ଖବର ଆଜିର ତାରିଖ:୦୫/୦୩/୨୫, ବୁଧବାର

 

୧-ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି,ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

୨-ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ଆଜି ଖୋଲା ରହିବ ସମସ୍ତ କଲେଜ।

୩-ଆଜି ଖୋଲା ରହିବ ସମସ୍ତ ସ୍କୁଲ; ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ।

୪-ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ ରାଜ୍ୟସ୍ଥରୀୟ ବିଜୁ ଜୟନ୍ତୀ ଉତ୍ସବ,ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ।

୫-ଅନୁଗୁଳ:ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ, ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ରାଜନାରାୟଣ ସାହୁ ଓ ଜିତେନ ପଟ୍ଟନାୟକ।

୬-ରଥଯାତ୍ରା ପାଇଁ ଲଞ୍ଚ କରାଯିବ ସ୍ବତନ୍ତ୍ର ଆପ୍ , ଭିଡ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା।

୭-OSSC ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ । ଫିଜିକାଲ ଟେଷ୍ଟ ଦେଉଥିବାବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା।

୮-ବିଜୁଙ୍କ କୃତି ମଳିନ ଲାଗି ସରକାରଙ୍କ ହୀନ ଉଦ୍ୟମ,୬ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡ଼ି।

୯-କୁଳପତି ସମ୍ମିଳନୀ:ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ହେଉଛି ଭିତ୍ତିଭୂମି – ରାଜ୍ୟପାଳ

୧୦-ଭୀମ ଆର୍ମିର ନ୍ୟାୟ ସଂକଳ୍ପ କାର୍ଯ୍ୟକ୍ରମକୁ ବିରୋଧ,ବାଣିବିହାରରେ ତୁମୁଳକାଣ୍ଡ,୫ ଗାଡ଼ି ଭଙ୍ଗାରୁଜା।

୧୧-ପରିବାର ସହ ଗୋପାଳପୁର ବୁଲିବାକୁ ଆସି ହୃଦଘାତରେ ପର୍ଯ୍ୟଟକଙ୍କ ମୃତ୍ୟୁ।

୧୨-ଅପଡେଟ ହେଉନି ରାଜ୍ୟ ସରକାରଙ୍କ ଓ୍ବିବସାଇଟ୍,ଇ ଡେସପାଚରେ ମିଳୁନି ବିଭାଗୀୟ ସୂଚନା।

୧୩-ସାମନ୍ତରାପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୨ ମାଷ୍ଟର ମାଇଣ୍ଡ ଗିରଫ, ମାଷ୍ଟରମାଇଣ୍ଡ ଅନ୍ତଃରାଜ୍ୟ ଏଟିଏମ ଲୁଟେରା।

୧୪-ଆଜିଠୁ ସବୁ ପଞ୍ଚାୟତରେ ହେବ ସୁଭଦ୍ରା ରାଲି, ସାମିଲ ହେବେ SHG ମହିଳା ଓ ଛାତ୍ରୀ।

୧୫-ବ୍ରହ୍ମପୁର:ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ୧୬୦ କେଜି ଗଞ୍ଜେଇ ସହ ୭ ଗିରଫ।

୧୬-ଏବେ ଖାଁ ଖାଁ ତୀର୍ଥନଗରୀ ପ୍ରୟାଗରାଜ,ଜନଶୂନ୍ୟ ମହାକୁମ୍ଭସ୍ଥଳୀ, ଶ୍ରଦ୍ଧାଳୁଙ୍କୁ ଝୁରୁଛି ସଙ୍ଗମସ୍ଥଳ।

୧୭-ଦେଶରେ ଏବେ ପ୍ରାୟ ୧୫ ହଜାର ଜନଔଷଧୀ କେନ୍ଦ୍ର ରହିଛି ଏବଂ ୨୦୨୭ ସୁଦ୍ଧା ଏହାକୁ ୨୫ ହଜାରକୁ ବୃଦ୍ଧି କରାଯିବ।

୧୮-ଆଇଆଇଏମ୍‌ ଲକ୍ଷ୍ନୌ ଛାତ୍ରଛାତ୍ରୀଙ୍କ କମାଲ: ଦରମା ୭୫ ଲକ୍ଷ,୫୭୦ ଛାତ୍ରଛାତ୍ରୀଙ୍କୁ ମିଳିଲା ୬୦୦ରୁ ବି ଅଧିକ ଚାକିରି।

୧୯-କୋହଲିଙ୍କ ଆକର୍ଷଣୀୟ ଇନିଂସ, ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତ।

୨୦-ନୂଆ ଦିଲ୍ଲୀ:ମାନବ ଶର୍ମା ଆତ୍ମହତ୍ୟା ମାମଲା, ପତ୍ନୀ ନିକିତା ଶର୍ମା ଫେରାର୍।

୨୧-ବାଂଲାଦେଶ:ଫେରିବେ ହସିନା, ବଢ଼ିଲା ୟୁନୁସ ସରକାରଙ୍କ ଟେନସନ।

୨୨-ଅଷ୍ଟ୍ରିଆର ନୂତନ ଚାନ୍ସେଲର ଭାବେ ଶପଥ ନେଲେ ଖ୍ରୀଷ୍ଟିଆନ ଷ୍ଟକର, ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ।

୨୩-ଇସ୍ରାଏଲ-ହମାସ ଅସ୍ତ୍ରବିରତି ଚୁକ୍ତି, ଇସ୍ରାଏଲ ରଖିଲା ନୂଆ ସର୍ତ୍ତ।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024