Posts

Showing posts from May, 2025

ଖବର ଆଜିର ତାରିଖ:୦୧/୦୬/୨୫, ରବିବାର

୧-ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ, ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ଡିଭିଜନ ୧ର ନିର୍ବାହୀ ଯନ୍ତ୍ରୀ ଦିଲିପ୍ କୁମାର ଚୈ।ଧୁରୀ, ଯନ୍ତ୍ରୀଙ୍କର ଅଛି ୧୧ ପ୍ଲଟ,୨ ଫ୍ଲାଟ୍ ଓ ବହୁତଳ କୋଠା। ୨-ଓଡ଼ିଶାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି, ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ। ୩-ସରକାରୀ ଓକିଲଙ୍କ ପାଇଁ ଗୃହ ବିଭାଗର ନୂଆ ଏସ୍ଓପି । ଫୌଜଦାରୀ ମାମଲାରେ ଅଯଥା ତାରିଖ ଗଡ଼ାଇବେନି, ଦେବେ ମାସିକିଆ ରିପୋର୍ଟ । ୪-ଗିରଫ ହେଲେ କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ, ବାବୁଙ୍କର ରହିଛି ଆଖି ଖୋସିହେଲା ଭଳି ସମ୍ପତ୍ତି। ୫-ପୁରୀ:ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ। ୬-କଟକ:ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଦେଢ଼ଶୁର, ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୭-ଭଣ୍ଡାରିପୋଖରୀ:ମାତିଛନ୍ତି ଲୁଟେରା; ଲୁଟିନେଲେ ୪ ଶହ ମୋବାଇଲ, ଛାଡିଗଲେ ଚାର୍ଜର! ୮-ମହାସ୍ନାନ ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ, ସାହାଣ ମେଲା ଦର୍ଶନ ନେଇ ହୋଇଥିଲା ବିଭ୍ରାଟ। ୯-ରାଜଧାନୀରେ କୋଡ୍ ୱାର୍ଡରେ ଚାଲିଛି ନିଶା କାରବାର, ‘ଭୋଗ’ ମାଗିଲେ ମିଳୁଛି ଗଞ୍ଜେଇ ସିଗାରେଟ୍। ୧୦-ବ୍ରହ୍ମପୁର:୭ଦୁର୍ଦ୍ଦାନ୍ତ ଅପରାଧି ଗିରଫ, ୭ ମାଉଜର ଓ ୬ ମାଗାଜିନ ଜବତ। ୧୧-ଭୁବନେଶ୍ୱର:ରାସ୍ତାଘାଟରେ ମଦ ପିଇ ବୁଲିଲେ ହେବ ମାଡ଼- ବିଧାୟକ ବାବୁ ସିଂ ୧୨-ବଦଳିବ ମାଷ୍ଟରକ...

ଖବର ଆଜିର ତାରିଖ:୩୧/୦୫/୨୫, ଶନିବାର

  ୧-ଭୁବନେଶ୍ୱର:ଟଙ୍କାର ପାହାଡ; ଏପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ନଗଦ ଅଢେଇ କୋଟି ଜବତ।ଟଙ୍କା ଗଣି ଗଣି ହାଲିଆ ଭିଜିଲାନ୍ସ ଟିମ୍‌ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ ଅଣାଗଲା। ୨-ପୁଣି କାୟା ମେଲାଇଲାଣି କରୋନା; ଖୋର୍ଦ୍ଧା, ଭୁବନେଶ୍ୱର ପରେ ଏବେ କଟକରୁ ଆକ୍ରାନ୍ତ ଚିହ୍ନଟ; ରାଜ୍ୟରେ ୭ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା। ୩-ପୁରୀ: ତିନି ରଥ ପାଇଁ ଅଖ କାମ ଶେଷ, ଦଣ୍ଡା ନିର୍ମାଣ ଅନୁକୂଳ। ୪-OASସ୍ତରରେ ଅଦଳବଦଳ, ବାଳମୁକୁନ୍ଦ ଭୂୟାଁ ହେଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ। ୫-୧୦୮ ଆମ୍ବୁଲାନ୍ସର ଛାତ କଳଙ୍କି ଖାଇଗଲାଣି , ବର୍ଷାରେ ଗଲାବେଳେ ଗଳୁଛି ପାଣି । ଖାଲି ପାଣି ଗଳୁନି, ଗୁରୁତର ରୋଗୀ ଯିବାବେଳେ ରାସ୍ତାରେ ଅଟକି ଯାଉଛି । କେତେକ ଆମ୍ବୁଲାନ୍ସର ଟାୟାର ଖରାପ ହୋଇଯାଇଥିବା ବେଳେ ଷ୍ଟେପିନ୍ ନାହିଁ ।ଭଙ୍ଗା ଦଦରା ଗାଡ଼ିରେ ଚାଲିଛି ରୋଗୀ ବୁହା। ୬-ବୈଷୟିକ ଶିକ୍ଷାରେ ମିଳିବ ସଂରକ୍ଷଣ: ଖୁବଶୀଘ୍ର ଘୋଷଣା କରିବେ ରାଜ୍ୟ ସରକାର। ୭-ରେଢାଖୋଲ:ଭାରସାମ୍ୟ ହରାଇ ବସକୁ ପଛରୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ୨୦ଜଣ ଆହତ, ୫ଗୁରୁତର। ୮-ଫୁଲବାଣୀ: ଏକ ଏସିଡ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ୧୨ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ। ୯-ମାଲକାନଗିରି:IED ବିସ୍ପୋରଣରେ ୩ ସ୍ଥାନୀୟ ଆଦିବାସୀ ଗୁରୁତର, ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଡମ୍...

News Headlines from Business News Agencies 30.05.2025

*Business Standard*   📝 Infosys unveils over 200 AI agents under Topaz in Google Cloud tie-up 📝 Wipro launches global 'Innovation Network' to boost AI-led collaboration 📝 India's first AI SEZ to be set up in Nava Raipur with ₹1K cr investment 📝 Improved execution likely to drive growth gains for Bharat Dynamics 📝 Govt set to relax rules under Advance Authorisation scheme for exporters 📝 Asia leads air cargo recovery with 10% growth as global demand soars 📝 Retail ownership in India Inc. cools in Q4 amid market slowdown, shows data 📝 Corp bond secondary mkt daily turnover grows around 2K-cr in FY25: RBI 📝 DoT seeks TRAI's views on pricing, modalities for multiple access bands 📝 Uber, Noida Airport collaborate to improve airport-ground transport link 📝 India's defence production hits ₹1.46 trn, exports at ₹24k cr: Rajnath *Economic Times* 📝 IHCL's Taj debuts in Kruger National Park in South Africa 📝 Adore Group to invest Rs 800 Crore in luxury residen...

ଖବର ଆଜିର ତାରିଖ:୩୦/୦୫/୨୫, ଶୁକ୍ରବାର

୧-୨୦୦ କୋଟିର ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ଗଠିତ। ନିର୍ମାଣ ହେବ ଅସ୍ମିତା ଭବନ,ପାଇକ ବିଦ୍ରୋହ ସ୍ମାରକୀ। ୨-ଭୁବନେଶ୍ୱର:ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ ସ୍ବତନ୍ତ୍ର ଗଣିତ ଓ ବିଜ୍ଞାନ ଶିକ୍ଷା,୮ ହଜାର ବିଦ୍ୟାଳୟରେ ହେବ କାର୍ଯ୍ୟକାରୀ। ୩-ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୪-ଭୁବନେଶ୍ୱର:ସବୁ ଋତୁରେ ପରିବା, ଫଳ, ମସଲା ଓ ଛତୁ ମହଙ୍ଗା,ଚାହିଦା ପୂରଣ ପାଇଁ ବାହାର ରାଜ୍ୟ ଭରସା। ୫-ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଟ୍ରେନିଂ। ୬-ଜୁନ୍ ପହିଲାରେ ସରିବ ସ୍ନାତକ ଆବେଦନ।SAMS ପୋର୍ଟାଲରେ ଆବେଦନ କରାଯାଉଛି। ୭-ଜୟପୁର:ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନ ଗିରଫ, ନାଁରେ ଥିଲା ୪ଲକ୍ଷ ଟଙ୍କା ପୁରସ୍କାର। ୮-ରାଜଧାନୀରେ ମଧ୍ୟବିତ୍ତଙ୍କୁ ମିଳିବ ଘର, ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର।୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ମିଳିବ ଘର ୯-ବରଗଡ, ଅତାବିରା:ବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ, ସ୍ବାମୀଙ୍କ ପାଇଁ ଖାଇବା ନେଇ ଯାଇଥିଲେ। ୧୦-କଡ଼ାକଡ଼ି ହେବ ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍‌ ରୁଲ୍ସ । ଜୁନ୍ ୧୫ ଭିତରେ ସାଧାରଣ ବଦଳି । ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ ଗ୍ରୁପ୍‌-ବି ଓ ଉପରିସ୍ଥ...

