ଖବର ଆଜିର ତାରିଖ:୧୮/୦୩/୨୫, ମଙ୍ଗଳବାର



୧-ଭୁବନେଶ୍ୱର: ଏପ୍ରିଲ ୨ରେ ଶିଶୁ ବାଲ୍ ବାଟିକା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ, ଆଜିଠୁ ବଣ୍ଟା ହେବ ନିମନ୍ତ୍ରଣ ପତ୍ର।

୨-ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ୧୯ ବୃହତ ପ୍ରକଳ୍ପକୁ ମଞ୍ଜୁରୀ, ୬ ହଜାର ୧୧୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ।

୩-ଭୁବନେଶ୍ୱର:୨୧ରୁ ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବ, ଏକାଠି ହେବେ ୪୦୦ରୁ ଅଧିକ ଲେଖକ,ଚିନ୍ତକ ଓ ବୁଦ୍ଧିଜୀବୀ।

୪-ଭୁବନେଶ୍ୱର:ଛଟପଟ ସାରା ଓଡ଼ିଶା,ବୈ।ଦ୍ଧରେ ୪୩.୫ ଡିଗ୍ରୀ,୨୦ ଯାଏଁ ନିସ୍ତାର ନାହିଁ।

୫-ତାତିରେ ଲାଗିବ ବ୍ରେକ, ୧୯ରୁ ୨୨ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା।

୬-କଟକ ଏସସିବିରେ ବିରଳ ଚିକିତ୍ସା; ୮ ବର୍ଷ କୁନି ଝିଅର ଯୋଡ଼ି ହେଲା କଟା ଗୋଡ଼।

୭-ଓଡ଼ିଶାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମର ଶରୀର; ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର।

୮-ଡ଼ିଜିଟାଲ ଯୁଗରେ ବି ରାଜ୍ୟର ୨୬ଶହରୁ ଅଧିକ ଗାଁରେ ନାହିଁ ମୋବାଇଲ ସେବା, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ।

୯-ରାଜ୍ୟରେ ୬୭ ଆଇଏଏସ୍ ଏବଂ ୬୯ ଆଇପିଏସ୍ ପଦବୀ ଖାଲି, ଏମିତି ଭାବରେ ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମରୁଡି, କେମିତି ଚାଲିବ ସରକାର !

୧୦-ବରଗଡ଼:ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ହୋଇଛି ଦୁରୁପଯୋଗ।

୧୧-କାମାକ୍ଷାନଗର:ଜଙ୍ଗଲ ନିଆଁରେ ଜଳିଗଲେ ମହିଳା, ଜଙ୍ଗଲ ନିଆଁକୁ ଅଟକାଇବାକୁ ଲିଭାଉଥିଲେ।

୧୨-କେନ୍ଦ୍ରାପଡ଼ା:ରାଜକନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଧରାପଡିଲେ ଭିଜିଲାନ୍ସ ହାତରେ,ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ।

୧୩-ବାଙ୍ଗିରୀପୋଷୀ:ଦ୍ବାରଶୁଣି ଘାଟିରେ ଦୁର୍ଘଟଣା,ବାପ-ପୁଅ ମୃତ।

୧୪-କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର; ଆଇପିଏଲ ଆରମ୍ଭ ପୂର୍ବରୁ ଜିଓ ଆଣିଲା ସ୍ୱତନ୍ତ୍ର ଅଫର, ଦେଖିବେ ୯୦ ଦିନ ଯାଏଁ ମାଗଣା ହଟଷ୍ଟାର।

୧୫-ଆସନ୍ତା ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ବ୍ୟାଙ୍କ, ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଧର୍ମଘଟ ଡାକରା।

୧୬-ମହାରାଷ୍ଟ୍ର, କ୍ଲୋହାପୁର:କାର ଚଲାଇ ଯାଉଥିବା ବେଳେ ହେଲା ହୃଦଘାତ; ନିୟନ୍ତ୍ରଣ ହରାଇ ୯ ଗାଡ଼ିକୁ ଧକ୍କା ଦେଲେ ଚାଳକ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ।

୧୭-କବାଡି ବିଶ୍ୱକପରେ ପୁରୁଷ ବର୍ଗରେ ଇଟାଲୀକୁ ୬୪-୨୨ରେ ପରାସ୍ତ କଲା ଭାରତ।

୧୮-ଆଜି ରାତିରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିବେ ୪ ମହାକାଶଚାରୀ।

୧୯-ନୂଆ ଦିଲ୍ଲୀ: ଚନ୍ଦ୍ରଯାନ -୫ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ, ଏଥିରେ ୨୫୦ କିଲୋ ଓଜନର ରୋଭର ପଠାଯିବ।

୨୦-ଟ୍ରମ୍ପ-ପୁଟିନ ଆଲୋଚନା ପୂର୍ବରୁ ରୁଷର ଦାବି- ନାଟୋ ସଦସ୍ୟତାରୁ ୟୁକ୍ରେନକୁ ବାଦ ଦିଆଯାଉ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)