ଖବର ଆଜିର ତାରିଖ:୨୭/୦୩/୨୫, ଗୁରୁବାର



୧-କଟକ: ଦ୍ବନ୍ଦ ବଢ଼ାଇଲା ଉଚ୍ଚ ଶିକ୍ଷା ବିଜ୍ଞାପନ,୨୮ ବର୍ଷ ବୟସ ପରେ ସାଧାରଣବର୍ଗଙ୍କୁ ବିଏଡ୍ ପଢ଼ିବା ମନା। ସଂରକ୍ଷିତ ଓ ମହିଳା ବର୍ଗଙ୍କ ପାଇଁ ରହିଛି ୩୩ ବର୍ଷ।

୨-ଭୁବନେଶ୍ୱର:ଆଜି କଂଗ୍ରେସର ବିଧାନସଭା ଘେରାଉ, ରାଜଧାନୀ ପୁଲିସରେ ଛାଉଣୀ।

୩-ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ତତ୍ପରତା ; ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେଲା ପ୍ରଶାସନିକ ପ୍ରକ୍ରିୟା।

୪-ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ।

୫-ପ୍ରଥମରୁ ଦଶମ ପିଲାମାନଙ୍କୁ ମିଳିବ ପୁଷ୍ଟିକର ଲଡୁ ଓ ଅତିରିକ୍ତ ଅଣ୍ଡା। ଏପ୍ରିଲ ପହିଲାରୁ ଆରମ୍ଭ ହେବ।

୬-ଶାସକ-ବିରୋଧୀ ଲଢ଼େଇରେ ଆକ୍ତାମାକ୍ତା ହେଲା କମିଶନରେଟ୍ ପୋଲିସ; ଧୈର୍ଯ୍ୟର ସହ ବିଧାୟକଙ୍କୁ କଲେ ମୁକାବିଲା।

୭-ଭୁବନେଶ୍ୱର:ଭିତ୍ତିଭୂମି ସର୍ତ୍ତାବଳୀ ପୂରଣରେ ବିଫଳ,୭୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନୋଟିସ୍।

୮-ତାରା ବାହିନୀପତି ଓ ରମେଶ ଜେନା ସସ୍‌ପେଣ୍ଡ, ଗୃହକୁ ୭ ଦିନ ପାଇଁ ଯିବା ମନା।

୯-ଚନ୍ଦକା-ଡମପଡ଼ା ଜଙ୍ଗଲରେ ଆହତ ହାତୀର ମୃତ୍ୟୁ; ଆଜି ହେବ ଶବ ବ୍ୟବଚ୍ଛେଦ।

୧୦-ସୋନପୁରରେ ଭୟାବହ ସଡ଼କ ଦୁର୍ଘଟଣା: ୩ ମୃତ,୩ ଗୁରୁତର।

୧୧-କର୍ମକ୍ଷେତ୍ରକୁ ନିଶା ସେବନ କରି ଆସିବା ପଡ଼ିଲା ମହଙ୍ଗା, ବୁର୍ଲା ଭିସୁଟ୍ ସହଯୋଗୀ ପ୍ରଫେସର୍ ନିଲମ୍ବିତ।

୧୨-କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢ଼ିଲା ତାତି, ୨୯ ଓ ୩୦ରେ କିଛି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି।

୧୩-ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରୀକୃତ ସମସ୍ତ ନୀତିକାନ୍ତିକୁ ଅନୁପାଳନ କରାଯିବ : ଦଇତାପତି ନିଯୋଗ ସଂପାଦକ।

୧୪-ବ୍ରହ୍ମପୁର:କୋଷ୍ଟଗାର୍ଡ ଅଫିସର୍ ପ୍ରଗତି କୁମାରଙ୍କୁ ମିଳିଲା ସାହାସିକତା ପୁରସ୍କାର, ୧୬ ଜଣଙ୍କୁ କରିଥିଲେ ଉଦ୍ଧାର।

୧୫-କଳାହାଣ୍ଡି:କନିଆ ଦେଖି ଫେରୁଥିଲେ, ଭାରସାମ୍ୟ ହରାଇ କେନାଲରେ ପଶିଲା କାର୍, ୨ ମୃତ।

୧୬-ବ୍ରହ୍ମପୁର:ଧରାପଡ଼ିଲେ ଛିନତାଇ ଗ୍ୟାଙ୍ଗ୍ ସଦସ୍ୟ, ଦୁଇ ଦୁଇଟି ମାମଲାରେ ୬ ମହିଳାଙ୍କ ସମେତ ୯ ଗିରଫ।

୧୭-ଭୁବନେଶ୍ୱର:ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, ଗୃହକୁ ଫେରିଲେ ବିଜେଡି ସଦସ୍ୟ।

୧୮-କଟକ:ଧରା ପଡିଲେ ଆପାର୍ଟମେଣ୍ଟ ଲୁଟେରା, ତିନି ଅଭିଯୁକ୍ତଙ୍କୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ।

୧୯-ଗିରଫ ହେଲେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, କୋଟିପତି ବାବୁଙ୍କର ରହିଛି ୧୧ଟି ପ୍ଲଟ।

୨୦-ଛତିଶଗଡ଼ର ସୁକମା ଜିଲାରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ, ସେମାନଙ୍କ ନାମରେ ଘୋଷଣା ହୋଇଥିଲା ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର।

୨୧-ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ:ବୃଦ୍ଧାବସ୍ଥାରେ ବାପା-ମା’ଙ୍କୁ ଅଣଦେଖା କଲେ ଫେରାଇବାକୁ ପଡ଼ିପାରେ ସମ୍ପତ୍ତି।

୨୨-UPI ସର୍‌ଭର ଡାଉନ; ପେମେଣ୍ଟ ଆପ୍ ଗୁଗଲ-ପେ’, ଫୋନ-ପେ’ ଅଚଳ।

୨୩-ବୁଲାଗୋରୁଙ୍କ ପାଇଁ ଅଟକିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାରକେଡ, ରାସ୍ତାରେ ଚାଲିଚାଲି ବୁଝିଲେ ସମସ୍ୟା।

୨୪-ନୂଆ ଦିଲ୍ଲୀ:ଭାରତ ଫର୍ଜ ଲିମିଟେଡ଼ ଓ ଟାଟା ଆଡଭାନ୍ସ ସିଷ୍ଟମ୍ସ ସହିତ ଭାରତ ସରକାରଙ୍କର ୬୯୦୦ କୋଟିର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024