News Headlines from Business News Agencies 29.05.2025

*Business Standard :*   📝 Industrial output growth dips to 2.7% in April, lowest in eight months 📝 Economists see global growth coming under strain; India story intact: WEF 📝 N Chandrasekaran to step down from Tata Chemicals; new Chairman appointed 📝 PayPal receives RBI nod to operate as cross-border payment aggregator 📝 IndiGo to launch first commercial flights from Navi Mumbai airport 📝 Practo expands to UAE, targets markets with large Indian diaspora 📝 Scoda Tubes IPO gets subscribed twice the offer size on Day 1 of share sale 📝 European businesses report record-low optimism in China: Survey 📝 Brazil sues China's BYD over worker trafficking, abuse at EV plant site 📝 Rooter revenue surges 120% to $10 mn in FY25 on strong commerce growth 📝 India's data centre sector may attract $20-25 bn in next 6 years: Colliers 📝 Opec+ to gather for quota review before key decision on July output *Economic Times :* 📝 Cabinet hikes minimum support price of Kharif crops for 2025-2...

ଖବର ଆଜିର ତାରିଖ:୨୯/୦୫/୨୫, ଗୁରୁବାର

୧-ରାଜ୍ୟ କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର, ସରକାରୀ ନିଯୁକ୍ତି ବୟସ ସୀମା ୪୨ ବର୍ଷକୁ ବୃଦ୍ଧି। ୨-ଓଡ଼ିଶା ଛୁଇଁଲା ମୌସୁମୀ, ୧୦ ଦିନ ଆଗରୁ ଓଡ଼ିଶାରେ ପହଞ୍ଚିଲା।ସମଗ୍ର ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିବା ପାଇଁ ଅନୁକୁଳ ରହିଛି ପାଗ। ୩-ଏଣିକି ସରକାରୀ କାମରେ ହେବନି ସମୟ ଅପଚୟ; ୩ ସ୍ତରରେ ବାଜିବ ମୋହର, ଢାଞ୍ଚାଗତ ପୁରୁଣା ବ୍ୟବସ୍ଥା ସାଜିବନି ବାଧକ। ୪-ଖରିଫ୍‌ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର, ୨୦୨୫-୨୬ ବର୍ଷ ପାଇଁ ୧୪ଟି ଖରିଫ୍‌ ଫସଲର ଏମଏସପି ବଢିଲା, ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ। ୫-ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ୬-କଟକ: ଅନଲାଇନ୍ କ୍ରିକେଟ୍ ବେଟିଂ,୧.୦୮ କୋଟି ଠକେଇ,ଦୁଇ ଗିରଫ। ୭-ଓଡିଶାକୁ ସଫଳତା, କୁଡୋ ଜାତୀୟ ଚାମ୍ପିଅନଶିପରେ ୫ ସ୍ୱର୍ଣ୍ଣ ସହ ୧୯ ପଦକ ଜିତିଲେ ଖେଳାଳି। ୮-ମନ୍ତ୍ରୀ, ଅଧିକାରୀଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର, ୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ,ଜିଲାପାଳ, ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି। ୯-ପାଟଣାଗଡ଼:ମୁଁ ନିର୍ଦ୍ଦୋଷ, ମୋତେ ଭୁଲ୍ ତଥ୍ୟ ଦେଇ ଫସା ଯାଇଛି: ପୁଞ୍ଜିଲାଲ ମେହେର ୧୦-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ମେ' ୩୧ ଭିତରେ ପଞ୍ଜୀକରଣ କରିବାକୁ ପଞ୍ଚାୟତିରାଜ ...

News Headlines from Business News Agencies 28.05.2025

*Business Standard :*   📝 India to get above-normal June rainfall, 108% of long-period average: IMD 📝 India may outpace China in car sales growth, says Moody's Ratings 📝 Steel ministry backs extension of import curbs on metallurgical coke 📝 Fleetx raises ₹113 crore in Series C, aims for profitability and IPO 📝 Coal India files draft papers for CMPDIL IPO to offload 7.14 crore shares 📝 Coal demand softens as monsoon arrives early, stocks pile up at mines 📝 Prime Offices Fund acquires Delhi's Prius Platinum in strategic realty move 📝 JioBlackRock Asset Management appoints Sid Swaminathan as MD and CEO 📝 Indian giants L&T, Afcons win big in West Asia's $235 billion infra push 📝 India to restore tax refund benefits for exporters from June to boost trade 📝 China to collect record $22 billion in BRI loan repayments in 2025 📝 Toyota to shift some GR Corolla production to UK, eyes faster US deliveries *Economic Times :* 📝 India's goods, services exports may rea...

ଖବର ଆଜିର ତାରିଖ:୨୮/୦୫/୨୫, ବୁଧବାର

୧-ଭୁବନେଶ୍ୱର:୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ,ଏଥର ଅଧିକ ବର୍ଷିବ। ୨-ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩୧ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା। ୩-ପୁଣି ଡରାଇଲାଣି କରୋନା, ଆଜି ରାଜ୍ୟ ସହ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ୪-ଭୁବନେଶ୍ୱର:ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ନିଯୁକ୍ତ। ୫-ପୁଣି ମାର୍କେଟରେ ଯାତ୍ରା କମେଡିଆନ୍ ନରି ପଣ୍ଡା; ସବୁ ଚର୍ଚ୍ଚାକୁ ପଛରେ ରଖି ପୁଣି ମାରିବେ ପାଉଡର୍। ୬-ନୟାଗଡ, ଦୁର୍ଦ୍ଦୁରା ଗାଁ:ଜମିବାଡି ବିବାଦକୁ କେନ୍ଦ୍ର କରି ହଣାକଟା, ଜଣେ ମୃତ , ୬ଗୁରୁତର। ୭-ସିଏମସିର ବର୍ଷା ମୁକାବିଲା ପ୍ରସ୍ତୁତି, ମେ ୩୧ ମହାନଗର ନିଗମର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ। ୮-ମାଲକାନଗିରି:୧୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଏମାନଙ୍କ ଉପରେ ଥିଲା ୩୯ ଲକ୍ଷ ଟଙ୍କା ପୁରସ୍କାର। ୯-ନରସିଂହପୁର:ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ କମର୍ସିଆଲ୍ ପାଇଲଟ୍ ହେଲେ ଓଡ଼ିଶା ଝିଅ ସୋନାଲିକା। ୧୦-ଗରଦପୁର, ବଙ୍ଗାରୀ ଅଞ୍ଚଳ:ଅନଲାଇନ୍ ଗେମ୍‌ରେ ଟଙ୍କା ହାରି ପିଇଦେଲେ ବିଷ, ଅଧାବାଟରେ ଚାଲିଗଲା ଜୀବନ।ମୃତକ ହେଲେ ୧୯ ବର୍ଷିୟ ସାହିଲ ଜେନା। ୧୧-ଭୁବନେଶ୍ୱର: ଘଡିଆଳଙ୍କୁ ଜଗିବେ 'କୁମ୍ଭୀର ବନ୍ଧୁ', ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଯୋଜନାରେ ମିଳିବ ୧୦୦୦ଟଙ୍କା। ୧୨-ଜଳେଶ୍ଵର:ପଶ୍ଚିମବଙ୍ଗରୁ ଓଡ଼ିଶାକ...

