ଖବର ଆଜିର ତାରିଖ:୧୯/୦୫/୨୫, ସୋମବାର


୧-ଭୁବନେଶ୍ୱରରେ ଖୋଲିବ ଏନଆଇଏ ଶାଖା, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି।

୨-ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଅଶୋକନଗର ନୂଆ କାର୍ଯ୍ୟାଳୟରେ ସକାଳ ୮ଟାରୁ ଆରମ୍ଭ ହେବ।

୩-ମୋହନ ସରକାରଙ୍କ ବର୍ଷ ପୂରାଣି ଲାଗି ଆରମ୍ଭ ହୋଇଛି ଉଦ୍ୟମ । ସରକାରଙ୍କ ସଫଳତା ଓ ପ୍ରତିଶ୍ରୁତି ପୂରଣର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ।

୪-ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ : ପରମ୍ପରା ଅନୁଯାୟୀ ଅଖ ଡେରା ନୀତି ସମ୍ପୂର୍ଣ କରିବେ ଭୋଇ ସେବକ।

୫-ନୟାଗଡରୁ ବୌଦ୍ଧକୁ ଗଡିବ ରେଳ, ୩୦୦ ଶଯ୍ୟା ବିଶିଷ୍ଟ ହେବ ଡାକ୍ତରଖାନା।

୬-ଭିଏସ ଏସ ନଗର, ଭୁବନେଶ୍ୱର: ମୁଣ୍ଡରେ ବିୟର ବୋତଲ ଛେଚିଲେ,ଜଣକୁ କାବୁକଲା ପୋଲିସ୍।

୭-ପାଟଣା:ଚୋରା ଚାଲଣବେଳେ ୬୫ରୁ ଅଧିକ ଗୋରୁ ଉଦ୍ଧାର, କଲିକତାକୁ ନେଉଥିଲେ ମାଫିଆ।

୮-ରାଉରକେଲା: କୋଏଲ ନଦୀରେ ଭାସିଯାଇ ଜଣେ ଛାତ୍ର ନିଖୋଜ।

୯-ଜଟଣୀ କନ୍ତିଆରେ ୧୫ଏକର ଜମି ମାଲିକାନା ମାମଲା : ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ହାଇକୋର୍ଟଙ୍କ ରାୟ।

୧୦-ଗଜପତି:ମାରଲବା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଗୁରୁତର।

୧୧-କଟକ : କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଇଞ୍ଜିନିୟର ନିଖୋଜ ।

୧୨-ଜୟପୁର:ରାଜସ୍ଥାନକୁ ୧୦ ରନରେ ପରାସ୍ତ କରି ପ୍ଲେ-ଅଫ୍ ସମ୍ଭାବନାକୁ ବଢାଇଲା ପଂଜାବ।

୧୩-ଫୁଲବାଣୀ: ସ୍ଥାନୀୟ ମାଷ୍ଟରପଡା ତୋଟାସାହିରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ମୃତ ଯୁବକ ଜଣକ ସିଦ୍ଧାର୍ଥ ଶଙ୍କର ପଣ୍ଡା(୨୮)।

୧୪-କଟକ:ଗାଡ଼ି ଦେବା ନାମରେ ୧୮୦୦୦୦ ଟଙ୍କା ଲୁଟ,ଅଭିଯୁକ୍ତ ପ୍ରିୟବ୍ରତ ଦାସକୁ ଗିରଫ।

୧୫-ସମ୍ବଲପୁର: ନିଶା ବିରୋଧି ଅଭିଯାନରେ ବିପୁଳ ନିଶା ଦ୍ରବ୍ୟ ସହିତ କାର ଓ ବୁଲେଟ ଜବତ, ୭ ଗିରଫ।

୧୬-ନୂଆଦିଲ୍ଲୀ:ୟୁକ୍ରେନ ଉପରେ ରୁଷର ସବୁଠୁ ବଡ ହମଲା, ଏକ ସଙ୍ଗେ ମାଡ କଲା ୨୭୩ ଡ୍ରୋନ।

୧୭-ଗୁଜରାଟ୍ ଟାଇଟନ୍ସର ଐତିହାସିକ ବିଜୟ; ବିନା କୌଣସି ଓ୍ବିକେଟ୍ ହରାଇ ୨୦୦ ରନ୍ ଚେଜ୍।

୧୮-ଲକ୍ଷ୍ନୌ:IPL ୬୧ତମ ମ୍ଯାଚ୍- ସୁପରଜାଏଣ୍ଟସ୍ ପାଇଁ ଆଜି କର ବା ମର ସ୍ଥିତି।

୧୯-ହାଇଦ୍ରାବାଦରେ ଚାରମୀନାର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ।

୨୦-ବିଶ୍ୱର ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ କଲେ କାଲିଫର୍ଣ୍ଣିଆର ଡାକ୍ତର ଦଳ।

୨୧-ପାକିସ୍ତାନର ସମସ୍ୟା ବଢିଲା, ଆଇଏମଏଫ୍ ରଖିଲା ୧୧ ସର୍ତ୍ତ।

୨୨-ପାକିସ୍ତାନର ସିନ୍ଧରେ ଭାରତର ଶତ୍ରୁ ଲସ୍କରର କମାଣ୍ଡର ଆତଙ୍କୀ ସୈଫୁଲ୍ଲା ନିହତ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)