ଖବର ଆଜିର ତାରିଖ:୨୧/୦୩/୨୫, ଶୁକ୍ରବାର



୧-ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ, ସ୍କୁଲ ଟାଇମ ସାଢେ ୬ ରୁ ସାଢେ ୧୦।ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ସକାଳୁଆ ସ୍କୁଲ।

୨-ମାର୍ଚ୍ଚ ୨୪ରୁ ଦୁଇ ବର୍ଷିଆ ବିଏଡ଼/ଏମଏଡ଼/ ବିଏଚଏଡ଼ ପାଠ୍ୟକ୍ରମ ପାଇଁ ଆବେଦନ ଆରମ୍ଭ,ଜୁନ ମାସ ପ୍ରଥମ ସପ୍ତାହରେ ହେବ ପ୍ରବେଶିକା ପରୀକ୍ଷା।

୩-ଭୁବନେଶ୍ୱର:ରାଜ୍ୟରେ ଅଛନ୍ତି ୧୫.୬୮% ଗରିବ: ମୁଖ୍ୟମନ୍ତ୍ରୀ 

୪-ଆସନ୍ତା ଅପ୍ରେଲ୍‌ ୧ ତାରିଖରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ, ସପ୍ତାହରେ ଚାରି ଦିନ ଉଡ଼ିବ।

୫-ମୟୂରଭଞ୍ଜରେ କାଳବୈଶାଖୀ,ଉପୁଡିଲା ଗଛ, ଉଡ଼ିଲା ଛପର,୫୦ ଆହତ।

୬-ଜଣିକିଆ ବିଚାରପତିଙ୍କ ଆଦେଶ କାଏମ: କନିଷ୍ଠ ଯନ୍ତ୍ରୀ ପଦ ଲାଗି ଡିଗ୍ରୀଧାରୀଙ୍କୁ ଆବେଦନ ମନା।

୭-ଭୁବନେଶ୍ୱର:ନିର୍ମଳଜିତ୍ ସିଂ ଓଡ଼ିଶାର ମୁଖ୍ୟ ଡାକପାଳ ନିଯୁକ୍ତ।

୮-କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’, ଓଡ଼ିଶା ଶିଳ୍ପାୟନ ଓ ବିକାଶ ଉପରେ ହେଲା ଆଲୋଚନା।

୯-ଦୋଛକିରେ ସରକାର: କିଏ କରିବ ନବ ଦାସଙ୍କ ହତ୍ୟାର ତଦନ୍ତ, କ୍ରାଇମ୍‌ବ୍ରାଞ୍ଚ ନା ସିବିଆଇ ?

୧୦-ପୁରୀ, ନବକଳେବର ରୋଡ: ଷ୍ଟେସନାରୀ ଦୋକାନରୁ ପୁଳା ପୁଳା ବାଣ ଜବତ କଲା ପୋଲିସ, ପାଣି ମାଡ କରାଯାଇ କରାଗଲା ନଷ୍ଟ

୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ, ପ୍ରଧାନମନ୍ତ୍ରୀଙ୍କ ନିକଟରେ ୩ଟି ପ୍ରମୁଖ ଦାବି ରଖିଲେ।

୧୨-ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ୨୫ ସେଲିବ୍ରିଟିଙ୍କ ନାଁରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ।

୧୩-ବିଜାପୁର:ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ୩୦ ମାଓବାଦୀ ନିପାତ।

୧୪-ଆମାଜନ,ପ୍ଲିପକାର୍ଟ ଗୋଦାମରେ BIS ଚଢ଼ଉ,ପ୍ରମାଣ ପତ୍ର ନ ଥିବା ୧୦ ହଜାର ସାମଗ୍ରୀ ଜବତ।

୧୫-ନୂଆ ଦିଲ୍ଲୀ:ଚମ୍ପିୟାନ ଟ୍ରଫି ବିଜେତାଙ୍କୁ BCCIର ୫୮ କୋଟି ପୁରସ୍କାର।

୧୬-ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା।

୧୭-ମୁମ୍ବାଇ:ଡିଜିଟାଲ ଗିରଫର ଭୟ ଦେଖାଇ ଠକିନେଲେ ୨୦ କୋଟି, ୨ ଗିରଫ।

୧୮-ଫିନଲ୍ୟାଣ୍ଡ ବିଶ୍ବର ସବୁଠୁ ସୁଖି ରାଷ୍ଟ୍ର,୧୧୮ତମ ସ୍ଥାନରେ ଭାରତ।

୧୯-ଆବୁଧାବି: ବିଭିନ୍ନ ଅପରାଧ ପାଇଁ ୟୁଏଇରେ ୨୫ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି।

୨୦-ୟୁକ୍ରେନର ଜୋରଦାର ଆକ୍ରମଣ, ଡ୍ରୋନ ଆଟାକ୍‌ରେ ଜଳିଗଲା ରୁଷର ଏୟାରବେସ୍।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)