News Headlines from Business News Agencies 27.05.2025

*Business Standard*   📝 US has $35-40 bn surplus with India when services, arms included: GTRI 📝 TCS splits AI.Cloud unit for higher growth, Krishna Mohan to lead cloud biz 📝 Mining, construction equipment sector to reach $45 bn by 2030: Report 📝 Groww parent Billionbrains files confidential IPO papers with Sebi 📝 AM Green, Rotterdam Port partner for $1 bn India-Europe green fuel corridor 📝 Reliance Infra Q4: Net profit rises to ₹4,387.08 cr, income down 12% 📝 UP govt to invest Rs 8,000 crore in Agra, Kanpur leather footwear parks 📝 Volvo Cars to cut 3,000 jobs amid EV slump, high costs and tariff woes 📝 Hindalco eyes up to Rs 8,000 crore in capex spending this fiscal 📝 Gillette India net profit rises 60% to ₹159 cr, revenue grows 12% 📝 Fintech tools to transform medium enterprises into growth engines: NITI *Economic Times* 📝 Telangana govt aims to generate 20,000 MW green power by FY30: Dy CM Vikramarka 📝 Domicile shift key step in aligning closely with India's eco, r...

ଖବର ଆଜିର ତାରିଖ:୨୭/୦୫/୨୫, ମଙ୍ଗଳବାର

  ୧-ସୁନ୍ଦରୀ ମୁଁ ତୁମ ସିନ୍ଦୁରରେ ...ମା' ସାବିତ୍ରୀଙ୍କୁ ମନାସି ବ୍ରତ ପାଳିଲେ ସଧବା, ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ। ୨-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତାଗିଦ୍, ଲୋକମାନଙ୍କ ଅଭିଯୋଗ, ସମସ୍ଯା ଦୂର ପାଇଁ ତତ୍ପରତା ଦେଖାନ୍ତୁ ଅଧିକାରୀ। ୩-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା,ଆଜି ଠାରୁ ୩୦ ଯାଏ ହୋଇପାରେ ପ୍ରବଳରୁ ଅତି ବର୍ଷା। ୪-ଲାଞ୍ଜିଗଡ: ଘରେ ଛିଣ୍ଡି ରହିଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ। ୫-ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ନିୟନ୍ତ୍ରଣ ତାଲିମ ନେବେ ସବୁ ବର୍ଗର ପୁଲିସ କର୍ମଚାରୀ। ୬-ପିପିଲି:ମହିଳା ଆରଆଇଙ୍କୁ ଅସଦାଚରଣ ଅଭିଯୋଗ, ଅତିରିକ୍ତ ତହସିଲଦାରଙ୍କ ନାଁରେ ମାମଲା ରୁଜୁ। ୭-ଶ୍ରୀମନ୍ଦିରରେ ଶୃଙ୍ଖଳିତ ରଥଯାତ୍ରା ଓ ନୀତି ନିର୍ଘଣ୍ଟକୁ ପ୍ରଶାସନିକ ବୈଠକରେ ମିଳିଲା ଅନୁମୋଦନ। ୮-ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁଣି ଜାଗା ମାଗିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ। ୯-ରାଜସ୍ଥାନ ଜୟପୁରସ୍ଥିତ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୬ତମ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ। ୧୦-ଗଂଜାମ, ଗାଙ୍ଗପୁର ଲାଠିପଡ଼ା :ବାଇକ ଧକ୍କା,ସାବିତ୍ରୀରେ ଚାଲିଗଲା ସ୍ବାମୀଙ୍କ ଜୀବନ।ମୃତ ବ୍ୟକ୍ତିଙ୍କ ନାଁ ବିରଞ୍ଚି ସ୍ବାଇଁ। ୧୧-‘ଭାରତ ଫୋରକାଷ୍ଟ ସିଷ୍ଟମ’ର ଶୁଭାରମ୍ଭ, ଏଣିକି ପଞ୍ଚାୟତ ସ୍ତରରେ ହେବ ପାଣିପାଗର ପୂର୍ବାନୁମାନ। ୧୨...

Today's Headlines 26.05.2025

*Economic Times* 📝 Arunachal signs MoUs worth Rs 6,357 crore at Rising Northeast Investors Summit 📝 China's primary intelligence organisation labelled world's largest spy 📝 Oil rises on short-covering, Iran nuclear talks in focus 📝 India has become 4th largest economy, ahead of Japan: NITI Aayog CEO 📝 Maharashtra aims to become $5-trillion economy by 2047: Devendra Fadnavis 📝 IIFL Finance gets RBI approval to open branches in Jammu & Kashmir 📝 Tata Group investing big in hotels in northeastern states with rising tourist footfall 📝 Dr Reddy's gets 2 observations from USFDA for Telangana API plant *Business Standard* 📝 Info Edge shareholders approve ₹1,000-cr investment in venture fund III 📝 Reliance General Insurance net profit rises 12.5% to Rs 315 cr in FY25 📝 Rains damage Delhi airport's T1 canopy; 49 flights diverted, 650 delayed 📝 Govt to unveil Bharat Forecasting System on Monday for weather prediction 📝 India's renewable energy capacity grows ...

ଖବର ଆଜିର ତାରିଖ:୨୬/୦୫/୨୫, ସୋମବାର

୧-ଭୁବନେଶ୍ୱର:ସାରା ରାଜ୍ୟକୁ ବଜ୍ରପାତ ସତର୍କତା,ସପ୍ତାହେ ଯାଏଁ ବର୍ଷା ସମ୍ଭାବନା। ୨-ଆଜି ସାବିତ୍ରୀ : ଫଳ ଦାମ ଆକାଶ ଛୁଆଁ,ସେଓ କିଲୋ ୩ଶହ, ଡାଳିମ୍ବ କିଲୋ ୨୦୦ରୁ ୨୫୦, କଦଳୀ ଡଜନ ୮୦ରୁ ୧୦୦, ସପୁରୀ ଗୋଟା ୫୦, ଅଙ୍ଗୁର ୨୦୦। ୩-ଭୁବନେଶ୍ୱର:ସାବିତ୍ରୀ ପାଇଁ ଫଳର ଚାହିଦା, ଘାତକ ହେଉଛି କାର୍ବାଇଡ୍ ର ବ୍ଯାପକ ବ୍ଯବହାର। ୪-ଭୁବନେଶ୍ୱର:ଶିକ୍ଷକଙ୍କ ଦକ୍ଷତାର ହେବ ମୂଲ୍ୟାୟନ, ଜିଲ୍ଲାଓ୍ବାରୀ ଶିକ୍ଷକଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ। ୫-ଆରଡ଼ି ପୀଠରେ ଅଘଟଣ,ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ିଗଲେ ୪ ଯୁବକ, ଜଣେ ମୃତ। ୬-'ମନ କୀ ବାତ୍'ରେ ଓଡିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ୭-ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ। ୮-ଅପରେସନ ସିନ୍ଦୂର ପରେ ବଢିଛି ପୁରୀର ସୁରକ୍ଷା, ରଥଯାତ୍ରାରେ ମୁତୟନ ହେବେ SOG ଯବାନ। ୯-ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା, ସାଢେ ୫ଟା ପୂର୍ବରୁ ଅଫିସ୍ ଛାଡିବା ମନା। ୧୦-କିଟ୍‍ ରେ ପାସ୍‍ ଆଉଟ୍‍ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ, ଶ୍ରେଷ୍ଠ ସ୍ନାତକଙ୍କୁ ପ୍ରଦାନ କରାଗଲା ସ୍ୱର୍ଣ୍ଣ ପଦକ। ୧୧-ଡେରାବିଶ: ଦାମୋଦର ପାଠାଗାର ତରଫରୁ, ଜାଗୁଳାଇ ବିଦ୍ୟା ନିକେତନ, ବେଲରପା ପ୍ରାଙ୍ଗଣରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପ...

