ଖବର ଆଜିର ତାରିଖ:୧୭/୦୩/୨୫, ସୋମବାର



୧-ଖୁବଶୀଘ୍ର ହେବ ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି।

୨-ପୁରୀ:ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ପଡ଼ିଲା ମହଙ୍ଗା; ଯୁବକଙ୍କୁ ବାନ୍ଧିଲା ପୋଲିସ।

୩-ଭୁବନେଶ୍ୱର:୩୦ ଲକ୍ଷରୁ ଉର୍ଦ୍ଧ୍ବ ଇ- କେଓ୍ବାଇସ୍ କରି ନାହାନ୍ତି,୫୦ ହଜାର ନୂଆ ରେସନ କାର୍ଡ ପାଇଁ ହୋଇଛି ଆବେଦନ।

୪-ପିଲାମାନଙ୍କ ମଧ୍ୟରେ ମେଦ ବହୁଳତା ଚିନ୍ତା ଜନକଙ୍କ; ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ହ୍ରାସ ହେବ ୧୦% ତେଲ।

୫-ଭୁବନେଶ୍ୱର:ରାଜ୍ୟରେ ମାର୍ଚ୍ଚ ୩୧ ତାରିଖ ଧାନ କିଣାର ଶେଷ ଦିବସ।

୬-ଓଡ଼ିଶାରେ ଉପରମୁହାଁ ପାରଦ, ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ ଜାରି।

୭-ରାଜଧାନୀ ଡବଲ ମର୍ଡର ଘଟଣାରେ ୬ ଗିରଫ,ହୋଲି ଖେଳ ବଚସାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ।

୮-ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ରାକ୍ଷୀ ପୂର୍ଣ୍ଣିମାରେ।

୯-ପରଲୋକରେ କାଳଜୟୀ କବି ପଦ୍ମଭୂଷଣ ରମାକାନ୍ତ ରଥ; ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସଂପନ୍ନ।

୧୦-ଭୁବନେଶ୍ୱର:ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ ମାମଲା, ୪ ଗିରଫ।

୧୧-ଭଞ୍ଜନଗର:ବସ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର।

୧୨-ଭୁବନେଶ୍ୱର:ରାଜ୍ୟରେ ବେଲଗାମ ସଡ଼କ ଦୁର୍ଘଟଣା, ବଢ଼ୁଛି ମୃତାହତଙ୍କ ସଂଖ୍ୟା।

୧୩-କଫି ପରେ କୋରାପୁଟରେ ସଫଳ ହେଉଛି ଷ୍ଟ୍ରବେରୀ ଚାଷ : ଲାଭବାନ ହେଉଛନ୍ତି ଚାଷୀ।

୧୪-ରିଲିଜ ହେଲା ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହ ମୋଦୀଙ୍କ ପୋଡକାଷ୍ଟ୍; ଯୁବପିଢୀଙ୍କୁ ସର୍ଟକଟ୍ ନ ଆପଣାଇ ଧୈର୍ଯ୍ୟ ରଖିବାକୁ ପରାମର୍ଶ, କହିଲେ, ‘ଗରିବିକୁ କେବେ ଭାବିନି ବୋଝ’।

୧୫-କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ମଞ୍ଜୁରୀ, ଭୁବନେଶ୍ୱରରେ ଖୋଲିବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖା।

୧୬-ଛତିଶଗଡ଼ର ‘ତୁଳସୀ’ ଗାଁ:ଗାଁ ପାଲଟିଛି ଡିଜିଟାଲ ହଟସ୍ପଟ୍, ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଆୟ କରୁଛନ୍ତି ଗ୍ରାମବାସୀ।

୧୭-ନୂଆ ଦିଲ୍ଲୀ:ଚାମ୍ପିଅନ୍ସ ଟ୍ରଫି ପରେ ପୁଣି ଚାମ୍ପିଅନ ଭାରତ, ଓ୍ଵେଷ୍ଟଇଣ୍ଡିଜକୁ ହରାଇ ଜିତିଲା ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ୍।

୧୮-ବାଲୋଚିସ୍ତାନ ପ୍ରଦେଶ:ପାକ୍‌ ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ, ୯୦ ଯବାନ ମୃତ।

୧୯-ହାଫିଜ୍ ସଈଦକୁ ନେଇ ଆସିଲା ବଡ଼ ଖବର, ପାକିସ୍ତାନର ସବୁଠୁ ସୁରକ୍ଷିତ ହସ୍ପିଟାଲରେ ଚିକିତ୍ସିତ ହେଉଛି ଭାରତର ବଡ଼ ଶତ୍ରୁ।

୨୦-ୟେମେନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହୁତି ଉପରେ ଆମେରିକାର ଆକ୍ରମଣ,୩୧ ମୃତ।

୨୧-ସ୍ପେସ୍ ଷ୍ଟେସନରେ ମହାକାଶଯାନ 'ଡ୍ରାଗନ୍' ପହଞ୍ଚିବାପରେ ଖୁସିରେ ଝୁମିଲେ ସୁନୀତା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024