ଖବର ଆଜିର ତାରିଖ:୧୮/୦୫/୨୫, ରବିବାର


୧-ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ଘଟିଛି ୧୭୦୦ ମୃତ୍ୟୁ।

୨-ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ ଖୋଲିବ ଆଧାର ଶିବିର। ବଡ଼ଚଣାରେ ପରୀକ୍ଷା ମୂଳକ ଭାବେ ଆଧାର ଶିବିର ଆୟୋଜନ ହେବ।

୩-କଟକ: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ପତ୍ନୀ ହୋଇ ପାରିବେ ସ୍ବାମୀଙ୍କ ଆଇନଗତ ଅଭିଭାବକ।

୪-ପୁଣି ଇସ୍କନର ମନମୁଖୀ କାର୍ଯ୍ୟକଳାପ , ଆଜି ଲଣ୍ଡନ ଚେମ୍ସଫୋର୍ଡରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା।

୫-ମୋହନା:ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଦୁଇ ଆହତ।

୬-ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି, ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ।

୭-ଭୁବନେଶ୍ୱର:କମାଣ୍ଡୋ ତାଲିମ ନେବା ପାଇଁ ଯାଇନଥିବାରୁ, ୧୦ଜଣ ଆରପିଏଫ ଯବାନ ଚାକିରିରୁ ନିଲମ୍ୱିତ।

୮-ଭୁବନେଶ୍ୱର:ଶିଳ୍ପ ପାଇଁ ଜମି ନେଇ କାମ କରୁନଥିବା ଶିଳ୍ପାନୁଷ୍ଠାନକୁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ସରକାର

୯-ଭୂମିରେ ବସି ଦିବ୍ୟ ମହାପ୍ରସାଦ ଖାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ।

୧୦-ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ ୟୁଟ୍ୟୁବର, ଜଗନ୍ନାଥ ମନ୍ଦିର ସହ ସହର ବୁଲି ଭିଡିଓ ବନାଇଥିଲା।

୧୧-ରାଜ୍ୟ କଂଗ୍ରେସର କୋଷାଧ୍ୟକ୍ଷ ହେଲେ ସିଦ୍ଧାର୍ଥ ସ୍ୱରୂପ ଦାଶ, ଉପ ସଭାପତି ତାଲିକାରେ ୭ ନେତା।

୧୨-ଜୁନ ୨୨ରେ ଯାଜପୁରରେ ଟାଟା ପ୍ରକଳ୍ପର ଶୁଭାରମ୍ଭ, ମିଳିବ ୩୪ ହଜାର ନିଯୁକ୍ତି।

୧୩-ବାସୁଦେବପୁର:୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ।

୧୪-IPL: ବାତିଲ ମ୍ୟାଚରୁ RCBକୁ ୧ ପଏଣ୍ଟ,KKR ବିଦା।

୧୫-IPLରେ ଆଜି ଯୁଗଳ ମୁକାବିଲା : ରାଜସ୍ଥାନ -ପଞ୍ଜାବ,ଦୀଲ୍ଲି -ଗୁଜୁରାଟ।

୧୬-ପ୍ରକାଶ ପାଇଲା ପ୍ରଥମ ମାସିକିଆ ନିଯୁକ୍ତି ସର୍ଭେ ରିପୋର୍ଟ: ଭାରତରେ, ଏପ୍ରିଲ୍‌ରେ ବେରୋଜଗାରୀ ହାର ୫.୧ %।

୧୭-ଜାତିସଂଘ ରିପୋର୍ଟ: ୬.୩ ପ୍ରତିଶତ ଜିଡିପି ହାର ସହ ଭାରତକୁ ମିଳିଲା ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା।

୧୮-୨୨ରେ ସାଇକ୍ଲୋନିକ୍ ସର୍କୁଲେସନ ! ଆରବ ସାଗରରେ ସୃଷ୍ଟି ହେଉଛି ଏକ ଲଘୁଚାପ କ୍ଷେତ୍ର।

୧୯-ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ସୁରକ୍ଷା ଏଜେନ୍ସି ଦ୍ବାରା, ହରିୟାଣାର ହିସାରରୁ ମହିଳା ୟୁଟ୍ୟୁବର ଜ୍ୟୋତି ରାଣୀ ଗିରଫ।

୨୦-ଭାରତରେ ରହି ପାକିସ୍ତାନକୁ ସମର୍ଥନ କରୁଥିବା ୬୫ଜଣ ଦେଶଦ୍ରୋହୀଙ୍କୁ ଗିରଫ କରିଛି ଆସାମ ପୁଲିସ।

୨୧-ତୁର୍କୀ, ଆଜରବାଇଜାନ ସହିତ ସମସ୍ତ ଏମଓୟୁ ରଦ୍ଦ କଲା ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟ।

୨୨-ପାକିସ୍ତାନର ୧୦୦ କିମି ଭିତରେ ପଶି ଆକ୍ସନ, ଦେଶ ସ୍ଵାଧୀନତାରେ ପ୍ରଥମ: ଅମିତ୍ ଶାହ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024