ଖବର ଆଜିର ତାରିଖ:୨୫/୦୫/୨୫, ରବିବାର

୧-କଟକ: ସଡ଼କ ଦୁର୍ଘଟଣାକୁ ବଳିଗଲାଣି ଜଳ ବୁଡ଼ି,ଦିନକୁ ହାରାହାରି ଯାଉଛି ୪ ଜୀବନ,କଟକରେ ସର୍ବାଧିକ,ବୈ।ଦ୍ଧରେ ସର୍ବନିମ୍ନ। ୨-ନୀତି ଆୟୋଗ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ୧୮ଟି ଉପଲବ୍ଧି ସଂପର୍କରେ ବଖାଣିଲେ। ୩-ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ତିନି ରଥର ୪୨ଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ। ୪-୧୨ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ସାଇବର ଠକ ପ୍ରମୋଦ କୁମାର ମହାନ୍ତି , ଅଧିକ ଲାଭ ଦେବାକୁ କହି ଠକିଥିଲା। ୫-ସଅଳ ଆସିଲା ମୌସୁମୀ, କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୬-ଓଡ଼ିଶା ବିକାଶର ଭିଜନ ୨୦୪୭, ଓଡିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ।ନିତି ଆୟୋଗ ବୈଠକରେ ଓଡ଼ିଶାର ଭିଜନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୭-ଭୁବନେଶ୍ୱର:ନୂଆ ରୂପ ପାଇଲା ପ୍ରଗତି ସ୍ପୋର୍ଟିଂ,ଆତ୍ୟାଧୁନିକ ବୋଲିଂ ମେସିନ, ୭ ଟି ପିଚ୍, ଇଣ୍ଡୋର୍ ହଲ୍ ସାଇଡ ସ୍କ୍ରିନ୍ ପାଇଲା ପ୍ରଗତି। ୮-ରେଢ଼ାଖୋଲ:ଜମି ବିବାଦକୁ ନେଇ ଗୋଡ଼େଇ ଗୋଡ଼ଇ ହାଣିଲେ, ହତ୍ୟାକାଣ୍ଡ ପରେ ୩ ଫେରାର। ୯-ଭୁବନେଶ୍ୱର:ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ ଘଟଣା, ୩୦ଲକ୍ଷ ଅନୁକମ୍ପା ରାଶି ପ୍ରଦାନ। ୧୦-କୋଟିପତି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଗିରଫ: ସ୍ୱାମୀଙ୍କ କଳାଧନକୁ ଲୁଚାଇଥିଲେ ସ୍ତ୍ରୀ, ଧରାଇ ଦେଲା ଭଡ଼ାଟିଆ। ୧୧-ଗୁଜରାଟ ସୀମାରେ ପାକିସ୍ତାନ ଅନୁ...

ଖବର ଆଜିର ତାରିଖ:୨୪/୦୫/୨୫, ଶନିବାର

  ୧-ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଲାଗି ବିଜ୍ଞପ୍ତି ପ୍ରକାଶ।ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ, ଜୁନ ୩୦ ଶେଷ ତାରିଖ। ୨-ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମେ’ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ୩-ଯୁକ୍ତ ଦୁଇ ରିଚେକିଂ ଓ ରି-ଆଡିସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧୩ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ୪-ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ମିଳିଲା ନିଯୁକ୍ତି। ୫-ଭୁବନେଶ୍ୱର:ଖାରବେଳ ନଗରରେ ସିରିଜ ଦୁର୍ଘଟଣା ଘଟି ପଛକୁ ପଛ ୪ଟି କାର ପିଟି ହୋଇଥିବା ସୂଚନା। ୬-ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ନୀତି ନିର୍ଘଣ୍ଟ, ୩୦ ତାରିଖ ରାତି ୧୨.୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି। ୭-ଖଣି ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତଭାର ଗଲା ଭିଜିଲାନ୍‍ସ ହାତକୁ। ୮-ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ୮ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି। ୯-ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୧୦-ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି: ମୁଖ୍ୟମନ୍ତ୍ରୀ। ୧୧-କେନ୍ଦୁଝର ପାଟଣା ଥାନା...

News Headlines from Business News Agencies 23.05.2025

*Business Standard :*   📝 India to surpass China in oil demand growth over next decade: Moody's 📝 NTPC Green Energy wins major battery energy storage project in Kerala 📝 Brookfield plans $100 billion India bet as global AUM eyes $2 trillion mark 📝 Recent rain boosts crop output, no major damage reported: Agriculture secy 📝 MSME delinquencies fall to 5-year low of 1.8%: Cibil-Sidbi report 📝 Adani Ports to raise ₹6,000 crore through NCDs for capex, debt needs 📝 Tata Motors targets 25% premium hatchback market share with new Altroz 📝 SAIL's Bhilai plant installs new system to cut emissions, boost efficiency 📝 Century to unlock ₹14,000 cr GDV with ₹1,850 cr boost from investors 📝 Foreign tourist arrivals strongly correlated with travel search: RBI report 📝 IndiGo set for strong gains in FY26 on lower costs, capacity boost *Economic Times :* 📝 UK to give non-discriminatory treatment to Indian firms in public procurement under FTA 📝 Radisson Hotel Group had five new open...

ଖବର ଆଜିର ତାରିଖ:୨୩/୦୫/୨୫, ଶୁକ୍ରବାର

୧-ହାର୍ଟ ଲ୍ୟାମ୍ପ ପୁସ୍ତକ ପାଇଁ କନ୍ନଡ଼ ଲେଖିକା ବାନୁ ମୁସ୍ତାକ ପାଇଲେ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର। ୨-୨୭ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା,ପରବର୍ତ୍ତୀ ୨ ଦିନରେ ଆହୁରି ଘନୀଭୂତ ହେବାର ସମ୍ଭାବନା। ୩-ପୂରଣ ହେବ ରାଜ୍ୟ ସରକାରଙ୍କ ଶିଳ୍ପାୟନ ସ୍ୱପ୍ନ; ଯାଜପୁର କଳିଙ୍ଗନଗରରୁ ପଡିଲା ଭିତ୍ତିପ୍ରସ୍ତର। ୪୭,୫୯୯ କୋଟିର ପ୍ରକଳ୍ପରେ ୪୬୨୫ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ । ୪-ଓଡ଼ିଶାକୁ ଫେରିଲା କରୋନା, ପ୍ରଥମ ଆକ୍ରାନ୍ତ ଭୁବନେଶ୍ୱରର, ଫେରିଥିଲେ ରାଜଧାନୀ ଦିଲ୍ଲୀରୁ, ସେ ଏବେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା। ୫-କୋଭିଡର ନୂଆ ଭାରିଆଣ୍ଟ ମାରାତ୍ମକ ନୁହେଁ, ତଥାପି ସତର୍କ ରହିବାକୁ ହେବ: ଡାକ୍ତର ଜୟନ୍ତ ପଣ୍ଡା। ୬-ପୁରୀ:ରଥଖଳାରେ କୁନି କୁନି ରୂପକାର, ବାପା- ଅଜା ଅମଳର ପରମ୍ପରାକୁ ନେବେ ଆଗେଇ। ୭-ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ। ୮-ବ୍ରହ୍ମପୁର : ୧୨ ଜଣ କୁଖ୍ୟାତ ଅପରାଧୀ ଗିରଫ। ସେମାନଙ୍କ ଠାରୁ ୬ଟି ପିସ୍ତଲ, ୧୨ ଅଫୁଟା ଗୁଳି, ୫ଟି ଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ। ୯-ସାଂଗଠନିକ ଟିମ୍ ପରେ ବିଜେଡିର ନୂଆ ଶୃଙ୍ଖଳା କମିଟି, ତାଲିକାରେ ରହିଛି ୭ ନେତାଙ୍କ ନାଁ। ୧୦-ଭିଜିଲାନ୍ସ ଜାଲରେ ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରା, ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ। ୧୧-ସରକାର କିଣିବେ ଆଦିବାସୀଙ୍କ ଜମି, ଖୁ...

