ଖବର ଆଜିର ତାରିଖ:୨୪/୦୩/୨୫, ସୋମବାର


 
୧-ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ।

୨-ଆଜି ଠାରୁ ରାଜ୍ୟରେ ପାଗରେ ହେବ ପରିବର୍ତ୍ତନ, କମିବ କାଳବୈଶାଖୀ ଜନିତ ବର୍ଷା।

୩-କୋଇଡ଼ା: କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍‌‌ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ, ତିନି ଆହତ।

୪-ପାରଳାଖେମୁଣ୍ଡି, ରାମଗିରି ଗାଁ:ଛତୁଆ ଖାଇ ୨ ଶିଶୁ କନ୍ୟା ମୃତ,୨ ଗୁରୁତର।

୫-ପୁରୀ: ଦଇତାପତି ନିଯୋଗ ନିର୍ବାଚନ,୧୫ ଜଣ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ।

୬-ଚନ୍ଦ୍ରଶେଖରପୁର: ପ୍ରଶ୍ନପତ୍ର ପ୍ରଘଟ ସନ୍ଦେହ,ଏଲଟିଆର ପରୀକ୍ଷାର୍ଥୀଙ୍କ ପ୍ରତିବାଦ।

୭-ବ୍ଲାକମେଲ ପରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା, ଦିଲ୍ଲୀରୁ ନାଇଜେରିଆ ଯୁବକ ଗିରଫ।

୮-ଭୁବନେଶ୍ୱର:ନାରୀ ନିର୍ଯାତନା ପ୍ରସଙ୍ଗରେ ୨୭ରେ ବିଧାନସଭା ଘେରିବ କଂଗ୍ରେସ।

୯-ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ; ୫ ଦିନର ମାରାଥନ୍ ଜେରାରେ ୧୫ ଜଣଙ୍କ ବୟାନ୍ ରେକର୍ଡ।

୧୦-ସମ୍ବଲପୁର: ସମଲେଶ୍ଵରୀ ମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ଯବହାର ମନା।

୧୧-ବାଙ୍ଗିରପୋଷିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ କାଳବୈଶାଖୀ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ

୧୨-ମାଥିଲି:ନିୟନ୍ତ୍ରଣ ହରାଇଲା ଯାତ୍ରୀବାହି ବସ୍ ‘ମହାବାହୁ’, ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ

୧୩-ଭୁବନେଶ୍ୱର:ସିଆରପିଏଫ୍ ଯବାନଙ୍କୁ ଚୁନା, ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଲେ ୨୮ଲକ୍ଷ।

୧୪-ସରଣ୍ଡା ଜଙ୍ଗଲରେ ପୁଣି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: CRPFର ସବ୍ ଇନସ୍ପେକ୍ଟର ସହିଦ, ଯବାନ ଗୁରୁତର।

୧୫-ବିଧାନସଭା ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ! ବିଜେପି ଶିବିରରେ ଚାଲିଛି ମାନସମନ୍ଥନ।

୧୬-ସାଙ୍ଗ ସହ ମିଶି ପ୍ରେମିକାକୁ ଦୁଷ୍କର୍ମ ପରେ ହତ୍ୟା କଲା ପ୍ରେମିକ, ହୀରାକୁଦ ଜଳଭଣ୍ଡାର ନିକଟ ଜଙ୍ଗଲରୁ ମିଳିଲା ମୃତଦେହ।

୧୭-ଉତ୍ତରପ୍ରଦେଶ:ରକ୍ତମୁଖା ହେଲା ବୋହୂ; କ୍ରିକେଟ୍ ବ୍ୟାଟରେ ପିଟି ଶ୍ୱଶୁରଙ୍କୁ କଲା ହତ୍ୟା, ପୋଲିସ ଆଗରେ ରଖିଲା ଚାଞ୍ଚଲ୍ୟକର ବୟାନ୍‌।

୧୮-ମହାରାଷ୍ଟ୍ର ନାଗପୁର ହିଂସା କ୍ଷତିଗ୍ରସ୍ତଙ୍କୁ ୪୮ ଘଣ୍ଟାରେ ମିଳିବ କ୍ଷତିପୂରଣ, ମଙ୍ଗଳବାର ସୁଦ୍ଧା ଆକାଉଣ୍ଟକୁ ଯିବ ପଇସା।

୧୯-IPL:ଋତୁରାଜ,ରଚିନଙ୍କ ଲଢୁଆ ବ୍ୟାଟିଂ; ମୁମ୍ବାଇକୁ ହରାଇଲା ଚେନ୍ନାଇ।

୨୦-ହାଇଦ୍ରାବାଦ:କିଷନଙ୍କ ୧୦୬*; ରାଜସ୍ଥାନକୁ ହରାଇଲା ସନରାଇଜର୍ସ।

୨୧-ପଞ୍ଜାବରେ ଖଲିସ୍ଥାନ ସମର୍ଥକଙ୍କ ଦାଦାଗିରି, ହିମାଚଳ ବସ୍ ଡ଼୍ରାଇଭରଙ୍କୁ ଆକ୍ରମଣ।

୨୨-ଆମେରିକାର ଭର୍ଜିନିଆ ପ୍ରଦେଶ ଅକୋମାକ୍ ସହରରେ ଗୁଳିକାଣ୍ଡ, ଭାରତୀୟ ବାପ-ଝିଅ ମୃତ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024