ଖବର ଆଜିର ତାରିଖ:୦୭/୦୫/୨୫, ବୁଧବାର



୧-ଆଜି ମକ୍‌ଡ୍ରିଲ୍‌, ଦିନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌।ଉପକୂଳବର୍ତ୍ତୀ ଜିଲା ଓ ସହରାଞ୍ଚଳରେ ଆଜି ମକ୍‌ଡ୍ରିଲ୍‌ କରାଯିବ। 

୨-ଏଣିକି ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ, ଇଣ୍ଡିଗୋ ଦ୍ୱାରା ଆରମ୍ଭ ହେବ ଏହି ସେବା।

୩-SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ୬ ମାର୍କ ଗ୍ରେସ୍‌ ଦେବାକୁ OPSC ପକ୍ଷରୁ ବିଜ୍ଞପ୍ତି ଜାରି।

୪-ମହଙ୍ଗା ପଡ଼ିଲା ଶିଶୁ ବିକ୍ରି ଘଟଣା, ରାୟଗଡ଼ା CWC ଅଧ୍ୟକ୍ଷାଙ୍କ ସମେତ ୫ ଜଣ କାର୍ଯ୍ୟରୁ ବହିଷ୍କୃତ।

୫-ମାଲକାନଗିରି:ଲାଲ୍‌ ସଂଗଠନକୁ ଝଟ୍‌କା, ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ।

୬-ଭୁବନେଶ୍ୱର : ଆସନ୍ତା ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବା ଅନୁମାନ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ।

୭-ଦ୍ବିତୀୟ ବିଶ୍ବଯୁଦ୍ଧର ୮୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଜୁବାବୁଙ୍କୁ ସମ୍ମାନିତ କରିବେ ଋଷ ସରକାର।

୮-ଭୁବନେଶ୍ୱର:ନାଗରିକ ପ୍ରତିରକ୍ଷା ମକଡ୍ରିଲ୍, ଲୋକ ଛାନିଆ,ଆଳୁ ପିଆଜ ଦୋକାନରେ ହେଲାଣି ଭିଡ଼।

୯-ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡା ଜିଲା ବିକାଶ ପରିଷଦର ଚିଠି: କେନ୍ଦ୍ରାପଡାରେ ମେଡିକାଲ କଲେଜ ଖୋଲିବାକୁ ଦାବି।

୧୦-ରାଇରଙ୍ଗପୁର:ବିଦେଶୀ ମଦ ଦୋକାନରେ ଫୁଟିଲା ଗୁଳି, ମାଲିକ ଗୁରୁତର, ଟଙ୍କା ନେଇ ଛୁ' ମାରିଲେ ଲୁଟେରା।

୧୧-ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ତେଜୁଛି ବିବାଦ । ଜଗନ୍ନାଥ ଧାମ ଲେଖା ହଟାଇବାକୁ ନେଇ ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ।

୧୨-ଭଦ୍ରକ ବାଣ ଗୋଦାମରେ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ୨ ମୃତ।

୧୩-କେନ୍ଦୁଝରରେ ଆରମ୍ଭ ହେଲା ଟ୍ରୋମା କେୟାର ସେଣ୍ଟର ଓ ଆଇପିଡି ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।

୧୪-ଭଦ୍ରକ:ଚୋରା ମୋବାଇଲ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ମୋବାଇଲ ସ୍ନାଚର,୧୮ ସ୍ମାର୍ଟଫୋନ୍ ଜବତ।

୧୫-ରାଜଧାନୀରେ ବ୍ରାଉନସୁଗାର କାରବାର ବେଳେ ମାଡିବସିଲା ଏସଟିଏଫ୍;୨୫ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ।

୧୬-୧୯୭୧ ମସିହା ପରେ ପ୍ରଥମଥର ମକ୍ରଡିଲ କରିବ ସେନା; କଣ ହେବ ଦେଖିବାକୁ ଚାହିଁ ରହିଛି ସାରା ବିଶ୍ୱ।

୧୭-ମୁମ୍ବାଇ: ମଧ୍ୟ ରାତ୍ର ରୋମାଞ୍ଚ,ଶେଷ ବଲରେ ମୁମ୍ବାଇକୁ ହରାଇ ଗୁଜୁରାଟ ଶୀର୍ଷରେ।

୧୮-କୋଲକାତା:IPLରେ ଚେନ୍ନାଇ -କୋଲକାତା ମୁକାବିଲା ଆଜି।

୧୯-ଜାତିସଂଘ ବିକାଶ କାର୍ଯ୍ୟକ୍ରମ ରିପୋର୍ଟ; ୨୦୨୪ରେ ମାନବ ବିକାଶ ପ୍ରଗତି ୩୫ ବର୍ଷର ସର୍ବନିମ୍ନ ସ୍ତରକୁ ପାଇଲା ହ୍ରାସ।

୨୦-ଆତଙ୍କବାଦ ବିରୋଧ ଲଢ଼େଇରେ ଭାରତ ସହ ଆମେରିକା; ସମର୍ଥନ ଜଣାଇଲେ ବାଚସ୍ପତି ମାଇକ୍ ଜାନସନ।

 For more updates Join our WhatsApp Channel  

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)