ଖବର ଆଜିର ତାରିଖ:୨୧/୦୫/୨୫, ବୁଧବାର

୧-BSE ପକ୍ଷରୁ ଜୁଲାଇ ୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ, ଜୁନ ୩୦ରୁ ଓପନ ସ୍କୁଲ ପରୀକ୍ଷା। ୨-ଆଜି ଅପରାହ୍ଣ ୪ଟା ବେଳେ ପ୍ରକାଶ ପାଇବ +୨ ଓ ଧନ୍ଦାମୂଳକ ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ଦେଖିପାରିବେ। ୩-ବଢ଼ିଲା +୩ ନାମଲେଖା ଆବେଦନ ଅବଧି; ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ। ୪-ଉଚ୍ଚ ଶିକ୍ଷାରେ SEBCଙ୍କୁ ୧୧.୨୫% ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ,ସ୍ନାତକ ନାମଲେଖାରେ ତତ୍କାଳ ଲାଗୁ। ୫-ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ପୁଲିସର ଛାନଭିନ ଜାରି। ୬-ମେ ୨୩ରେ ରାଜଧାନୀର ଜନତା ମଇଦାନରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସାମିଲ ହେବେ ୧୦ ଦେଶର ବ୍ୟବସାୟୀ, ଲାଗିବ ୪୫୦ ଷ୍ଟଲ ୭-ସଚିବଙ୍କ କ୍ଷମତାରେ ଚୋଟ, ରାଜ୍ୟ କ୍ୟାବିନେଟ୍‌ ଢାଞ୍ଚାରେ ପରିବର୍ତ୍ତନ।ଆବଶ୍ୟକ ନଥିଲେ କ୍ୟାବିନେଟ୍ ବୈଠକରେ ବସି ପାରିବେନି ଅଧିକାରୀ। ୮-ସୁନ୍ଦରଗଡ଼:ଲାଞ୍ଚ ନେଇ ଧରାପଡ଼ିଲେ ବିଶ୍ରା ଡେପୁଟି ରେଞ୍ଜରଅସିତ ପଟ୍ଟନାୟକ। ୯-କେରଳ ଛୁଇଁବ ମୌସୁମୀ, ପାଗ ହେଉଛି ଅନୁକୂଳ, ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଵର୍ଷା ସମ୍ଭାବନା। ୧୦-ଏଣିକି ଲ' ଗ୍ରାଜୁଏଟ ସିଧା ଦେଇପାରିବେନି ସିଭିଲ ଜର୍ଜ ପରୀକ୍ଷା; ବିଚାରପତି ହେବା ପାଇଁ ୩ ବର୍ଷର ଓକିଲାତି କରିବା ବାଧ୍ୟ। ୧୧-ସମ୍ବଲପୁର:ବିଲ୍ଡରଙ୍କଠାରୁ ୩୦ଲକ୍ଷ ଟଙ୍କା ନେବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନାର ପୂର୍ବତନ ଆଇଆଇସି ସମେତ ୨ଜଣ ପୁଲିସ ଅଧିକାରୀ ନିଲମ୍ବିତ...

ଖବର ଆଜିର ତାରିଖ:୨୦/୦୫/୨୫, ମଙ୍ଗଳବାର

୧-ଭୁବନେଶ୍ୱର:ଆଜି ସରିବ +୩ ଆବେଦନ ଅବଧି, ଆବେଦନ କଲେଣି ୧.୧୦ଲକ୍ଷ। ୨-ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଓଡ଼ିଶାର ଘରକୁ ଘର ବୁଲି ସର୍ବେକ୍ଷଣ ଦେଶ ପାଇଁ ଉଦାହରଣ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ୩-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ୧୪ ଜଣଙ୍କୁ ମିଳିଲା ୧୩ ଲକ୍ଷ ୫୦ ହଜାର ଟଙ୍କା ସହାୟତା। ୪-ପୁରୀ: ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିଲେ ମହାପ୍ରଭୁ। ୫-ପୁରୀ:ଚକ-ଅଖ ଡେରା ବିଧି ସମ୍ପନ୍ନ, ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି, ପଡ଼ିଲା ପ୍ରଥମ ହରିବୋଲ। ୬-ଭୁବନେଶ୍ୱର:ରାଜ୍ୟରେ ହେବ ପଟ୍ଟା କରେକ୍ସନ, ୪ ଡିସିମିଲ୍‌ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା। ୭-ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଏକତରଫା ପ୍ରେମକୁ ନେଇ ଯୁବତୀଙ୍କ ଉପରକୁ ଏସିଡ୍‌ ଫିଙ୍ଗିଲା ଯୁବକ। ଅଭିଯୁକ୍ତ ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଲେ ଲୋକେ।  ୮-ବନ୍ତଳା:ସାତକୋଶିଆରୁ ଖୁସି ଖବର,ଅଣ୍ଡାରୁ ଫୁଟିଲେ ୨୯ ଘଡିଆଳ କୁମ୍ଭୀର। ୯-ଭରତପୁର ପୋଲିସ- ସେନା ଅଧିକାରୀ ବିବାଦ ମାମଲା, ୪ ପୋଲିସ କର୍ମଚାରୀଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ। ୧୦-ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ମିଳିବ ପୂର୍ଣ୍ଣ ପେନସନ, ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ୧୧-ଓଡ଼ିଶାରୁ ବିଦାହେବେ ବେଆଇନ ବାଂଲାଦେଶୀ; ଆକ୍ସନରେ ସ୍ପୋଶାଲ ଟାସ୍କ ଫୋର୍ସ। ୧୨-କଟକଣା ସତ୍ବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ୧୩-ରାଜ୍ୟରେ ଆସନ୍ତ...

ଖବର ଆଜିର ତାରିଖ:୧୯/୦୫/୨୫, ସୋମବାର

୧-ଭୁବନେଶ୍ୱରରେ ଖୋଲିବ ଏନଆଇଏ ଶାଖା, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। ୨-ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଅଶୋକନଗର ନୂଆ କାର୍ଯ୍ୟାଳୟରେ ସକାଳ ୮ଟାରୁ ଆରମ୍ଭ ହେବ। ୩-ମୋହନ ସରକାରଙ୍କ ବର୍ଷ ପୂରାଣି ଲାଗି ଆରମ୍ଭ ହୋଇଛି ଉଦ୍ୟମ । ସରକାରଙ୍କ ସଫଳତା ଓ ପ୍ରତିଶ୍ରୁତି ପୂରଣର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ। ୪-ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ : ପରମ୍ପରା ଅନୁଯାୟୀ ଅଖ ଡେରା ନୀତି ସମ୍ପୂର୍ଣ କରିବେ ଭୋଇ ସେବକ। ୫-ନୟାଗଡରୁ ବୌଦ୍ଧକୁ ଗଡିବ ରେଳ, ୩୦୦ ଶଯ୍ୟା ବିଶିଷ୍ଟ ହେବ ଡାକ୍ତରଖାନା। ୬-ଭିଏସ ଏସ ନଗର, ଭୁବନେଶ୍ୱର: ମୁଣ୍ଡରେ ବିୟର ବୋତଲ ଛେଚିଲେ,ଜଣକୁ କାବୁକଲା ପୋଲିସ୍। ୭-ପାଟଣା:ଚୋରା ଚାଲଣବେଳେ ୬୫ରୁ ଅଧିକ ଗୋରୁ ଉଦ୍ଧାର, କଲିକତାକୁ ନେଉଥିଲେ ମାଫିଆ। ୮-ରାଉରକେଲା: କୋଏଲ ନଦୀରେ ଭାସିଯାଇ ଜଣେ ଛାତ୍ର ନିଖୋଜ। ୯-ଜଟଣୀ କନ୍ତିଆରେ ୧୫ଏକର ଜମି ମାଲିକାନା ମାମଲା : ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ହାଇକୋର୍ଟଙ୍କ ରାୟ। ୧୦-ଗଜପତି:ମାରଲବା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଗୁରୁତର। ୧୧-କଟକ : କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଇଞ୍ଜିନିୟର ନିଖୋଜ । ୧୨-ଜୟପୁର:ରାଜସ୍ଥାନକୁ ୧୦ ରନରେ ପରାସ୍ତ କରି ପ୍ଲେ-ଅଫ୍ ସମ୍ଭାବନାକୁ ବଢାଇଲା ପଂଜାବ। ୧୩-ଫୁଲବାଣୀ: ସ୍ଥାନୀୟ ମାଷ୍ଟରପଡା ତୋଟାସାହିରେ ଜଣେ ଯୁବକଙ୍କ...

