ଖବର ଆଜିର ତାରିଖ:୦୬/୦୩/୨୫, ଗୁରୁବାର

 

୧-ଭୁବନେଶ୍ୱର:ବଦଳିବ ସବୁ ସ୍କୁଲର ରଙ୍ଗ, ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ।ସରକାରୀ ସ୍କୁଲ ସହ ପିଏମଶ୍ରୀ ଅଧୀନ ସ୍କୁଲର ରଙ୍ଗ ବଦଳିବ।

୨-ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ,ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କଲେ ନବୀନ ପଟ୍ଟନାୟକ।

୩-ଆଜି ସୁଭଦ୍ରା ଯୋଜନାର  ୧ମ କିସ୍ତିର ୫ମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ରେ ୨ୟ କିସ୍ତି ପ୍ରଦାନ କରାଯିବ ।

୪-ଅସହ୍ୟ ହେଲାଣି ତାତି : ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା।

୫-ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଦାୟିତ୍ବ ନେଲେ ଜଗମୋହନ ମୀନା, ପୁଲିସ କମିଶନର ସୁରେଶ ସିଂହ ଦେବଦତ୍ତଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କଠାରୁ ଗ୍ରହଣ କଲେ ଦାୟିତ୍ବ।

୬-ବିଜେପି ସରକାର ଉପରେ ବର୍ଷିଲେ ନବୀନ; କହିଲେ. ‘ବିଜୁଙ୍କ ନାଁ କୁ କାଟିବାକୁ ବିଜେପି ଅପଚେଷ୍ଟା କରୁଛି’।

୭-କଟକ :  କେନ୍ଦ୍ରାପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ କିନ୍ତୁ ବାରିମୂଳ ଆଶ୍ରମ ମନା : ହାଇକୋର୍ଟ

୮-ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ, ଘଉଡ଼ାଇବାକୁ ନାକେଦମ ବନ ବିଭାଗ।

୯-ବିଶ୍ୱ ରାଜନୈତିକ ଇତିହାସରେ ବିଜୁ ବାବୁଙ୍କ ଭଳି ବ୍ୟକ୍ତିତ୍ୱ ବିରଳ – ମୁଖ୍ୟମନ୍ତ୍ରୀ।

୧୦-ବଲାଙ୍ଗିର,ଆଠଗାଁ:ଗୁଣି ଗାରେଡି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୪ ଗୁରୁତର।

୧୧-ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରିବେ ନାହିଁ ସରକାର, ହାଇକୋର୍ଟରେ ସତ୍ୟପାଠ ଦାଖଲ।

୧୨-ଖୋଲୁନି ରାସନକାର୍ଡ ପୋର୍ଟାଲ; ବ୍ଲକ ଓ ପୌର କାର୍ଯ୍ୟାଳୟ ଦଉଡି ଦଉଡି ନୟାନ୍ତ ଆଶାୟୀ।

୧୩-ଫିଟୁଛି କର୍ଣ୍ଣାଟକ ସୁନା ସ୍ମଗଲର ତଥା ଅଭିନେତ୍ରୀ ରାନ୍ୟା ରାଓଙ୍କ ଗୁମର । ବିଦେଶରେ ବଡ଼ ନେଟୱର୍କ ଥିବା ମିଳିଲା ସୂଚନା।

୧୪-ଉତ୍ତରାଖଣ୍ଡ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା; କେଦାରନାଥରେ ହେବ ବିଶ୍ୱର ସବୁଠୁ ଲମ୍ବା ରୋପୱେ, ଏଣିକି ୮ ଘଣ୍ଟାର ଯାତ୍ରା ପାଇଁ ଲାଗିବ ୩୬ ମିନିଟ୍।

୧୫-ଡାକ୍ତରୀ ନାମଲେଖା ପ୍ରବାସୀ କୋଟାରେ ଦୁର୍ନୀତି:ଘରୋଇ ହସ୍ପିଟାଲରେ ଇଡିର ଚଢ଼ାଉ।

୧୬-ପ୍ରତୀକ୍ଷାର ଅନ୍ତ:ପଳାଶୁଣି ଓ ପାତ୍ରପଡା ପାଦଚଲା ସେତୁ ହେଲା ଲୋକାର୍ପିତ।

୧୭-ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା,୧୦ରେ କଂଗ୍ରେସର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।

୧୮-କାରଗିଲରେ ପ୍ରଥମ ଥର ଅବତରଣ କଲା C-17 ଗ୍ଲୋବ ମାଷ୍ଟର ବିମାନ, ଏବେ ଶୀତ ଋତୁରେ ବି ଜାରି ରହିବ ଅପରେସନ।

୧୯-ସେମିରେ ହାରିଲା ଦକ୍ଷିଣ ଆଫ୍ରିକା, ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ।

୨୦-ଟ୍ରମ୍ପଙ୍କ ବଡ଼ ଘୋଷଣା, ଏପ୍ରିଲ ୨ରୁ ଭାରତ ଏବଂ ଚୀନ୍ ବିରୋଧରେ ଲାଗୁ ହେବ ପାରସ୍ପରିକ ଶୁଳ୍କ।

୨୧-ବାଂଲାଦେଶର ସୁନାମଗଞ୍ଜ ଜିଲ୍ଲାରେ ୪ କୋଟି ଟାକା ମୂଲ୍ୟର ମାଛ ଲୁଟିନେଲେ ଲୋକେ।

୨୨-ୟୁକ୍ରେନକୁ ଇଣ୍ଟେଲିଜେନ୍ସୀ ସପୋର୍ଟ ବନ୍ଦ କଲା ଆମେରିକା, ଏବେ ପୁଟିନ ବୋମା ବର୍ଷା କଲେ ଟ୍ରାକ୍ କରିବା ହେବ କଷ୍ଟ।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024