ଖବର ଆଜିର ତାରିଖ:୨୩/୦୫/୨୫, ଶୁକ୍ରବାର



୧-ହାର୍ଟ ଲ୍ୟାମ୍ପ ପୁସ୍ତକ ପାଇଁ କନ୍ନଡ଼ ଲେଖିକା ବାନୁ ମୁସ୍ତାକ ପାଇଲେ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର।

୨-୨୭ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା,ପରବର୍ତ୍ତୀ ୨ ଦିନରେ ଆହୁରି ଘନୀଭୂତ ହେବାର ସମ୍ଭାବନା।

୩-ପୂରଣ ହେବ ରାଜ୍ୟ ସରକାରଙ୍କ ଶିଳ୍ପାୟନ ସ୍ୱପ୍ନ; ଯାଜପୁର କଳିଙ୍ଗନଗରରୁ ପଡିଲା ଭିତ୍ତିପ୍ରସ୍ତର।
୪୭,୫୯୯ କୋଟିର ପ୍ରକଳ୍ପରେ ୪୬୨୫ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ।

୪-ଓଡ଼ିଶାକୁ ଫେରିଲା କରୋନା, ପ୍ରଥମ ଆକ୍ରାନ୍ତ ଭୁବନେଶ୍ୱରର, ଫେରିଥିଲେ ରାଜଧାନୀ ଦିଲ୍ଲୀରୁ, ସେ ଏବେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା।

୫-କୋଭିଡର ନୂଆ ଭାରିଆଣ୍ଟ ମାରାତ୍ମକ ନୁହେଁ, ତଥାପି ସତର୍କ ରହିବାକୁ ହେବ: ଡାକ୍ତର ଜୟନ୍ତ ପଣ୍ଡା।

୬-ପୁରୀ:ରଥଖଳାରେ କୁନି କୁନି ରୂପକାର, ବାପା- ଅଜା ଅମଳର ପରମ୍ପରାକୁ ନେବେ ଆଗେଇ।

୭-ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ।

୮-ବ୍ରହ୍ମପୁର : ୧୨ ଜଣ କୁଖ୍ୟାତ ଅପରାଧୀ ଗିରଫ। ସେମାନଙ୍କ ଠାରୁ ୬ଟି ପିସ୍ତଲ, ୧୨ ଅଫୁଟା ଗୁଳି, ୫ଟି ଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ।

୯-ସାଂଗଠନିକ ଟିମ୍ ପରେ ବିଜେଡିର ନୂଆ ଶୃଙ୍ଖଳା କମିଟି, ତାଲିକାରେ ରହିଛି ୭ ନେତାଙ୍କ ନାଁ।

୧୦-ଭିଜିଲାନ୍ସ ଜାଲରେ ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରା, ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ।

୧୧-ସରକାର କିଣିବେ ଆଦିବାସୀଙ୍କ ଜମି, ଖୁବଶୀଘ୍ର ଗଠନ ହେବ ସରକାର କର୍ପସ ଫଣ୍ଡ।

୧୨-ହାଇକୋର୍ଟଙ୍କ ଜାମିନ ସର୍ତ୍ତ: ବ୍ୟାଙ୍କ ଋଣ ପରିଶୋଧ କରିନ, ବ୍ୟାଙ୍କ ସଫେଇ କରିବାକୁ ନିର୍ଦ୍ଦେଶ।

୧୩-କୋଟିଆ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ, ଗଠନ କଲେ ଟାସ୍କ ଫୋର୍ସ କମିଟି।

୧୪-ବିକାନେରରୁ ପିଏମ୍ ମୋଦିଙ୍କ ସିଂହ ଗର୍ଜନ; କହିଲେ, ୨୨ ମିନିଟରେ ଭାରତ ନେଲା ଏପ୍ରିଲ୍ ୨୨ର ବଦଲା।

୧୫-ଅହମଦାବାଦ:ମାର୍ଶଙ୍କ ବିସ୍ପୋରକ ଶତକ; ଗୁଜରାଟକୁ ହରାଇଲା ଲକ୍ଷ୍ନୌ।

୧୬-ଲକ୍ଷ୍ନୌ: IPLରେବେଙ୍ଗାଳୁରୁ - ହାଇଦ୍ରାବାଦ ମୁକାବିଲା ଆଜି।

୧୭-ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ତ୍ରୁଟି, ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପଶିଗଲେ ୨ ଅଜଣା ବ୍ୟକ୍ତି।

୧୮-୨୦୩୫ ସୁଦ୍ଧା ସ୍ଥାପନ ହେବ ଭାରତର ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର: ଇସ୍ରୋ ଅଧ୍ୟକ୍ଷ

୧୯-ଜମ୍ମୁ-କାଶ୍ମୀରର କିସ୍ତୱାରରେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କୀ ନିହତ।

୨୦-ହ୍ୱାଇଟ୍‌ ହାଉସ୍‌ରେ ହାଇଡ୍ରାମା, ଜେଲେନସ୍କିଙ୍କ ପରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଘେରିଲେ ଟ୍ରମ୍ପ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)