ଖବର ଆଜିର ତାରିଖ:୧୮/୦୫/୨୫, ରବିବାର

୧-ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ଘଟିଛି ୧୭୦୦ ମୃତ୍ୟୁ। ୨-ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ ଖୋଲିବ ଆଧାର ଶିବିର। ବଡ଼ଚଣାରେ ପରୀକ୍ଷା ମୂଳକ ଭାବେ ଆଧାର ଶିବିର ଆୟୋଜନ ହେବ। ୩-କଟକ: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ପତ୍ନୀ ହୋଇ ପାରିବେ ସ୍ବାମୀଙ୍କ ଆଇନଗତ ଅଭିଭାବକ। ୪-ପୁଣି ଇସ୍କନର ମନମୁଖୀ କାର୍ଯ୍ୟକଳାପ , ଆଜି ଲଣ୍ଡନ ଚେମ୍ସଫୋର୍ଡରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା। ୫-ମୋହନା:ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଦୁଇ ଆହତ। ୬-ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି, ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ। ୭-ଭୁବନେଶ୍ୱର:କମାଣ୍ଡୋ ତାଲିମ ନେବା ପାଇଁ ଯାଇନଥିବାରୁ, ୧୦ଜଣ ଆରପିଏଫ ଯବାନ ଚାକିରିରୁ ନିଲମ୍ୱିତ। ୮-ଭୁବନେଶ୍ୱର:ଶିଳ୍ପ ପାଇଁ ଜମି ନେଇ କାମ କରୁନଥିବା ଶିଳ୍ପାନୁଷ୍ଠାନକୁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ସରକାର ୯-ଭୂମିରେ ବସି ଦିବ୍ୟ ମହାପ୍ରସାଦ ଖାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ। ୧୦-ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ ୟୁଟ୍ୟୁବର, ଜଗନ୍ନାଥ ମନ୍ଦିର ସହ ସହର ବୁଲି ଭିଡିଓ ବନାଇଥିଲା। ୧୧-ରାଜ୍ୟ କଂଗ୍ରେସର କୋଷାଧ୍ୟକ୍ଷ ହେଲେ ସିଦ୍ଧାର୍ଥ ସ୍ୱରୂପ ଦାଶ, ଉପ ସଭାପତି ତାଲିକାରେ ୭ ନେତା। ୧୨-ଜୁନ ୨୨ରେ ଯାଜପୁରରେ ଟାଟା ପ୍ରକଳ୍ପର ଶୁଭାରମ୍ଭ, ମିଳିବ ୩୪ ହଜାର ନିଯୁକ୍ତି। ୧୩-ବାସୁଦେବପୁର:୧୦ ହଜାର ଟଙ୍କା ...

ଖବର ଆଜିର ତାରିଖ:୧୧/୦୫/୨୫, ରବିବାର

୧-ଆମେରିକାର ମଧ୍ୟସ୍ଥତା ଅସଫଳ, ତିନି ଘଣ୍ଟା ତିଷ୍ଠିଲାନି ଅସ୍ତ୍ର ବିରତି,ସହମତିକୁ ପାକିସ୍ତାନର ବେଖାତିର, ଶ୍ରୀନଗର ଓ ବାରମୂଳା ସେକ୍ଟରରେ କଲା ଡ୍ରୋନ ଆକ୍ରମଣ। ୨-ପାକିସ୍ତାନ ଅସ୍ତ୍ରବିରତିର ଘୋର ଉଲ୍ଲଙ୍ଘନ କରିଛି, ଦୃଢ଼ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେବାକୁ ସେନାକୁ ନିର୍ଦେଶ। ୩-ଭାରତ-ବାଂଲାଦେଶ ସୀମା ଉପରେ ନଜର ରଖାଯାଇଛି, କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ: ଆସାମ ମୁଖ୍ୟମନ୍ତ୍ରୀ। ୪-ଭୁବନେଶ୍ୱର:ଆସନ୍ତା ସପ୍ତାହରେ +୨ରେଜଲ୍ଟ,CBSE ଦଶମ ଓ ଦ୍ବାଦଶ ଫଳ ବି ଆସିବ। ୫-ଅପରେସନ ସିନ୍ଦୂରରେ ୫ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ନିପାତ, ମୃତକ ମଧ୍ୟରେ ଅଛନ୍ତି ମାସୁଦର ଦୁଇ ଶାଳକ। ୬-ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ: ଆଇନ ମନ୍ତ୍ରୀ ୭-ଆନନ୍ଦପୁର:ହ୍ବାଟ୍ସଆପ୍ ରେ ଷ୍ଟାଟସ୍ ଦେଇ ରହୁଥିବା ମେସ୍ ରୁମ୍ ରେ ବେକରେ ଓଡଣୀ ଲଗାଇ ଝୁଲିପଡି ମୃତ୍ୟୁବରଣ କରିଛନ୍ତି ଜଣେ କଲେଜ୍ ଛାତ୍ରୀ। ୮-ଭୁବନେଶ୍ୱର:୧୪ ଯାଏଁ କଲବଲ କରିବ ଖରା, ନାକେଦମ କରିବ ଗୁଳୁଗୁଳି। ୯-ରାୟଗଡ଼ା ଜିଲ୍ଲା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବୈଷୟିକ ବିଶ୍ବ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ୍‌ରେ ଭୟାବହ ଅଗ୍ନିକାଣ୍ଡ,କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ। ୧୦-କଟକ:SCB ପରିସରରୁ ୪ ଦଲାଲ ଗିରଫ, ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ପ୍ରବର୍ତ୍ତାଉଥିଲେ। ୧୧-ଭୁବନେଶ୍ୱର:ଭାରତ ଓ ପାକିସ୍ତାନ ଟେନସନ ମ...

ଖବର ଆଜିର ତାରିଖ:୧୦/୦୫/୨୫, ଶନିବାର

୧-ଭୁବନେଶ୍ଵର: ହାଇ ଆଲର୍ଟରେ ଓଡିଶା । ସେନା ପ୍ରତିଷ୍ଠାନ, ମନ୍ଦିର, ବନ୍ଦର ଠାରୁ ଆରମ୍ଭ କରି ଉପକୂଳ ସୁରକ୍ଷା କଡାକଡି କଲେ ଓଡିଶା ସରକାର। ୨-ଜମ୍ମୁରୁ ଫେରୁଛନ୍ତି ଓଡ଼ିଆ ଛାତ୍ର; ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଖୋଲିଲେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ, ଫୋନ୍ ନଂ:୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ୩-ଯୁଦ୍ଧ ପରିସ୍ଥିତି ସମୟରେ ଦେଶରେ ଅଦ୍ଭୁତପୂର୍ବ ରାଜନୈତିକ ଏକତା, ଦେଶ ସହ ଆମେ,ଦେଶର ସମସ୍ତ ରାଜନୈତିକ ଦଳର ସମର୍ଥନ ଜାରି। ୪-ମାଲକାନଗିରି:୩୮ ମାଓବାଦୀଙ୍କ ଆତ୍ମସମର୍ପଣ, ତେଲଙ୍ଗାନା ପୋଲିସ ନିକଟରେ କଲେ ଆତ୍ମସମର୍ପଣ। ୫-କଟକ:ଛାଡ଼ପତ୍ର ଓ ଭରଣପୋଷଣ ମାମଲାରେ ଟେଲି ଅଭିନେତା ହରିଶ ଖଣ୍ଡେଲଓ୍ବାଲ ଗିରଫ, ଜାମିନ ପ୍ରଦାନ କଲେ କୋର୍ଟ ୬-ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆଉ ଏକ ନୋଟିସ୍, ଦୁଇ ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ୭-ଦାରିଙ୍ଗବାଡି:ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ୮-ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡିଶାକୁ ଫେରିଛି ତାତି,ଛ' ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଲା। ୯-୧୬ ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଘାଟିତ, ୪୨ଟି ଦେଶର ୧୨୦୦ ଖେଳାଳିଙ୍କ ରହିଛି ଯୋଗଦାନ। ୧୦-ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ପ୍ରୟୋଗ ହେ...

