଇ, ଆଫିଲିଏସନ୍‌ ନଥାଇ ପାଠ ପଢୁଥିଲେ ବୋର୍ଡ ପରୀକ୍ଷା ଦେଇପାରିବେନି ପିଲା।

୩-ବିଜେଡିର ଅଭିନବ ପ୍ରତିବାଦ, ଗଙ୍ଗା ଜଳ ଛିଞ୍ଚି ବିଧାନସଭାକୁ କଲେ ପବିତ୍ର।

୪-ଉଦଳା ଅନ୍ବେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ; ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନେକ ଅନ୍ତେବାସୀ।

୫-ଅଙ୍ଗନବାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ଗିରଫ କଲା ଭିଜିଲାନ୍ସ, ୫୦ ହଜାର ଟଙ୍କା ଲାଞ୍ଚନେଉଥିଲେ।

୬-ଭୁବନେଶ୍ୱର:ସରିଲା+୨ ପରୀକ୍ଷା,୨ରୁ ଖାତା ଦେଖା ଆରମ୍ଭ।

୭-ଭୁବନେଶ୍ୱର:ଶିକ୍ଷକ ଓ ଭିତ୍ତିଭୂମି ଅଭାବ ସାଜିଛି କଣ୍ଟା,୧୭ରୁ ୯ ବିଶ୍ବବିଦ୍ୟାଳୟର ନାହିଁ ନାକ୍ ମାନ୍ଯତା।

୮-ବଢୁଛି ତାତି, କେବଳ ସକାଳ ଓ ସନ୍ଧ୍ୟାରେ ମିଳିବ ରାସନ ସାମଗ୍ରୀ।

୯-ଶିଳ୍ପର ବିକାଶ ପାଇଁ ୧ଲକ୍ଷ ୬୫ହଜାର ୩୦୩ କୋଟି ନିବେଶକୁ ଅନୁମୋଦନ, ସୃଷ୍ଟି ହେବ ୫୧ ହଜାର ନିଯୁକ୍ତି।

୧୦-ଆୟଠାରୁ ବ୍ୟୟ ଅଧିକ, ଦୁଇ ବର୍ଷରେ ୪୫ କୋଟି କ୍ଷତି ସହିଲାଣି OSRTC।

୧୧-ରାଜଧାନୀରେ କଂଗ୍ରେସର ରଣହୁଙ୍କାର,ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି, ରୋକିବାକୁ ଲାଠି ଚାର୍ଜସହ ପାଣି ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୁଲିସ।

୧୨-କୁଚିଣ୍ଡା:ଘରେ ସଶସ୍ତ୍ର ଡକାୟତି, ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।

୧୩-ଆହତ କଂଗ୍ରେସ କର୍ମୀଙ୍କୁ ହସ୍ପିଟାଲରେ ଭେଟିଲେ ବିଧାୟକ ତାରାପ୍ରସାଦ।

୧୪-ରାଗିଲେ ପୋଲିସ ମହାନିର୍ଦ୍ଦେଶକ, ଯେଉଁମାନେ ପୋଲିସ ବର୍ଦ୍ଦିରେ ହାତ ମାରିଛନ୍ତି ଛଡ଼ା ଯିବ ନାହିଁ : ଡିଜିପି

୧୫-ଦେବଗଡ଼:ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ପରୀକ୍ଷାର୍ଥୀ ମୃତ, ୪ ଲକ୍ଷ ଟଙ୍କା ସହାୟତା ଦେଲେ ମୁଖ୍ୟମନ୍ତ୍ରୀ।

୧୬-ରେଢାଖୋଲ:ଶୁଆର ଜୀବନ ନେଇ ରିଲ୍ସ କରିବା ପଡିଲା ମହଙ୍ଗା, ୩ ଜଣଙ୍କୁ ବାନ୍ଧିଲା ପୋଲିସ।

୧୭-ହାଇଦ୍ରାବାଦ:ପୁଣି ପୂରଣ,ମାର୍ଶଙ୍କ ପ୍ରହାର; ସନରାଇଜର୍ସକୁ ହରାଇଲା ଲକ୍ଷ୍ନୌ।

୧୮-ଚେନ୍ନାଇ:ଆଜି ଚେପକରେ ସଂଧ୍ୟା ୭ଟା ୩୦ରେ ଧୋନି -କୋହଲି ହେବେ ମୁହାଁମୁହିଁ।

୧୯-ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

୨୦-ଆମଦାନୀ କାର, ଅଟୋ ପାର୍ଟ୍ସ ଉପରେ ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ : ଚୀନ, କାନାଡା, ମେସ୍କିକୋ ସହ ପ୍ରଭାବିତ ହେବ ଭାରତ।

୨୧-ଲୋକସଭାରେ ଗୃହୀତ ହେଲା ଇମିଗ୍ରେସନ ବିଲ : ଗୃହମନ୍ତ୍ରୀ କହିଲେ ଭାରତ ନୁହେଁ ଧର୍ମଶାଳା।

୨୨-ଏଲନ ମସ୍କ ବିଶ୍ବର ବଡ଼ ଧନୀ,୧୦ ଶ୍ରେଷ୍ଠ ଧନୀ ତାଲିକାରୁ ଖସିଲେ ମୁକେଶ ଅମ୍ବାନୀ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)