ଖବର ଆଜିର ତାରିଖ:୧୬/୦୩/୨୫, ରବିବାର



୧-ଭୁବନେଶ୍ୱର:ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ, ପୂର୍ବରୁ ଯାଇଛନ୍ତି ନବୀନ।

୨-ଭୁବନେଶ୍ୱର:ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଯାତ୍ରା ସମୟରେ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି।

୩-ଅସହ୍ୟ ଖରାରେ ସିଝୁଛି ରାଜ୍ୟ : ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ, ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି।

୪-ପଟ୍ଟାମୁଣ୍ଡାଇ ଆଇଆଇସି ଅଧିକାରୀଙ୍କ ମାନବିକତା, ୩ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରି ବାପା ମା’ଙ୍କୁ କଲେ ହସ୍ତାନ୍ତର।

୫-ଶ୍ରୀମନ୍ଦିରରେ ଡ୍ରିମଗାର୍ଲ ହେମାମାଳିନୀ, ପୁରୀରେ ଖେଳିଲେ ହୋଲି।

୬-ଜମିଜମା ବିବାଦରୁ ମହିଳାଙ୍କୁ ଆକ୍ରମଣ ; ଆକ୍ରମଣକାରୀକୁ ଗିରଫ କରି ଜେଲକୁ ପଠାଇଲା କାକଟପୁର ପୋଲିସ।

୭-ସହିଦନଗର ଶାନ୍ତିପଲ୍ଲୀ ବସ୍ତି:ପୂର୍ବ ଶତ୍ରୁତା ପାଇଁ ହୋଲିରେ ଅଘଟଣ, ରାଜଧାନୀରେ ଗଡ଼ିଲା ଦୁଇ ମୁଣ୍ଡ।

୮-ମୟୂରଭଞ୍ଜ,ଟଙ୍ଗାଶୋଳ ଗାଁ:ପରକୀୟା ପ୍ରୀତିର କରୁଣ ପରିଣତି; ସ୍ତ୍ରୀକୁ ମାରି ରାତିସାରା ଶବ ପାଖରେ ଜଗିରହିଲା ସ୍ବାମୀ।

୯-ହୋଲି ଖେଳକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଜଗତପୁର ଓ ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ।

୧୦-କେନ୍ଦ୍ରାପଡା,ଦାନପୁର:ଭକ୍ତଙ୍କ ସହ ଫଗୁ ଖେଳିଲେ ରାଧାମାଧବ; ଶୋଭାଯାତ୍ରାରେ ଆସି ମେଲଣ ପଡ଼ିଆରେ ଏକାଠି ହେଲେ ଶହେରୁ ଅଧିକ ଠାକୁର।

୧୧-ହୋଲିରେ ଅଘଟଣ, ବଡମ୍ବା ଭଟ୍ଟାରିକା ମହାନଦୀରେ ବୁଡି ଯୁବକ ନିଖୋଜ।

୧୨-କଟକ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଦୋଳ ବିମାନ ଯିବା ବେଳେ ସୀମା ବିବାଦକୁ ନେଇ ମାରପିଟ।

୧୩-ଛତ୍ରପୁର:ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ୧୦ବର୍ଷର ଛାତ୍ରଙ୍କ ମୃତ୍ୟୁ।

୧୪-ଭୁବନେଶ୍ୱର:ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ।

୧୫-ରାୟଗଡା:୬୬୦ କେଜି ଗଞ୍ଜେଇ ସହ ବନ୍ଧୁକ ଜବତ, ୬ ମାଫିଆ ଗିରଫ।

୧୬-ହୋଲିରେ ଉତ୍ତରପ୍ରଦେଶରେ ବଡ଼ ଦୁର୍ଘଟଣା: ସୀତାପୁରରେ ଡଙ୍ଗା ଓଲଟି ନଦୀରେ ବୁଡିଗଲେ ୧୫ ଯାତ୍ରୀ।

୧୭-ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆରମ୍ଭ, ଜୁଲାଇ ୩୧ ଶେଷ ତାରିଖ।

୧୮-ଆସାମ ରାଇଫଲ୍ସ ବାଟାଲିୟନ ଜମି ମିଜୋରାମ ସରକାରଙ୍କୁ ହସ୍ତାନ୍ତର କଲେ ସ୍ବରାଷ୍ଟ୍ର ମନ୍ତ୍ରୀ।

୧୯-ଆସିବା ପୂର୍ବରୁ ଚହଳ ପକାଇଲାଣି ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍: ଭାରତରେ ଯୋଗାଇବ ସାଟେଲାଇଟ୍ ଇଣ୍ଟରନେଟ୍ ସୁବିଧା।

୨୦-ଶୀଘ୍ର ପୃଥିବୀପୃଷ୍ଟକୁ ଫେରିବେ ସୁନୀତା ୱିଲିୟମ୍ସ, ଫାଲକାନ-ନାଇନ ରକେଟ ମାଧ୍ୟମରେ କ୍ରୁ-ଟେନ୍‌ ମିଶନ ଲଞ୍ଚ କଲା ଆମେରିକା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024