ଖବର ଆଜିର ତାରିଖ:୦୯/୦୫/୨୫, ଶୁକ୍ରବାର

୧-ଅପରେସନ 'ସିନ୍ଦୂର' ରେ ପ୍ରତିଶୋଧ:ପାକ୍ କୁ ପ୍ରଚଣ୍ଡ ପ୍ରହାର,ଲାହୋର କରାଚିରେ ମିସାଇଲ ବର୍ଷା,ଆଓ୍ବାକ୍ସ ଧ୍ବଂସ,ସାରା ପାକିସ୍ତାନ ଥରହର,ଭାରତର ୧୫ ସ୍ଥାନରେ ପାକ୍ ର ଆକ୍ରମଣ।   ୨-ଦେଶର ୨୪୪ଟି ଜିଲ୍ଲାର ୨୫୯ ସ୍ଥାନରେ ବୁଧବାର ଦିନ ସାଧାରଣ ସୁରକ୍ଷା ମକଡ୍ରିଲ୍ ଅନୁଷ୍ଠିତ । ୩-ଭୁବନେଶ୍ୱର:ଛୁଟି ଘୋଷଣା ସତ୍ତ୍ବେ ଖୋଲୁଛି କିଛି ସ୍କୁଲ, କଡ଼ା ଆକ୍ସନ ପାଇଁ ଗଣଶିକ୍ଷା ବିଭାଗର ଚିଠି। ୪-ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି, ଆଗକୁ ୪୫ ଡିଗ୍ରୀ ଛୁଇଁପାରେ ପାରଦ। ୫-ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା, ସୁପ୍ରିମକୋର୍ଟଙ୍କ ରାୟ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା। ୬-ଅଣଶିକ୍ଷକଙ୍କ ବଦଳି ପ୍ରସ୍ତାବ ଅନଲାଇନ୍ ରେ ଦାଖଲ ହେବ,ସବୁ ସରକାରୀ କଲେଜକୁ ଗଲା ଚିଠି। ୭-ଭବାନୀପାଟଣା:ମା' ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶିତ, ସୁଶ୍ରୀ ସଂଗୀତା ବିଶ୍ଵବିଦ୍ୟାଳୟ ଶ୍ରେଷ୍ଠ। ୮-ମାଁ ତାରାତାରିଣୀଙ୍କ ପୀଠର ଉନ୍ନତି ପାଇଁ ୩୦ କୋଟି ଟଙ୍କାର ଡିପିଆର ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୯-ଭୁବନେଶ୍ୱର:ଚାକିରି ପ୍ରଲୋଭନ ଦେଖାଇ ୭ ଲକ୍ଷ ଟଙ୍କା ହଡ଼ପ, ନୟାଗଡରୁ ୩ ଅଭିଯୁକ୍ତ ଗିରଫ। ୧୦-ବସ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, କଟକ-ପାରାଦୀପ ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକେ। ୧୧-ଅହମ୍ମଦାବାଦ ଭଳି ସାଇନ୍ସ ସିଟି ଭୁବନେଶ୍ବରରେ ହେବ, ସବୁ ଜ...

ଖବର ଆଜିର ତାରିଖ:୦୮/୦୫/୨୫, ଗୁରୁବାର

୧-ଭୁବନେଶ୍ୱର:ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ,୫ ବିଭାଗର ୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ୨-ସାରା ରାଜ୍ୟରେ ଚାଲିବ ମୁଖ୍ୟମନ୍ତ୍ରୀ ବସ୍ ସେବା, ବସ୍ ଭଡ଼ାରେ ମହିଳା, ଛାତ୍ରଛାତ୍ରୀଙ୍କୁ ମିଳିବ ୫୦% ରିହାତି। ୩-ରାଜଧାନୀ ହେବ ପ୍ରଦୂଷଣ ମୁକ୍ତ, ପ୍ରମୁଖ ଛକରେ ପ୍ରତିଷ୍ଠା ହେବ ୨୩ଟି EV ଷ୍ଟେସନ। ୪-କଟକ: ରାଜ୍ୟ ପୁଲିସ ବାହିନୀରେ ୬୩ SIଙ୍କ ବଦଳି, କମିଶନରେଟ୍ ପୁଲିସ୍ ରୁ ୭ ଅଦଳବଦଳ। ୫-ଆସନ୍ତା ୧୨ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ। ୬-ମାଲକାନଗିରି:ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୨୨ ମାଓବାଦୀ ନିହତ। ୭-ଅପରେସନ୍ ସିନ୍ଦୂର ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟ: ଲେଖିଲେ ‘ଜୟହିନ୍ଦ’। ୮-ଭୁବନେଶ୍ଵର ସିଭିଲ ଡିଫେନ୍ସ ମକ୍ ଡ୍ରିଲ ଅପରାହ୍ନ ୪ଟାରେ ରାଜମହଲ ଛକରେ ଅନୁଷ୍ଠିତ ହୋଇଯାଇଛି। ୯-ଝାରସୁଗୁଡା:ସୁପ୍ରିମକୋର୍ଟର ଶୁଣାଣିକୁ ପୁନଃ ଶୁଣାଣି କରିବା ନେଇ ଭୂଷଣ ଜେ.ଏସ.ଡବ୍ଲୁ.ର କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା। ୧୦-ପୁଣି ବଢିଲା ସୁନା ଦର,୨୨ କ୍ୟାରେଟ୍‌ ସୁନା ଦାମ୍ ୫୦୦ ଟଙ୍କା ବୃଦ୍ଧି ପାଇ ୯୦,୭୫୦ ଟଙ୍କା ହୋଇଛି, ସେହିପରି ୨୪ କ୍ୟାରେଟ୍‌ ସୁନା ଦର ୫୪୦ ଟଙ୍କା ବଢି ୯୯,୦୦୦ରେ ପହଞ୍ଚିଛି। ୧୧-ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା। ...

