ଖବର ଆଜିର ତାରିଖ:୧୪/୦୩/୨୫, ଶୁକ୍ରବାର



୧-କଟକ:ଓଡିଶା ଜୁଡିସିଆଲ ସର୍ଭିସ ୨୦୨୩ ପରୀକ୍ଷା ଫଳ ପ୍ରକାଶିତ, ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ।

୨-ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୪ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

୩-ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍‌ ପାଠ୍ୟକ୍ରମ, ୫ ବର୍ଷ ବଦଳରେ ୪ ବର୍ଷରେ ସରିବ କୋର୍ସ।

୪-ଆସନ୍ତା ୩୦ରେ ଅନ୍ତୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ, ୫୦ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର।

୫-ଡେଉଁଛି ପାରଦ : ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା, ଭୁବନେଶ୍ବରରେ ୩୭.୪ ଡିଗ୍ରୀ।

୬-ଗଞ୍ଜାମ, ପୁରୁଷୋତ୍ତମପୁର: ମଧ୍ୟାହ୍ନ ଭୋଜନ ବନ୍ଦରୁ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ଘଟଣା,ABEOଙ୍କୁ ନୋଟିସ୍,୨ ଶିକ୍ଷକ ନିଲମ୍ବିତ।

୭-ବସ୍‌ ଓଲଟି ଜଣେ ମୃତ, ୩୦ ଆହତ, ସୁନ୍ଦରଗଡ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।

୮-ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ, ପଞ୍ଜିକରଣ କଲେଣି ୧୯ ଲକ୍ଷରୁ ଅଧିକ ଲୋକ।

୯-ଭୁବନେଶ୍ୱର:ହୋଟେଲ୍‌ରେ ମଟନ ଖାଇବାକୁ ଲାଗିଲାଣି ଡର, କ୍ଷତିରେ ଏବେ ହୋଟେଲ ମାଲିକ।

୧୦-ଆଇଆରବି ବାଟାଲିୟନ କନଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ, ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ହେବାର ଥିଲା।

୧୧-ବିଜେଡି ନେତା ରାଜା ଚକ୍ର ଗିରଫ, କଳା ସାମ୍ରାଜ୍ୟର ଗୁମର ଖୋଲିଲେ କ୍ରାଇମ୍‌ବ୍ରାଞ୍ଚ ଡିଜି, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ହେଲେ ଗିରଫ।

୧୨-ବିଧାନସଭା ଗୃହରେ ପୋଲାଭରମ୍ ଝଡ଼: ମାଲକାନଗିରିକୁ ନେଇ ବିଜେପି-ବିଜେଡ଼ି ମୁହାଁମୁହିଁ।

୧୩-ସୁନ୍ଦରଗଡ଼, ଟାଙ୍ଗରମୁଣ୍ଡା:ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଘରୋଇ ବସ୍, ଜଣେ ମୃତ, ୨୮ ଆହତ।

୧୪-ରାଜ୍ୟରେ ୨୦,୪୩୫ ଏକର ଅନାବାଦୀ ଜମି ଜବରଦଖଲ: ମନ୍ତ୍ରୀ 

୧୫-ଭୁବନେଶ୍ୱର:ସ୍ପେଶାଲ ସ୍କ୍ବାଡ ସହାୟତରେ ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ ସହ ୧୩ ଗାଡି ଜବତ।

୧୬-କଟକ:ବୟାଳିସ ମୌଜାରେ ବନ୍ଧୁକ ତିଆରି କାରଖାନା ଠାବ, ୩୦ରୁ ଉର୍ଦ୍ଧ୍ଵ ବନ୍ଧୁକ ଜବତ।

୧୭-ନବରଙ୍ଗପୁର,ସିଉନାଗୁଡ଼ା:ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।

୧୮-ରାୟଗଡା,ଗଣପତିଗୁଡା:ଘର ଭିତରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ । ଅନଲାଇନ୍‌ ଗେମରେ ଟଙ୍କା ହାରିଥିବା ପରିବାର ଲୋକଙ୍କ ଅଭିଯୋଗ।

୧୯-ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍‌ର ହେଲା ସଫଳ ପରୀକ୍ଷଣ।

୨୦-ଟାଟା ଷ୍ଟିଲ୍ କଳିଙ୍ଗନଗରର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର।

୨୧-ନୟାଗଡ଼,ଧାନଟାଙ୍ଗଡ଼ା:ଦ୍ୱିତୀୟ ବିବାହ ବଡ଼, ସନ୍ତାନ ତୁଚ୍ଛ: ୨ ନାବାଳକ ପୁଅକୁ ମିଳିମିଶି ମାରିଦେଲେ ବାପା ଏବଂ ଜେଜେ ମା’।

୨୨-ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭଦ୍ରକ ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ।

୨୩-ଢେଙ୍କାନାଳ,ବଳରାମ ପୁର:ଦୋଳ ମେଳଣରେ ଫୁଟିଲା ବାଣ, ୨ ଜଣ ଗୁରୁତର।

୨୪-‘ମାଗଣା’ ଯୋଜନାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନାରାୟଣ ମୂର୍ତ୍ତି,ସେ କହିଛନ୍ତି 'ମାଗଣା ଜିନିଷରେ ଦାରିଦ୍ର୍ୟତା ଦୂର ହୁଏ ନାହିଁ'।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024