ଖବର ଆଜିର ତାରିଖ:୦୩/୦୩/୨୫, ସୋମବାର



୧-ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ,୩୦ ହଜାରରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ JSW ଓ Posco କରିବେ ଷ୍ଟିଲ୍‌ ପ୍ଲାଣ୍ଟ। 

୨-ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନର ଶେଷ ତାରିଖ ରହିଛି ମାର୍ଚ୍ଚ ୩୧ ।

୩-ଅଯୋଗ୍ୟ ହିତାଧୀକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍:ରେସନ କାର୍ଡ ଫେରାଅ।ଏବେ ଦ୍ବନ୍ଦରେ ୧୦ ଓ ୧୫ ହଜାର ଟଙ୍କା ଆୟ କରୁଥିବା ହିତାଧିକାରୀ।

୪-କଟକ ବଡ଼ ଡ଼ାକ୍ତରଖାନାରେ ବିଦ୍ୟୁତ୍ ବିଭ୍ରାଟ: ରଞ୍ଜନ ରଶ୍ମି ବିଭାଗ ୪୫ ମିନିଟ୍ ଅନ୍ଧାର।

୫-ଶ୍ରୀମନ୍ଦିର ଧାଡ଼ି ଦର୍ଶନ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା।

୬-ବିଜୁଳି ଦର ବଢିଲେ ୨୧ରେ ବିଧାନସଭା ସଭା ଘେରାଉ ହେବ: ବିଦ୍ୟୁତ୍ ଉପଭୋକ୍ତା ମହାସଂଘ।

୭-କିଟ୍ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଖବର ପ୍ରସାରଣକୁ ନେଇ ଅସନ୍ତୋଷ, କେନ୍ଦ୍ରାପଡ଼ା ନାଗରିକ ମଞ୍ଚର କଡ଼ା ନିନ୍ଦା।

୮-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା ହେଲା କାଳ, ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ।

୯-ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦।

୧୦-କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାଛାତ୍ରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗଠନ ହେଲା କମିଟି।

୧୧-ବାଙ୍କୀ:ଯାତ୍ରା ଦେଖୁଥିବା ବେଳେ ୫ଟି ଘରୁ ସିରିଜ୍ ଚୋରି, ଘରେ କଳାକନା ବୁଲାଇ ଦେଲେ ଲୁଟେରା।

୧୨-ଢେଙ୍କାନାଳ ସହର ରାମେଶ୍ୱରପୁର ଅଞ୍ଚଳରେ ମାଲିକକୁ କେୟାରଟେକର ତଣ୍ଟି ଚିପି ହତ୍ୟା କରିଥିବା ସୂଚନା।

୧୩-ଖୋଲିଲା ମା' ଉଗ୍ରତାରା ଦେବୀଙ୍କ ହୁଣ୍ଡି, ମିଳିଲା ୮ ଲକ୍ଷରୁ ଅଧିକ ଟଙ୍କା ସହ ରୁପା ମୁଦ୍ରା।

୧୪-ପୋଲ ହେଲେ ସହରର ଭିଡ଼ କମିବ : କିନ୍ତୁ ବର୍ଷ ପରେ ବର୍ଷ ବିତୁଛି କେନ୍ଦ୍ରାପଡ଼ା ତିନିମୁହାଣିରେ ପୋଲ ନିର୍ମାଣ ସରୁନି।

୧୫-ପଟ୍ଟାମୁଣ୍ଡାଇ କଲେଜ:ପର୍ଯ୍ୟବେକ୍ଷକ ଅଧ୍ୟାପକଙ୍କ ଅସଦାଚରଣ ଯୋଗୁଁ ଜୀବନ ହାରିଲେ ଛାତ୍ରୀ, ପୋଲିସ୍ ର ତଦନ୍ତ ଆରମ୍ଭ।

୧୬-ଉତ୍ତରପ୍ରଦେଶ, ରାମପୁର :ବିବାହ କରିବାକୁ ଆସିଥିବା ବର ମାଗିଲା ୧୦ ଲକ୍ଷ ଟଙ୍କା ଯୌତୁକ । ଢୋ’ଢା କରି ଚାପୁଡା ବଜାଇଲେ କନିଆଁ।

୧୭-ଉତ୍ତରାଖଣ୍ଡ ହିମସ୍ଖଳନ: ଉଦ୍ଧାର କାର୍ଯ୍ୟ ଶେଷ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି।

୧୮-ଭୋପାଳ:୫ଟଙ୍କାରେ ଚାଷୀଙ୍କୁ ଦିଆଯିବ ବିଜୁଳି ସଂଯୋଗ -ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ 

୧୯-ଆଇସିସି ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତର ହାଟିି୍ରିକ ବିଜୟ, ନ୍ୟୁଜିଲାଣ୍ଡକୁ ୪୪ରନ୍‌‌ରେ ହରାଇଲା ଭାରତ।

୨୦-ଚନ୍ଦ୍ର ପୃଷ୍ଠରେ ଅବତରଣ କଲା ଆମେରିକୀୟ ଲ୍ୟାଣ୍ଡର ‘ବ୍ଲୁ ଘୋଷ୍ଟ’, ବାଜିମାତ କଲା ଘରୋଇ କମ୍ପାନୀ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024