ଖବର ଆଜିର ତାରିଖ:୦୭/୦୫/୨୫, ବୁଧବାର

୧-ଆଜି ମକ୍‌ଡ୍ରିଲ୍‌, ଦିନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌।ଉପକୂଳବର୍ତ୍ତୀ ଜିଲା ଓ ସହରାଞ୍ଚଳରେ ଆଜି ମକ୍‌ଡ୍ରିଲ୍‌ କରାଯିବ।  ୨-ଏଣିକି ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ, ଇଣ୍ଡିଗୋ ଦ୍ୱାରା ଆରମ୍ଭ ହେବ ଏହି ସେବା। ୩-SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ୬ ମାର୍କ ଗ୍ରେସ୍‌ ଦେବାକୁ OPSC ପକ୍ଷରୁ ବିଜ୍ଞପ୍ତି ଜାରି। ୪-ମହଙ୍ଗା ପଡ଼ିଲା ଶିଶୁ ବିକ୍ରି ଘଟଣା, ରାୟଗଡ଼ା CWC ଅଧ୍ୟକ୍ଷାଙ୍କ ସମେତ ୫ ଜଣ କାର୍ଯ୍ୟରୁ ବହିଷ୍କୃତ। ୫-ମାଲକାନଗିରି:ଲାଲ୍‌ ସଂଗଠନକୁ ଝଟ୍‌କା, ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ। ୬-ଭୁବନେଶ୍ୱର : ଆସନ୍ତା ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବା ଅନୁମାନ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ। ୭-ଦ୍ବିତୀୟ ବିଶ୍ବଯୁଦ୍ଧର ୮୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଜୁବାବୁଙ୍କୁ ସମ୍ମାନିତ କରିବେ ଋଷ ସରକାର। ୮-ଭୁବନେଶ୍ୱର:ନାଗରିକ ପ୍ରତିରକ୍ଷା ମକଡ୍ରିଲ୍, ଲୋକ ଛାନିଆ,ଆଳୁ ପିଆଜ ଦୋକାନରେ ହେଲାଣି ଭିଡ଼। ୯-ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡା ଜିଲା ବିକାଶ ପରିଷଦର ଚିଠି: କେନ୍ଦ୍ରାପଡାରେ ମେଡିକାଲ କଲେଜ ଖୋଲିବାକୁ ଦାବି। ୧୦-ରାଇରଙ୍ଗପୁର:ବିଦେଶୀ ମଦ ଦୋକାନରେ ଫୁଟିଲା ଗୁଳି, ମାଲିକ ଗୁରୁତର, ଟଙ୍କା ନେଇ ଛୁ' ମାରିଲେ ଲୁଟେରା। ୧୧-ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ତେଜୁଛି ବିବାଦ । ଜଗନ୍ନାଥ ଧାମ ଲେଖା ହଟାଇବ...

ଖବର ଆଜିର ତାରିଖ:୦୬/୦୫/୨୫, ମଙ୍ଗଳବାର

  ୧-୭ରେ ନାଗରିକ ସୁରକ୍ଷା ଅଭ୍ୟାସ ପାଇଁ କେନ୍ଦ୍ରର ନିର୍ଦେଶ।ଦେଶର ଅନ୍ତରୀଣ ସୁରକ୍ଷା ଏବଂ ଜରୁରିକାଳୀନ ସମୟରେ ପରିସ୍ଥିତିର ମୁକାବିଲା କରିବା ଉଦ୍ଦେଶ୍ୟ‌ରେ ଏହି ଅଭ୍ୟାସ କରାଯିବ। ୨-ଭୁବନେଶ୍ୱର:ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ଆରମ୍ଭ,୧୩ରେ ସରିବ। ୩-ପୁରୀ:ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଶାଳ ପୂଜା ପରେ ପଡିଲା ଅରକଣ୍ଟା, ୨୮ ତୁମ୍ବ ଗୋଲେଇ ଶେଷ। ୪-୨୭ ତାରିଖ ଓଏସଏସସି ପରୀକ୍ଷା ରଦ୍ଦ, ଜୁଲାଇ ୬ରେ ହେବ ସାନି ପରୀକ୍ଷା। ୫-ପୁରୀ:ଶ୍ରୀକ୍ଷେତ୍ରରୁ ଉଡିବ ବିମାନ, ମଞ୍ଜୁରୀ ପ୍ରଦାନ କଲେ କେନ୍ଦ୍ର ସରକାର। ୬-କେନ୍ଦୁଝର ପୁଲିସର ହେଲା ନବକଳେବର,୩୨ ହଜାର ପୁଲିସ ପଦବୀ ପୂରଣ କରିବେ ମୋହନ ସରକାର। ୭-ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ ନୁହେଁ’: ପ୍ରେସ ରିଲିଜ ଜାରି କରି ସ୍ପଷ୍ଟ କଲେ ଗଜପତି ମହାରାଜ। ୮-ଭୁବନେଶ୍ୱର : ନବୀନଙ୍କ ନୂଆ ଟିମ । ୮୧ ଜଣ ପ୍ରମୁଖ ନେତାଙ୍କୁ ନେଇ ନୂଆ ଟିମ ଘୋଷଣା କଲେ ବିଜେଡି ସୁପ୍ରିମୋ। ୯-ଶଳାର ଭୁଜାଲି ଚୋଟରେ ଭିଣୋଇ ଗୁରୁତର, ତମାଣ୍ଡୋ ଥାନା ଅଞ୍ଚଳରେ ଘଟଣା, ଗୁରୁତର ଭିଣୋଇ ଲୋକନାଥ ସ୍ୱାଇଁ ଏମ୍ସରେ ଭର୍ତ୍ତି। ୧୦-ରାଉରକେଲାରେ ନାବାଳିକାଙ୍କୁ ଦୁଷ୍କର୍ମ, ପରେ କାର୍ଯ୍ୟାନୁଷ୍ଠାନ ଭୟରେ ତିନି ମହଲା ଉପରୁ ଡେଇଁ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ୧୧-କିମ୍ସ ପରିସରରେ ପାଳନ ହେଲା ବିଶ୍ଵ ହାତ ଧୁଆ ଦିବସ, ସାମିଲ ହେଲେ ଡାକ...

ଖବର ଆଜିର ତାରିଖ:୦୫/୦୪/୨୫, ସୋମବାର

୧-ଭୁବନେଶ୍ୱର: ପ୍ରଶାସନିକ ସୀମା ପୁନର୍ଗଠନ ଡେଡ୍ ଲାଇନ୍ ଜୁନ୍ ୩୦, ଆସନ୍ତା ଜନଗଣନାକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ୨-ଭୁବନେଶ୍ୱର:ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ। ୩-ଭୁବନେଶ୍ୱର:ବର୍ଷା ପରେ ତାତି କମିଲା,୧୯ଟି ଜିଲ୍ଲାକୁ କାଳବୈଶାଖୀ ସତର୍କତା ସୂଚନା ଜାରି। ୪-ନବ ଯୌବନ ଦର୍ଶନଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିରନ୍ତର ସ୍ବାସ୍ଥ୍ୟ ସେବା ପାଇଁ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ। ୫-କଟକ:କମିଶନରେଟ ପୁଲିସ ଦ୍ବାରା ୬ ସାଇବର ଲୁଟେରା ଗିରଫ, ୪ ଲକ୍ଷ ଟଙ୍କା ଜବତ। ୬-ଗଞ୍ଜାମ ପୁଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ମାରଣାସ୍ତ୍ର ଜବତ, ୧୮ଅପରାଧୀ ଗିରଫ। ୭-୭ ଦୁର୍ବୃତ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ, ଦୀର୍ଘଦିନ ହେଲା ସିରିଜ୍ ଲୁଟ୍ କରିଆସୁଥିଲେ ଅଭିଯୁକ୍ତ। ୮-ପୁରୀ:ଦାରୁ ବିବାଦ, ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ, ସାତ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ। ୯-କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ , ଯୁବକ ଗୁରୁତର, ଦୁର୍ବୃତ୍ତ ଫେରାର। ୧୦-ଗୁରୁଡିଝାଟିଆ:୪ଦଫା ଦାବି ପୂରଣ ନକଲେ ରାଜ୍ୟବ୍ୟାପୀ ହେବ ଟ୍ରକ୍ ଧର୍ମଘଟ-ଟ୍ରକ୍ ମାଲିକ ମହାସଂଘ ୧୧-ଅଭିଯୁକ୍ତଙ୍କ ଭିତରେ ସଂସ୍କାର ଆଣିବାରେ ନିଆରା ଜାମିନ୍ ସର୍ତ୍ତ ରଖିଲେ ହାଇକୋର୍ଟ, ଗଛ ଲଗାଇବାକୁ ଏବଂ ହସ୍ପିଟାଲ ସଫେଇ କରିବାକୁ ଦେଲେ ...