ଖବର ଆଜିର ତାରିଖ:୨୨/୦୩/୨୫, ଶନିବାର

 

୧-ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ।

୨-ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ।

୩-ମାର୍ଚ୍ଚ ୨୪ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅcଭିଯୋଗ ଜନଶୁଣାଣୀ।

୪-ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ।

୫-ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ୬୬ ବର୍ଷ ବୟସରେ ପରଲୋକ।

୬-କୁଆପଥର ମାଡରେ ଛାରଖାର,ବିଶୋଇ ବାଙ୍ଗିରୀପୋଷୀ ବ୍ଲକର ବିସ୍ତୃତ ଅଞ୍ଚଳ ଧ୍ବଂସ୍ତ, ବିଧ୍ବସ୍ତ।

୭-ପାରାଦ୍ଵୀପ ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ରେ ଦୁଇଟି ଜାହାଜକୁ ଗିରଫ କଲା ପୋଲିସ୍।

୮-ଅଷ୍ଟମରେ ୫୦%ଅଧିକ ଛାତ୍ରଛାତ୍ରୀ ହରଣ କରିପାରୁ ନାହାଁନ୍ତି- ଅସର ରିପୋର୍ଟ।

୯-ଭୁବନେଶ୍ୱର:ରାଜ୍ୟରେ ଅଛନ୍ତି ୩ ହଜାର ୧୭୨ ଜଣ ତୃତୀୟ ଲିଙ୍ଗୀ।

୧୦-ବାଜିଲା ବଂଶୀ, ଶୁଭିଲା ତୂରୀ... ବିଧାନସଭାରେ କଂଗ୍ରେସର କଲା ଘଣ୍ଟା ମାଡ଼।

୧୧-ଭୁବନେଶ୍ୱର:୪୬୧୯ଟି ସ୍କୁଲର ମିଶ୍ରଣ ହୋଇଛି,୪୪ଟି ସ୍କୁଲ ପୁଣି ଖୋଲାଯାଇଛି।

୧୨-ଯାଜପୁର କଳିଙ୍ଗ ନଗର ଟାଟା ଷ୍ଟିଲରେ ଅଘଟଣ, ଷ୍ଟିଲ୍‌ ମେଲ୍‌ଟିଂ ସପ୍‌ରେ ବିସ୍ଫୋରଣ ସୂଚନା, ୮ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ।

୧୩-ନ୍ୟୁଜିଲାଣ୍ଡର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ।ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ମିଳିତ ଗବେଷଣା ଓ ଅଧ୍ୟାପକ ବିନିମୟ ପାଇଁ ନୂତନ ପଥ ଖୋଲିବ । 

୧୪-ଭୁବନେଶ୍ୱର:କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ଚାଲାଣ, ଘାଟିକିଆରେ ଦେଶୀ ମଦ ଚାଲାଣବେଳେ ଧରିଲା ଅବକାରୀ ବିଭାଗ, ଦୁଇ ବେପାରୀ ଗିରଫ।

୧୫-ମୋହନା:ଗଞ୍ଜେଇ ରେଡ୍ କରିବାକୁ ଯାଇ ଧସ୍ତାଧସ୍ତି, ୨୦ରୁ ଅଧିକ ପୋଲିସ ଆହତ, ଗାଡି ଭଙ୍ଗାରୁଜା।

୧୬-ଟାଙ୍ଗୀ:୨ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ଜରକା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ,ଭୀମସେନ ମହାରଣା। 

୧୭-ଗେମିଂ ଆପ୍‌ରେ ଲଗାଇଥିଲେ ସରକାରୀ ଅର୍ଥ, ଅଭିଯୋଗ ପରେ ଭିଜିଲାନ୍ସ ହାତରେ ଧରାପଡିଲେ ରାଧାଦେଇପୁର ପଞ୍ଚାୟତ PEO କ୍ଷେତ୍ରମୋହନ ନାୟକ। 

୧୮-କଟକ:ଟଙ୍କଧରଙ୍କ ଅପରାଧିକ ରେକର୍ଡ ମାଗିଲେ ହାଇକୋର୍ଟ, ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ପ୍ରତିପକ୍ଷ ଦୀପାଳିଙ୍କୁ ନିର୍ଦ୍ଦେଶ।

୧୯-ଏପ୍ରିଲ ପହିଲାରୁ ବନ୍ଦ ପଡ଼ିଥିବା ମୋବାଇଲ୍‌ ନମ୍ବରରେ କାମ କରିବନି ୟୁପିଆଇ: ବନ୍ଦ ହୋଇପାରେ ପୁଲ୍ ଟ୍ରାଞ୍ଜାକ୍ସନ।

୨୦-ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁପ୍ରିମକୋର୍ଟ କଲେଜିୟମ।

୨୧-ମୁମ୍ବାଇ:ଆଜିଠୁ ୧୮ତମ IPL ,୬୫ ଦିନ ଧରି ଖେଳିବେ ୧୦ଟି ଦଳ।

୨୨-ଶ୍ରମ କମିଶନରଙ୍କ ସହ ଆଲୋଚନା ପରେ ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ।

୨୩-ଖୁବ୍‌ଶୀଘ୍ର ଆସିବ ନୂଆ ଜାତୀୟ ରାଜପଥ ଟୋଲ ଦେୟ ନୀତି; ଲାଗୁ ହୋଇପାରେ ବାର୍ଷିକ ଓ ଜୀବନକାଳ ଟୋଲ୍ ଫି’ ପ୍ଲାନ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)