ଖବର ଆଜିର ତାରିଖ:୦୭/୦୫/୨୫, ବୁଧବାର



୧-ଆଜି ମକ୍‌ଡ୍ରିଲ୍‌, ଦିନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌।ଉପକୂଳବର୍ତ୍ତୀ ଜିଲା ଓ ସହରାଞ୍ଚଳରେ ଆଜି ମକ୍‌ଡ୍ରିଲ୍‌ କରାଯିବ। 

୨-ଏଣିକି ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ, ଇଣ୍ଡିଗୋ ଦ୍ୱାରା ଆରମ୍ଭ ହେବ ଏହି ସେବା।

୩-SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ୬ ମାର୍କ ଗ୍ରେସ୍‌ ଦେବାକୁ OPSC ପକ୍ଷରୁ ବିଜ୍ଞପ୍ତି ଜାରି।

୪-ମହଙ୍ଗା ପଡ଼ିଲା ଶିଶୁ ବିକ୍ରି ଘଟଣା, ରାୟଗଡ଼ା CWC ଅଧ୍ୟକ୍ଷାଙ୍କ ସମେତ ୫ ଜଣ କାର୍ଯ୍ୟରୁ ବହିଷ୍କୃତ।

୫-ମାଲକାନଗିରି:ଲାଲ୍‌ ସଂଗଠନକୁ ଝଟ୍‌କା, ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ।

୬-ଭୁବନେଶ୍ୱର : ଆସନ୍ତା ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବା ଅନୁମାନ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ।

୭-ଦ୍ବିତୀୟ ବିଶ୍ବଯୁଦ୍ଧର ୮୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଜୁବାବୁଙ୍କୁ ସମ୍ମାନିତ କରିବେ ଋଷ ସରକାର।

୮-ଭୁବନେଶ୍ୱର:ନାଗରିକ ପ୍ରତିରକ୍ଷା ମକଡ୍ରିଲ୍, ଲୋକ ଛାନିଆ,ଆଳୁ ପିଆଜ ଦୋକାନରେ ହେଲାଣି ଭିଡ଼।

୯-ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡା ଜିଲା ବିକାଶ ପରିଷଦର ଚିଠି: କେନ୍ଦ୍ରାପଡାରେ ମେଡିକାଲ କଲେଜ ଖୋଲିବାକୁ ଦାବି।

୧୦-ରାଇରଙ୍ଗପୁର:ବିଦେଶୀ ମଦ ଦୋକାନରେ ଫୁଟିଲା ଗୁଳି, ମାଲିକ ଗୁରୁତର, ଟଙ୍କା ନେଇ ଛୁ' ମାରିଲେ ଲୁଟେରା।

୧୧-ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ତେଜୁଛି ବିବାଦ । ଜଗନ୍ନାଥ ଧାମ ଲେଖା ହଟାଇବାକୁ ନେଇ ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ।

୧୨-ଭଦ୍ରକ ବାଣ ଗୋଦାମରେ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ୨ ମୃତ।

୧୩-କେନ୍ଦୁଝରରେ ଆରମ୍ଭ ହେଲା ଟ୍ରୋମା କେୟାର ସେଣ୍ଟର ଓ ଆଇପିଡି ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।

୧୪-ଭଦ୍ରକ:ଚୋରା ମୋବାଇଲ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ମୋବାଇଲ ସ୍ନାଚର,୧୮ ସ୍ମାର୍ଟଫୋନ୍ ଜବତ।

୧୫-ରାଜଧାନୀରେ ବ୍ରାଉନସୁଗାର କାରବାର ବେଳେ ମାଡିବସିଲା ଏସଟିଏଫ୍;୨୫ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ।

୧୬-୧୯୭୧ ମସିହା ପରେ ପ୍ରଥମଥର ମକ୍ରଡିଲ କରିବ ସେନା; କଣ ହେବ ଦେଖିବାକୁ ଚାହିଁ ରହିଛି ସାରା ବିଶ୍ୱ।

୧୭-ମୁମ୍ବାଇ: ମଧ୍ୟ ରାତ୍ର ରୋମାଞ୍ଚ,ଶେଷ ବଲରେ ମୁମ୍ବାଇକୁ ହରାଇ ଗୁଜୁରାଟ ଶୀର୍ଷରେ।

୧୮-କୋଲକାତା:IPLରେ ଚେନ୍ନାଇ -କୋଲକାତା ମୁକାବିଲା ଆଜି।

୧୯-ଜାତିସଂଘ ବିକାଶ କାର୍ଯ୍ୟକ୍ରମ ରିପୋର୍ଟ; ୨୦୨୪ରେ ମାନବ ବିକାଶ ପ୍ରଗତି ୩୫ ବର୍ଷର ସର୍ବନିମ୍ନ ସ୍ତରକୁ ପାଇଲା ହ୍ରାସ।

୨୦-ଆତଙ୍କବାଦ ବିରୋଧ ଲଢ଼େଇରେ ଭାରତ ସହ ଆମେରିକା; ସମର୍ଥନ ଜଣାଇଲେ ବାଚସ୍ପତି ମାଇକ୍ ଜାନସନ।

 For more updates Join our WhatsApp Channel  

Comments

Popular posts from this blog

News Headlines from Business News Agencies 21.07.2025

News Headlines from Business News Agencies 09.07.2025

News Headlines from Business News Agencies 07.07.2025

News Headlines from Business News Agencies 15.07.2025

ଖବର ଆଜିର ତାରିଖ:୦୮/୦୭/୨୫, ମଙ୍ଗଳବାର

ଖବର ଆଜିର ତାରିଖ:୦୫/୦୭/୨୫, ଶନିବାର

News Headlines from Business News Agencies 09.04.2025