ଖବର ଆଜିର ତାରିଖ:୨୯/୦୫/୨୫, ଗୁରୁବାର


୧-ରାଜ୍ୟ କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର, ସରକାରୀ ନିଯୁକ୍ତି ବୟସ ସୀମା ୪୨ ବର୍ଷକୁ ବୃଦ୍ଧି।

୨-ଓଡ଼ିଶା ଛୁଇଁଲା ମୌସୁମୀ, ୧୦ ଦିନ ଆଗରୁ ଓଡ଼ିଶାରେ ପହଞ୍ଚିଲା।ସମଗ୍ର ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିବା ପାଇଁ ଅନୁକୁଳ ରହିଛି ପାଗ।

୩-ଏଣିକି ସରକାରୀ କାମରେ ହେବନି ସମୟ ଅପଚୟ; ୩ ସ୍ତରରେ ବାଜିବ ମୋହର, ଢାଞ୍ଚାଗତ ପୁରୁଣା ବ୍ୟବସ୍ଥା ସାଜିବନି ବାଧକ।

୪-ଖରିଫ୍‌ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର, ୨୦୨୫-୨୬ ବର୍ଷ ପାଇଁ ୧୪ଟି ଖରିଫ୍‌ ଫସଲର ଏମଏସପି ବଢିଲା, ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ।

୫-ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ।

୬-କଟକ: ଅନଲାଇନ୍ କ୍ରିକେଟ୍ ବେଟିଂ,୧.୦୮ କୋଟି ଠକେଇ,ଦୁଇ ଗିରଫ।

୭-ଓଡିଶାକୁ ସଫଳତା, କୁଡୋ ଜାତୀୟ ଚାମ୍ପିଅନଶିପରେ ୫ ସ୍ୱର୍ଣ୍ଣ ସହ ୧୯ ପଦକ ଜିତିଲେ ଖେଳାଳି।

୮-ମନ୍ତ୍ରୀ, ଅଧିକାରୀଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର, ୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ,ଜିଲାପାଳ, ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି।

୯-ପାଟଣାଗଡ଼:ମୁଁ ନିର୍ଦ୍ଦୋଷ, ମୋତେ ଭୁଲ୍ ତଥ୍ୟ ଦେଇ ଫସା ଯାଇଛି: ପୁଞ୍ଜିଲାଲ ମେହେର

୧୦-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ମେ' ୩୧ ଭିତରେ ପଞ୍ଜୀକରଣ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ।

୧୧-ଦିବ୍ୟାଙ୍ଗଙ୍କୁ ୭ ଦିନ ଭିତରେ ମିଳିବ ବିବାହ ସହାୟତା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

୧୨-ଖଣ୍ଡଗିରି:ପୁଣି ଥରେ ଜୀବନ ନେଲା ଆମ ବସ, ୧ ମୃତ, ଲୋକମାନଙ୍କ ରାସ୍ତା ଅବରୋଧ,୧୨ ବସ ଭଙ୍ଗାରୁଜା।

୧୩-ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ।

୧୪-ଢେଙ୍କାନାଳ:ଭିଜିଲାନ୍ସ ପଞ୍ଝାରେ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ, ୪ ମ୍ୟୁଟେସନ କେସ୍‌ରେ ନେଉଥିଲେ ୬୦ ହଜାର ଟଙ୍କା ଲାଞ୍ଚ।

୧୫-ରାଜ୍ୟରେ ପୁଣି ଡରାଇଲାଣି କରୋନା, ଭୁବନେଶ୍ବର ପାଲଟିଛି କୋଭିଡ୍ ହଟ୍‌ସ୍ପଟ୍‌।। ୫ଜଣଙ୍କୁ କଲାଣି ଆକ୍ରାନ୍ତ।

୧୬-ବେତନଟୀ:ଟ୍ରକ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର, ଦୁଇ ମୃତ, ଏକାଧିକ ଆହତ।

୧୭-ଫର୍ମକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଫାଇନ ଭରିବେ ସମସ୍ତ ଲକ୍ଷ୍ନୌ ଖେଳାଳି।

୧୮-ମାଓବାଦୀ ଲୁଟିଛନ୍ତି ୪ ଟନ୍ ବିସ୍ଫୋରକ! ରାଉରକେଲା ସୀମାରେ ହାଇଆଲର୍ଟ ଜାରି।

୧୯-କୋରାପୁଟ:ମାଲବାହୀ ଟ୍ରେନ୍‌ର ୩୦ରୁ ଅଧିକ ବଗି ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ।

୨୦-ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ଆଜି ହେବ ମକ୍‍ ଡ୍ରିଲ୍‍।

୨୧-ଆନ୍ନା ବିଶ୍ବବିଦ୍ୟାଳୟ ଛାତ୍ରୀ ଯୌନ ଉତ୍ପୀଡ଼ନ ମାମଲା, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜୁନ୍‌ ୨ରେ ଦଣ୍ଡ ଶୁଣାଣି।

୨୨-ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିପାତ ହେଲା ହମାସର ମୁଖ୍ୟ ମହମ୍ମଦ ସିନୱାର,ବେଞ୍ଜାମିନଙ୍କ ବଡ ଘୋଷଣା।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024